ଓଡ଼ିଶାରୁ ହଟିବ ଅଦରକାରୀ ଆଇନ, ଗଠନ ହେବ ଆଇନ ସଂଶୋଧନ କମିଶନ
Advertisement
Article Detail0/zeeodisha/odisha2475001

ଓଡ଼ିଶାରୁ ହଟିବ ଅଦରକାରୀ ଆଇନ, ଗଠନ ହେବ ଆଇନ ସଂଶୋଧନ କମିଶନ

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସୂଚନା ଅଧିକାର ଆଇନ ସମ୍ପର୍କିତ ବୈଠକରେ ଯୋଗ ଦେଇ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ମାସେରୁ ଦେଢ଼ମାସ ଭିତରେ ଏହି କମିଶନ ଗଠନ କରାଯିବ। ରାଜ୍ୟରେ ଏବ ବଳବତ୍ତର ରହିଥିବା ପୁରୁଣା ତଥା ଅକାମୀ ଆଇନ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯିବ।

 

Law Amendment Commission

ଭୁବନେଶ୍ୱର: ରାଜ୍ୟକୁ ଶାସନ କରୁଥିବା ଆଇନଗୁଡ଼ିକର ସମୀକ୍ଷା ହେବ। ବହୁ ପୁରୁଣା  ତଥା ସମୟ ଅନୁସାରେ ଅଦରକାରୀ ହୋଇପଡ଼ିଥିବା ଆଇନଗୁଡ଼ିକର ଆବଶ୍ୟକତାକୁ ଦେଖି ତାହା ଏବେ ଜରୁରୀ କି ନାହିଁ ତାହା ବିଚାର ହେବ। ପୁଣି ଯଦି ଏହି ସମୀକ୍ଷା ବେଳେ ଏହି ଆଇନଗୁଡ଼ିକର କୌଣସି ଆବଶ୍ୟକତା ନାହିଁ ବୋଲି ଜଣାଯାଏ ତେବେ ସେଗୁଡ଼ିକୁ ରଦ୍ଦ କରିବା ଲାଗି ସରକାର ବିଧେୟକ ଆଣିପାରନ୍ତି। ଏନେଇ ଏକ ଆଇନ ସଂଶୋଧନ କମିଶନ ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଥିବା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସୂଚନା ଅଧିକାର ଆଇନ ସମ୍ପର୍କିତ ବୈଠକରେ ଯୋଗ ଦେଇ ଶ୍ରୀ ହରିଚନ୍ଦନ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଆସନ୍ତା ମାସେରୁ ଦେଢ଼ମାସ ଭିତରେ ଏହି କମିଶନ ଗଠନ କରାଯିବ। ରାଜ୍ୟରେ ଏବ ବଳବତ୍ତର ରହିଥିବା ପୁରୁଣା ତଥା ଅକାମୀ ଆଇନ ଗୁଡ଼ିକ ସମ୍ପର୍କରେ ସମୀକ୍ଷା କରାଯିବ। ଏଥିରେ ଯେ କେବଳ ଆଇନ ରହିଛି ତାହା ନୁହେଁ ସରକାରୀ ନିୟମାବଳୀକୁ ମଧ୍ୟ କମିଶନ ସମୀକ୍ଷା କରିବେ। ଯେଉଁଠାରେ ଆବଶ୍ୟକ ତା’ର ସଂଶୋଧନ ପାଇଁ କମିଶନ ପରାମର୍ଶ ଦେଇପାରିବେ। ପୁଣି ଯଦି  ବଦଳୁଥିବା ସମୟ ଅନୁସାରେ କୌଣସି ଆଇନର ଆବଶ୍ୟକତା ବିଲକୁଳ ନଥିବ ତେବେ ତାହାକୁ ଉଚ୍ଛେଦ କରିବାକୁ ସରକାରଙ୍କୁ ପରାମର୍ଶ ଦେଇପାରନ୍ତି କମିଶନ। 

ଏହି ସମୀକ୍ଷା ବେଳେ ସୂଚନା ଅଧିକାର ଆଇନ ୨୦୦୫ ବିଷୟରେ ମଧ୍‍ୟ ଚର୍ଚ୍ଚା ହେବ। ବର୍ତ୍ତମାନର ବ୍ୟବସ୍ଥା ଅନୁସାରେ ସୂଚନା ଅଧିକାର କର୍ମୀଙ୍କୁ ସରକାର ଯେ କୌଣସି ସମୟରେ ଚାହିଁଲେ ଗିରଫ କରିପାରୁଛନ୍ତି। ସମାଜର ଆବଶ୍ୟକତା ଦୃଷ୍ଟିରୁ ଏହି ଆଇନର ଆବଶ୍ୟକତା ଯଥେଷ୍ଟ ରହିଛି। ପୁଣି ଆଇନକୁ ବାସ୍ତବ ଭାବେ ସୂଚନା ଅଧିକାର କର୍ମୀମାନେ ରୂପାୟନ କରିଥାଆନ୍ତି। ତାଙ୍କୁ ଗିରଫ କରିବା  ଆଇନର ପ୍ରକୃତ ଉଦ୍ଦେଶ୍ୟକୁ ହନନ କରିବା ସହ ସମାନ ବୋଲି କର୍ମୀମାନେ ଅନେକ ଦିନ ହେଲା ଅଭିଯୋଗ କରିଆସୁଛନ୍ତି। ଏବେ ସରକାର ଏ ବିଷୟରେ ଚିନ୍ତା କରି ଉପଯୁକ୍ତ ସମୀକ୍ଷା କରିବେ। ସମୀକ୍ଷାରେ ଆଇନ କମିଶନ ଦେଇଥିବା ରିପୋର୍ଟକୁ ବ୍ୟବହାର କରି ଆଇନରେ ପରିବର୍ତ୍ତନ କଥା ଚିନ୍ତା କରାଯାଇପାରେ ବୋଲି ଆଇନ ମନ୍ତ୍ରୀ ଶ୍ରୀ ହଚନ୍ଦନ କହିଛନ୍ତି।