Srimandira: ଏହି ଆୟୁଧ ଘଣ୍ଟ, ଛତି, କାହାଳୀ ସହ ବଡ ଦେଉଳକୁ ତିନିଥର ବେଢ଼ା ପ୍ରଦକ୍ଷିଣ କରି ଭିତର ସିଂହାସନ ଉପରକୁ ବିଜେ ହୋଇବା ପରେ ୩ଜଣ ପାଳିଆ ପୁଷ୍ପାଳକ ତିନି ବାଡରେ ଆୟୁଧ ଲାଗି କରାଇଥାନ୍ତି। ଶ୍ରୀବିଗ୍ରହମାନଙ୍କ ଏହି ରାଜବେଶରେ ତିନି ଠାକୁରଙ୍କୁ ନୂତନ ପାଟବସ୍ତ୍ରରେ ସଜ୍ଜିତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ସ୍ୱର୍ଶ ଅଳଙ୍କାର ଲାଗି କରାଯାଇଥାଏ ।ଶ୍ରୀବଳଭଦ୍ର - ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କାନ ବା (କୁଣ୍ଡଳ) ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ (ଆୟୁଧ), ବାହାଡାମାଳି, ବାଘନମାଳି, ସେବତି ମାଳି, ନଳୀଭୁଜ, ତ୍ରିଖଣ୍ଡିକା କମରପଟି।
Trending Photos
Srimandira: ଠାକୁରମାନଙ୍କ ଅବକାଶ ନୀତି ଶେଷ ହେବାପରେ ଭଣ୍ଡାର ଦ୍ଵାର ଠାରୁ ଭଣ୍ଡାରମେକାପ ତିନୋଟି ରୂପାବଟାରେ ଚନ୍ଦନ ଆଣିବା ପରେ ତିନିବାଡରେ (ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଶ୍ରୀ ସୁଭଦ୍ରା ) ଚନ୍ଦନ ଲାଗି ହୋଇ ସର୍ବାଙ୍ଗ ହୋଇଥାଏ । ଏହି ନୀତି ସଂପାଦନ ପରେ ଠାକୁରମାନଙ୍କୁ ମୋଟ୍ ୩୨ମୂର୍ତି ଅଳଙ୍କାର ଲାଗି କରାଯାଇ ରାଜବେଶ କରାଯାଏ। ଏହି ବେଶ ସମୟରେ ଠାକୁରମାନଙ୍କୁ ପାଞ୍ଚଖଣ୍ଡ ପୁଷ୍ପ ମାଳ ଲାଗି କରାଯାଏ। ପୂର୍ବରୁ ଅର୍ଥାତ୍ ସପ୍ତମୀଦିନଠାରୁ ଭଣ୍ଡାରଘର ଠାରେ ଶ୍ରୀବଳଭଦ୍ର ଦେବଙ୍କର ହଳ ଓ ମୂଷଳ, ସୁଭଦ୍ରା ଦେବୀଙ୍କର ଦୁଇଗୋଟି ତଜଗୀ (ସ୍ବର୍ଶ ଅଳଙ୍କାର) ଶ୍ରୀଜଗନ୍ନାଥଙ୍କର ଶଙ୍ଖ, ଚକ୍ର ଆୟୁଧ ରୂପେ ପୂଜାରେ ବସିଥାଏ । ଦଶହରା ଦିନ ସକାଳଧୂପ ସରିବା ପରେ ପୂଜାରେ ବସିଥିବା ଆୟୁଧ ମାନଙ୍କୁ ପୂଜାପଣ୍ଡା ମହାସ୍ନାନ କରାଇ ବରୁଣ ପୂଜା ସାରନ୍ତି । ଏହି ଆୟୁଧ ଘଣ୍ଟ, ଛତି, କାହାଳୀ ସହ ବଡ ଦେଉଳକୁ ତିନିଥର ବେଢ଼ା ପ୍ରଦକ୍ଷିଣ କରି ଭିତର ସିଂହାସନ ଉପରକୁ ବିଜେ ହୋଇବା ପରେ ୩ଜଣ ପାଳିଆ ପୁଷ୍ପାଳକ ତିନି ବାଡରେ ଆୟୁଧ ଲାଗି କରାଇଥାନ୍ତି ।
ଶ୍ରୀବିଗ୍ରହମାନଙ୍କ ଏହି ରାଜବେଶରେ ତିନି ଠାକୁରଙ୍କୁ ନୂତନ ପାଟବସ୍ତ୍ରରେ ସଜ୍ଜିତ କରାଯିବା ସଙ୍ଗେ ସଙ୍ଗେ ବିଭିନ୍ନ ପ୍ରକାର ସ୍ୱର୍ଶ ଅଳଙ୍କାର ଲାଗି କରାଯାଇଥାଏ ।ଶ୍ରୀବଳଭଦ୍ର - ଶ୍ରୀପୟର, ଶ୍ରୀଭୁଜ, କିରୀଟ, ଓଡିଆଣି, କାନ ବା (କୁଣ୍ଡଳ) ଚନ୍ଦ୍ରସୂର୍ଯ୍ୟ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବାକଣ୍ଠି, ହଳ ଓ ମୂଷଳ (ଆୟୁଧ), ବାହାଡାମାଳି, ବାଘନମାଳି, ସେବତି ମାଳି, ନଳୀଭୁଜ, ତ୍ରିଖଣ୍ଡିକା କମରପଟି।
ଶ୍ରୀସୁଭଦ୍ରା - କିରୀଟ, ଓଡିଆଣି, କାନ, ଚନ୍ଦ୍ରସୂର୍ଯ୍ୟ, ଘାଗଡାମାଳି, କଦମ୍ବମାଳି, ତଡଗି (୨ଟି), ସେବତିମାଳି ।
ଶ୍ରୀଜଗନ୍ନାଥ - କିରୀଟ, ଶ୍ରୀଭୁଜ, ଶ୍ରୀପୟର, ଓଡ଼ିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡକାନି, ଘାଗଡାମାଳି, କଦମ୍ବମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋବା କଣ୍ଠି, ସ୍ୱର୍ଣ୍ଣ ଚକ୍ର ଓ ରୌପ୍ୟ ଶଙ୍ଖ (ଆୟୁଧ), ହରିଡା କଦମ୍ବ ମାଳି, ବାହାଡା ମାଳି, ତାବିଜ ମାଳି, ସେବତି ମାଳି, ନଳୀଭୁଜ, ତ୍ରିଖଣ୍ଡିକା କମରପଟି। ପୁଷ୍ପାଳକ (ସିଂହାରୀ) ସେବକମାନେ ଏହି ମନମୁଗ୍ଧକର ବେଶ କାର୍ଯ୍ୟ ସଂପାଦନ କରିଥାନ୍ତି । ଏହି ବେଶ କାର୍ଯ୍ୟରେ ଖୁଣ୍ଟିଆ, ଚାଙ୍ଗଡା ମେକାପ, ଭଣ୍ଡାର ମେକାପ ପ୍ରଭୃତି ସେବକମାନେ ସାହାଯ୍ୟ କରିଥାନ୍ତି ।କେତେକ ଗବେଷକଙ୍କ ମତରେ ରାଜା କପିଳେନ୍ଦ୍ର ଦେବ (୧୫ଶ ଶତାବ୍ଦୀ)ଙ୍କ ସମୟରେ ଏହି ବେଶର ପ୍ରଚଳନ ହୋଇବ ବୋଲି ମତ ପ୍ରଦାନ କରିଛନ୍ତି ।