ରାଜ୍ୟରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2468389

ରାଜ୍ୟରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

Rent of durga pendals: ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାବ ପରେ ଏହି ଘୋଷଣା କରାଯାଇଛି।

ରାଜ୍ୟରେ ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଓଡ଼ିଶା ସାରା ଦୁର୍ଗା ପୂଜା ଲାଗି ଉତ୍ସବ ମୁଖର। ଏହି ସମୟରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେ ଓଡ଼ିଶାର ସମସ୍ତ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରିଛନ୍ତି। ରାଜଧାନୀ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବାବ ପରେ ଏହି ଘୋଷଣା କରାଯାଇଛି।

ଅନ୍ୟପଟେ ରାଜଧାନୀର ପାଟଣା ସାହି ପୂଜାମଣ୍ଡପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ମା' ଙ୍କର ଆଳତି କରିଛନ୍ତି। ସେଠାରେ ମାଆଙ୍କୁ ଦର୍ଶନ କରି ଆଶୀର୍ବାଦ ନେବା ସହ ଲୋକଙ୍କ ସହ ଆଲୋଚନା କରିଛନ୍ତି। ପାଟଣା ସାହି ପୂଜାମଣ୍ଡପରେ ସେଠାକାର ବିଶେଷାଙ୍କ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସମୟରେ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପାଖରୁ ଦେଖିବା ଲାଗି ଲୋକଙ୍କ ଭିତରେ ଆଗ୍ରହ ପରିଲକ୍ଷିତ ହୋଇଥିଲା। ତାଙ୍କ ସହ ଏକାମ୍ର ବିଧାୟକ ବାବୁ ସିଂହ, ରାଜ୍ୟ ବିଜେପିର ପୂର୍ବତନ ସଭାପତି ସମୀର ମହାନ୍ତି, ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର ଓ ରଶ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀରେ ଆହୁର ୮ଟି ପୂଜାମଣ୍ଡପ ବୁଲିବେ ବୋଲି ସୂଚନା ରହିଛି।

ସେହିପରି ପୂଜା ମଣ୍ଡପ ବୁଲିଲେ ନବୀନ । ରାଜ୍ୟବାସୀଙ୍କୁ ଶାରଦୀୟ ଦୁର୍ଗାପୂଜାର ଅଭିନନ୍ଦନ ଜଣାଇଛନ୍ତି। ରାଜଧାନୀର ୩ଟି ମଣ୍ଡପ ବୁଲି ମା' ଙ୍କ ଆଶିଷ ନେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ପ୍ରଥମ ରସୁଲଗଡ଼ ପୂଜା ମଣ୍ଡପରେ ମା’ଙ୍କ ଦର୍ଶନ କରିଥିଲେ। ଏହାପରେ ସହିଦନଗର ପୂଜାମଣ୍ଡପରେ ମା’ଙ୍କ ଆଶୀର୍ବାଦ ନେଇଥିଲେ। ମହାଷ୍ଟମୀରେ ମା’ଙ୍କ ପୂଜାରେ ସାମିଲ ହେଲେ ନବୀନ ପଟ୍ଟନାୟକ। ଶେଷରେ ବଡ଼ଗଡ଼ ଦୁର୍ଗାପୂଜା ମଣ୍ଡପ ଯାଇ ମା’ଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଛନ୍ତି। ସକାଳ ସାଢେ ୧୦ଟାରୁ ପ୍ରାୟ ଘଣ୍ଟାଏ ଯାଏଁ ମଣ୍ଡପ ଯାଇଁ ମାଆଙ୍କୁ ଦର୍ଶନ କରିଛନ୍ତି ନବୀନ।