Weather Update: ଆଜି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1867094

Weather Update: ଆଜି ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା ୭୨ ଘଣ୍ଟା ମଧ୍ଯରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବରୁ ପୂର୍ବାନୁମାନ କରାଯାଇଛି ।

ସୌ(ସୋସିଆଲ ମିଡିଆ)

Weather Update: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ପାଶ୍ବବର୍ତ୍ତୀ ମିଆଁମାର ଉପକୂଳସ୍ଥ ବାୟୁ ମଣ୍ତଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ତେବେ ଆସନ୍ତା ୭୨ ଘଣ୍ଟା ମଧ୍ଯରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ଥିବାରୁ ଆଞ୍ଚଳିକ ପାଣିପାଗ ବିଭାଗ (Bhubaneswar Meteorological Department) ପୂର୍ବରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଅନୁଯାୟୀ, ସମ୍ଭାବ୍ୟ ଲଘୁଚାପ (low pressure) ପ୍ରଭାବରେ ରାଜ୍ୟରେ ଆସନ୍ତା ୧୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଆଜି ଅର୍ଥାତ୍ ମଙ୍ଗଳବାର ଦିନ ଗଞ୍ଜାମ, ନୟାଗଡ଼, ବୌଦ୍ଧ, କଟକ, ଅନୁଗୁଳ,କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର ‌ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସମ୍ଭାବନା ରହିଛି।  ଏନେଇ ବିଭାଗ ପକ୍ଷରୁ ଏହି ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ (Orange Warning) ଜାରି କରାଯାଇଛି । ଏହାସହ ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ପୁରୀ, ସୋନପୁର, ବଲାଙ୍ଗୀର,  ଖୋର୍ଦ୍ଧା, ଗଜପତି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ସମ୍ବଲପୁର ଓ ଦେବଗଡ଼ ଆଦି ଜିଲ୍ଲାରେ ପ୍ରବଳ ବର୍ଷା  ନେଇ ୟେଲୋ ୱାର୍ଣ୍ଣିଂ (Yellow alert) ଜାରି କରାଯାଇଛି । ଆଗାମୀ ୧୩ ତାରିଖ ଦିନ ମଧ୍ୟ ଉପକୂଳ ଓଡ଼ିଶା ଓ ସଂଲଗ୍ନ ଅଞ୍ଚଳରେ ପ୍ରବଳ ବର୍ଷା (Heavy Rain) ହେବା ନେଇ ସମ୍ଭାବନା ରହିଛି । ତେବେ ୧୫ ତାରିଖ ଯାଏଁ ସାରା ରାଜ୍ୟରା ବର୍ଷା ଜାରି ରହିବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

ପ୍ରକାଶ ଥାଉ କି, ଜୁନ୍‌ ମାସରୁ ସେପ୍ଟେମ୍ବର ୧୧ ତାରିଖ ମଧ୍ୟରେ ରାଜ୍ୟରେ ସର୍ବମୋଟ ୮୯୧.୮ ମି.ମି ବର୍ଷା ହୋଇଯାଇଛି । ଯାହାକି ସ୍ବାଭାବିକ ବର୍ଷା ୧୦୧୮.୪ ମି.ମି ତୁଳନାରେ ୧୨% କମ୍‌ ଅଟେ। ଏହି ସମୟ ମଧ୍ୟରେ ୧୦ ଜିଲ୍ଲାରେ ଅଭାବୀ ବର୍ଷା ହୋଇଥିବା ବେଳେ ଅବଶିଷ୍ଟ ୨୦ ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଛି।

Also Read-Odisha Politics And Media: ବିଜେଡିକୁ ଅଡ଼ୁଆରେ ପକାଇଥିବା ଏହି ‘ସମ୍ପାଦକ-ମାଲିକ-ନେତା’ମାନେ