କାହିଁକି ହେଲାନି ବିଜେଡିର ‘ଜନ ଜାଗରଣ’, ହାରିଗଲେ କି ‘ଅପରେଜେୟ’
Advertisement
Article Detail0/zeeodisha/odisha2392505

କାହିଁକି ହେଲାନି ବିଜେଡିର ‘ଜନ ଜାଗରଣ’, ହାରିଗଲେ କି ‘ଅପରେଜେୟ’

BJD Jana Jagarana Yatra: ଅଗଷ୍ଟ ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋଶାଲ୍‍ ମିଡିଆରେ ଏକ ‘ଜନଜାଗରଣ’ ସମାବେଶ ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ମୋହନ ମାଝିଙ୍କ ସରକାର ଦେିଥିବା ପ୍ରତିଶୃତି ପାଳନ କରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ। 

BJD Jana Jagarana Yatra

ଭୁବନେଶ୍ୱର: ପଞ୍ଚାୟତସ୍ତରରେ ଲୋକଙ୍କୁ ସଚେତନ କରିବା ତଥା ସଂଗଠନକୁ ପୁନରୁଦ୍ଧାର କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ଡାକରା ଦେଇଥିବା ‘ଜନ ଜାଗରଣ ଯାତ୍ରା’ ଅଘୋଷିତ ବନ୍ଦ କରାଯାଇଛି। ଖାଲି ସେତିକି ନୁହେଁ ବିଜେଡି ସଭାପତି ଏହି ଆହ୍ୱାନ ଦେିଥିଲେ ବି କାହିଁକି ଏହାକୁ ପାଳନ କରାଯାଉ ନାହିଁ ତାହାକୁ ନେଇ ଅନେକ ପ୍ରଶ୍ନ ଉଙ୍କି ମାରୁଛି।  ପ୍ରଶ୍ନ ହେଉଛି କାହିଁକି ବିଜେଡି ଏହି ଯାତ୍ରା ବାବଦରେ ନୀରବ ରହିଛି? ପଞ୍ଚାୟତଗୁଡ଼ିକରେ ଦଳ ବିପଦ ଦେଖୁଛି କି? ଦିନେ ନବୀନଙ୍କ ମୁହଁରୁ ଶବ୍ଦ ଖସିବା କ୍ଷଣି ତୃଣମୂଳସ୍ତରରେ ସଂଗଠନ କ୍ରିୟାଶିଳ ହୋଇପଡ଼ୁଥିବା ବେଳେ ଏବେ ସମୁଦାୟ ବ୍ୟବସ୍ଥା ଶୁପ୍ତ ଅବସ୍ଥାଗୁ ଚାଲିଯିବା ଦଳର ସାଗଠନିକ ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। 

ଅଗଷ୍ଟ ୧୨ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସୋଶାଲ୍‍ ମିଡିଆରେ ଏକ ‘ଜନଜାଗରଣ’ ସମାବେଶ ପାଇଁ ଆହ୍ୱାନ ଦେଇଥିଲେ। ରାଜ୍ୟରେ ମୋହନ ମାଝିଙ୍କ ସରକାର ଦେିଥିବା ପ୍ରତିଶୃତି ପାଳନ କରୁନାହିଁ ବୋଲି ସେ ଅଭିଯୋଗ କରିଥିଲେ। ଲୋକଙ୍କ ଭତ୍ତା ବୃଦ୍ଧି ପ୍ରହେଳିକା ହୋଇଥିବା ଅଭିଯୋଗ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ। ‘୪୫ ହଜାର କୋଟି ଋଣ ନେଇ ମଧ୍ୟ ଘୋଷଣାକୁ ପାଳନ କରାଯାଉ ନାହିଁ। ଏଣୁ ଓଡ଼ିଶାବାସୀଙ୍କ କ୍ଷୋଭକୁ ସାମ୍ନାକୁ ଆଣିବା ଲାଗି ତୃଣମୂଳ ସ୍ତରରୁ ସରକାରଙ୍କୁ ଚେତାଇଦେବା ଉଦ୍ଦେଶ୍ୟରେ ବିକ୍ଷୋଭ ଆରମ୍ଭ କରିବାକୁ ଲକ୍ଷ୍ୟ’ ରଖିଥିବା  କହିଥିଲେ ବିଜେଡି ସୁପ୍ରିମୋ।କିନ୍ତୁ ଏବେ ବିଜେଡି ଏହି ନିଷ୍ପତ୍ତିରୁ ଅନେକ ପାହୁଣ୍ଡ ପଛକୁ ଚାଲିଗଲା ଭଳି ମନେ ହେଉଛି। 

ନିଜର ଟ୍ୱିଟର ହ୍ୟାଣ୍ଡଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଲେଖିଥିଲେ ‘... ଏଥିରୁ ପୁରା ସ୍ପଷ୍ଟ ହେଉଛି, ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଭତ୍ତାଧାରୀ ବୟସ୍କ ତଥା ସମସ୍ତ ଓଡ଼ିଶାବାସୀଙ୍କ ସହ ପ୍ରତାରଣା ହୋଇଛି। ଏପରି ପ୍ରତାରଣା ଲୋକଙ୍କ ଭିତରେ ଜନ ଅସନ୍ତୋଷ ବଢ଼ାଇଛି। ଏନେଇ ୧୬ ଅଗଷ୍ଟରୁ ବିଜେଡି ଜନଜାଗରଣ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରତି ପଞ୍ଚାୟତରେ ଏନେଇ ସଚେତନତା କାର୍ଯ୍ୟକ୍ରମ କରାଯିବ। ବୟୋଜ୍ୟେଷ୍ଠଙ୍କ ଅଧିକାର ପାଇଁ ବିଜେଡି ଆଗକୁ ବାହାରିବ।’

ନବୀନ କହିଥିଲେ, ମୁଁ ଆଶା କରୁଛି, ବିଜେପି ଓଡ଼ିଶାର ଲୋକଙ୍କୁ ଭୁଆଁ ନ ବୁଲେଇ, ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବ। ବିଜେପି ନିଜ ପ୍ରତିଶ୍ରୁତି ପୂରଣ ନ କରିବା ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ ନିକଟରେ ଏହାକୁ ପହଞ୍ଚାଇବା ପାଇଁ ବିଜେଡି ସର୍ବଦା ନିଜର ଅଭିଯାନ ଜାରି ରଖିବ।

ନିର୍ଦ୍ଧାରିତ ତାରିଖ ଏବେ ୫ ଦିନ ବିତିଥିଲେ ମଧ୍ୟ କୌଣସି ପଞ୍ଚାୟତରେ ଏହିପରି ଯାତ୍ରା ଆରମ୍ଭ କରାଯାଇ ନାହିୋ। ପୁଣି ନବୀନ  ହୁଅନ୍ତୁ ବା ବିଜେଡି ଏ ବାବଦରେ ଶୁପ୍ତ ରହିଛନ୍ତି। କୌଣସି ସ୍ଥାନରେ ଜନଜାଗରଣ ଯାତ୍ରା ବାବଦରେ ଉଲ୍ଲେଖ କରାଯାଉ ନାହିଁ। 

ମିଳିଥିବା ସୂଚନା ଅନୁସାରେ ତୃଣମୂଳ ସ୍ତରରେ ବିଜେଡିା ସାଂଗଠନିକ ସ୍ଥିତି ଆଉ ଭଲ ନାହିଁ। ଅନେକ ସ୍ଥାନରେ ନେତାମାନେ ବିଜେଡି ଛରଡ଼ି ବିଜେପି ମୁହାଁ ହୋଇଥିବା ନଜରକୁ ଆସିଛି। ଦଳ ତୃଣମୂଳର କର୍ମୀଙ୍କ ମଧ୍ୟରେ ଆଉ ଉତ୍ସାହ ପାଉ ନଥିବାରୁ ବାଧ୍ୟ ହୋଇ ଯାତ୍ରାକୁ ବନ୍ଦ କରିଥିବା ଜଣାପଡ଼ିଛି। 

ନିକଟରେ ବିଜେଡିର ସାଂଗଠନିକ ସମ୍ପାଦକ  ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନ ମଣ୍ଡଳୀରୁ ଅନେକ ପଞ୍ଚାୟତ ସମିତି ସଦସ୍ୟ ବିଜେଡି ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି। ଧର୍ମଶାଳା, ବରି କେନ୍ଦୁଝର, ବାଂଶପାଳ ପ୍ରଭୃତି ଅଞ୍ଚଳରେ ବିଜେଡି ସମିତିସଭ୍ୟମାନେ ବିଜେପିରେ ଯୋଗ ଦେଇଛନ୍ତି। ଅନେକ ସ୍ଥାନରେ ବିଜେଡିର ତୃଣମୂଳ ସୁଦୃଢ଼ ନଥିବା ନେଇ ବିଜେପି ନେତାମାନେ ହେଜିଥିବା ଚର୍ଚ୍ଚା ହେଉଛି। ଏଭଳି ପରିସ୍ଥିତିରେ ଯଦି ଦଳ କୌଣସି ସଭା ସମିତି ଆୟୋଜନ କରେ ତେବେ ପଞ୍ଚାୟତସ୍ତରରେ ଆଉ ଲୋକଙ୍କୁ ଏକାଠି କରିପାରିବ ନାହିଁ। ଏଣୁ ଆକସ୍ମିକ ଭାବେ ଏହି ନିଷ୍ପତ୍ତିରୁ ଓହରିଥିବା କୁହାଯାଉଛି।