Advertisement
Article Detail0/zeeodisha/odisha2337645
Zee OdishaOdisha Stateଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଆନ୍ତଃ ରାଜ୍ୟ ବିବାଦ ସମ୍ବନ୍ଧୀୟ ଜଳସେଚନ ପ୍ରକଳ୍ପ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଓଡିଶାର ସ୍ବାର୍ଥ ବିରୋଧୀ ତଥା ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ କରାଯିବ।

 

Mohan charan Majhi
Mohan charan Majhi

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡିଶା ସହିତ ଜଡିତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶା ସହିତ ସଂପୃକ୍ତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ପ୍ରକଳ୍ପ ଗୁଡିକ ସଂପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ ।

ମହାନଦୀ, ବଂଶଧାରା, ପୋଲାଭରମ ଆଦି ଆନ୍ତଃ ରାଜ୍ୟ ପ୍ରକଳ୍ପ ସଂପର୍କରେ ଆଲୋଚନା ହୋଇଥିଲା । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମ ପାଇଁ ଓଡିଶାବାସୀଙ୍କ ସ୍ବାର୍ଥ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଓଡିଶାର ସ୍ବାର୍ଥ ବିରୋଧୀ, ଓଡିଶାବାସୀଙ୍କ ଜୀବନଜୀବିକାକୁ ପ୍ରଭାବିତ କରୁଥିବା ଏବଂ ଓଡିଶାର ପରିବେଶକୁ ବିପଦ ସୃଷ୍ଟି କରୁଥିବା ସବୁ ପ୍ରକଳ୍ପ ଗୁଡିକୁ ସଂପୂର୍ଣ୍ଣ ବିରୋଧ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

Add Zee News as a Preferred Source
About the Author