ଦୀର୍ଘ ୪୦ ବର୍ଷ ଧରି ଲୋକ କଳା ସଂସ୍କୃତି, ଓଡ଼ିଆ ଢଗଢମାଳିକୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଅଡିଓ ଏବଂ ଭିଡ଼ିଓ ମାଧ୍ୟମରେରେ ପ୍ରଚାର, ଦୁଇ ଶହରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ଭଜନ କ୍ୟାସେଟ ରେ ସଙ୍ଗୀତ ପରିବେଷଣ ଓ ଦୂରଦର୍ଶନରେ ଲଳିତା ବିଦ୍ୟାପତି ନାଟକର ନିର୍ଦ୍ଦେଶନା ଦେବା, ଆକାଶବାଣୀ ଯୁବବାଣୀର ସ୍ୱୀକୃତିପ୍ରାପ୍ତ କବି, କୋଡିଏ ଖଣ୍ଡ ପୁସ୍ତକର ରଚୟିତା, ଗ୍ରାମାଞ୍ଚଳରେ ଦଶ ହଜାରରୁ ଉର୍ଦ୍ଧ ଜନସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ମଞ୍ଚରେ ମେଘ ମହ୍ଲାର ଅନୁଷ୍ଠାନ ମାଧ୍ୟମରେ ଢୋଲ ମହୁରୀ ଲୋକ ନୃତ୍ୟ ପରିବେଷଣ, ୪୦ଖଣ୍ଡ ପୁସ୍ତକର ପ୍ରକାଶକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୋଗୁଁ ଡକ୍ଟରେଟ୍ ସମ୍ମାନ ଲାଭ କରିଛନ୍ତି ।
Trending Photos
Entertainment News: ବିଶ୍ୱ ସଂସ୍କୃତି ଆୟୋଗ, ନୂଆଦିଲ୍ଲୀ ଦ୍ୱାରା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟଠାରେ ଖୋର୍ଦ୍ଧା ଜିଲ୍ଲା, ଚମ୍ପାଇଲୋ ଗ୍ରାମର ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ଲୋକକଳା ସଂସ୍କୃତି ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଡ଼କ୍ଟରେଟ୍ ସମ୍ମାନରେ ସମ୍ମାନିତ କରିଛନ୍ତି ।
ଦୀର୍ଘ ୪୦ ବର୍ଷ ଧରି ଲୋକ କଳା ସଂସ୍କୃତି, ଓଡ଼ିଆ ଢଗଢମାଳିକୁ ଓଡ଼ିଶାରେ ପ୍ରଥମ ଥର ପାଇଁ ଅଡିଓ ଏବଂ ଭିଡ଼ିଓ ମାଧ୍ୟମରେରେ ପ୍ରଚାର, ଦୁଇ ଶହରୁ ଉର୍ଦ୍ଧ୍ୱ ଆଧ୍ୟାତ୍ମିକ ଭଜନ କ୍ୟାସେଟ ରେ ସଙ୍ଗୀତ ପରିବେଷଣ ଓ ଦୂରଦର୍ଶନରେ ଲଳିତା ବିଦ୍ୟାପତି ନାଟକର ନିର୍ଦ୍ଦେଶନା ଦେବା, ଆକାଶବାଣୀ ଯୁବବାଣୀର ସ୍ୱୀକୃତିପ୍ରାପ୍ତ କବି, କୋଡିଏ ଖଣ୍ଡ ପୁସ୍ତକର ରଚୟିତା, ଗ୍ରାମାଞ୍ଚଳରେ ଦଶ ହଜାରରୁ ଉର୍ଦ୍ଧ ଜନସଚେତନତା କାର୍ଯ୍ୟକ୍ରମ ଓ ବିଭିନ୍ନ ମଞ୍ଚରେ ମେଘ ମହ୍ଲାର ଅନୁଷ୍ଠାନ ମାଧ୍ୟମରେ ଢୋଲ ମହୁରୀ ଲୋକ ନୃତ୍ୟ ପରିବେଷଣ, ୪୦ଖଣ୍ଡ ପୁସ୍ତକର ପ୍ରକାଶକ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରା ଲୋକ ସଂସ୍କୃତିକୁ ବଞ୍ଚାଇ ରଖିବା କ୍ଷେତ୍ରରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ଯୋଗୁଁ ଡକ୍ଟରେଟ୍ ସମ୍ମାନ ଲାଭ କରିଛନ୍ତି । ଏହି ସମ୍ମାନ ସମାରୋହ ରେ ଏନ.ଡ଼ି.ଏମ.ସି ମେମ୍ବର ଶ୍ରୀମତୀ ବିଶାଖା ଶୈଲାନି, ତିବେତାନ ପାର୍ଲିଆମେଣ୍ଟର ପୂର୍ବତନ ଉପ ବାଚସ୍ପତି ଶ୍ରୀଯୁକ୍ତ ଆଚାର୍ଯ୍ୟ ୟେଶୀ ଫୁନ୍ତୋଷକ, ବଲିଉଡ ଅଭିନେତା ବିନ୍ଦୁ ଦାରା ସିଂ, ସୁପ୍ରିମକୋର୍ଟ ବିଚାରପତି ଶ୍ରୀଯୁକ୍ତ ରୋନିତ ପାଣ୍ଡେ, ଲାଲାନ କୁମାର ପ୍ରମୁଖ ଅତିଥିଗଣଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି ।
ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା ଜଣେ ସାଧାରଣ, ସରଳ, ଅମାୟିକ ବିରଳ ବ୍ୟକ୍ତିତ୍ବ ଭାବେ ଖୋର୍ଦ୍ଧା ଜିଲ୍ଲା ତଥା ସମଗ୍ର ଓଡ଼ିଶାରେ ପରିଚିତ । ପିଲାଟି ଦିନରୁ କଳା ସଂସ୍କୃତି ପ୍ରତି ଆକୃଷ୍ଟ ହୋଇ ସମାଜ ପାଇଁ କିଛି କରିବା ପାଇଁ ଶପଥ ନେଇଥିଲେ । ଡକ୍ଟର ପୂର୍ଣ୍ଣଚନ୍ଦ୍ର ବେହେରା କେନ୍ଦ୍ରସ୍ତରୀୟ ଡ଼କ୍ଟରେଟ୍ ଉପାଧିରେ ସମ୍ମାନିତ ହେବା ପ୍ରଥମ । ତେଣୁ ଡକ୍ଟର ବେହେରା ଚମ୍ପାଇଲୋ ଗାଁ ପାଇଁ ମଧ୍ୟ ଗୌରବ ଆଣିଛନ୍ତି ।
Also Read- ୱାୟନାଡ଼ରୁ ପ୍ରିୟଙ୍କା ଗାନ୍ଧୀଙ୍କ ବୃହତ ବିଜୟ, ବିଜୟ ପଛରେ ରହିଛି ଏହି ୩ ବଡ଼ କାରଣ
Also Read- BSNL Plan: ୨ ମାସ ପର୍ଯ୍ୟନ୍ତ ପ୍ରତିଦିନ ମିଳିବ 1GB ଡାଟା, ଜାଣନ୍ତୁ କେମିତି