Odisha News: ଦୃଷ୍ଟିବାଧିତଙ୍କ ସାହାରା ପାଲଟିବ ସ୍ମାର୍ଟ ଓ ସେନ୍ସର ଷ୍ଟିକ, ଲୋକସେବା ଭବନରେ ପ୍ରଦର୍ଶିତ
Advertisement

Odisha News: ଦୃଷ୍ଟିବାଧିତଙ୍କ ସାହାରା ପାଲଟିବ ସ୍ମାର୍ଟ ଓ ସେନ୍ସର ଷ୍ଟିକ, ଲୋକସେବା ଭବନରେ ପ୍ରଦର୍ଶିତ

Odisha News: ଭୁବନେଶ୍ୱର ଲୋକସେବା ଭବନରେ ପ୍ରଦର୍ଶନ ହେଲା ଦୃଷ୍ଟିବାଧିତଙ୍କ ପାଇଁ ତିଆରି ସ୍ମାର୍ଟ ଷ୍ଟିକ ଓ ସେନ୍ସର। ସୋମବାର ଦିନ ଭୁବନେଶ୍ୱର ରାଜ୍ୟ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମ୍ମୁଖରେ ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ ଓ ସେନ୍ସର ପ୍ରଦର୍ଶନ କରାଯାଇଛି। 

Odisha News: ଦୃଷ୍ଟିବାଧିତଙ୍କ ସାହାରା ପାଲଟିବ ସ୍ମାର୍ଟ ଓ ସେନ୍ସର ଷ୍ଟିକ, ଲୋକସେବା ଭବନରେ ପ୍ରଦର୍ଶିତ

Odisha News: ଭୁବନେଶ୍ୱର ଲୋକସେବା ଭବନରେ ପ୍ରଦର୍ଶନ ହେଲା ଦୃଷ୍ଟିବାଧିତଙ୍କ ପାଇଁ ତିଆରି ସ୍ମାର୍ଟ ଷ୍ଟିକ ଓ ସେନ୍ସର। ସୋମବାର ଦିନ ଭୁବନେଶ୍ୱର ରାଜ୍ୟ ଭିନ୍ନକ୍ଷମ ସାମାଜିକ ସୁରକ୍ଷା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କ ସମ୍ମୁଖରେ ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ ଓ ସେନ୍ସର ପ୍ରଦର୍ଶନ କରାଯାଇଛି। ସେଠାରେ କିଛି ଦୃଷ୍ଟିବାଧିତଙ୍କୁ ସେହି ସ୍ମାର୍ଟ ଷ୍ଟିକ ଓ ସ୍ମାର୍ଟ ସେନ୍ସରର ବ୍ୟବହାର ଉପରେ ପରୀକ୍ଷା କରାଯାଇଥିଲା। ଯାହା ସେମାନଙ୍କ ପାଇଁ ବେଶ ବ୍ୟବହାର ଉପଯୋଗୀ ହୋଇଥିଲା । ପ୍ରମୁଖ ସଚିବ ମଧ୍ୟ ଏହି ପ୍ରକଳ୍ପକୁ ଦେଖି ବେଶ ସକରାତ୍ମକ ସୂଚନା ଦେଇଥିଲେ ।

ALSO READ: Zee Odisha Impact: ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର

ବର୍ତ୍ତମାନ ପ୍ରଦର୍ଶନ ହୋଇଥିବା କିଟ୍ ଗୁଡିକ ଡେମୋ ରହିଥିଲା । ଏହାକୁ କିଭଳି ଭାବରେ ଦୃଷ୍ଟିବାଧିତମାନେ ବ୍ୟବହାର କରିପାରିବେ। ସମସ୍ତ ଉପଯୋଗୀ ଡିଭାଇସ ସହ ସେ ସବୁ ତିଆରି କରିବା ପାଇଁ ସେ କହିଥିଲେ ବୋଲି ସୂଚନା ଦିଆଯାଇଛି । ଦୃଷ୍ଟିବାଧିତଙ୍କ ପାଇଁ ତିଆରି ହୋଇଥିବା ଏହି ଡିଭାଇସଟି ସମ୍ବଲପୁର ରଂପେଲା ଗାଁର ଆଶିଷ କୁମାର ମାହାନା ତିଆରି କରିଛନ୍ତି । ଏଥିରେ ଜିପିଏସ୍ (gps) ସହ ବଜର ଲାଗିଛି । ଯାହା କି ନିଆଁ ଇଲେକଟ୍ରିକ ଓ କିଛି ବାଧା ଯେମିତି କି କାନ୍ଥ ଗାଡି ମୋଟର ପାଖକୁ ଆସିବା ପାଞ୍ଚ ଫୁଟ ପୂର୍ବରୁ ବଜର ବଜାଇ ସୂଚନା ଦେବ । ଭାଇବ୍ରେସନ ମଧ୍ୟ ହେବ। ଯାହା ଦ୍ବାରା ଜଣେ ଦୃଷ୍ଟିବାଧିତ ପୂର୍ବରୁ ସୂଚନା ପାଇ ପାରିବ। ସେ ପୂର୍ବରୁ ସ୍ମାର୍ଟ ହେଲମେଟ୍ ରୋବୋଟିକ ନର୍ସ ଭୁତଳ କ୍ୟାମେରା ଇତ୍ୟାଦି ତିଆରି କରି ଚର୍ଚ୍ଚାକୁ ଆସିଥିଲେ ।