Live Now

Odisha Daily News Live: ନବୀନ ନିବାସରୁ ହଟିଲା ପୋଲିସ କ୍ୟାମ୍ପ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Odisha Daily News Live: ନବୀନ ନିବାସରୁ ହଟିଲା ପୋଲିସ କ୍ୟାମ୍ପ, ପଢ଼ନ୍ତୁ ଆଜିର ଆଉ କିଛି ବଡ଼ ଖବର
13 June 2024 10:43 PM (IST)

Odisha Daily News Live: ରାମନଗରୀ ଅଯୋଧ୍ୟାକୁ କମିବାରେ ଲାଗିଛି ଭକ୍ତଙ୍କ ସଂଖ୍ୟା ।...

Odisha Daily News Live: ରାମନଗରୀ ଅଯୋଧ୍ୟାକୁ କମିବାରେ ଲାଗିଛି ଭକ୍ତଙ୍କ ସଂଖ୍ୟା । ତେବେ ଏହାର କାରଣ ଅଧିକ ତାପମାତ୍ରା ନା ଅନ୍ୟ କିଛି ସେନେଇ ସ୍ପଷ୍ଟ ହୋଇନାହିଁ । ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପରେ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଥିଲା ଅଯୋଧ୍ୟାକୁ । କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ହ୍ରାସ ପାଇ ୬୦ରୁ ୮୦ ହଜାର ମଧ୍ୟରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

13 June 2024 10:08 PM (IST)

Odisha Daily News Live: ରାଜ୍ୟର ବିଭିନ୍ନ ସ୍କୁଲ୍‍ରୁ  ହଟିବ ଫାଇବ୍‍-ଟି ବୋର୍ଡ।...

Odisha Daily News Live: ରାଜ୍ୟର ବିଭିନ୍ନ ସ୍କୁଲ୍‍ରୁ  ହଟିବ ଫାଇବ୍‍-ଟି ବୋର୍ଡ। ନବୀନ ସରକାରଙ୍କ ସମୟରେ ସ୍କୁଲ୍‍ ରୂପାନ୍ତରଣର ମୁଖ୍ୟ ସୂତ୍ରଧର ଭାବେ ୫-ଟି ଉପକ୍ରମକୁ ପ୍ରଶଂସା କରାଯାଇଥିଲା। ଏହିକ୍ରମରେ ସବୁ ସ୍କୁଲରେ ଫାଇଭ୍‍-ଟି ବୋର୍ଡ ଲଗାଯାଇଛି। ଏହାକୁ ତୁରନ୍ତ ହଟାଇବାକୁ ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଡିଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗର କମିଶନରଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଏହି ଆଦେଶନାମା ଜାରି କରାଯାଇଛି। ଆଜି ବିଜେପି ଶାସନ କ୍ଷମତା ହାତକୁ ନେବା ପରେ ଏହି ନିଷ୍ପତ୍ତି ନିଆଯାଇଛି। 

13 June 2024 09:40 PM (IST)

Odisha Daily News Live: ଆଜିଠାରୁ ଇଟାଲୀରେ ଆରମ୍ଭ ହେଉଛି ଗ୍ରୁପ-୭ ବୈଠକ। ଭାରତ ଓ...

Odisha Daily News Live: ଆଜିଠାରୁ ଇଟାଲୀରେ ଆରମ୍ଭ ହେଉଛି ଗ୍ରୁପ-୭ ବୈଠକ। ଭାରତ ଓ ଇଟାଲୀ ମଧ୍ଯରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି  ଆଲୋଚନା ସମ୍ଭାବନା ରହିଛି। ଅଧିକ ପଢ଼ନ୍ତୁ

13 June 2024 09:18 PM (IST)

Odisha Daily News Live: ସରକାରୀ କ୍ୱାର୍ଟର ଛାଡିଲେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ...

Odisha Daily News Live: ସରକାରୀ କ୍ୱାର୍ଟର ଛାଡିଲେ ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ବାସଭବନରୁ ସମସ୍ତ ଆସବାବପତ୍ର ସ୍ଥାନାନ୍ତରଣ କରିଥିବା ସୂଚନା ମିଳିଛି । ବାସଭବନରେ ଲାଗିଥିବା ସୌନ୍ଦର୍ଯ୍ୟକରଣ ଜିନିଷ ମଧ୍ୟ କଢାଯାଇଛି ।

13 June 2024 08:32 PM (IST)

Odisha Daily News Live: ଆସନ୍ତା ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ...

Odisha Daily News Live: ଆସନ୍ତା ୨୬ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । କିଏ ନୂଆ ବାଚସ୍ପତି ହେବେ ସେନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଲାଗିଥିବା ଚର୍ଚ୍ଚା ହେଉଛି ।

13 June 2024 07:55 PM (IST)

Odisha Daily News Live: ପାଣି ପାଇଁ ରାସ୍ତା ଅବରୋଧ ଦେଖିବାକୁ ମିଳିଛି । ପାଣି ପାଇଁ...

Odisha Daily News Live: ପାଣି ପାଇଁ ରାସ୍ତା ଅବରୋଧ ଦେଖିବାକୁ ମିଳିଛି । ପାଣି ପାଇଁ ରାସ୍ତାକୁ ଓହ୍ଲାଇଛନ୍ତି ମହିଳାମାନେ । କନ୍ଧମାଳ ସୁଡୁରୁକୁମ୍ପା ଉପରସାହିରେ ହାଣ୍ଡି, ବାଲଟି ଧରି ମହିଳାମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।

13 June 2024 07:32 PM (IST)

Odisha Daily News Live: ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ...

Odisha Daily News Live: ଓଡ଼ିଶାର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଖୋଲାଯାଇଛି ଫେକ୍‌ ‘X’ ଆକାଉଣ୍ଟ।ଏନେଇ ସ୍ପଷ୍ଟୀକରଣ ଦେଇଛି ଓଡ଼ିଶା ସୂଚନା ଓ ଲୋକ ସମ୍ପର୍କ ବିଭାଗ। ଅଧିକ ପଢ଼ନ୍ତୁ...

13 June 2024 07:10 PM (IST)

Odisha Daily News Live: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ...

Odisha Daily News Live: ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ମୁଖ୍ୟାଳୟରେ ରାଜ୍ୟର ଗଣପର୍ବ ତଥା ମହିଳା ମାନଙ୍କ ନିମନ୍ତେ ଉତ୍ସଗୀକୃତ ରଜ ମହୋତ୍ସବ ପାଳନ ଉଦ୍ଘାଟିତ ହୋଇଛି । ମହିଳା ଏବଂ ଯୁବତୀମାନଙ୍କ ପାଇଁ ରଜ ଦୋଳି, ଅଳତା ଏବଂ ମେହେନ୍ଦି ସମେତ ରଜ ପର୍ବ ସମୟରେ ଓଡ଼ିଆ ସୁସ୍ବାଦୁ ଖାଦ୍ୟକୁ ପ୍ରୋତ୍ସାହିତ କରି ଏହି ରଜ ମହୋତ୍ସବ ପାଳନ ଆରମ୍ଭ ହୋଇଛି । ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ଅଧିକ ପଢ଼ନ୍ତୁ

13 June 2024 06:30 PM (IST)

ପଳାଶୁଣିରେ ସିରିଜ୍ ଦୁର୍ଘଟଣା, ଟ୍ରକ ଧକ୍କାରେ ୪ କାର ଏବଂ ବାଇକ୍ ଚୁରମାର...

ପଳାଶୁଣିରେ ସିରିଜ୍ ଦୁର୍ଘଟଣା, ଟ୍ରକ ଧକ୍କାରେ ୪ କାର ଏବଂ ବାଇକ୍ ଚୁରମାର

ଭୁବନେଶ୍ୱର: ଆଜି ପଳାଶୁଣି ନିକଟରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଫଳରେ ୪ଟି କାର୍ ଏବଂ ଏକାଧିକ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଗାଡିରେ ବସିଥିବା ଲୋକେ ଆହତ ହୋଇଥିବା ଦେଖିବାକୁ ମିଳିଛି । ଖବର ପାଇ କମିଶନରେଟ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ

13 June 2024 06:05 PM (IST)

Odisha Daily News Live: କମ୍ ମୂଲ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ନୂତନ ଫେୟାର...

Odisha Daily News Live: କମ୍ ମୂଲ୍ୟରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏକ ନୂତନ 'ଫେୟାର ଲକ୍' ସେବା ଆରମ୍ଭ କରିଛି। ଯାହା ଅଧୀନରେ ଆପଣ ନିଜ ପସନ୍ଦର ଟିକେଟ୍ ମାତ୍ର 250 ଡଲାରରେ ବୁକ୍ କରିପାରିବେ। ଅଧିକ ପଢନ୍ତୁ..

13 June 2024 05:35 PM (IST)

Odisha Daily News Live: ପଦ ବଜାୟ ରଖିଲେ ବରିଷ୍ଠ ପ୍ରଶାସକ ପ୍ରମୋଦ କୁମାର ମିଶ୍ର (PK...

Odisha Daily News Live: ପଦ ବଜାୟ ରଖିଲେ ବରିଷ୍ଠ ପ୍ରଶାସକ ପ୍ରମୋଦ କୁମାର ମିଶ୍ର (PK Mishra) । ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ପୂର୍ବପରି ଦାୟିତ୍ୱ ନିର୍ବାହ କରିବେ ।

13 June 2024 05:18 PM (IST)

ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି...

ପ୍ରତିବର୍ଷ ପରି ଏଥର ରଜରେ ଆରମ୍ଭ ହେଲା ଜୀ ସାର୍ଥକର ସାମାଜିକ ସଚେତନତା ଅଭିଯାନ ‘ନାଲି ବିନ୍ଦୁ’

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ଲୋକପ୍ରିୟ ଓଡ଼ିଆ ମନୋରଂଜନ ଚ୍ଯାନେଲ୍, ଜୀ ସାର୍ଥକ ସବୁବେଳେ ଦର୍ଶକଙ୍କ ପସନ୍ଦକୁ ଗୁରୁତ୍ବ ଦେବା ସହିତ ଓଡ଼ିଆ ପର୍ବପର୍ବାଣୀ ଓ ପରମ୍ପରାକୁ ଗୁରୁତ୍ବ ଦେବା ସହ ବିଭିନ୍ନ ପ୍ରୋଗ୍ରାମ ମାଧ୍ୟମରେ ସାମାଜିକ ସଚେତନତା ସୃଷ୍ଟି କରିଥାଏ । ତେବେ ଆଗକୁ ରଜ ଉତ୍ସବ ଉପଲକ୍ଷେ ମଧ୍ୟ ଜାରି ରହିବ ଏହି ବିଶେଷ ଧାରା । ଏହି ଉତ୍ସବକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସିଛି  ଏକ ବିଶେଷ କାର୍ଯ୍ୟକ୍ରମ ଯାହାର ନାଁ ରହିଛି ‘ନାଲି ବିନ୍ଦୁ’। ଅଧିକ ପଢ଼ନ୍ତୁ

13 June 2024 04:59 PM (IST)

Odisha Daily News Live:  ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋରେ...

"Odisha Daily News Live:  ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଗାଁ ସୁଆଣ୍ଡୋରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟର ନୂଆ ମନ୍ତ୍ରୀ ମଣ୍ଡଳର ମନ୍ତ୍ରୀମାନେ ପହଞ୍ଚିଥିଲେ । ଗାଁରେ ସାଧାରଣ ଲୋକଙ୍କ ସହିତ କଥା ହୋଇ ଭଲମନ୍ଦ ପଚାରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସହ ଗାଁରେ ଥିବା ସମସ୍ୟାର ଖୁବଶୀଘ୍ର ସମାଧାନ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ମାତ୍ର ୫ ବର୍ଷରେ ୫୦ ବର୍ଷର ବଳକା କାର୍ଯ୍ୟ ପୂରଣ ହେବ ବୋଲି ପ୍ରତିକ୍ରିୟାରେ କହିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

13 June 2024 04:27 PM (IST)

Odisha Daily News Live: ରାଜ୍ୟ ଅତିଥି ଭବନକୁ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀଙ୍କ...

Odisha Daily News Live: ରାଜ୍ୟ ଅତିଥି ଭବନକୁ ବର୍ତ୍ତମାନ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ କରାଯିବ । ଅତିଥି ଭବନର ପ୍ରଥମ ମହଲାରେ ରହିବ ସିଏମ୍‌ଙ୍କ ଅସ୍ଥାୟୀ କାର୍ଯ୍ୟାଳୟ । ପୁରୀ ଗସ୍ତ ସାରି ଫେରିବା ପରେ ରାଜ୍ୟ ଅତିଥି ଭବନକୁ ଆସିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

 

13 June 2024 04:03 PM (IST)

Odisha Daily News Live: ବଲାଙ୍ଗିରରେ କନଷ୍ଟେବଲ୍‌ଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର...

Odisha Daily News Live: ବଲାଙ୍ଗିରରେ କନଷ୍ଟେବଲ୍‌ଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ଉଦ୍ଧାର ଘଟଣାରେ ୬ ଜଣଙ୍କୁ ରାଜ୍ୟ ବାହାରୁ ଗିରଫ କରିଛି ବଲାଙ୍ଗିର ପୋଲିସ । ୪ ଜଣ ଓଡ଼ିଶାର ଓ ୨ ଅଭିଯୁକ୍ତ ଝାଡ଼ଖଣ୍ଡ ଅଞ୍ଚଳର ସୂଚନା ମିଳିଛି । ହତ୍ୟାର କାରଣ ହୀରା ବ୍ୟବସାୟ ବୋଲି କୁହାଯାଉଛି । ଫେକ୍ ଆଇଡିରେ ରୁମ୍ ବୁକ୍‌ କରାଯାଇଥିଲା । ମେ ୧୬ରେ ବଲାଙ୍ଗିର ଷ୍ଟେସନ ନିକଟରେ ଥିବା ଏକ ହୋଟେଲରୁ କନେଷ୍ଟବଳଙ୍କ ମୃତଦେହ ମିଳିଥିଲା । ହତ୍ୟା ପରେ ହାତ ଗୋଡ଼ ବାନ୍ଧି ଫେରାର ହୋଇଯାଇଥିଲେ ଅଭିଯୁକ୍ତ ।

13 June 2024 03:50 PM (IST)

Odisha Daily News Live: ମୌସୁମୀ ଆଗକୁ ନବଢିବା କାରଣରୁ ରଜରେ ଉପକୂଳ ଓ...

Odisha Daily News Live: ମୌସୁମୀ ଆଗକୁ ନବଢିବା କାରଣରୁ ରଜରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରାଜ୍ୟର ମାଲକାନଗିରି ଏବଂ କୋରାପୁଟରେ ମୌସୁମୀ ବାୟୁ ପ୍ରବେଶ କରିସାରିଥିବା ସମୟରେ ୩ରୁ ୪ ଦିନ ମଧ୍ୟରେ ଅନ୍ୟ ଅଞ୍ଚଳକୁ ଛୁଇଁପାରେ । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ସମୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ୱେଭ୍ ୱାର୍ଣ୍ଣିଂ ଦିଆଯାଇଛି ।

13 June 2024 03:35 PM (IST)

Odisha Daily News Live: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ...

Odisha Daily News Live: ମଧ୍ୟ ଆଫ୍ରିକାରେ ସ୍ଥିତ କଙ୍ଗୋର ରାଜଧାନୀ କିନ୍ସାସା ନିକଟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି । କେନ୍ଦ୍ରୀୟ ଆଫ୍ରିକା ଦେଶ କଙ୍ଗୋ ଗଣରାଜ୍ୟରେ ଡଙ୍ଗା ବୁଡ଼ି ୮୦ରୁ  ଅଧିକ ମୃତ। ମାଇ-ନଡୋମ୍ବେ ପ୍ରଦେଶର ମୁଶି ସହରରୁ ପ୍ରାୟ ୭୦ କିଲୋମିଟର ଦୂର କ୍ବା ନଦୀରେ ଏହି ଅଘଟଣ ଘଟିଛି । ଭାରସାମ୍ୟ ହରାଇ ଯାତ୍ରବାହୀ ବୋଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଯାତ୍ରା କରୁଥିବା ୨୭୦ଜଣଙ୍କ ମଧ୍ୟରୁ ୮୦ଜଣ ପ୍ରାଣ ହରାଇଛନ୍ତି ।

13 June 2024 03:15 PM (IST)

ରାଜ୍ୟର ୬୭ ସ୍ଥାନରେ ସିବିଆଇ ଚଢ଼ଉ: ଗ୍ରାମୀଣ ଡାକ ସେବକ ନିଯୁକ୍ତି ଦୁର୍ନୀତି ଅଭିଯୋଗ...

ରାଜ୍ୟର ୬୭ ସ୍ଥାନରେ ସିବିଆଇ ଚଢ଼ଉ: ଗ୍ରାମୀଣ ଡାକ ସେବକ ନିଯୁକ୍ତି ଦୁର୍ନୀତି ଅଭିଯୋଗ

ଭୁବନେଶ୍ୱର: ଓଡ଼ିଶାରେ ଗ୍ରାମୀଣ ଡାକ ସେବକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି  ଅଭିଯୋଗର ତଦନ୍ତ ପାଇଁ ସିବିଆଇ ଜୋରଦାର ତଦନ୍ତ ଆରମ୍ଭ କରିଛି। ଆଜି ଗୋଟିଏଦିନରେ ରାଜ୍ୟର ୬୭ଟି ସ୍ଥାନରେ ଚଢ଼ଉ ଆରମ୍ଭ କରାଯାଇଛି। ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ, କଳାହାଣ୍ଡି, ନୂଆପଡ଼ା, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ପ୍ରଭୃତି ୯ଟି ଜିଲ୍ଲାରେ ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ସମୁଦାୟ ୨୦୪ ଜଣ କର୍ମଚାରୀ ନିୟୋଜିତ ରହିଛନ୍ତି, ଯେଉଁଥିରୁ ୧୨୨ଜଣ ହେଉଛନ୍ତି ସିବିଆଇ ଅଧିକାରୀ। ଅଧିକ ପଢ଼ନ୍ତୁ

13 June 2024 03:02 PM (IST)

Odisha News Live Updates: ନବୀନ ନିବାସରୁ ଉଠିଲା ପୁଲିସ କ୍ୟାମ୍ପ...

Odisha News Live Updates: ନବୀନ ନିବାସରୁ ଉଠିଲା ପୁଲିସ କ୍ୟାମ୍ପ
କ୍ଷମତା ଗଲା ପରେ ନବୀନ ପଟ୍ଟନାୟକଙ୍କ ଘରେ ଯୋଗାଇ ଦିଆଯାଉଥିବା କଡ଼ା ସୁରକ୍ଷା ବ୍ୟବସ୍ଥାକୁ ହାଲୁକା କରାଯାଇଛି। ଏଠାରେ ଥିବା ସୁରକ୍ଷା କର୍ମୀଙ୍କ ଅସ୍ଥାୟୀ କ୍ୟାମ୍ପକୁ ମଧ୍ୟ ହଟାଇ ଦିଆଯାଇଛି। ଗତକାଲି କ୍ଷମତା ଗ୍ରହଣ କରିବାର ଗୋଟିଏ ଦିନ ପରେ ନବୀନ ନିବାସ ନିକଟରେ ଥିବା ପୁଲିସ କ୍ୟାମ୍ପ ହଟାଇ ଦିଆଯାଇଥିବା ଦେଖିବାକୁ ମିଳିଛି। ଏବେ ଜଣେ ଦୁଇଜଣ ସୁରକ୍ଷା କର୍ମୀ ସେଠାରେ ମୁତ୍ତୟନ ରହିଛନ୍ତି। ପ୍ରୋଟୋକଲ ଅନୁସାରେ ଏଠାରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ନୂତନ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। 

13 June 2024 01:31 PM (IST)

Odisha News Live Updates: ବିଜେଡି କର୍ମୀଙ୍କ ଆକ୍ରମଣରେ ୫ ବିଜେପି କର୍ମୀ ଗୁରୁତର...

Odisha News Live Updates: ବିଜେଡି କର୍ମୀଙ୍କ ଆକ୍ରମଣରେ ୫ ବିଜେପି କର୍ମୀ ଗୁରୁତର
ବିଜେଡି କର୍ମୀଙ୍କ ଆକ୍ରମଣରେ ୫ଜଣ ବିଜେପି କର୍ମୀ ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ଧନୁଜୟପୁର ଗାଁରେ। ଆହତ ମାନଙ୍କୁ ଆଗରପଡା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ବିଜେପି କର୍ମୀମାନେ ହେଲେ ବିଶ୍ୱଜିତ ରାଉତ, ନାରାୟଣ ସାମଲ, ଅଶୋକ ଜେନା, ଗାଙ୍ଗୁଲି ବିରୁଆ ଓ ଦୁର୍ଯ୍ୟୋଧନ ସାମଲ। ବିଶ୍ୱଜିତଙ୍କ ହାତ, ମୁଣ୍ଡ, ପିଠିରେ ଗଭୀର କ୍ଷତ ହୋଇଥିବା ବେଳେ ଗାଙ୍ଗୁଲିଙ୍କ ମୁଣ୍ଡ ଓ ପିଠି, ଅଶୋକଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। ସେହିପରି ଦୁର୍ଯ୍ୟୋଧନଙ୍କ ଶରୀରରେ ଧନୁତୀର ପଶିଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

13 June 2024 01:30 PM (IST)

Odisha News Live Updates: କେଉଁ ମନ୍ତ୍ରୀଙ୍କୁ ମିଳିବ କି ଦାୟିତ୍ୱ; ଆଜି ହୋଇପାରେ...

Odisha News Live Updates: କେଉଁ ମନ୍ତ୍ରୀଙ୍କୁ ମିଳିବ କି ଦାୟିତ୍ୱ; ଆଜି ହୋଇପାରେ ବିଭାଗ ବଣ୍ଟନ
ଓଡ଼ିଶାରେ ଆରମ୍ଭ ହୋଇଛି ବିଜେପି ଶାସନ। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ। ମୋହନଙ୍କ ସହ ୨ ଜଣ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡ଼ା, ୮ ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ) ଶପଥ ନେଇଛନ୍ତି। ମନ୍ତ୍ରିମଣ୍ଡଳ ଗଠନ ସରିବା ପରେ କାହାକୁ ମିଳିବ କେଉଁ ବିଭାଗ ତା’ ଉପରେ ସମସ୍ତଙ୍କ ନଜର ରହିଛି। ମୋହନ ସରକାରରେ କେଉଁ ମନ୍ତ୍ରୀଙ୍କୁ ମିଳିବ କେଉଁ ବିଭାଗ, ଗତକାଲି ଶପଥ ନେବା ପରଠୁ ବଢ଼ି ଚାଲିଛି କଳ୍ପନାଜଳ୍ପନା। ଆଶା କରାଯାଉଛି ଆଜି ହୋଇପାରେ ବିଭାଗ ବଣ୍ଟନ। 

13 June 2024 01:30 PM (IST)

Odisha News Live updates: ଗ୍ରେସ୍‌ ମାର୍କ ରଦ୍ଦ, ପୁଣି ହେବ NEET ପରୀକ୍ଷା...

Odisha News Live updates: ଗ୍ରେସ୍‌ ମାର୍କ ରଦ୍ଦ, ପୁଣି ହେବ NEET ପରୀକ୍ଷା
ପୁଣି ଥରେ ହେବ NEET UG ପରୀକ୍ଷା। ରଦ୍ଦ ହେବ ଛାତ୍ରଛାତ୍ରୀଙ୍କ ଗ୍ରେସ୍‌ ମାର୍କ। ଗ୍ରେସ୍‌ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ପଡିବ। ଏଥିପାଇଁ NTA ବିକଳ୍ପ ଦେଇଛି। ବର୍ତ୍ତମାନ ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ। ତାଙ୍କର ସ୍କୋର କାର୍ଡ ବାତିଲ କରାଯାଇଛି। ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ।

13 June 2024 11:22 AM (IST)

Odisha News LIve Upates: NEET ପରୀକ୍ଷା ନେଇ ସୁପ୍ରିମ୍‍ କୋର୍ଟଙ୍କ ରାୟ ...

Odisha News LIve Upates: NEET ପରୀକ୍ଷା ନେଇ ସୁପ୍ରିମ୍‍ କୋର୍ଟଙ୍କ ରାୟ 
NEET ପରୀକ୍ଷା ନେଇ ସୁପ୍ରିମ୍‍ କୋର୍ଟଙ୍କ ରାୟ ଆସିଛି। ଯେଉଁଥିରେ, ୧୫୬୩ ଛାତ୍ରଙ୍କ ସ୍କୋର କାର୍ଡ ରଦ୍ଦ କରିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଛାତ୍ରଙ୍କୁ ଗ୍ରେସ ମାର୍କ ଦିଆଯାଇଥିଲା। ଏହି ପରୀକ୍ଷାର୍ଥୀମାନେ ପୁଣିଥରେ ୨୩ ତାରିଖ ଦିନ ପରୀକ୍ଷା ଦେବେ। ୩୦ ସୁଦ୍ଧା ସେମାନଙ୍କ ଫଳାଫଳ ପ୍ରକାଶ ପାଇବ। ୮ ଜୁଲାଇରେ ପୁଣିଥରେ ଶୁଣାଣି ହେବ।

13 June 2024 09:05 AM (IST)

Odisha News Live Updates: ଡୋଡା ଆକ୍ରମଣ: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି...

Odisha News Live Updates: ଡୋଡା ଆକ୍ରମଣ: ୪ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି
ଗୋଟିଏ ପଟେ ନୂଆ ସରକାର ଗଠନ ହୋଇଥିବା ଆଉ ଗୋଟିଏ ପଟେ ଆତଙ୍କୀଙ୍କ ଉତ୍ପାତ ବଢ଼ି ଚାଲିଛି। ଜମ୍ମୁ-କଶ୍ମୀରରେ ତିନି ଦିନରେ ତିନି ଥର ଆତଙ୍କବାଦୀ ଆକ୍ରମଣ ଘଟଣା ଏବେ ଚିନ୍ତାର ବିଷୟ ପାଲଟିଛି। ରିୟାସି, କଠୁଆ ଓ ଡୋଡାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏବେ ପୁଲିସ ଘାଟିରେ ରେଡ୍‌ ଆଲର୍ଟ ଜାରି କରିଛି। ଏଥିସହ ୪ ଜଣ ଆତଙ୍କବାଦୀଙ୍କ ସ୍କେଚ୍‌ ଜାରି ହୋଇଛି।

13 June 2024 08:34 AM (IST)

Odisha News Live Updates: ଘରୁ ଟଙ୍କା, ସୁନାଗହଣା ଲୁଟ୍‌...

Odisha News Live Updates: ଘରୁ ଟଙ୍କା, ସୁନାଗହଣା ଲୁଟ୍‌
କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବେଲସୁନ୍ଦରୀ ଗ୍ରାମର ସ୍ୱର୍ଗତ ଶିଶିର ମଲ୍ଲିକଙ୍କ ଘରୁ ଗତକାଲି ରାତିରେ ଦୁର୍ବୃତ୍ତମାନେ କବାଟ ତାଡ଼ି ଟଙ୍କା ଓ ସୁନାଗହଣା ଲୁଟ୍‌ କରିଛନ୍ତି। ପୁଲିସ ସୂଚନା ଅନୁସାରେ, ବେଲସୁନ୍ଦରୀ ଗ୍ରାମର ସ୍ୱର୍ଗତ ମଲ୍ଲିକଙ୍କ ପତ୍ନୀ ଓ ପୁଅ ପ୍ରବଳ ଗରମ ଯୋଗୁଁ ବାହାର ଘରେ ଶୋଇଥିଲେ।

13 June 2024 08:32 AM (IST)

Odisha News Live Updates: ପୁରୀରେ ମୋହନ ସରକାର, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର...

Odisha News Live Updates: ପୁରୀରେ ମୋହନ ସରକାର, ଖୋଲିଲା ଶ୍ରୀମନ୍ଦିରର ୪ ଦ୍ୱାର
ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଛନ୍ତି ମନ୍ତ୍ରିମଣ୍ଡଳ। ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ତଥା ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତିରେ ଆଜି ଚାରିଦ୍ୱାର ଖୋଲାଯାଇଛି। 

13 June 2024 08:28 AM (IST)

Odisha News Live Updates: କଥା ରଖିଲା ବିଜେପି, ଖୁବ୍ ଶିଘ୍ର ମହିଳାଙ୍କୁ ମିଳିବ ୫୦...

Odisha News Live Updates: କଥା ରଖିଲା ବିଜେପି, ଖୁବ୍ ଶିଘ୍ର ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର୍
ଓଡିଶାରେ ପ୍ରଥମ କରି ଶପଥ ଗ୍ରହଣ କଲା ବିଜେପି ସରକାର। ଦୀର୍ଘ ୨୫ବର୍ଷର ବିଜେଡି ସରକାରକୁ  ନିର୍ବାଚନରେ ଧରାଶାୟୀ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ(Mohan Majhi)ଙ୍କ ନେତୃତ୍ୱରେ  ବିଧିବଦ୍ଧ ଭାବେ ସରକାର ଗଠନ ହୋଇଛି। ତେବେ ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବା ପରେ  ବସିଥିଲା କ୍ଯାବିନେଟ। ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଲୋକସେବା ଭବନରେ ପ୍ରଥମ ମନ୍ତ୍ରୀ ପରିଷଦ ଓ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରି ୪ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଗ୍ରହଣ କରିଛନ୍ତି।

13 June 2024 08:27 AM (IST)

Odisha News Live Updates: ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ, କିଛି ଅଘୋଷିତ ବୁଝାମଣାକୁ...

Odisha News Live Updates: ନବୀନଙ୍କୁ କାହିଁକି ଏତେ ଗୁରୁତ୍ୱ, କିଛି ଅଘୋଷିତ ବୁଝାମଣାକୁ ନେଇ ଚର୍ଚ୍ଚା
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହରାଇଥିଲେ ମଧ୍ୟ ଗୁରୁତ୍ୱ ଦେଇଛି ବିଜେପି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ସମାବେଶରେ ତାଙ୍କୁ ମଞ୍ଚ ଉପରେ ସସମ୍ମାନ ଆସନ ଦିଆଯାଇ ସ୍ୱାଗତ କରାଯାଇଛି। ପୂର୍ବରୁ କେବେ କୌଣସି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଜଣେ ପରାଜିତ ମୁଖ୍ୟମନ୍ତ୍ରୀଙ୍କୁ ସଭା ମଣ୍ଡନ କରିଥିବା ଆଗରୁ ଦେଖାଯାଇ ନଥିଲା।  ଖାଲି ସେତିକି ନୁହେଁ ମଞ୍ଚ ଉପରେ ତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ, ଦଳର ଜାତୀୟ ସଭାପତି ବେଶ୍‍ ସମୟ ଗୁପଚୁପ୍‍ କଥା ହୋଇଥିବା ଦେଖିବାକୁ ମିଳିଛି। ଶପଥ ଗ୍ରହଣ କରିଥିବା ମନ୍ତ୍ରୀମାନେ ବି ନବୀନଙ୍କୁ ମୁଣ୍ଡିଆ ମାରି ଆଶୀର୍ବାଦ ନେଇଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

13 June 2024 08:24 AM (IST)

Odisha News Live Updates: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଳାଇଲେ; ଜୟନାରାୟଣ ଓ...

Odisha News Live Updates: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ କୋଳାଇଲେ; ଜୟନାରାୟଣ ଓ ଲକ୍ଷ୍ମଣଙ୍କୁ ଭୁଲିଗଲେ
ପ୍ରଥମ ଦିନରେ ବିଜେପି ସରକାରରେ ଦେଖିବାକୁ ମିଳିଛି ସାଂଗଠନିକ ଅନିୟମିତତା, ନେତାଙ୍କ କ୍ଷୋଭ ଓ ରୋଷ। ବିରୋଧୀ ଦଳର ମୂଖିଆ ତଥା ଯାହାଙ୍କ ନୀତି ବିରୁଦ୍ଧରେ ନିର୍ବାଚନ ଲଢ଼ି ଦଳ ଜନସମର୍ଥନ ହାସଲ କରିଲା ତାଙ୍କୁ ସ୍ୱାଗତ କରିବାକୁ ନେତାଏଁ ଏତେ ମସଗୁଲ ରହିଲେ ଯେ, ନିଜ ଦଳର ପୁରୁଖା, ଟାଣୁଆ ତଥା ଲୋକପ୍ରିୟ ନେତାଙ୍କୁ ଭୁଲିଗଲେ ବୋଲି ଅଭିଯୋଗ ହେଉଛି। ଏଥିଲାଗି ଜଣେ ବିଧାୟକ ଅଧାରୁ ଉଠି ସଭା ଛାଡ଼ିଥିବା ବେଳେ ଆଉ ଜଣେ ସଭାକୁ ନ ଆସି ନଥିବା ଦେଖିବାକୁ ମିଳିଛି। ପଢନ୍ତୁ ପୂରା ରିପୋର୍ଟ...

13 June 2024 08:22 AM (IST)

Odisha News Live Updates: ଆଜି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା...

Odisha News Live Updates: ଆଜି ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା
ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ମାଲକାନାଗିରି,ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ନୂଆପଡ଼ା,ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦୋବଗଡ଼, ସୋନପୁରରେ ପ୍ରବଳ ବର୍ଷା ହେବା ନେଇ ଆଲର୍ଟ ଜାରି କରିଛି ବିଭାଗ।ସେପଟେ ନୟାଗଡ଼ ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କଟକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ,କେନ୍ଦୁଝର, କେନ୍ଦ୍ରାପଡ଼ା ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

13 June 2024 08:12 AM (IST)

Today Horoscope: ମିଥୁନ, କନ୍ୟା ରାଶିର ବ୍ୟକ୍ତିଙ୍କୁ ମିଳିବ ଅପାର ସଫଳତା; ଜାଣିନିଅନ୍ତୁ...

Today Horoscope: ମିଥୁନ, କନ୍ୟା ରାଶିର ବ୍ୟକ୍ତିଙ୍କୁ ମିଳିବ ଅପାର ସଫଳତା; ଜାଣିନିଅନ୍ତୁ କଣ କହୁଛି ଆପଣଙ୍କ ଆଜିର ରାଶିଫଳ
Horoscope Today 13 June 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ଜୁନ୍ ୧୩ ହେଉଛି ବୁଧବାର। ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ପଢନ୍ତୁ ପୂରା ରାଶିଫଳ...

13 June 2024 08:11 AM (IST)

Odisha News Live updates: ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ୱାର...

Odisha News Live updates: ଖୋଲିଲା ଶ୍ରୀମନ୍ଦିରର ଚାରି ଦ୍ୱାର

ରାଜ୍ୟରେ ଶାସନ କରିବାକୁ ଶପଥ ନେଇଥିବା ମୋହନ ମାଝିଙ୍କ ସରକାରକୁ ପ୍ରଥମ ଦିନରେ ପୁରୀରେ ଦେଖିବାକୁ ମିଳିଛି। ଆଜି ସକାଳେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରାଇଛନ୍ତି ମନ୍ତ୍ରିମଣ୍ଡଳ। ମୁଖ୍ୟ ଶାସନ ସଚିବଙ୍କ ସମେତ ଉନ୍ନୟନ କମିଶନର ତଥା ବରିଷ୍ଠ ପୋଲିସ ଅଧିକାରୀ ମାନେ ଉପସ୍ଥିତିରେ ଆଜି ଚାରିଦ୍ୱାର ଖୋଲାଯାଇଛି। ପ୍ରଥମ ନିଷ୍ପତ୍ତି ସ୍ୱରୂପ  ଶ୍ରୀମନ୍ଦିରର ୪ ଦ୍ୱାର ଖୋଲିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିଲେ। ଖାଲି ସେତିକି ନୁହେଁ ଗତକାଲି ରାତିରେ କ୍ୟାବିନେଟ ଶ୍ରୀମନ୍ଦିର ଲାଗି ୪୦୦ କୋଟି ଟଙ୍କାର କର୍ପସ୍‍ ପାଣ୍ଠି ଗଠନ କରିବାକୁ ଘୋଷଣା କରିଥିଲେ। ଏହାପରେ ଗତକାଲି ରାତିରୁ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ସଦସ୍ୟମାନେ ପୁରୀ ଆସି ରହଣୀ କରିଛନ୍ତି। 

13 June 2024 08:11 AM (IST)

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ...

Odisha Daily News Live: ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍ ପାଇଁ ଜୀ ଓଡ଼ିଶା ନ୍ୟୁଜର ହ୍ୱାଟସଆପ ଚ୍ୟାନେଲ ସବସ୍କ୍ରାଇବ କରନ୍ତୁ।

Add Zee News as a Preferred Source

About the Author