ମୋଦୀଙ୍କ ଗସ୍ତ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି, ଏହି ବାଟଦେଇ ଯିବେ, ନହେଲେ...
Advertisement
Article Detail0/zeeodisha/odisha2432314

ମୋଦୀଙ୍କ ଗସ୍ତ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି, ଏହି ବାଟଦେଇ ଯିବେ, ନହେଲେ...

raffic restrictions: ଫାୟାର ଷ୍ଟେସନ ଛକରୁ କଳଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ ସ୍କୁଲ ପଥରଗାଡିଆ ଦେଇ ଶିଖରଚଣ୍ଡି ଯାଇପାରିବେ।

ମୋଦୀଙ୍କ ଗସ୍ତ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି, ଏହି ବାଟଦେଇ ଯିବେ, ନହେଲେ...

ଭୁବନେଶ୍ଵର: ଆସନ୍ତାକାଲି ମୋଦିଙ୍କ ଗସ୍ତ ପାଇଁ ଟ୍ରାଫିକ୍ କଟକଣା ଲାଗୁ ହୋଇଛି। ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଭୁବନେଶ୍ୱର ଜନତା ମଇଦାନରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କମିଶନରେଟ୍ ପୁଲିସ୍ ଟ୍ରାଫିକ କଟକଣା ଜାରି କରିଛି। ଆସନ୍ତା କାଲି ପୂର୍ବାହ୍ନ ୧୧ଟା ୩୫ମିନିଟରେ ପ୍ରଧାମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବାକୁ ଥିବା ବେଳେ ପ୍ରାୟ ସାଢ଼େ ୩ଘଣ୍ଟା ରହିବାର କାର୍ଯ୍ୟକ୍ରମ ରହିଛି। 

ଟ୍ରାଫିକ କଟକଣା ଅନୁସାରେ, ଜୟଦେବ ବିହାରରୁ ନାଲକୋ ଛକ ରାସ୍ତା ଓ ଏହାର ଗଳି ରାସ୍ତା ବନ୍ଦ ରହିବ। ତେବେ ନନ୍ଦନକାନନ ପଟୁ ଜୟଦେ ବିହାର ଯାଉଥିବା ଗାଡି ଡମଣା ଛକରୁ ବାମ ମୋଡ ନେଇ ଗୁରୁ କାଳୁଚରଣ ପାର୍କକୁ ଯିବ। ସେଠାରୁ ସୈନିକ ସ୍କୁଲ ଦେଇ ଆଚାର୍ଯ୍ୟ ବିହାରକୁ ଯାଇପାରିବ। ଶିଖରଚଣ୍ଡି-ପଥରଗାଡିଆ-ଡିଏନ ସ୍କୁଲ-କଳଙ୍ଗ ଷ୍ଟୁଡିଓ ଛକ-ଫାୟାର ଷ୍ଟେସନ ଛକରେ ପହଞ୍ଚିବ। ଜୟଦେବ ବିହାରରୁ ନନ୍ଦନକାନନ ଯାଉଥିବା ଗାଡି ଆଚାର୍ଯ୍ୟ ବିହାର-ସୈନିକ ସ୍କୁଲ-ଗୁରୁ କାଳୁଚରଣ ପାର୍କ ପଟେ ଡମଣା ଛକରେ ବାହାରିବ। 

ସେହିପରି ଫାୟାର ଷ୍ଟେସନ ଛକରୁ କଳଙ୍ଗ ଷ୍ଟୁଡିଓ ଛକ ରାସ୍ତାରେ ଡିଏନ ସ୍କୁଲ ପଥରଗାଡିଆ ଦେଇ ଶିଖରଚଣ୍ଡି ଯାଇପାରିବେ। କଟକ ପଟୁ ଆସୁଥିବା ଗାଡି ଏନଏଚ -୩୧୬ ଦେଇ ଭୁବନେଶ୍ବର ଆସି ପାରିବେ କିମ୍ବା ନନ୍ଦନକାନନ ରାସ୍ତାରେ ଆସିପାରିବେ। ବେହେରା ସାହି ପଟୁ ଜୟଦେବ ବିହାର ଆଡକୁ ଯାଉଥିବା ଗାଡି ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ। ବରମୁଣ୍ଡା ପଟୁ ଆସୁଥିବା ଗାଡି କ୍ରାଉନ ହୋଟେଲ ଓ ଆଚାର୍ଯ୍ୟ ବିହାର ଠାରୁ ସର୍ଭିସ ରାସ୍ତାରେ ଗାଡ଼ି ଜୟଦେବ ବିହାର ଆଡକୁ ଯିବନି।