Zee Odisha Impact: ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର
Advertisement
Article Detail0/zeeodisha/odisha2187943

Zee Odisha Impact: ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର

smart sensor for blind: ଦୃଷ୍ଟିବାଧିତଙ୍କ ପାଇଁ ସ୍ମାର୍ଟ ଷ୍ଟିକ-ସେନ୍ସର ନିର୍ମାଣ କରି ଚର୍ଚ୍ଚାକୁ ଆସିଛନ୍ତି ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରମ୍ପେଲା ଅଞ୍ଚଳର ଯୁବ ଇଞ୍ଜିନିଅର ଆଶିଷ କୁମାର ମାହାନା।

Zee Odisha Impact: ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟିବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର

smart stick for blind: ଜୀ ଓଡିଶା (Zee Odisha) ଦ୍ୱାରା ଖବର ପ୍ରସାରଣ ପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ଦୃଷ୍ଟି ବାଧିତଙ୍କ ପାଇଁ ନିର୍ମିତ ସ୍ମାର୍ଟ ଷ୍ଟିକ-ସେନ୍ସର। ଏହାକୁ ତିଆରି କରିଥିଲେ ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରମ୍ପେଲା ଅଞ୍ଚଳର ଯୁବ ଇଞ୍ଜିନିଅର ଆଶିଷ କୁମାର ମାହାନା। ଗତ ମାର୍ଚ୍ଚ ୧୮ ତାରିଖରେ ପ୍ରଥମେ ଜୀ ଓଡିଶା ପକ୍ଷରୁ ଏହି ସ୍ମାର୍ଟ ଷ୍ଟିକ-ସେନ୍ସର ଉପରେ ଏକ ସ୍ୱତନ୍ତ୍ର ସାକ୍ଷାତକାର ଏହାର ଉଦ୍ଭାବକ ଆଶିଷ ମହାନାଙ୍କ ସହ କରାଯାଇଥିଲା।

ଯାହା ଏବେ ରାଜ୍ୟ ସରକାରଙ୍କ ଭିନ୍ନକ୍ଷମ ଆୟୁକ୍ତ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଛି। ଭୁବନେଶ୍ୱରରୁ ଏ ସମ୍ପର୍କରେ ଭିଡିଓ ଗ୍ରାଫି ସହ ସବିଶେଷ ତଥ୍ୟ ଦେବା ପାଇଁ ସମ୍ବଲପୁର ଜିଲ୍ଲା (Sambalpur District) ସାମାଜିକ ସୁରକ୍ଷା ଅଧିକାରୀଙ୍କୁ (District Social Security Officer) ନିର୍ଦେଶ ଦିଆଯାଇଛି। ଏହି ନିର୍ଦ୍ଦେଶ ଆଧାରରେ ସମ୍ବଲପୁର ଡିଏସଏସଓ (Sambalpur DSSO) ଗତ ଶନିବାର ଦିନ ଯୁବ ଇଞ୍ଜିନିଅର ଆଶିଷ କୁମାର ମହାନାଙ୍କ ରମ୍ପେଲା ସ୍ଥିତ ବାସଭବନରେ ପହଞ୍ଚି ସମସ୍ତ ତଥ୍ୟ ନେବା ସହ ଆଲୋଚନା କରିଥିଲେ। 

ଏନେଇ ସେ କହିଥିଲେ ଯେ ଏହି ସ୍ମାର୍ଟ ଷ୍ଟିକ-ସେନ୍ସର ଦୃଷ୍ଟିବାଧିତଙ୍କୁ ବେଶ ସହାୟକ ହେବ। କୌଣସି ଆକସ୍ମିକ ଦୁର୍ଘଟଣାକୁ ଏଡାଇ ଦିଆଯାଇ ପାରିବ। କାରଣ ଏହି ସ୍ମାର୍ଟ ଷ୍ଟିକ ସେମାନଙ୍କୁ ବଜର ବଜାଇ ସତର୍କ କରିବ। ପୂର୍ବରୁ ମଧ୍ୟ ଇଞ୍ଜିନିଅର ଆଶିଷ କୁମାର ମହାନାଙ୍କ ଦ୍ୱାରା ସ୍ମାର୍ଟ ହେଲମେଟ, ଭୂତଳ କ୍ୟାମେରା ଭଳି ଉପକରଣ ଜୀ ଓଡିଶା ଦ୍ୱାରା ପ୍ରସାରିତ ହୋଇ ବେଶ ଆଦୃତ ହୋଇଛି। ଏପରି ନୂଆଁ ନୂଆଁ ଡିଭାଇସ ତିଆରି କରି ଚର୍ଚ୍ଚାର ପରିସରକୁ ଆସିଥିବା ଯୁବ ଇଞ୍ଜିନିଅର ଜଣଙ୍କ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଯଦି ତାଙ୍କୁ ରାଜ୍ୟ ସରକାର ସହଯୋଗ କରିବେ ତାହେଲେ ସେ ସମାଜ ପାଇଁ ଆହୁରି ଭଲ ଭଲ ଉପଯୋଗୀ ଡିଭାଇସ ତିଆରି କରିପାରିବେ ବୋଲି କହିଛନ୍ତି।