ଶିବ ପାର୍ବତୀଙ୍କ ଶୁଭ ବିବାହ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ
Advertisement
Article Detail0/zeeodisha/odisha2289180

ଶିବ ପାର୍ବତୀଙ୍କ ଶୁଭ ବିବାହ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ଗତ ବିଳମ୍ବିତ ରାତିରେ ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ ପଟୁଆର ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ । 

ଶିବ ପାର୍ବତୀଙ୍କ ଶୁଭ ବିବାହ ପର୍ବରେ ଲକ୍ଷାଧିକ ଭକ୍ତଙ୍କ ସମାଗମ

ସମ୍ୱଲପୁର: ଆନନ୍ଦ ଉଲ୍ଲାସର ସହ ଶେଷ ହେଲା ଶିବ ପାର୍ବତୀଙ୍କ ଶୁଭ ବିବାହ । ବାହାବେଦୀରେ ଦର୍ଶନ ଦେଉଛନ୍ତି ଦେବ ଦମ୍ପତ୍ତି । ମଧ୍ୟରାତ୍ରୀର ଚତୁର୍ଥ ପ୍ରହରରେ ପଡିଥିଲା ହାତଗଣ୍ଠି, ଆଜି ଦିନ ତମାମ ଶ୍ୱଶୁର ଘରେ ବିଶ୍ରାମ, ବିଳମ୍ବିତ ରାତ୍ରୀରୁ ନଗର ପରିକ୍ରମାରେ ବାହାରିବେ ନବ ବିବାହିତ ଦେବଦମ୍ପତି ।

ଗତ ବିଳମ୍ବିତ ରାତିରେ ପ୍ରାୟ ସବୁ ପଡାରୁ ବାହାରିଥିଲା ବରଯାତ୍ରୀ ପଟୁଆର ପାଲିଙ୍କି ଉପରେ ବର ବେଶରେ ବିରାଜମାନ ଥିଲେ ଦେବ ଦେବ ମହାଦେବ । ଆଗରେ ନୃତ୍ୟଗୀତର ତାଳେ ତାଳେ ଝୁମିଥିଲେ ବରଯାତ୍ରୀ । ଦେବ ଦାନବଠାରୁ ଆରମ୍ଭ କରି ନର କିନ୍ନର ପର୍ଯ୍ୟନ୍ତ ସମସ୍ତେ ସାମିଲ ହୋଇଥିଲେ ବରଯାତ୍ରୀ ଦଳରେ । କନ୍ୟା ଘରେ ପହଂଚିବା ପରେ ରୀତି ନୀତି ଓ ପରମ୍ପରା ଅନୁଯାୟୀ ବିଭାଘର ହୋଇଥିଲା । ଏହି ବିବାହ ସମ୍ପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଥିଲା । ରାତ୍ରୀର ଚତୁର୍ଥ ପ୍ରହରରେ ହାତ ଗଣ୍ଠି ପଡିଥିଲା ଆଉ ଦେବୀ ପାର୍ବତୀଙ୍କ ହାତରୁ ପାଣିଗ୍ରହଣ କରିଥିଲେ ଦେବ ଦେବ ମହାଦେବ । ଆଜି ଦିନ ତମାମ ଦେବ ଦେବ ମହାଦେବ ଶଶୁର ଘରେ ବିଶ୍ରାମ କରିବା ପରେ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଧରି ନଗର ପରିକ୍ରମା କରିବେ । ନବବିବାହିତ ଦେବ ଦମ୍ପତିଙ୍କ ଯୁଗଳମୂର୍ତି ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ଘଟିବ । ଦୀର୍ଘ ୨୦ ଘଣ୍ଟା ଧରି ଚାଲିବ ଶୀତଳଷଷ୍ଠୀ ଯାତ୍ରାର ମୁଖ୍ୟ ଆକର୍ଷଣ ଦେବଦମ୍ପତିଙ୍କ ନଗର ପରିକ୍ରମା । ଶିବ ପାର୍ବତୀଙ୍କ ବିବାହ ଉତ୍ସବ କାର୍ଯ୍ୟକ୍ରମ ଏବଂ ନଗର ପରିକ୍ରମା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୩୦ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।

Also Read- ମୋହନ ମାଝି କିଏ, ଆସନ୍ତୁ ଜାଣିବା ୫ ବିନ୍ଦୁରେ

Also Read- ବଢିଲା ପନିପରିବା ଦର, ୫ଶହ ଟଙ୍କାରେ ପୁରୁନି ବ୍ୟାଗ୍