Sri Ram Bhajan: ନମିତାଙ୍କ ଶ୍ରୀରାମଙ୍କ ଭଜନ ଶୁଣି ଭକ୍ତିରେ ଲୀନ ହେଲେ ପ୍ରଧାନମନ୍ତ୍ରୀ, ସେୟାର କଲେ ଭିଡ଼ିଓ
Advertisement

Sri Ram Bhajan: ନମିତାଙ୍କ ଶ୍ରୀରାମଙ୍କ ଭଜନ ଶୁଣି ଭକ୍ତିରେ ଲୀନ ହେଲେ ପ୍ରଧାନମନ୍ତ୍ରୀ, ସେୟାର କଲେ ଭିଡ଼ିଓ

ଖାଲି ସେତିକି ନୁହେଁ ଏହାର ଗୋଟେ ମାସ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ‘ଅଯୋଧ୍ୟାରେ ଜୟକାର ଗୁଞ୍ଜେ’ ଏକ ରାମ ଭଜନ ତାଙ୍କ ‘ଏକ୍ସ’ ଆକାଉଣ୍ଟରେ ସେୟାର କରିଥିଲେ । ଯାହା କୁ ଗାଇଛନ୍ତି ସ୍ବାତି ମେହୁଲ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିକାଶ ଓ ଲେଖିଛନ୍ତି ମହେଶ କୁକ୍ରେଜା ।

Sri Ram Bhajan: ନମିତାଙ୍କ ଶ୍ରୀରାମଙ୍କ ଭଜନ ଶୁଣି ଭକ୍ତିରେ ଲୀନ ହେଲେ ପ୍ରଧାନମନ୍ତ୍ରୀ, ସେୟାର କଲେ ଭିଡ଼ିଓ

Sri Ram Bhajan: ନୂଆଦିଲ୍ଲୀ: ଆସନ୍ତା ୨୨ ତାରିଖରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ଏଥିପାଇଁ ସମଗ୍ର ଦେଶରେ ଏବେ ରାମମୟ ପରିବେଶ ସୃଷ୍ଟି ହୋଇଛି। ନେତାଙ୍କ ଠାରୁ ଆରମ୍ଭ କରି ଜନତା ପର୍ଯ୍ୟନ୍ତ ସମସ୍ତେ ରାମଙ୍କ ଭକ୍ତି ମଗ୍ନ। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି। ଶ୍ରୀରାମଙ୍କ ନାମ ଲେଖାଥିବା ପତାକା ଗଳି କନ୍ଦିରେ ଲାଗିଛି। ଏହି ଉତ୍ସବକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବେଶ ଉତ୍ସାହିତ ଥିବା ଜଣାପଡ଼ିଛି। ଏହି ଅବସରରେ ଓଡ଼ିଆ କଣ୍ଠଶିଳ୍ପୀ ନମିତା ଅଗ୍ରୱାଲ ଗାଇଥିବା ଏକ ଭଜନକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। 

ଏଠାରେ କହି ରଖୁ କି ସଙ୍ଗୀତ ନିର୍ଦ୍ଦେଶକ ସରୋଜ ରଥଙ୍କ ନିର୍ଦ୍ଦେଶନାରେ ନମିତା ଅଗ୍ରୱାଲ ଅଯୋଧ୍ୟା ନଗରୀ ନାଚେ ରାମଙ୍କୁ ପାଇ ଭଜନଟି ଗାଇଥିଲେ। ଯାହା ପରବର୍ତ୍ତୀ ସମୟରେ ବେଶ ଶ୍ରୋତାଙ୍କ ହୃଦୟକୁ ବେଶ ଛୁଇଁ ପାରିଥିଲା। ପରେ ପ୍ରଧାନମନ୍ତ୍ରୀ ଏହି ଗୀତଟିକୁ ତାଙ୍କ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଗୀତ ସେୟାର କରି ସେ ଲେଖିଛନ୍ତି କି ଭାରତର ପ୍ରତ୍ୟେକ ଭାଗରେ ଭଗବାନ ଶ୍ରୀରାମଙ୍କ ପ୍ରତି ଭକ୍ତି ଅଛି। ଆପଣ ପ୍ରତ୍ୟେକ ଭାଷାରେ ତାଙ୍କ ପ୍ରତି ଉତ୍ସର୍ଗୀକୃତ ଅନେକ ଭଜନ ପାଇବେ। ଏଠାରେ ଓଡିଆରେ ଏପରି ଏକ ପ୍ରୟାସ ଅଛି। ସେହିପରି ବୁଧବାର ଦିନ ପ୍ରଭୁ ଶ୍ରୀରାମ ଙ୍କ ଭଜନ ପ୍ରଧାନମନ୍ତ୍ରୀ ସେୟାର କରିଥିଲେ ଯାହା ସ୍ବର ସାମ୍ରାଜ୍ଞି ସ୍ୱର୍ଗତଃ ଲତା ମଙ୍ଗେଶକରଙ୍କ ଦ୍ୱାରା ରେକର୍ଡ ହୋଇଥିବା ଶେଷ ଶ୍ଲୋକ ଥିଲା।