କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର
Advertisement
Article Detail0/zeeodisha/odisha1849797

କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର

Start Up Company: କମ ଖର୍ଚ୍ଚରେ କିଭଳି ଭାବରେ ଏକ ଷ୍ଟାର୍ଟଅପ କମ୍ପାନୀର ରୂପ ଦିଆଯିବ ସେ ନେଇ ଆୟୋଜିତ ଏକ କର୍ମଶାଳାରେ କହିଛନ୍ତି ଅଗ୍ରଣୀ ଆଇଟି ଷ୍ଟାର୍ଟଅପ କମ୍ପାନୀ ପ୍ରିୟାକ୍ୟୁବିଟ ପ୍ରାଇଭେଟ ଲିମିଟେଡ଼ର ପ୍ରତିଷ୍ଠାତା ପ୍ରକାଶ ନାୟକ।

କମ ଖର୍ଚ୍ଚରେ ହୋଇପାରିବ ଷ୍ଟାର୍ଟଅପ କମ୍ପାନୀ; ପଢ଼ନ୍ତୁ ପୂରା ଖବର

Start Up Company: ଭୁବନେଶ୍ୱର: ବର୍ତ୍ତମାନ ବୈଷୟିକ ଶିକ୍ଷା ଓ ଯୁଗର ସମୟ। ଗଣମାଧ୍ୟମ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳ (Technology)ର ବ୍ୟବହାର କରାଯାଉଛି। ଆଉ ଏହାକୁ ଆଧାର କରି ବିଭିନ୍ନ ପ୍ରକାରର ଷ୍ଟାର୍ଟ ଅପ ମଧ୍ୟ ଆରମ୍ଭ ହେଉଛି। ଦେଶର ନାମୀଦାମୀ ଉଦ୍ୟୋଗପତିଙ୍କ ମତରେ ଏହି ଦଶନ୍ଧି ଦେଶର ଯୁବବର୍ଗଙ୍କ ହାତରେ। ଦେଶର ଯୁବବର୍ଗ ବିଭିନ୍ନ ପ୍ରକାରର ଷ୍ଟାର୍ଟଟଅପ କରି ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି। ତେବେ କମ ଖର୍ଚ୍ଚରେ କିଭଳି ଭାବରେ ଏକ ଷ୍ଟାର୍ଟଅପ କମ୍ପାନୀର ରୂପ ଦିଆଯିବ ସେ ନେଇ ଆୟୋଜିତ ଏକ କର୍ମଶାଳାରେ କହିଛନ୍ତି ଅଗ୍ରଣୀ ଆଇଟି ଷ୍ଟାର୍ଟଅପ କମ୍ପାନୀ ପ୍ରିୟାକ୍ୟୁବିଟ ପ୍ରାଇଭେଟ ଲିମିଟେଡ଼ର ପ୍ରତିଷ୍ଠାତା ପ୍ରକାଶ ନାୟକ।

ଭୁବନେଶ୍ୱର ସ୍ଥିତ ସିଭି ରମଣ ଗ୍ଲୋବାଲ ୟୁନିଭର୍ସିଟି (cv raman global university) ପକ୍ଷରୁ ଗତ ରବିବାର ଆୟୋଜିତ ଏକ ଅନଲାଇନ କର୍ମଶାଳା Lean Start- up & Minimum Viable Product/Business ରେ ଯୋଗ ଦେଇ ଶ୍ରୀ ନାୟକ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ। ଷ୍ଟାର୍ଟଅପକୁ କିପରି ଭାବରେ ଜିରୋ ଆରମ୍ଭ କରାଯାଇ ଶହେରେ ପହଞ୍ଚାଇବାକୁ ହେବ ତାହା ଉପରେ ସେ କହିଥିଲେ। ଏହି କର୍ମଶାଳାରେ ୟୁନିଭର୍ସିଟିର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଏହା ସହିତ ତାଙ୍କର କମ୍ପାନୀ ପରିଚାଳନା ସମ୍ପର୍କିତ ଅଭିଜ୍ଞତା ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ବାଣ୍ଟିଥିଲେ। ସ୍ୱଳ୍ପ ଖର୍ଚ୍ଚରେ କିଭଳି ବୃହତ୍ତ କମ୍ପାନୀ ଛିଡ଼ା କରିବା ତଥା ଅର୍ଥ ପରିଚାଳନାର ସଠିକ ପ୍ରକ୍ରିୟା ସମ୍ପର୍କରେ ଏହି କର୍ମଶାଳାରେ ଶ୍ରୀ ନାୟକ କହିଥିଲେ।

ସୂଚନାଯୋଗ୍ୟ ହାଇଦ୍ରାବାଦ ସ୍ଥିତ ପ୍ରିୟାକ୍ୟୁବିଟ ଏକ ଅଗ୍ରଣୀ ଆଇଟି କମ୍ପାନୀ (IT Company) । ଏହା ଏକାଧିକ ପ୍ରୋଜେକ୍ଟ କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି। ତେବେ  ଭିତ୍ତିଭୂମି ବିକାଶରେ ଗୁଗୁଲ୍ CNN ସହଯୋଗରେ ନ୍ୟାଚୁରାଲ ଲାଙ୍ଗୁଏଜ ପ୍ରୋସେସିଂ (NLP) କାର୍ଯ୍ୟ ପାଇଁ 6500 GPU ୟୁନିଟର ଶକ୍ତି ବ୍ୟବହାର କରିଛି। ଏହି ବିରାଟ ଗଣନାକାରୀ ଶକ୍ତି ସମ୍ବାଦ ଏବଂ ଗଣମାଧ୍ୟମ ଜଗତରେ ପରିବର୍ତ୍ତନ ଆଣିବାକୁ ସ୍ଥିର ହୋଇଛି। ଏହିପରି ଅପାର ପ୍ରକ୍ରିୟାକରଣ କ୍ଷମତା ସହିତ ଏକ ସଂଗଠନ ଭାବରେ କମ୍ପାନୀ ବର୍ତ୍ତମାନ ଜଟିଳ NLP କାର୍ଯ୍ୟଗୁଡ଼ିକୁ ଏକ ଅଦୃଶ୍ୟ ସ୍କେଲରେ ସଂପାଦନ କରିପାରିବା। ନିଜର ଅକୁହା କଥାକୁ ବିଶ୍ଳେଷଣ, ମେସିନ୍ ଅନୁବାଦ, ପାଠ୍ୟ ଉତ୍ପାଦନ, ଏବଂ ବିଷୟବସ୍ତୁ ସାରାଂଶ ପରି କାର୍ଯ୍ୟଗୁଡ଼ିକ ଅନୁପଯୁକ୍ତ ଗତି ଏବଂ ସଠିକତା ସହିତ କାର୍ଯ୍ୟକ୍ଷମ ହୋଇପାରିବ। ଏଥିରେ କମ୍ପାନୀର କର୍ମଚାରୀ ସ୍ୱାତୀ ସ୍ୱାଗତିକା, ପ୍ରିୟବ୍ରତ, ପ୍ରଭାତ, ଶିବାନୀ ଓ ରବିଙ୍କ ଅବଦାନ ଯଥେଷ୍ଟ ରହିଥିବା ନେଇ କମ୍ପାନୀ ପ୍ରତିଷ୍ଠାତା ଶ୍ରୀ ନାୟକ କହିଛନ୍ତି।

Also Read- ହରିଦାସପୁର-ବୈରୀ ରେଳ ଷ୍ଟେସନ ମଧ୍ୟରେ ତୃତୀୟ ଲାଇନ କାର୍ଯ୍ୟ ନୀରିକ୍ଷଣ କଲେ ରେଳ ନିରାପତ୍ତା ଆୟୁକ୍ତ

Also Read- ଷ୍ଟକ୍ ବ୍ରୋକିଂ ବ୍ୟବସାୟରେ ପାଦ ଥାପିଲା 'ଫୋନ୍ ପେ', ଲଞ୍ଚ୍ କଲା ନୂଆ ଆପ୍ Share.Market