Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଆରମ୍ଭ ହେଲା ଦସ୍ତଖତ ସଂଗ୍ରହ ଅଭିଯାନ, ପ୍ରଥମ ଦିନରେ...
Advertisement
Article Detail0/zeeodisha/odisha1782741

Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବି ନେଇ ଆରମ୍ଭ ହେଲା ଦସ୍ତଖତ ସଂଗ୍ରହ ଅଭିଯାନ, ପ୍ରଥମ ଦିନରେ...

Puri Jagannath Temple: ଦସ୍ତଖତ ସଂଗ୍ରହ ପରେ ଆସନ୍ତା ୧ ତାରିଖରେ ୧ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସିଂହଦ୍ବାରରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତଙ୍କ ସହ ବୁଦ୍ଧିଜୀବୀ ଓ ନିଯୋଗ ସାମିଲ ହୋଇଛନ୍ତି ।

ସୌ(ସୋସିଆଲ ମିଡିଆ)

Puri Jagannath Temple: ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ଦାବିରେ ଭକ୍ତ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଏନେଇ ଜନମତ ସୃଷ୍ଟି ଉଦ୍ଦେଶ୍ୟରେ ରବିବାର ଦିନଠାରୁ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ଆରମ୍ଭ ହୋଇଛି ଦସ୍ତଖତ ସଂଗ୍ରହ ଅଭିଯାନ । ପ୍ରଥମ ଦିନରେ ୨ ଶହରୁ ଅଧିକ ଭକ୍ତଙ୍କ ଦସ୍ତଖତ ସଂଗ୍ରହ ହୋଇଛି । ଦସ୍ତଖତ ସଂଗ୍ରହ ପରେ ଆସନ୍ତା ୧ ତାରିଖରେ ୧ ଲକ୍ଷ ଦସ୍ତଖତ ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ । ସିଂହଦ୍ବାରରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନରେ ଭକ୍ତ, ସେବାୟତଙ୍କ ସହ ବୁଦ୍ଧିଜୀବୀ ଓ ନିଯୋଗ ସାମିଲ ହୋଇଛନ୍ତି ।

ସୂଚନା ଅନୁଯାୟୀ, ନିକଟରେ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ବନ୍ଦକୁ ନେଇ ବସିଥିବା ରଥଯାତ୍ରା ସମନ୍ବୟ ବୈଠକରେ ଭକ୍ତ ଓ ସେବାୟତଙ୍କ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । ପ୍ରଶାସନର ମେରିରାୟ ଶାସନ ପାଇଁ ସ୍ଥାନୀୟ ଭକ୍ତ ଦର୍ଶନରୁ ବଞ୍ଚିତ ହେଉଥିବା ବେଳେ ଅନ୍ୟପଟେ ମହାପ୍ରସାଦ ପାଇଁ ଦଲାଲଙ୍କ ଶିକାର ହେଉଛନ୍ତି ବହୁ ଭକ୍ତ । ଏନେଇ ବାରମ୍ବାର ଅଭିଯୋଗ ପରେ ବି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରସାଶନ । ବର୍ତ୍ତମାନ ଏହାକୁ ନେଇ ଆନ୍ଦୋଳନ ମୁଣ୍ତ ଟେକିଛି ଫଳରେ ଶ୍ରୀମନ୍ଦିର ଚାରିଦ୍ବାର ଦର୍ଶନ ଦାବିରେ ରବିବାର ଦିନଠାରୁ ଆରମ୍ଭ ହୋଇଛି ଦସ୍ତଖତ ଅଭିଯାନ । ୮ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନରେ ଭକ୍ତ, ସେବାୟତ ଓ ବୁଦ୍ଧିଜୀବୀଙ୍କଠାରୁ ଦସ୍ତଖତ ସଂଗ୍ରହ କରାଯାଉଛି । ଏହାକୁ ବାଦ ଦେଲେ ଯେଉଁମାନେ ଚାହିଁବେ ସେମାନେ ନିଜ ଇଚ୍ଛାରେ ଦସ୍ତଖତ ଦେଇପାରିବେ। ୧ ଲକ୍ଷ ଦସ୍ତଖତ ସମ୍ବଳିତ ଦାବିପତ୍ର ସଂଗ୍ରହ ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ତେବେ ଏନେଇ ସେ କ’ଣ ନିଷ୍ପତ୍ତି ନେଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି । ଅନ୍ୟପଟେ ଦାବି ପୂରଣ ନହେଲେ ଏହି ପ୍ରସଙ୍ଗରେ ଶଙ୍କରାଚାର୍ଯ୍ୟ ଓ ଗଜପତିଙ୍କୁ ଭେଟିବା ସହ ସିଂହଦ୍ବାରରେ ଅନଶନରେ ବସିବା ନେଇ ସଚେତନ ନାଗରିକ ମଞ୍ଚ ସଭାପତି ପ୍ରସନ୍ନ କୁମାର ଦାଶ କହିଛନ୍ତି ।

Also Read-Pakistan Temple Attack: ହିନ୍ଦୁ ମନ୍ଦିର ଉପରେ ରକେଟ୍ ଲଞ୍ଚର୍ ସହାୟତାରେ ଆକ୍ରମଣ

ପ୍ରକାଶ ଥାଉ କି, ପ୍ରଶାସନ ପ୍ରଥମେ କୋଭିଡ଼ ଓ ପରେ ଗହଳି ଆଳ ଦେଖାଇ ଚାରିଦ୍ବାର ଦର୍ଶନ ବନ୍ଦ କରିଦେଇଥିଲା । ଯାହା ଫଳରେ ଭକ୍ତଙ୍କୁ ଦର୍ଶନ ଲାଗି ଲମ୍ବା ଲାଇନରେ ଠିଆ ହେବାକୁ ପଡୁଛି । ପରିସ୍ଥିତି ଏମିତି ହେଉଛି ଯେ, ମରିଚିକୋଟ ଆଗକୁ ମଧ୍ଯ ଭକ୍ତଙ୍କ ଧାଡ଼ି ଲମ୍ବୁଥିବା ବେଳେ ନାଟମଣ୍ତପରେ ଅଧିକ ଗହଳି ଯୋଗୁଁ ଠେଲାପେଲା ପରିସ୍ଥିତି ସୃଷ୍ଟି ହେଉଛି । ଶ୍ରୀମନ୍ଦିର ପ୍ରଶାସନ ସାତ ପାହାଚ ନିକଟରେ ଧାଡ଼ି ବ୍ୟବସ୍ଥା କରିଛି, ଫଳକେ ସେଠାରେ ଯେଉଁ ଭକ୍ତମାନେ ଦର୍ଶନ ଲାଗି ଯାଉଛନ୍ତି,  ସେମାନଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡୁଛି। ଏଭଳି ପରିସ୍ଥିତିରେ ଶ୍ରୀମନ୍ଦିର ବାହାର ଭକ୍ତଙ୍କୁ ଛିଡ଼ା କରିବାର କୌଣସି ଯଥାର୍ଥତା ନାହିଁ। କାରଣ, ଯେଉଁ ଦ୍ବାର ଦେଇ ବି ଭକ୍ତ ଶ୍ରୀମନ୍ଦିରକୁ ପ୍ରବେଶ କରନ୍ତୁ ସେମାନେ ସାତପାହାଚ ପାଖରେ ଧାଡ଼ିରେ ରହି ଦର୍ଶନ କରିବେ। ଚାରିଦ୍ବାର ଦର୍ଶନ ବନ୍ଦ ହେବା ଦ୍ବାରା ଭକ୍ତ କେବଳ ଅଯଥା ଯନ୍ତ୍ରଣା ପାଉନାହାନ୍ତି । ଅନ୍ୟପଟେ ଯେଉଁମାନେ ଦର୍ଶନ ପାଇଁ ନ ଯାଇ ଅନ୍ୟ କୌଣସି କାମରେ ଯାଉଛନ୍ତି, ସେମାନଙ୍କୁ ବି ଧାଡ଼ିରେ ଯିବାକୁ ପଡୁଛି। ପୂର୍ବରୁ ମହାପ୍ରସାଦ ଆଣିବାକୁ ହେଲେ ଭକ୍ତମାନେ ଉତ୍ତରଦ୍ବାର ଦେଇ ପ୍ରବେଶ କରୁଥିଲେ, ବର୍ତ୍ତମାନ ସେ ବ୍ୟବସ୍ଥାକୁ ବି ବନ୍ଦ କରି ଦିଆଯାଇଛି। ମହାପ୍ରସାଦ ପାଇଁ ବି ସିଂହଦ୍ବାର ଦେଇ ଯିବାକୁ ପଡୁଛି ବୋଲି ସଚେତନ ନାଗରିକ ମଞ୍ଚ ସଭାପତି କହିଛନ୍ତି।