Advertisement
Article Detail0/zeeodisha/odisha2332299
Zee OdishaOdisha StatePuri News: ପୁରୀ ବିଭ୍ରାଟ ପାଇଁ ଦାୟୀ କିଏ, କାହିଁକି ମିଳୁନି ଶ୍ରୀମନ୍ଦିରକୁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ?

Puri News: ପୁରୀ ବିଭ୍ରାଟ ପାଇଁ ଦାୟୀ କିଏ, କାହିଁକି ମିଳୁନି ଶ୍ରୀମନ୍ଦିରକୁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ?

Odisha News: ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଶ୍ରୀ ବଳଭଦ୍ର ଖସିପଡ଼ିବା ଘଟଣା ଏବେ ସାରା ହିନ୍ଦୁ ସମାଜରେ ଆଲୋଡ଼ନ ସୃଷ୍ଟି କରିଛି। କେହି ଏହାକୁ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଆଗେଇ ଆସିଛନ୍ତି ତ ଆଉ କିଏ ନିଜ ଦୋଷ ଛଡ଼ାଇବାକୁ ଅନ୍ୟ ମୁଣ୍ଡ ଖୋଜୁଛନ୍ତି। 

Puri News: ପୁରୀ ବିଭ୍ରାଟ ପାଇଁ ଦାୟୀ କିଏ, କାହିଁକି ମିଳୁନି ଶ୍ରୀମନ୍ଦିରକୁ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ?

Odisha News: ଆଡ଼ପ ମଣ୍ଡପ ପହଣ୍ଡି ବେଳେ ଶ୍ରୀ ବଳଭଦ୍ର ଖସିପଡ଼ିବା ଘଟଣା ଏବେ ସାରା ହିନ୍ଦୁ ସମାଜରେ ଆଲୋଡ଼ନ ସୃଷ୍ଟି କରିଛି। କେହି ଏହାକୁ ରାଜନୀତିକ ଫାଇଦା ପାଇଁ ବ୍ୟବହାର କରିବାକୁ ଆଗେଇ ଆସିଛନ୍ତି ତ ଆଉ କିଏ ନିଜ ଦୋଷ ଛଡ଼ାଇବାକୁ ଅନ୍ୟ ମୁଣ୍ଡ ଖୋଜୁଛନ୍ତି। କ୍ଷମତାସୀନ ସରକାର କିନ୍ତୁ ଏହି ଘଟଣାର ଗାମ୍ଭୀର୍ଯ୍ୟକୁ ହାଲୁକା ଭାବେ ନେଇ ଲୋକଙ୍କ ଧ୍ୟାନଚ୍ୟୁତ କରିବାକୁ ଚାହିଁଛନ୍ତି। ହେଲେ ଏସବୁ ଭିତରେ ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନ ପୁରୀରେ ଏ ବିଭ୍ରାଟ ପାଇଁ ଦାୟୀ କିଏ?  

ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ କଥା। ନବୀନ ସରକାର ସମୟରେ ସେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ପାଇଥିଲେ। ଆଇନ ଅନୁସାରେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଜଣେ ବରିଷ୍ଠ ଆଇଏଏସ୍‍ ଅଧିକାରୀ ହେବା ଆବଶ୍ୟକ ଯିଏ ଅନ୍ୟ କୌଣସି ଦାୟିତ୍ୱରେ ରହିବେ ନାହିଁ। କିନ୍ତୁ ବୀର ବିକ୍ରମ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ, ଖାଉଟି କଲ୍ୟାଣ ସଚିବ ହେବା ସହ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ। ୫୩ ବର୍ଷ ପରେ ଏଥର ରଥଯାତ୍ରାରେ ତିନୋଟି ପୃଥକ ନୀତି ଗୋଟିଏ ଦିନରେ ପଡ଼ୁଥିବା ଜାଣି ରଥଯାତ୍ରାର ପ୍ରଚାର ପ୍ରସାରକୁ ଗୁରୁତ୍ୱ ଦେଉଥିବା ମୋହନ ସରକାର ଏ କଥା ଭୁଲିଗଲେ କେମିତି? 

ଶ୍ରୀମନ୍ଦିରରେ ଏହି ଗୁରୁତ୍ୱପୂର୍ଣ୍ଣ ନୀତି ସମାପନ ପାଇଁ ପ୍ରଶାସକଙ୍କ ଜରୁରୀ ଆବଶ୍ୟକତା ନଥିଲା କି? ଅର୍ଥାତ୍‍ ନବୀନ କରିଥିବା ଭୁଲ୍‍କୁ ସୁଧାରିବା ଲାଗି ରଥଯାତ୍ରା ସମୟରେ ବୀର ବିକ୍ରମଙ୍କୁ ପୂର୍ତ୍ତ ଓ ଖାଉଟି କଲ୍ୟାଣ ବିଭାଗରୁ ମୁକ୍ତି ଦେବା ଲାଗି ମୋହନ ମାଝି ସରକାର ଚାହିଁଲେ ନାହିଁ କାହିଁକି? 
ପୁଣି ଯେଉଁ ଦିନ ଆଡ଼ପ ମଣ୍ଡପ ପହଣ୍ଡି ଥିଲା ସେଦିନ ଶ୍ରୀ ଯାଦବ ରଥ ଦାଣ୍ଡ ଛାଡ଼ି ଆସି ଭୁବନେଶ୍ୱରରେ ଥିବା ସୂଚନା ମିଳିଛି। ଅବଶ୍ୟ ସେ ସରକାରୀ ଗସ୍ତରେ ଥିଲେ। ଯେତେବଳେ ତିନି ମୂର୍ତ୍ତିଙ୍କୁ ଜନ୍ମବେଦୀକୁ ନେବା ଲାଗି ଚେଷ୍ଟା ଚାଲିଥିଲା ସେତେବେଳେ ବାବୁ ବୀର ବିକ୍ରମ ଭୁବନେଶ୍ୱରରେ ପୂର୍ତ୍ତ ବିଭାଗର କିଛି ଅନାମଧ୍ୟେୟ ବୈଠକରେ ବସିଥିଲେ। ଏହା କ’ଣ ଗୋଟିଏ ଦାୟିତ୍ୱ ସମ୍ପନ୍ନ ଅଧିକାରୀଙ୍କ କାର୍ଯ୍ୟ ଥିଲା?  ପ୍ରଶ୍ନ ଆହୁରି ଉଠେ ସେ କ’ଣ ରଥ ଉପରେ କେଉଁ ସେବାୟତ ରହିବେ ତାହା ନିଶ୍ଚିତ କରିବା ଆବଶ୍ୟକ ନଥିଲା?

Add Zee News as a Preferred Source

ଘଟଣା ପରଦିନ ଗଜପତି ମହାରାଜା ପ୍ରଥମ ବ୍ୟକ୍ତି ଭାବେ ଏ ଘଟଣାର ସମ୍ବେଦନଶୀଳତାକୁ ସାମ୍ନାକୁ ଆଣିଥିଲେ। ଅତ୍ୟଧିକ ସେବକ ରଥ ଉପରେ ଉପସ୍ଥିତ ରହିବା ଏହି ଦୁର୍ଘଟଣାର ଏକ ପ୍ରମୁଖ କାରଣ ଭାବେ ସେ ନିରୁପଣ କରିଥିଲେ। ଏହାକୁ ଅନେକ ସ୍ୱୀକାର କରନ୍ତି। ରଥ ଉପରେ ପହଣ୍ଡି ସମୟରେ ୫୦-୬୦ ସେବକ ରହିବା ଆବଶ୍ୟକ। କିନ୍ତୁ ପ୍ରାୟ ୫୦୦ରୁ ଅଧିକ ସେବକଙ୍କ ଉପସ୍ଥିତି ପରିସ୍ଥିତିକୁ ସାଂଘାତିକ ଆଡ଼କୁ ନେଇଥିଲା। ପ୍ରଶ୍ନ ହେଉଛି ଏହାକୁ କିଏ ଦେଖିବା କଥା? ଆଇନ ମନ୍ତ୍ରୀ, ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କାହିଁକି ଏହାକୁ ଅଣ ଦେଖା କରି ସେବକଙ୍କ ହାତରେ କାହିଁକି ସବୁକିଛି ଛାଡ଼ିଥିଲେ? 
ଏବେ ଶ୍ରୀମନ୍ଦିରର ପ୍ରଶାସନ ଦାୟିତ୍ୱକୁ ବରିଷ୍ଠ ଅଧିକାରୀ ଡ.ଅରବିନ୍ଦ ପାଢ଼ୀଙ୍କ ହାତରେ ଦେଇଛନ୍ତି  ସରକାର। ରାତାରାତି ବୀର ବିକ୍ରମଙ୍କୁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ପ୍ରଶ୍ନ ଉଠୁଛି ରାଜ୍ୟରେ କ’ଣ ଏମିତି ଜଣେ ବି ଆଇଏଏସ୍‍ ଅଧିକାରୀ ନାହାନ୍ତି ଯାହାଙ୍କୁ କେବଳ ଶ୍ରୀମନ୍ଦିର ପାଇଁ ସରକାର ନିଯୁକ୍ତ କରିପାରିବେ? ତେବେ କାହିଁକି ଶ୍ରୀ ମନ୍ଦିର ପ୍ରସଙ୍ଗରେ ସରକାର ଉଦାସୀନ? 

ଏସବୁ ପ୍ରଶ୍ନ ଭିତରେ ଏବେ ଆଶଙ୍କା ରହିଛି ନୀଳାଦ୍ରୀ ବିଜେ ପହଣ୍ଡିକୁ ନେଇ। କାରଣ ପ୍ରତି ବର୍ଷ ଏହି ସମୟରେ କିଛି ନା କିଛି ଅଘଟଣ ଘଟିଥିବା ନଜିର ରହିଛି। ହେଲେ ଏବର୍ଷ ସେବାୟତ ଓ ପ୍ରଶାସନ ଏ ଦିଗରେ ଧ୍ୟାନ ମଗ୍ନ ହେବେ ବୋଲି ଆଶା। ଏହା ନହେଲେ, ରାଜନୀତିକ ଗୋଷ୍ଠୀବାଦ ଯେ ଏ ସମସ୍ତ ଅଘଟଣର କାରଣ ତାହା ସ୍ପଷ୍ଟ ହେବ।

About the Author