Odisha News: ପାରାଦୀପରେ ରଜ ମହୋତ୍ସବ ଉଦଯାପିତ
Advertisement
Article Detail0/zeeodisha/odisha2296428

Odisha News: ପାରାଦୀପରେ ରଜ ମହୋତ୍ସବ ଉଦଯାପିତ

Odisha News: ପାରାଦୀପ ଉପକଣ୍ଠ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ସପ୍ତମ ଦିନ ସନ୍ଧ୍ୟା ତଥା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶୀଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଏ.ଏମ୍.ଏନ୍.ଏସ୍ କମ୍ପାନୀ ର ବରିଷ୍ଠ ଅଧିକାରୀ ଜି.ସୁରେଶା ପ୍ରମୁଖ ଯୋଗ ଦେଇ ରଜ ଉତ୍ସବ ର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

ସୌଜନ୍ୟ-ସୋସିଆଲ୍ ମିଡିଆ

Odisha News: ପାରାଦୀପ ଉପକଣ୍ଠ ପାରାଦୀପ ଗଡ ଗ୍ରାମ ପଞ୍ଚାୟତ ଦ୍ଵାରା ଆୟୋଜିତ ତୃତୀୟ ବାର୍ଷିକ ରଜ ମହୋତ୍ସବ ଉଦଯାପିତ ହୋଇଯାଇଛି। ସପ୍ତମ ଦିନ ସନ୍ଧ୍ୟା ତଥା ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶୀଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ବାଇଁ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ପାରାଦୀପ ପୌରାଧ୍ୟକ୍ଷ ବସନ୍ତ କୁମାର ବିଶ୍ବାଳ, ଏ.ଏମ୍.ଏନ୍.ଏସ୍ କମ୍ପାନୀ ର ବରିଷ୍ଠ ଅଧିକାରୀ ଜି.ସୁରେଶା ପ୍ରମୁଖ ଯୋଗ ଦେଇ ରଜ ଉତ୍ସବ ର ଗୁରୁତ୍ୱ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ରଜ ମହୋତ୍ସବ କମିଟିର ଅଧ୍ୟକ୍ଷ ଆଇନଜୀବୀ ସଞ୍ଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ ପାରାଦୀପଗଡ଼ ସରପଞ୍ଚ ସସ୍ମିତା ବେହେରାଙ୍କ ଏପରି ଉନ୍ନତ ଓ ଚିତ୍ତାକର୍ଷକ ଆୟୋଜନ ପାଇଁ ବକ୍ତାମାନେ ସରପଞ୍ଚଙ୍କୁ ପ୍ରଶଂସା କରିଥିଲେ। ଏହି ପରିପ୍ରେକ୍ଷୀରେ କୋରାପୁଟ,କୋଲକାତା,କଳାହାଣ୍ଡି, ଭୁବନେଶ୍ଵରର ନାଟ୍ୟ ଅନୁଷ୍ଠାନ ଦ୍ଵାରା ଆୟୋଜିତ ନୃତ୍ୟ ଓ ସଙ୍ଗୀତରେ ଦର୍ଶକ ମାନେ ଝୁମିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ଟ୍ରଫି,ମାନପତ୍ର ପ୍ରଦାନ କରିଥିଲେ। ପାରାଦୀପ ଗଡ ପଞ୍ଚାୟତ ର ରଜ ମହୋତ୍ସବ ର ଅନ୍ତିମ ଦିବସରେ ବହୁ ସମାଗମ ହୋଇଥିବା ବେଳେ ଏଭଳି ସମାଗମ କୁ ଦେଖି ଅତିଥି ମାନେ ଖୁସି ବ୍ୟକ୍ତ କରିବା ସହିତ ଜନ ସାଧାରଣ ଙ୍କୁ ଧନ୍ୟବାଦ ଜଣାଇଥିଲେ।

ଗତ ତିନି ଦିନ ଧରି ସାରା ରାଜ୍ୟରେ ରଜ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ରଜ ଓଡ଼ିଶାର ଏକ ପାରମ୍ପରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହି ପର୍ବ ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ ଏହା ପୂର୍ବରୁ ପଡିଥାଏ ସଜବାଜ,ପରେ ପହିଲି ରଜ ପଡେ ଦ୍ୱିତୀୟ ଦିବସ ହେଉଛି ରଜ ସଂକ୍ରାନ୍ତି, ତୃତୀୟ ଦିବସ ହେଉଛି ଭୂମିଦାହ ବା ଭୂମି ଦହନ, ଚତୁର୍ଥ ତଥା ଅନ୍ତିମ ଦିବସ ହେଉଛି ବସୁମତୀ ସ୍ନାନ ।  ରାଜ୍ୟର ଗଣପର୍ବ ରଜ ପର୍ବ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । 

ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ, ତାସ, ବାଗୁଡ଼ି ଆଦି ଖେଳି ଏହି ଦିବସଟି ପାଳନ କରାଯାଇଥାଏ । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିାଇଁ ଭୂ ଖନନ ବାରଣ କରାଯାଇଥାଏ । ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନଙ୍କ ପାଇଁ ରଜପର୍ବ ହେଉଛି ତାଲିମ ପ୍ରଦାନକାରୀ ପର୍ବ । ଆଷାଢ଼ର ପହିଲି ବର୍ଷାରେ ମାଟି ମା'ର ପ୍ରଜନନ ଶକ୍ତି ଜାଗ୍ରତ ହୋଇଥାଏ, ଏହି କାରଣରୁ ଧରଣୀମାତାକୁ ରଜସ୍ୱଳା ସ୍ତ୍ରୀ ସହିତ ତୁଳନା କରାଯାଏ । ଅବିବାହିତା ଝିଅଙ୍କ ପାଇଁ ଗର୍ଭଧାରଣ କ୍ଷମତା ପ୍ରାପ୍ତିର ଏକ ସାଙ୍କେତିକ ପର୍ବ ହେଉଛି ରଜ ।