RI found hanging: ତହସିଲ ଅଫିସରେ ଆରଆଇଙ୍କ ସନ୍ଦେହଜନକ ମୃତ୍ୟୁ
Advertisement

RI found hanging: ତହସିଲ ଅଫିସରେ ଆରଆଇଙ୍କ ସନ୍ଦେହଜନକ ମୃତ୍ୟୁ

RI found hanging: କଟକ ନିଶ୍ଚିତକୋଇଲି ତହସିଲ ଅଫିସର ଉପର ମହଲାରୁ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆରଆଇ ସଞ୍ଜୟ ଦାସ ବୋଲି ଜଣାପଡ଼ିଛି । ତହସିଲଦାର ଅଫିସର ଉପର ମହଲାରୁ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ (RI) ମୃତଦେହ ଉଦ୍ଧାର କରାଯାଇଛି  ।

ସୌ(ସୋସିଆଲ ମିଡିଆ)

RI found hanging: ତହସିଲଦାରଙ୍କ କାର୍ଯ୍ୟାଳୟରୁ ମିଳିଲା ଆରଆଇଙ୍କ ମୃତଦେହ (RI found hanging) । କଟକ ନିଶ୍ଚିତକୋଇଲି ତହସିଲ ଅଫିସର (Nischintakoili Tahasil office) ଉପର ମହଲାରୁ କାର୍ଯ୍ୟରତ ଆରଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ମୃତ ଆରଆଇ ସଞ୍ଜୟ ଦାସ ବୋଲି ଜଣାପଡ଼ିଛି । ତହସିଲଦାର ଅଫିସର ଉପର ମହଲାରୁ ଝୁଲନ୍ତା ଅବସ୍ଥାରେ ଆରଆଇଙ୍କ (RI) ମୃତଦେହ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ,  ମଙ୍ଗଳବାର ଦିନ ଅପରାହ୍ନ ୫ଟାରେ ନିଶ୍ଚିତକୋଇଲି ବଜାରକୁ ଚା ପିଇବାକୁ କହି ସଞ୍ଜୟ ଚାଲିଯାଇଥିଲେ । ହେଲେ ଏହାପରେ ଅଫିସର ଦ୍ବିତୀୟ ମହଲାରେ ଥିବା ଏକ କୋଠରୀରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ବଦଳିକୁ ନେଇ କିଛିଦିନ ହେବ ସେ ମାନସିକ ଚାପରେ ଥିଲେ ବୋଲି ତାଙ୍କ ଝିଅ କହିଛନ୍ତି । ଏହି କାରଣରୁ ସେ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ସେ ପୋଲିସକୁ ବୟାନ ଦେଇଛନ୍ତି। ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିବା ବେଳେ ତଦନ୍ତ ପରେ ହିଁ ଏହାର ପ୍ରକୃତ ସତ୍ୟାସତ୍ୟ ଜଣାପଡିବ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢନ୍ତୁ-Khordha Tourist Places: ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ମଧ୍ୟ ପର୍ଯ୍ୟଟନ ବିଭାଗର ଆଢୁଆଳରେ କୋଶଳାଶୁଣୀ ପୀଠ

ଏହା ବି ପଢନ୍ତୁ- Koraput: ଆଧୁନିକ ଯୁଗରେ ବଞ୍ଚି ରହିଛି ପୁରୁଣା ପରମ୍ପରା; ଡାକ୍ତର ବଦଳରେ ଚାଲିଛି ପୂଜାପାଠ