Puri News: ରଥ ଉପରୁ ଅଣସେବାୟତଙ୍କୁ ଭିଡି଼ ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
Advertisement
Article Detail0/zeeodisha/odisha2338014

Puri News: ରଥ ଉପରୁ ଅଣସେବାୟତଙ୍କୁ ଭିଡି଼ ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Puri News: ସୁନାବେଶ ଓ ନିଳାଦ୍ରୀ ବିଜେରେ ଯେପରି କୌଣସି ସମସ୍ୟା ନ ଉପୁଜୁ ସେନେଇ ସଜାଗ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । 

Puri News: ରଥ ଉପରୁ ଅଣସେବାୟତଙ୍କୁ ଭିଡି଼ ଆଣିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

Puri News: ସୁନାବେଶ ଓ ନିଳାଦ୍ରୀ ବିଜେରେ ଯେପରି କୌଣସି ସମସ୍ୟା ନ ଉପୁଜୁ ସେନେଇ ସଜାଗ ଅଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ । ରଥଯାତ୍ରାର ବ୍ୟବସ୍ଥାବଳୀ ଓ ନିୟମ ଅନୁସାରେ, କୌଣସି ଅଣ ସେବାୟତ ରଥ ଉପରକୁ ଚଢି ପାରିବେ ନାହିଁ। କିନ୍ତୁ ଅଣସେବାୟତ ବା ବାହାର ବ୍ୟକ୍ତିମାନେ ଅନେକ ସମୟରେ ରଥ ଉପରେ ତଢୁଥିବା ଦେଖାଦେଇଥିଲା। ଏବଂ ଅଭିଯୋଗ ମଧ୍ୟ ହୋଇଥିଲା।  ଶ୍ରୀଗୁଣ୍ତିଚା ଯାତ୍ରାରେ ଏପରି ଅଭିଯୋଗ ମଧ୍ୟ ରହିଥିଲା। ବାହୁଡା ଯାତ୍ରାରେ ଶ୍ରୀମନ୍ଦିର  ନୂଆ ମୁଖ୍ୟ ପ୍ରଶାସକ ଡଃ. ଅରବିନ୍ଦ ପାଢି ଏମିତି ଜଣେ ସେବାୟତ ବେଶଧାରୀ ଅଣସେବାୟତଙ୍କୁ ରଥ ଉପରୁ ଭିଡି଼ ଆଣୁଥିବା ଦେଖିବାକୁ ମିଳିଛି। 

ALSO READ: Petrol Diesel Price Today: ଆଜି ରାଜ୍ୟରେ ପୁଣି ବଢିଲା ତେଲ ରେଟ୍, ଜାଣନ୍ତୁ ଭୁବନେଶ୍ବରରେ କ'ଣ ରହିଛି ଆଜିର ନୂଆ ଦର

ALSO READ: History of Suna Besha : ଜାଣନ୍ତୁ ମହାପ୍ରଭୁଙ୍କ ସୁନାବେଶରେ ଲାଗୁଥିବା ସୁନା କେଉଁଠୁ ଆସିଥିଲା?

ମୁଖ୍ୟ ପ୍ରଶାସକ ଯାହାଙ୍କୁ ରଥ ଉପରୁ ଭିଡି ଭିଡି଼ ତଳକୁ ଆଣିଛନ୍ତି । ସେ ନିଜକୁ ସେବାୟତ ବୋଲି କହିଛନ୍ତି। ସେବାୟତ ବେଶ ହୋଇ ରଥ ଉପରେ ବସିଥିବା ବେଳେ ମୁଖ୍ୟ ପ୍ରଶାସକ ତାଙ୍କୁ ଧରିଛନ୍ତି। ସୋମବାର ଦିନ ରଥ ଉପରେ ଅଣସେବାୟତଙ୍କୁ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଭିଡି ଭିଡି ନେଉଥିବା ବେଳେ ଯିଏ ଯେତେ କହିଲେ ମଧ୍ୟ ସେ କାହାରି କଥା ଶୁଣି ନଥିଲେ। ରଥ ଉପରକୁ କୌଣସି ସେବାୟତ ଯିବେ ନାହିଁ। ବୋଲି ବାରମ୍ବାର ତାଙ୍କର ଚେତାବନୀ ଥିବା ସତ୍ତ୍ବେ ଅଣସେବାୟତ ରଥ ଉପରେ ଚଢିବା ଘଟଣା ତାଙ୍କୁ କ୍ଷୁବ୍ଧ କରିଛି।  ସେହି ଅଣ ସେହାୟତ ଜଣକ କିଏ, ତାହା ସ୍ପଷ୍ଟ ହୋଇନି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେହି ଅଣସେବାୟତଙ୍କୁ ଶ୍ରୀମନ୍ଦିର ପୋଲିସ୍ ର ଜିମା ଦେଇଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଏହି କାର୍ଯ୍ୟ ବେଶ୍ ପ୍ରଂଶସନୀୟ ହୋଇପାରିଛି। ସେପଟେ, ଏହି ଅଣସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ତାଙ୍କ ପରିଚୟ ଜଣାପଡିନି।ଏନଇ ତଦନ୍ତ ଜାରି ରହିଛି।