Odisha News: ନିଆଁ ଲାଗି ଜଳିଗଲା ଏକର‌ ଏକର ଫସଲ
Advertisement
Article Detail0/zeeodisha/odisha2059919

Odisha News: ନିଆଁ ଲାଗି ଜଳିଗଲା ଏକର‌ ଏକର ଫସଲ

Odisha News: କଇଠା-ମହାଦେଇପୁର ନିକଟରେ ଅମଳ ହେବାକୁ ଧାନ ଫସଲ ଜମିରେ ଭୟାଭୟ ଅଗ୍ନିକାଣ୍ଡ। ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ କଇଠଡା-ମହାଦେଇପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଶହ ଶହ ଏକର ଧାନ ଜମିର ଫସଲ । ଶନିବାର ଅପରାହ୍ନ ସମୟରେ କଇଠଡା ଗ୍ରାମ ନିକଟସ୍ଥ ମହାଦେଇପୁର ଅଞ୍ଚଳରେ ପ୍ରାୟ ତିନି କିମି ବ୍ୟାପି ଜମିରେ ନିଆଁ ବ୍ୟାପି ଯାଇ ଥିଲା । 

Odisha News:  ନିଆଁ ଲାଗି ଜଳିଗଲା ଏକର‌ ଏକର ଫସଲ

Odisha News: କଇଠା-ମହାଦେଇପୁର ନିକଟରେ ଅମଳ ହେବାକୁ ଧାନ ଫସଲ ଜମିରେ ଭୟାଭୟ ଅଗ୍ନିକାଣ୍ଡ। ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ କଇଠଡା-ମହାଦେଇପୁର ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ଶହ ଶହ ଏକର ଧାନ ଜମିର ଫସଲ । ଶନିବାର ଅପରାହ୍ନ ସମୟରେ କଇଠଡା ଗ୍ରାମ ନିକଟସ୍ଥ ମହାଦେଇପୁର ଅଞ୍ଚଳରେ ପ୍ରାୟ ତିନି କିମି ବ୍ୟାପି ଜମିରେ ନିଆଁ ବ୍ୟାପି ଯାଇ ଥିଲା । ଖବର ପାଇ ଘଟଣା ସ୍ଥଳରେ ଗୁରାଣ୍ଡି ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର ଓ ପାରଳାଖେମୁଣ୍ଡି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ।

ତେବେ ଏହା ପୂର୍ବରୁ ଶହ ଶହ ଏକର ଜମିରେ ନିଆଁ ଲାଗି ଯାଇଥିଲା ଅମଳ ହେବାକୁ ଫସଲ ମଧ୍ୟ ଜଳିପୋଡି ନଷ୍ଟ ହୋଇଯାଇଥିଲା । ସେଥି ମଧ୍ୟରୁ ଅନେକ ଚାଷୀ ଅମଳ ହୋଇସାରିଥିବା ଧାନକୁ ଧାନମଣ୍ଡିକୁ ନେବାପାଇଁ ଜମିରେ ଗଚ୍ଛିତ ରଖିଥିବା ବେଳେ ଗଚ୍ଛିତ ଧାନ ବସ୍ତା ପୋଡିଯିବା ସହ କଦଳୀ ଚାଷ, କାନ୍ଦୁଲ ଚାଷ, ଝଟା ଚାଷ ଆଦି ଜଳି ପୋଡି ପାଉଁଶ ହୋଇଯାଇଛି । ଅଗ୍ନିଶମ ବିଭାଗର ତିନି ଗୋଟି ଗାଡି ପହଞ୍ଚି ନିଆଁକୁ ଆୟତ କରିଥିଲେ । ଘଟଣା ସ୍ଥଳରେ ଗୁରାଣ୍ଡି ରାଜସ୍ବ ନିରୀକ୍ଷକ ଧନ ସେଠୀ ପହଞ୍ଚି କ୍ଷୟକ୍ଷତିର ଆକଳନ କରୁଛନ୍ତି । ତେବେ ନିଆଁ କିଭଳି ଲାଗିଲା ତାହା ସ୍ବଷ୍ଟ ଭାବେ ଜଣାପଡ଼ିନାହିଁ।

Also Read: ଯାଜପୁରରେ ଛାତିଥରା ଦୃଶ୍ୟ, କୁକୁର ପାଟିରେ ଶିଶୁର କଟାମୁଣ୍ଡ