ବଙ୍ଗୋପସାଗରରେ ଲଘୁଚାପ, ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି
Advertisement
Article Detail0/zeeodisha/odisha1788928

ବଙ୍ଗୋପସାଗରରେ ଲଘୁଚାପ, ଅତି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି

Weather Update:  ଅତି ପ୍ରବଳ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣଂ(Orange alert)  ଜାରି କରାଯାଇଛି । ସେହିପରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । 

ସୌ(ସୋସିଆଲ ମିଡିଆ)

Weather Update: ବଙ୍ଗୋପସାଗରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ (low pressure)। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତ ୨୫ ତାରିଖ ଯାଏଁ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି । ଅତି ପ୍ରବଳ ବର୍ଷା ହେବା ନେଇ ୮ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣଂ(Orange alert)  ଜାରି କରାଯାଇଛି । ସେହିପରି ୧୧ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆସନ୍ତା ୨୨ ଓ ୨୩ ତାରିଖ ପାଇଁ ୭ଟି ଜିଲ୍ଲା ଓ ୨୩ ଓ ୨୪ ତାରିଖରେ ୧୨ ଜିଲ୍ଲାରେ ଓ ୨୪ ଓ ୨୫ ତାରିଖ ଲାଗି ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି (Yellow alert) କରାଯାଇଛି ।

ସୂଚନା ଅନୁଯାୟୀ, ଗୋଟିଏ ପଟେ ରାଜ୍ୟରେ ମୌସୁମୀ ସକ୍ରିୟ ରହିଥିବା ବେଳେ ଅନ୍ୟପଟେ ଗୁରୁବାର ଦିନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଓଡ଼ିଶା ଉପକୂଳ ସମୁଦ୍ରରେ ଗୁରୁବାର ଦିନ ଏକ ଲଘୁଚାପ (low pressure) କ୍ଷେତ୍ର ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା (Heavy rain )  ହେବା ନେଇ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ଲଘୁଚାପର ପ୍ରଭାବ କମି ଆସିବା ବେଳକୁ ୨୪ ତାରିଖରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ରାଜ୍ୟରେ ଏପରି ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଶୁକ୍ରବାର ଦିନ ବରଗଡ଼, କଳାହାଣ୍ତି, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, ସମ୍ବଲପୁର ଓ ନୂଆପଡ଼ା ଆଦି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Heavy rain ) ହେବା ନେଇ ସମ୍ଭାବନା ରହିଥିବାରୁ ଏହିସବୁ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି, ଅନୁଗୁଳ, ନୟାଗଡ଼, କଟକ, କୋରାପୁଟ, ଗଞ୍ଜାମ, ଗଜପତି ଓ ଢେଙ୍କାନାଳ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ଥିବାରୁ ଏହୁ ସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ୨୨ ତାରିଖ ଅର୍ଥାତ୍ ଶନିବାର ଦିନ ବରଗଡ଼, ସମ୍ବଲପୁର,  ମାଲକାନଗିରି, ନୂଆପଡ଼ା, ନବରଙ୍ଗପୁର, ଝାରସୁଗୁଡ଼ା ଓ କୋରାପୁଟରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣଂ ଓ ପ୍ରବଳ ବର୍ଷା ନେଇ ବୌଦ୍ଧ, ଅନୁଗୁଳ, ଦେବଗଡ଼, ସୋନପୁର, କନ୍ଧମାଳ, ବଲାଙ୍ଗୀର ଓ କଳାହାଣ୍ତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି ।

Also Read-ଶ୍ରୀମନ୍ଦିର ଚାରିଦ୍ବାର ଖୋଲିବା ନେଇ ତେଜୁଛି ଅସନ୍ତୋଷ, ଆଜି ଅପରାହ୍ନରେ ବସିବ ଛତିଶା ନିଯୋଗ ବୈଠକ

ପ୍ରକାଶ ଥାଉ କି, ଧାନ ଚାଷ ପାଇଁ ଏହି ବର୍ଷା ସକ୍ରିୟ ହେବ । ଏହି ସମୟ ମଧ୍ଯରେ ଅର୍ଥାତ୍ ୨୧ରୁ ୨୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ (warning for fishermen) ସମୁଦ୍ରକୁ ନ ଯିବା ଲାଗି ବାରଣ କରାଯାଇଛି । ଏହି ସମୟରେ ତଳୁଆ ଅଞ୍ଚଳରେ ପାଣି ଜମିବା ସହ ମାଟିକାନ୍ଥ ପଡ଼ିବା ନେଇ ସମ୍ଭାବନା ରହିଛି ।  ତେଣୁ ଏହି ସମୟରେ ଅସୁରକ୍ଷିତ କଚ୍ଚା ଘରେ ଆଶ୍ରୟ ନ ନେବାକୁ ପରାମର୍ଶ ଦିଆଯାଇଛି । ଏତିକି କି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳ ନେଇ ମଧ୍ଯ ସମ୍ଭାବନା ରହିଛି ।

ଏହା ବି ପଢନ୍ତୁ-Horoscope Today 21 July 2023: ଯାତ୍ରା ସମୟରେ ସତର୍କ ରୁହନ୍ତୁ ଏହି ୨ ରାଶି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଶୁକ୍ରବାର