V.K Pandian: ପାଣ୍ଡିଆନ ନେଇପାରନ୍ତି ବିଜେଡି ସଦସ୍ୟତା; ୨୦୨୪ ନିର୍ବାଚନ ପାଇଁ ହେବେ ମୁଖ୍ୟ ନୀତି ନିର୍ଦ୍ଧାରକ
Advertisement
Article Detail0/zeeodisha/odisha1952796

V.K Pandian: ପାଣ୍ଡିଆନ ନେଇପାରନ୍ତି ବିଜେଡି ସଦସ୍ୟତା; ୨୦୨୪ ନିର୍ବାଚନ ପାଇଁ ହେବେ ମୁଖ୍ୟ ନୀତି ନିର୍ଦ୍ଧାରକ

V.K Pandian: ଅକ୍ଟୋବର ୨୪, ଦଶହରାରେ ରାଜ୍ୟ ଖବରର ଶୀର୍ଷରେ ଥିବା ଆଇଏଏସ୍‍ ଅଧିକାରୀ ଭିକେ ପାଣ୍ଡିଆନ୍‍ (IAS Officer V.K Pandian) ଖୁବ୍‍ ଶୀଘ୍ର ରାଜନୀତିକ କମ୍ପନ ସୃଷ୍ଟି କରିବାକୁ ଯାଉଛନ୍ତି। ଏକ ଇଂରାଜୀ ଖବରକାଗଜର ରିପୋର୍ଟ ଅନୁସାରେ ଖୁବ୍‍ ଶୀଘ୍ର ସେ ଦଳରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ବିଜେଡିରେ (bjd) ଯୋଗ ଦେଇ ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ (cm Naveen Patnaik) ଉତ୍ତରାଧିକାରୀ ହୋଇପାରନ୍ତି। 

 

V.K Pandian: ପାଣ୍ଡିଆନ ନେଇପାରନ୍ତି ବିଜେଡି ସଦସ୍ୟତା; ୨୦୨୪  ନିର୍ବାଚନ ପାଇଁ ହେବେ ମୁଖ୍ୟ ନୀତି ନିର୍ଦ୍ଧାରକ

V.K Pandian: ଅକ୍ଟୋବର ୨୪, ଦଶହରାରେ ରାଜ୍ୟ ଖବରର ଶୀର୍ଷରେ ଥିବା ଆଇଏଏସ୍‍ ଅଧିକାରୀ ଭିକେ ପାଣ୍ଡିଆନ୍‍ (IAS Officer V.K Pandian) ଖୁବ୍‍ ଶୀଘ୍ର ରାଜନୀତିକ କମ୍ପନ ସୃଷ୍ଟି କରିବାକୁ ଯାଉଛନ୍ତି। ଏକ ଇଂରାଜୀ ଖବରକାଗଜର ରିପୋର୍ଟ ଅନୁସାରେ ଖୁବ୍‍ ଶୀଘ୍ର ସେ ଦଳରେ ଯୋଗ ଦେବେ। ଖାଲି ସେତିକି ନୁହେଁ, ବିଜେଡିରେ (bjd) ଯୋଗ ଦେଇ ସେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ (cm Naveen Patnaik) ଉତ୍ତରାଧିକାରୀ ହୋଇପାରନ୍ତି। 

ଅକ୍ଟୋବର ୨୩ରେ ସମ୍ମାନଜନକ ଆଇଏଏସ୍‍ ଛାଡ଼ି ରାଜ୍ୟ ସରକାରଙ୍କ (odisha govt) କ୍ୟାବିନେଟ୍‍ ମନ୍ତ୍ରୀପଦ ପାଇବାରେ ସୌଭାଗ୍ୟ ଅର୍ଜନ କରିଛନ୍ତି ଭୈରବ କାର୍ତ୍ତିକେୟ ପାଣ୍ଡିଆନ୍‍। ଏବେ ସେ ୫-ଟି କାର୍ଯ୍ୟକ୍ରମ ସହ ନବୀନ ଓଡ଼ିଶା ମିଶନର ଅଧ୍ୟକ୍ଷ ( 5T And Naveen Odisha Chairman VK Pandian) । ତାଙ୍କ କାର୍ଯ୍ୟାଳୟ ହେଉଛି ନବୀନ ନିବାସ ବା ମୁଖ୍ୟମନ୍ତ୍ରୀଙ୍କ ଆବାସ। କ୍ୟାବିନେଟ୍‍ ମନ୍ତ୍ରୀ ପାହ୍ୟା ନେବା ପୂର୍ବରୁ ଯେତେବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିଲେ ସେତେବେଳେ ମଧ୍ୟ ୫-ଟି ବିଭାଗର ସଚିବ ରହିବା ସହ ନବୀନ ଓଡ଼ିଶା ମିଶନର ସୂତ୍ରଧର ଥିଲେ। ସେତେବଳେ ବି ତାଙ୍କ କର୍ମକ୍ଷେତ୍ର ନବୀନ ନିବାସ ହିଁ ଥିଲା। ହେଲେ ଚାକିରି ଛାଡ଼ିଲା ପରେ ତାଙ୍କର ରାଜନୀତିକ ଇନିଂସ ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି। ଯଦିଓ ସେ ସାମ୍ବିଧାନିକ ଭାବେ କୌଣସି ରାଜନୀତିକ ଦଳର ସଦସ୍ୟତା ଗ୍ରହଣ କରି ନାହାନ୍ତି କିନ୍ତୁ ଓଡ଼ିଶାର ସରକାରୀ କର୍ମରୀଙ୍କ ଠାରୁ ଆରମ୍ଭ କରି ସାଧାରଣ ଜନତାଯାଏ ସଭିଏଁ ଜାଣନ୍ତି ଯ, ପାଣ୍ଡିଆନ୍‍ ହେଉଛନ୍ତି ନବୀନଙ୍କ ଉତ୍ତରାଧିକାରୀ। ସବୁବେଳେ ସମୟକୁ ଚାହିଁ ନିଷ୍ପତ୍ତି ନେଉଥିବା ନବୀନ ଖୁବ୍‍ ଶୀଘ୍ର ତାଙ୍କ ପାଇଁ ଏହି ଔପଚାରିକ ଘୋଷଣା କରିପାରନ୍ତି। କିନ୍ତୁ କେବେ?

୨୦୨୪ ନିର୍ବାଚନ ପାଖେଇ ଆସୁଛି। ଆଉ ୪-୫ ମାସ ଭିତରେ ନିର୍ବାଚନ। ରାଜ୍ୟ ରାଜନୀତିକ ସ୍ଥିତି ଦେଖିଲେ ଏଯାଏଁ ନବୀନଙ୍କ ବିକଳ୍ପ ସାମ୍ନାକୁ କେହି ଆସି ନାହାନ୍ତି। ଅଧିକ ବୟସ ଓ ଶାରିରୀକ ଅସୁସ୍ଥତା ସତ୍ତ୍ୱେ ତାଙ୍କୁ ହିଁ ଲୋକେ ପସନ୍ଦ କରନ୍ତି ଓ ତାଙ୍କ ନାଁରେ ହିଁ ଭୋଟ୍‍ ଦେବେ ବୋଲି ପ୍ରାୟ ନିଶ୍ଚିତ। ଏପରିକି ବିଭିନ୍ନ ଜନମତ ସର୍ବେକ୍ଷଣ ତାଙ୍କର ଲୋକପ୍ରିୟତା କମିଥିବା ଦର୍ଶାଇଥିଲେ ବି କିଏ ତାଙ୍କର ବିକଳ୍ପ ତାହା ଦର୍ଶାଇବାରେ ବିଫଳ ହୋଇଛନ୍ତି। ଅର୍ଥାତ୍‍ ତାଙ୍କରି ପ୍ରତିଚ୍ଛବିକୁ ନେଇ ବିଜେଡି (bjd) ଏଥର ବି ନିର୍ବାଚନ ଲଢ଼ିବ। 

ହେଲେ ନିର୍ବାଚନ ଲଢ଼ିଲା ପରେ କିନ୍ତୁ ଶାସନରେ ପ୍ରତ୍ୟକ୍ଷ ହସ୍ତକ୍ଷେପ ପାଣ୍ଡିଆନ୍‍ଙ୍କର ରହିବ ବୋଲି ଆକଳନ କରାଯାଇଛି। ଏଥିଲାଗି ତାଙ୍କୁ ସାମ୍ବିଧାନିକ ଦୃଷ୍ଟିକୋଣରୁ ବିଧାୟକ ଭାବେ ନିର୍ବାଚିତ କରିବାକୁ ଚାହୁଛି ବିଜେଡିର କୋର ଟିମ୍‍। ଏଣୁ ଖୁବ୍‍ ଶୀଘ୍ର ସେ ବିଜେଡିରେ ସାମିଲ୍‍ ହେବେ ବୋଲି ଚର୍ଚ୍ଚା ଚାଲିଛି। ଏହି ଚର୍ଚ୍ଚା ଭିତରେ କୌଣସି ଏକ ଶୁଭ ଦିନରେ ସେ ସମସ୍ତଙ୍କୁ ଚକମା ଦେଇ ବିଜେଡିର (bjd) କୌଣସି ଗୁରୁତ୍ୱପୂର୍ଣ୍ଣ ପଦବୀ ନେଇପାରନ୍ତି। ସଦସ୍ୟତା ନେବା ପରେ ପାଣ୍ଡିଆନ୍‍ ଦଳୀୟ କାର୍ଯ୍ୟକ୍ରମ ତଥା ନୀତି ନିର୍ଦ୍ଧାରଣରେ ମୂଳ ପୀଣ୍ଡ ହେବେ। ୨୦୨୪ ନିର୍ବାଚନ ଲାଗି ( 2024 election) ବିଜେଡିର ପ୍ରମୁଖ ନୀତି ନିର୍ଦ୍ଧାରକ ହେବେ ବୋଲି ଚର୍ଚ୍ଚା ହେଉଛି। 

ଶ୍ରୀ ପାଣ୍ଡିଆନ୍‍ ବିଜେଡିକୁ ସାଂଗଠନିକ ସ୍ତରରେ ମଜଭୁତ ରଖି ସଫଳତା ଦେବାରେ ଜଣେ ପ୍ରମୁଖ ବ୍ୟକ୍ତି ଭାବେ ଗଣାଯାଆନ୍ତି। ଯଦିଓ ୨୦୧୯ ନିର୍ବାଚନରେ ସେ ସଦସ୍ୟ ନଥିଲେ, କିନ୍ତୁ ୨୦୧୮ ମସିହାରୁ ସେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାର ଭୂମିକା ଗ୍ରହଣ କରୁଥିଲେ। ତାଙ୍କ ଯୁକ୍ତି ଓ ଇଙ୍ଗିତରେ ଦଳ ପରିଚାଳନା ହେଉଥିଲା। ଏପରିକି ବରିଷ୍ଠ ନେତାମାନଙ୍କୁ ଦଳରୁ ବିତାଡ଼ନ, ବିଭିନ୍ନ ଜନମଙ୍ଗଳ ନୀତିର ଘୋଷଣା ଏକ ଦଳରେ ଶୃଙ୍ଖଳା ବଜାୟ ରଖିବା ଲାଗି ଆବା୍ୟକ କାର୍ଯ୍ୟାନୁଷ୍ଠାନସବୁ ତାଙ୍କରି ‘ବ୍ରେନ୍‍ ଚାଇଲ୍ଡ୍‍’ ବୋଲି କୁହାଯାଏ। ପରିଣାମ ସ୍ୱରୂପ ଆଜି ଦଳରେ ତୃଣମୂଳସ୍ତରରୁ ଶୀର୍ଷ ନେତୃତ୍ୱ ଯାଏ ସବୁ କିଛି ନିୟନ୍ତ୍ରଣରେ ରହି ଶୃଙ୍ଖଳିତ ଭାବେ ରାଜ୍ୟ ବିକାଶ ଦିଗରେ କାର୍ଯ୍ୟ କରୁଛନ୍ତି ଆଉ ଦଳ ବାରମ୍ବାର ନିର୍ବାଚନ ଜିତୁଛି। 

୨୦୧୯ ନିର୍ବାଚନରେ ବିଜୟ ପରେ ପାଣ୍ଡିଆନଙ୍କ ଶକ୍ତି ଆହୁରି ବୃଦ୍ଧି ପାଇଛି। ସରକାରଙ୍କ ସବୁ ବିଭାଗରେ ପାରଦର୍ଶିତା ଆଣିବା ଲାଗି ୫-ଟି ଚିନ୍ତାଧାରାର ପ୍ରୟୋଗ ଏବଂ ସମସ୍ତ ବିକାଶମୂକ ଫାଇଲ୍‍କୁ ଏହି ବିଭାଗ ଦ୍ୱାରା ପରିଚାଳନା କରିବା ଏହାର ଏକ ଉଦାହରଣ। ଖବରକାଗଜରେ ତାଙ୍କର ଏ ଭୂମିକା ଚର୍ଚ୍ଚା ହୋଇଛି। ବିରୋଧି ଦଳ ନେତା ଏହାକୁ ନେଇ ଆକ୍ଷେପ କରିଛନ୍ତି କିନ୍ତୁ ନିଜ ନିଷ୍ପତ୍ତି ଓ ଆତ୍ମବିଶ୍ୱାସରୁ କେବେ ଦୂରେଇ ନାହାନ୍ତି ପାଣ୍ତିଆନ୍‍। ତାଙ୍କୁ କେହି କେହି ସୁପର ସିଏମ୍‍ ବୋଲି ବି ଅଭିହିତ କରିଛନ୍ତି। ହେଲେ ସେ ସର୍ବଦା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଓ ଦୂର ଦୃଷ୍ଟିକୁ କାର୍ଯ୍ୟକାରୀ କରିବା ପାଇଁ ତାଙ୍କରି ନିର୍ଦ୍ଦେଶରେ ଆବଶ୍ୟକ କାର୍ଯ୍ୟ ଗ୍ରହଣ କରୁଥିବା କହିଛନ୍ତି। 

ପ୍ରଥମେ ଦଳର ଶୃଙ୍ଖଳାକୁ ନିଜ ନିୟନ୍ତ୍ରଣରେ ରଖିବା ପରେ କିଛିଦିନ ପୂର୍ବରୁ ୧୪୭ଟି ଯାକ ନିର୍ବାଚନ ମଣ୍ଡଳୀ ବୁଲି ଲୋକ ସମ୍ପର୍କ ବଢ଼ାଇଛନ୍ତି ପାଣ୍ଡିଆାନ୍‍। ଏହାକୁ ସରକାରୀ ପଇସାରେ ରାଜନୀତି ବୋଲି ବିରୋଧୀ ଦଳ ଚର୍ଚ୍ଚା କରିବା ପରେ ସେ ସରକାରୀ ଚାକିରି ଛାଡ଼ି ନିଜ କାମକୁ ପୂର୍ବଭଳି ନିରନ୍ତର ରଖିଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିର ପ୍ରକଳ୍ପ ହେଉ ବା ବିଭିନ୍ନ ଜିଲ୍ଲାରେ ଧର୍ମାନୁଷ୍ଠାର ରୂପାନ୍ତରଣକୁ ପାଦେ ପାଦେ ନଜରରେ ରଖି ୨୦୨୪ ପାଇଁ ବିଜେଡିର ବିକାଶ ଏଜେଣ୍ଡାକୁ ଦୃଢ଼ କରିବା ଲାଗି ଚାହିଁଛନ୍ତି। 

ଏହାକୁ ପାଦେ ପାଦେ ଅନୁଭବ କରିଛନ୍ତି ସରକାରୀ କର୍ମଚାରୀ ଓ ରାଜ୍ୟର ବିଭିନ୍ନ ଚାପ ଗୋଷ୍ଠୀ ତଥା ସଂଗଠନ। ସେଥିଲାଗି ଯେତେବଳେ ଶ୍ରୀ ପାଣ୍ଡିଆନ୍‍ ଚାକିରିରୁ ଅବସର ନେଇଛନ୍ତି, ସେତେବଳେ ସବୁ କର୍ମଚାରୀ ଓ ସଂଗଠନ ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ନବୀନ ନିବାସରେ ନବୀନଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ବିନା ନବୀନରେ କର୍ମଚାରୀ ଓ ସଂଗଠନମାନଙ୍କଠାରୁ ବାରମ୍ବାର ଅଭିବାଦନ ଓ ଶୁଭେଚ୍ଛା ଗ୍ରହଣ କରିବାରେ ସେ ପ୍ରଥମ ବ୍ୟକ୍ତି। ଏହାଦ୍ୱାରା ସେ ଜଣାଇ ଦେଇଛନ୍ତି ଯେ ସେ ହିଁ ହେଉଛନ୍ତି ନବୀନଙ୍କ ପ୍ରକୃତ ଉତ୍ତରାଧିକାରୀ। ଏଥିଲାଗି ନବୀନ ନିବାସରୁ ହିଁ ଶ୍ରୀ ପାଣ୍ଡିଆନ୍‍ଙ୍କ ଯାତ୍ରା ଆରମ୍ଭ ହୋଇସାରିଛି।  କେବଳ ଠିକଣା ସମୟକୁ ଅପେକ୍ଷା କରାଯାଇଛି, ଏହି ଘୋଷଣା ପାଇଁ।