Weather Update: ଆଗାମୀ ୩ ଦିନ ଯାଏଁ ଶୁଖିଲା ରହିବ ପାଗ, ଏହି ଦିନଠାରୁ ପୁଣି ବଢିପାରେ ବର୍ଷା!
Advertisement

Weather Update: ଆଗାମୀ ୩ ଦିନ ଯାଏଁ ଶୁଖିଲା ରହିବ ପାଗ, ଏହି ଦିନଠାରୁ ପୁଣି ବଢିପାରେ ବର୍ଷା!

Weather Update: ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଫଳରେ ଏବେ ରାଜ୍ୟରେ କୌଣସି ଲଘୁଚାପର ସମ୍ଭାବନା ନଥିବା ବେଳେ ଏହାର ପ୍ରଭାବ ମଧ୍ୟ ନାହିଁ । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ଯପ୍ରଦେଶ ଆଡ଼କୁ ଗତି କରିବ ।

ସୌ(ସୋସିଆଲ ମିଡିଆ)

Weather Update: ଦକ୍ଷିଣ ଝାଡ଼ଖଣ୍ତ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ ଗତ ଶୁକ୍ରବାର ରହିଥିବା ଲଘୁଚାପ କ୍ଷେତ୍ର ଶନିବାର ଦିନ ଉତ୍ତର ଛତିଶଗଡ଼ ତଥା ସଂଲଗ୍ନ ଅଞ୍ଚଳରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଫଳରେ ଏବେ ରାଜ୍ୟରେ କୌଣସି ଲଘୁଚାପର ସମ୍ଭାବନା ନଥିବା ବେଳେ ଏହାର ପ୍ରଭାବ ମଧ୍ୟ ନାହିଁ । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ଯପ୍ରଦେଶ ଆଡ଼କୁ ଗତି କରିବ । ଫଳରେ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଖରା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ସୂଚନା ଥାଉ କି, ମୌସୁମୀଜନିତ ନିମ୍ନ ଚାପରେଖା ଏବେ ଗଙ୍ଗନଗର, ନାରନୌଲ, ସାତନା, ଦାତିଆ ହୋଇ ଲଘୁଚାପର କେନ୍ଦ୍ର ଦେଇ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଓଡ଼ିଶାର କେନ୍ଦୁଝର, ବାଲେଶ୍ବର ଓ ଦକ୍ଷିଣପୂର୍ବ ଆଡ଼କୁ ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ ଲମ୍ବିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ କାଁ ଭାଁ ବର୍ଷା ହେବା ନେଇ ସମ୍ଭାବନା ରହିଛି । ତେବେ ଆଗାମୀ ୨୩ ତାରିଖ ଆଡ଼କୁ ରାଜ୍ୟରେ ପୁଣି ଥରେ ବର୍ଷା ବଢ଼ିପାରେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେହିଦିନ ‌ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଓ କନ୍ଧମାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିଭଳି କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାର କେତେକ ସ୍ଥାନରେ ମଧ୍ୟ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ରବିବାର ଦିନ ଭୁବେନଶ୍ବର ସମତେ ଏହାର ଆଖପାଖ ଅଞ୍ଚଳର ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ମଧ୍ୟ ହୋଇପାରେ।

Realized #weather during past 24 hours over the districts of #Odisha* pic.twitter.com/YYRcIjZ0Yr

 

ପ୍ରକାଶ ଥାଉ କି, ଗତ ଜୁନ ମାସରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ସର୍ବମୋଟ ୬୫୩.୮ ମିମି ବର୍ଷା ହୋଇଛି । ସାଧାରଣତଃ ଏହି ସମୟ ମଧ୍ଯରେ ରାଜ୍ୟରେ ୬୯୮.୪ ମିମି ବର୍ଷା ହୋଇଥାଏ । ତେବେ ବର୍ତ୍ତମାନ ରାଜ୍ୟରେ ୬ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଏବେ ସୁଦ୍ଧା ରାଜ୍ୟର ୧୬ଟି ଜିଲ୍ଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୧୦ଟି ଜିଲ୍ଲାରେ ନିଅଣ୍ଟିଆ ଓ ଅବଶିଷ୍ଟ ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଥିବା ସୂଚନା ରହିଛି ।

Also Read-Mangal Gochar 2023: ମଙ୍ଗଳ ଚଳନ ଯୋଗୁଁ ଏହି ୩ ରାଶିଙ୍କ ପାଇଁ ବଢିବ ସମସ୍ୟା! ଜାଣନ୍ତୁ କିପରି କରିବେ ପ୍ରତିକାର

Also Read--Guru vakri 2023: ମେଷ ରାଶିକୁ ଚଳନ କରିବେ ବୃହସ୍ପତି, ଲାଭବାନ ହେବ ଏହି ୩ ରାଶି!

Also Read- Horoscope Today Aug 20 2023: ଏହି ରାଶି ରୁହନ୍ତୁ ସାବଧାନ୍! ଧନହାନୀ ସହ ପ୍ରାଣପୀଡାର ରହିଛି ଦୁର୍ଯୋଗ, ଜାଣନ୍ତୁ କେମିତ କଟିବ ଆଜିର ଦିନ?