Second sawan somwar 2023: ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥଙ୍କ ପୀଠରେ (Puri Lokanath temple) ଜଳଲାଗି ଲାଗି ହଜାର ହଜାର କାଉଡ଼ିଆଙ୍କ (kaudia devotees) ଭିଡ଼ ଦେଖିବାକୁ ମିଳିଛି । ଅନ୍ୟପଟେ ଭଦ୍ରକ ଆରଡ଼ି ପୀଠ, ମୁକ୍ତେଶ୍ବର, ବ୍ରହ୍ମେଶ୍ବର, ଭାସ୍କେରେଶ୍ବର ଓ ମେଘେଶ୍ବର ଭଳି ଅନେକ ଶୈବ ପୀଠରେ ଜଳଲାଗି ନେଇ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ଜମିଛି ।
Trending Photos
Sawan 2023: ଆଜି ହେଇଛି ଦ୍ବିତୀୟ ଶ୍ରାବଣ ସୋମବାର (Second sawan somwar 2023) ସାଙ୍ଗକୁ ସଂକ୍ରାନ୍ତି ଓ ଚିତାଲାଗି ଅବାବାସ୍ୟା । ଏହାପରେ ମଳ ମାସ ଆରମ୍ଭ ହେବାକୁ ଥିବାରୁ ମହାଦେବଙ୍କ ଉପରେ ଜଳାଭିଷେକ ହୋଇପାରିବ ନାହିଁ । ତେବେ ଏନେଇ ଆଜି ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡ଼ିଆଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏମିତିକି ବିଳମ୍ବିତ ରାତିରୁ ଜଳଲାଗି କରିଛନ୍ତି ବହୁ କାଉଡ଼ିଆ । ସେପଟେ କାଉଡ଼ିଆଙ୍କ ଲାଗି ସମସ୍ତ ଶୈବ ପୀଠରେ ସୂତନ୍ତ୍ର ବ୍ୟବସ୍ଥା କରାଯାଇଛି । ଦ୍ବିତୀୟ ସୋମବାର ପାଇଁ ଲିଙ୍ଗରାଜ ମନ୍ଦିରରେ (Lingaraj Temple) ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିବା ବେଳେ ଚଳଚଞ୍ଚଳ ହୋଇ ଉଠିଛି ଆଠଗଡ଼ର ପ୍ରସିଦ୍ଧ ବାବା ଧବଳେଶ୍ବର ଶୈବପୀଠ । ଧବଳେଶ୍ବରଙ୍କ ଉପରେ (Dhabaleswar temple) ଜଳଲାଗି ନେଇ ମନ୍ଦିରରେ ଭକ୍ତ ଓ କାଉଡ଼ିଆଙ୍କ ଭିଡ଼ ଲାଗି ରହିଛି । ସେହପରି ପୁରୀର ପ୍ରସିଦ୍ଧ ଶ୍ରୀ ଲୋକନାଥଙ୍କ ପୀଠରେ (Puri Lokanath temple) ଜଳଲାଗି ଲାଗି ହଜାର ହଜାର କାଉଡ଼ିଆଙ୍କ (kaudia devotees) ଭିଡ଼ ଦେଖିବାକୁ ମିଳିଛି । ଅନ୍ୟପଟେ ଭଦ୍ରକ ଆରଡ଼ି ପୀଠ, ମୁକ୍ତେଶ୍ବର, ବ୍ରହ୍ମେଶ୍ବର, ଭାସ୍କେରେଶ୍ବର ଓ ମେଘେଶ୍ବର ଭଳି ଅନେକ ଶୈବ ପୀଠରେ ଜଳଲାଗି ନେଇ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ଜମିଛି ।
ସୂଚନା ଥାଉ କି, ଶ୍ରାବଣ ମାସର ଦ୍ବିତୀୟ ସୋମବାର ଲାଗି ବାଲିପାଟଣା ତ୍ରିବେଣୀ ଘାଟରେ (Triveni Ghat) ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ପ୍ରାୟ ୪ ହଜାର କାଉଡ଼ିଆ ତ୍ରିବେଣୀ ଘାଟରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରକୁ ଯାତ୍ରା କରିଛନ୍ତି । ଜଳ ଉଠାଇବା ବେଳେ ବୋଲବମ୍ ଧ୍ବନିରେ ପ୍ରକମ୍ପିତ ହୋଇଉଠିଥିଲା ପୂରା ପରିବେଶ । ତେବେ ଅନେକ କାଉଡ଼ିଆଙ୍କ ମଧ୍ଯରେ ପମ୍ପାଲୋ ପଞ୍ଚାୟତ ସରାଟ ଗ୍ରାମରେ ଦିଲ୍ଲୀପ ବସ୍ତିଆଙ୍କ ୫ ବର୍ଷର ପୁଅ ରୁଦ୍ର ତିବେଣୀ ଘାଟରୁ ପାଣି ଉଠାଇ ପ୍ରାୟ ୧୨ କିମି ଦୂର ଚାଲି ସରାଟ ନୀଳକଣ୍ଠେଶ୍ବର ମନ୍ଦିରରେ ପହଁଞ୍ଚିଥିଲେ । ଗଙ୍ଗା ନଦୀଠାରୁ ପ୍ରାଚୀ ନଦୀ ଶହେ ବର୍ଷ ବଡ଼ ବୋଲି ପୂରାଣରେ ବର୍ଣ୍ଣିତ ରହିଛି । ଏହି ଘାଟ ନିକଟରେ ତ୍ରିବେଣେଶ୍ବର ମହାଦେବଙ୍କ ମନ୍ଦିର ରହିଛି । ପ୍ରାଚୀ ନଦୀ କୂଳରେ ଦ୍ବାଦଶ ଶମ୍ବୁ, ଦ୍ବାଦଶ ଶକ୍ତି ଓ ଦ୍ବାଦଶ ମାଧବ ପୂଜା ପାଆନ୍ତି । ଅନ୍ତର୍ବେଦୀ ପୀଠରେ ଭଗବାନ ଶ୍ରୀକୃଷ୍ଣ ଆନ୍ତର୍ଧାନ ହୋଇଥିବା ନେଇ ଅନେକ ସାଧୁ ସନ୍ଥମାନେ ମତ ଦେଇଛନ୍ତି । ଏହି ପୀଠରେ ପ୍ରଭୁ ଅନ୍ତର୍ଯ୍ୟାମୀ ନାଥ ପୂଜା ପାଆନ୍ତି। ଏଠାରେ ଗୁପ୍ତ ଗଙ୍ଗାଙ୍କ ଆବିର୍ଭାବ ହୋଇଥିବା କିମ୍ବଦନ୍ତୀରୁ ଜଣାପଡ଼ିଛି।
Also Read-Sawan 2023: ପୁଣି ଅଘଟଣ, ଦେବୀ ନଦୀରେ ପାଣି ଉଠାଇବା ସମୟରେ ଭାସିଗଲେ ୨ କାଉଡ଼ିଆ
ପ୍ରକାଶ ଥାଉ କି, ଆଜି ଶ୍ରାବଣ କୃଷ୍ଣ ଅମାବାସ୍ୟା ତିଥି ଅବସରରେ ଶ୍ରୀମନ୍ଦିରରେ (Jagannath Temple) ଅନୁଷ୍ଠିତ ହେବ ଚିତାଲାଗି ନୀତି (Chitalagi Niti)। ଦ୍ୱିପହର ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ (Shree Jagannatha Temple Office) ସୂଚନା ଦିଆଯାଇଛି। ପ୍ରଥମ ଭୋଗ ମଣ୍ଡପ ସରିବା ପରେ ଅପହରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ଯାଏଁ ଶ୍ରୀବିଗ୍ରହଙ୍କ ଦର୍ଶନ ବନ୍ଦ ରହିବ । ଫଳରେ ଦୀର୍ଘ ୪ ଘଣ୍ଟା ଧରି ଜଗା ଦର୍ଶନ ବନ୍ଦ ରହିବ। ଚିତାଲାଗି ଅମାବାସ୍ୟା(Chitalagi Niti) ଅବସରରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି କରାଯିବ। ମହାପ୍ରଭୁଙ୍କୁ (lord Jagannath) ଲାଗି ହେବ ହୀରା ଖଚିତ ଚିତା । ପତି ମହାପାତ୍ର ସେବାୟତ ସଂସ୍କାର କରିବା ପରେ ତିନି ବାଡର ବାଡ଼ଗ୍ରାହୀ ଓ ଅନ୍ୟାନ୍ୟ ଦଇତାପତି ସେବାୟତ ମହାପ୍ରଭୁଙ୍କୁ ଏହି ଚିତା ଲାଗି କରିବେ । ମହାପ୍ରଭୁ ଜଗନ୍ନାଥଙ୍କୁ ସୁଭ୍ର ହୀରା ଖଚିତ ରତ୍ନଚିତା, ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ପାନା ହୀରା ଖଚିତ ରତ୍ନ ଚିତା ଲାଗି କରାଯିବ। ଚିତାଲାଗି ପରେ ମହାପ୍ରଭୁଙ୍କର ମହାସ୍ନାନ କରାଯିବ । ସ୍ନାନପୂର୍ଣ୍ଣମୀରେ ସ୍ନାନ ପରେ ମହାପ୍ରଭୁ ଅଣସର ଘରେ ଥିଲେ। ସେହି ସମୟରେ ଶ୍ରୀଜିଉଙ୍କ ଶ୍ରୀଅଙ୍ଗରୁ ଚିତା ଗୁଡିକୁ କାଢ଼ି ନିଆଯାଇଥିଲା । ରଥଯାତ୍ରା ସମୟରେ ମହାପ୍ରଭୁଙ୍କୁ ସୋଲ ଚିତା ଲାଗି କରାଯାଇଥିଲା । ଆଜି ସେହି ସୋଲ ଚିତାକୁ କଢ଼ାଯାଇ ହୀରା ଖଚିତ ଚିତା ଲାଗି କରାଯିବ । ଶ୍ରୀମନ୍ଦିରରେ ପ୍ରଥମ ଭୋଗମଣ୍ଡପ ନୀତି ସରିବା ପରେ ଏହି ବିଶେଷ ନୀତି ଅନୁଷ୍ଠିତ ହେବ । ଶ୍ରୀମନ୍ଦିରରେ ଚିତାଲାଗି ଅମାବାସ୍ୟା ୧୩00 ଶତାବ୍ଦୀରୁ ପାଳିତ ହୋଇଆସୁଛି ବୋଲି ଜଣାଯାଏ ।