Odisha News: ମହାବାତ୍ୟାରୁ ରକ୍ଷା କରିଥିବା କର୍ଷିକନ୍ଧା ବାଲିଟିକିରା ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି
Advertisement
Article Detail0/zeeodisha/odisha2395072

Odisha News: ମହାବାତ୍ୟାରୁ ରକ୍ଷା କରିଥିବା କର୍ଷିକନ୍ଧା ବାଲିଟିକିରା ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

Odisha News: ଏହି ବାଲିଟିକିରା ଅଞ୍ଚଳଟି ସିଆରଜେଡ୍ ଅଧିନ ରେ ଥିବାରୁ ଏଠାରୁ ବାଲି ଉଠାଇବା ବେଆଇନ ହୋଇଥିବା ବେଳେ ବିଗତ ଦିନରେ ବାଲି ମାଫିଆମାନେ ଅନେକ ଥର ଏହି ବାଲି ଟିକିରାରୁ ବାଲି ଚୋରାଇ ନେବା ପାଇଁ ଉଦ୍ୟମ କରା ଯାଇଥିଲେ ମଧ୍ୟ ତାହା ଅଞ୍ଚଳବାସୀ ସଫଳ କରାଇ ଦେଇ ନାହାଁନ୍ତି

Odisha News: ମହାବାତ୍ୟାରୁ ରକ୍ଷା କରିଥିବା କର୍ଷିକନ୍ଧା ବାଲିଟିକିରା ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି

Odisha News: (ନାରାୟଣ ବେହେରା)  ୧୯୯୯ ମସିହା ପ୍ରଳୟଙ୍କରୀ ମହାବାତ୍ୟାରୁ ଏରସମାର ଢିଙ୍କିଆ ଚାରିଦେଶକୁ ରକ୍ଷା କରିଥିବା କର୍ଷିକନ୍ଧା ବାଲିଟିକିରା ଉପରେ ମାଫିଆଙ୍କ ଲୋଲୁପ ଦୃଷ୍ଟି। ଏହି ବାଲିଟିକିରା ର ସୁରକ୍ଷା ପାଇଁ ଦାବୀ କରିଛନ୍ତି ଅଞ୍ଚଳବାସୀ। ୧୯୯୯ ମସିହା ପ୍ରଳୟଙ୍କରୀ ମହାବାତ୍ୟା ରେ ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳକୁ ଛାରଖାର କରି ଦେଇଥିବା ବେଳେ ସମୁଦ୍ର ତଟବର୍ତୀ ଅଞ୍ଚଳ ଏରସମା ଅଭୟଚାନ୍ଦପୁର ଥାନା ଅଧିନ ଢିଙ୍କିଆ ଚାରିଦେଶର ସୁରକ୍ଷା କବଚ ଥିଲା ଏହି କର୍ଷିକନ୍ଧା ବାଲିଟିକିରା। ଦୀର୍ଘ ୧୦ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ପବନ ସହ ଲଢେଇ କରିଥିଲା ଏହି ବାଲିଟିକିରା। ଯାହା ଆଜି ଢିଙ୍କିଆ ଚାରିଦେଶର ଧନଜୀବନ ରକ୍ଷା ପାଇ ଯାଇଥିଲା। ତେବେ ଏହି ବାଲିଟିକିରା ଅଞ୍ଚଳଟି ସିଆରଜେଡ୍ ଅଧିନ ରେ ଥିବାରୁ ଏଠାରୁ ବାଲି ଉଠାଇବା ବେଆଇନ ହୋଇଥିବା ବେଳେ ବିଗତ ଦିନରେ ବାଲି ମାଫିଆମାନେ ଅନେକ ଥର ଏହି ବାଲି ଟିକିରାରୁ ବାଲି ଚୋରାଇ ନେବା ପାଇଁ ଉଦ୍ୟମ କରା ଯାଇଥିଲେ ମଧ୍ୟ ତାହା ଅଞ୍ଚଳବାସୀ ସଫଳ କରାଇ ଦେଇ ନାହାଁନ୍ତି।

ତେବେ ଏହି ବାଲି ଟିକିରା ନିକଟରେ ବାଲି ଟିକିରାକୁ ଯଗି ରହିଥିବା ଛୋଟଛୋଟ ଦୋକାନ ଘର ଓ ବାସଗୃହ ଗୁଡିକୁ ବିନା ନୋଟିସ ରେ ବଳପୂର୍ବକ ପ୍ରଶାସନ ଭାଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ଯାହାକି ଢିଙ୍କିଆ ଚାରିଦେଶର ରକ୍ଷା କବଚ ସାଜିଥିବା ଏହି ବାଲିଟିକିରାର ସୁରକ୍ଷା ଦେବ କିଏ ? ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ଯିଏ ଦିନେ ଜୀବନ ବଞ୍ଚାଇ ଥିଲା ସିଏ ଆଜି ବିପଦରେ,ଯିଏ ଦିନେ ସମଗ୍ର ଅଞ୍ଚଳକୁ ସୁରକ୍ଷା ଯୋଗାଇଥିଲା ସିଏ ଆଜି ସଙ୍କଟରେ, ସେ ଆଉ କେହି ନୁହେଁ ସେ ହେଉଛି ଏ ଅଞ୍ଚଳର ସୁରକ୍ଷା ଯୋଗାଉଥିବା ପ୍ରକୃତିର ଦାନ ସ୍ଵରୁପ ଏହି ବାଲି ଟିକିରା ବା ବାଲି ସ୍ତୁପ।

 ଏହି ବାଲି ସ୍ତୁପକୁ ରକ୍ଷଣାବେକ୍ଷଣ କରିବା ପାଇଁ ଜଗି ରହିଥିବା ଦୋକାନ ଘର ଓ ବାସଗୃହ କୁ ଭାଙ୍ଗି ଦିଆ ଯାଇଥିବା ବେଳେ ବାଲିସ୍ତୁପକୁ ରକ୍ଷା କରିବା ପାଇଁ ପ୍ରଶାସନ କୁ ନିବେଦନ ଜଣାଇଛନ୍ତି ସ୍ଥାନୀୟ ବାସୀ। ଅନ୍ୟପଟେ ଜବରଦଖଲ କାରୀଙ୍କୁ ହଟାଇବା ପାଇଁ ତହସିଲ ପ୍ରଶାସନ ତରଫରୁ ଉଛେଦ କରାଯାଇଛି ବୋଲି ଆଡସିନାଲ୍ ତହସିଲଦାର ପ୍ରକାଶ କରିଥିବା ବେଳେ ବାଲି ସ୍ତୁପ ବା ବାଲିଟିକିରାକୁ ନେଇ କୌଣସି ମନ୍ତବ୍ୟ ଦେଇନାହାନ୍ତି। ଢିଙ୍କିଆ ଚାରିଦେଶ କୁ ବଞ୍ଚାଇବା ପାଇଁ ବାଲିଟିକିରା ବା ଏହି ବାଲିସ୍ତୁପ ର ରକ୍ଷଣାବେକ୍ଷଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି।