Rukuna Rath Yatra 2024: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାକୁ ଆଉ ୧୫ ଦିନ ବାକି ରହିଲା । ଏଥର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଆଗୁଆ କରାଯାଇଛି। ତେଣୁ ଶ୍ରୀଜିଉଙ୍କ ଯାତ୍ରାରେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ମହାରଣା କାରିଗରମାନେ ନବ ନିର୍ମିତ ରଥକୁ ୧୩ ତାରିଖରେ ଦରଜୀ ମହାରଣାଙ୍କୁ ହସ୍ତାନ୍ତର କରିବେ।
Trending Photos
Rukuna Rath Yatra 2024: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଯାତ୍ରାକୁ ଆଉ ୧୫ ଦିନ ବାକି ରହିଲା । ଏଥର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଆଗୁଆ କରାଯାଇଛି। ତେଣୁ ଶ୍ରୀଜିଉଙ୍କ ଯାତ୍ରାରେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ଆଶା କରାଯାଉଛି। ଚଳିତ ବର୍ଷ ମହାରଣା କାରିଗରମାନେ ନବ ନିର୍ମିତ ରଥକୁ ୧୩ ତାରିଖରେ ଦରଜୀ ମହାରଣାଙ୍କୁ ହସ୍ତାନ୍ତର କରିବେ। ଫଳରେ ୧୫ ତାରିଖ ନେତ ଉତ୍ସବରେ ରଥ ପ୍ରତିଷ୍ଠା ସଅଳ ସମାପନ ହେବା ସହିତ ୧୬ରେ ରଥଟଣା ନିର୍ଦ୍ଦାରିତ ସମୟ ଅର୍ଥାତ୍ ଅପରାହ୍ନ ସାଢେ ୩ଟାରେ ଆରମ୍ଭ ହେବ ବୋଲି ଶନିବାର ସ୍ବତନ୍ତ୍ର ସର୍କିଟ୍ ହାଉସରେ ନିସ୍ପତି ନିଆଯାଇଛି। ରଥ ଟଣା ବେଳେ ଅଘଟଣ ଏଡାଇବାକୁ ବିଦ୍ୟୁତ ସଂଯୋଗ କାଟିବା ଲାଗି ଟିପିସିଓଡିଏଲକି ପରାମର୍ଶ ଦିଆଯାଇଛି।
ALSO READ: Petrol Diesel Price Today: ରାଜ୍ୟରେ କମିଲା ତେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ରେଟ୍?
ALSO READ: School Holiday 2024: ଚଳିତବର୍ଷ ଏତିକି ଦିନ ଛୁଟି ପାଇବେ ଶିକ୍ଷକ-ଶିକ୍ଷୟିତ୍ରୀ, ଦେଖନ୍ତୁ ପୂରା ତାଲିକା
ରାସ୍ତା ଉପରୁ ସବୁ ପ୍ରକାର ଅବରୋଧ ହଟାଇବା ଲାଗି ଅତିରିକ୍ତ ଜିଲ୍ଲାପାଳ, ବିଏମସି ଓ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ମିଳିତ ଅନୁଧ୍ୟାନ କରି ପଦକ୍ଷେପ ନେବା ଲାଗି କୁହାଯାଇଛି। ବିଏମସିକୁ ଆଲୋକୀକରଣ, ମୁକ୍ତେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅସ୍ଥାୟୀ ଗାଧୁଆ ଘର, ସଫେଇ, ଶିବତୀର୍ଥ ଓ ଗୋପାଳତୀର୍ଥ ମଠ ଠାରେ ଭୋଗ ଲାଗି ନିମନ୍ତେ ପିଣ୍ତି ସ୍ଥାପନ , ରଥ ଏବଂ ରଥ କାଳେସୀଙ୍କ ନିମନ୍ତେ ଫୁଲମାଳ , ରାମଶ୍ବର ମନ୍ଦିରରେ ଛାମୁଣ୍ତିଆ ନିର୍ମାଣ, ଆମ୍ବୁଲାନ୍ସ ସେବା ପ୍ରଦାନ ଆଦି ଦାୟିତ୍ବ ଦିଆଯାଇଛି। ଏହାସହା ପୋଲିସ ପ୍ରଶାସନ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ ସଂଖ୍ୟକ ଫୋର୍ସ ମୃତୟନ କରିବେ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯାତ୍ରା ଦିନ ଦିଅଁଙ୍କ ନୀତି ନିର୍ଘଣ୍ଟ ଓ ଆଧ୍ୟାତ୍ମିକ ଧାରାବିବରଣୀ ପ୍ରସାର କରିବେ । କ୍ରୁଟ ଶ୍ରଦ୍ଧାଳଙ୍କ ଗମନାଗମନ ନିମନ୍ତେ ଅତିରିକ୍ତ ବସ୍ ସେବା ଯୋଗାଇବେ। ଏଥିରେ କେବଳ ହାତଗଣିତ ସ୍ବେଚ୍ଛାସେବୀ ସଂସ୍ଥାମାନଙ୍କୁ ଭାଗ ନେବାକୁ ଅନୁମତି ଦିଆଯିବ ବୋଲି ନିସ୍ପତି ହୋଇଛି।