Advertisement
Article Detail0/zeeodisha/odisha2309713
Zee OdishaOdisha Stateଦ୍ଵିତୀୟ ସମନ୍ୱୟ ବୈଠକ ଶେଷ, ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା

ଦ୍ଵିତୀୟ ସମନ୍ୱୟ ବୈଠକ ଶେଷ, ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା

ଆଜି ରଥଯାତ୍ରା ଦ୍ଵିତୀୟ ସମନ୍ୱୟ ବୈଠକରେ ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ଅନେକ ଗୁଡିଏ ବଡ଼ ନିଷ୍ପତି ନିଆଯାଇଛି ।

ଦ୍ଵିତୀୟ ସମନ୍ୱୟ ବୈଠକ ଶେଷ, ରଥଯାତ୍ରା ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ: ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ସୂଚାରୁ ରୁପେ କରାଯିବ । ଆଜି ଦ୍ଵିତୀୟ ସମନ୍ୱୟ କମିଟି ବୈଠକରେ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ନଜରରେ ରଖି ରଥଯାତ୍ରା ଓ ଏହାର ପରଦିନ ଦର୍ଶନ, ସୁରକ୍ଷା, ସ୍ୱାସ୍ଥ୍ୟ ପରିମଳ, ଗମନାଗମନ ବ୍ୟବସ୍ଥାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଂଶୁଘାତର ମୁକାବିଲା ନେଇ ୧୦୦ଶଯ୍ୟା ବିଶିଷ୍ଟ ଅସ୍ଥାୟୀ ବ୍ୟବସ୍ଥା ସହ ଜଳାପୋଡା ବିଭାଗ ଚାଲୁ ହେବା ନେଇ ନିଷ୍ପତି ହୋଇଛି। ଯାତ୍ରା ସମାଗମକୁ ନଜରରେ ରଖି ୧୫୦ ଯୋଡ଼ା ଟ୍ରେନ ଓ ଅଧିକ ସଂଖ୍ୟକ ବସ ସମେତ ୧୮ରୁ ଅଧିକ ନୂଆ ପାର୍କିଂ ସ୍ଥଳୀ କରିବା ନେଇ ନିଷ୍ପତି କରାଯାଇଛି।

ଆଜି ରଥଯାତ୍ରା ଦ୍ଵିତୀୟ ସମନ୍ୱୟ ବୈଠକରେ ଚଳିତ ବର୍ଷର ରଥଯାତ୍ରାକୁ ଶୃଙ୍ଖଳିତ କରିବା ନେଇ ଅନେକ ଗୁଡିଏ ବଡ଼ ନିଷ୍ପତି ନିଆଯାଇଛି । ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବା ହେତୁ ଏଥର ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବ। ରଥଟଣା ନୀତି ବିଳମ୍ବିତ ହେବା ଆଶଙ୍କା ରହିଥିବାରୁ ଉଭୟ ୭ତାରିଖ ଓ ୮ତାରିଖ ଦିନ ସମସ୍ତ ପ୍ରଶାସନିକ ବ୍ୟବସ୍ଥା ବଳବତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଆଲୋକୀକରଣ, ପାନୀୟ ଜଳ ଯୋଗାଣ ,ବିଦ୍ୟୁତ୍ ଯୋଗାଣ ଓ ପରିବହନ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ନେଇ ବୈଠକରେ ଆଲୋଚନା ହୋଇଥିଲା।

ସେହିପରି ରଥଟଣା ଦୁଇଦିନ ଧରି ହେବାକୁ ଥିବାରୁ ସୁରକ୍ଷା ବ୍ୟବସ୍ଥା , ଗହଳି ନିୟନ୍ତ୍ରଣ ଓ ଟ୍ରାଫିକ ପରିଚାଳନା ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ପୋଲିସ ଫୋର୍ସ ମୃତୟନ ସହ ଟ୍ରାଫିକ ଓ ୧୮ଗୋଟି ସ୍ଥାନରେ ଗାଡି ପାର୍କିଙ୍ଗ ନେଇ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ନେଇ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସିସିଟିଭି ସ୍ଥାପନ ସହ ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମ କରାଯାଇଛି। ଶ୍ରୀମନ୍ଦିର ଭିତର ଓ ବାହାର ବେଢାରେ ବିସ୍ତୃତ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି। ସେହିପରି ବେଳାଭୂମିରେ ବ୍ୟାପକ ଲାଇଫଗାର୍ଡ ମୃତୟନ ସହ କୋଷ୍ଟଗାର୍ଡ ନିୟୋଜିତ କରାଯିବ। ଏଥିସହ ସିସି ଟିଭିରେ ଏଆଇ ସଫ୍ଟୱେର୍ ବ୍ୟବସ୍ଥା କରାଯାଇ ଅପରାଧୀଙ୍କୁ ଚିହ୍ନଟ କରାଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଆଗାମୀ ରଥଯାତ୍ରାକୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉଥିବା ପୁରୀ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

Add Zee News as a Preferred Source

ଆଜି ଦ୍ଵିତୀୟ ସମନ୍ୱୟ ବୈଠକରେ ବିଭିନ୍ନ ବିଭାଗର ମନ୍ତ୍ରୀଗଣ , ସଚିବ, ବରିଷ୍ଠ ଅଧିକାରୀଙ୍କ ସମେତ ଜିଲ୍ଲାର ସମସ୍ତ ବିଧାୟକ ଓ ସେବାୟତ, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଯୋଗଦାନ କରିଥିଲେ।

Also Read- Crime News: ବ୍ଲାକମେଲିଂ କରିବା ଅଭିଯୋଗରେ ଯୁବକ ଗିରଫ

Also Read- Lucky Zodiac Sign: ୨୭ଜୁନରେ ରବି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

About the Author