Top 10 News Today: ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2301194

Top 10 News Today: ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ କଲେ ରାଷ୍ଟ୍ରପତି; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 20 June 2024: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୮ ତମ ଲୋକସଭା ପାଇଁ ବିଜେପି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବରେ ନିଯୁକ୍ତ କରିଛନ୍ତି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।  

 

Today Top 10 News Headlines

Today Top 10 News Headlines: H1. BJP MP Bhartruhari Mahtab Appointed Pro Tem Speaker: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ସାଂସଦ ଭର୍ତ୍ତୃହରି ମହତାଙ୍କୁ ସମ୍ବିଧାନର ଧାରା ୯୫(୧) ଅନୁଯାୟୀ ଲୋକସଭାର କାମଚଳା ବାଚସ୍ପତି (Pro Tem Speaker) ଭାବରେ ନିଯୁକ୍ତ କରିଛନ୍ତି।

H2. CM Arvind Kejriwal gets bail: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରାଯାଇଛି। ଗୁରୁବାର ଦିନ ମଦ ଦୁର୍ନୀତିରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟ ଏକ ବଡ଼ ଆରାମ ପ୍ରଦାନ କରିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ୨୧ ଦିନ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ୨ ଜୁନରେ ଆତ୍ମସମର୍ପଣ କରିବା ପରେ ସେ ପୁଣି ତିହାର ଜେଲକୁ ଯାଇଥିଲେ। 

H3. Odisha School Reopening: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୨୧ ତାରିଖରେ ସକାଳ ୬.୩୦ରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିଥିବା ବେଳେ ଏହା ପରଦିନ ଠାରୁ ଅର୍ଥାତ୍ ଜୁନ୍ ୨୨ରୁ ସ୍ବାଭାବିକ ଭାବରେ ସ୍କୁଲ ଗୁଡିକୁ ପରିଚାଳନା କରାଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

H4. Odisha Gears Up For International Yoga Day Tomorrow: ଆସନ୍ତା କାଲି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟାଡିୟମ୍ ଠାରେ ସକାଳ ୭ ଟା ସମୟରେ ଆୟୋଜିତ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେବେ। ରାଜ୍ୟମନ୍ତ୍ରୀ ମଣ୍ଡଳର ସଦସ୍ୟ ଗଣ, ସାଂସଦ ଓ ବିଧାୟକ ଗଣ ମଧ୍ୟ ଜିଲ୍ଲା ସ୍ତରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। 

H5. Dharmendra Pradhan On NEET Paper Leak Case: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁଁ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ପ୍ରତିବଦ୍ଧ। ଆମେ ଏହାର ସ୍ୱଚ୍ଛତା ଉପରେ ଆପୋଷ ବୁଝାମଣା କରିବୁ ନାହିଁ। ସେ କହିଛନ୍ତି ଯେ NEET ର ଅପରାଧୀଙ୍କୁ କୌଣସି ପରିସ୍ଥିତିରେ ରକ୍ଷା କରାଯିବ ନାହିଁ। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଆମେ NTA ର କାର୍ଯ୍ୟରେ ଉନ୍ନତି ଆଣିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଯାଉଛୁ।

H6. JMFC Frames Charges Against Ollywood Actor Anubhav Mohanty: ଅଭିନେତା ତଥା ବିଜେପି ନେତା ଅନୁଭବ ମହାନ୍ତି-ବର୍ଷା ବିବାଦ ମାମଲାରେ ଚାର୍ଜଫ୍ରେମ୍‌ । କଟକ ଜେଏମ୍‌ଏଫ୍‌ସି କୋର୍ଟରେ ଅନୁଭବ ହାଜର ହେବା ପରେ ଚାର୍ଜଫ୍ରେମ୍‌ । ଅନୁଭବ ଏବଂ ତାଙ୍କର ଦୁଇ ସହଯୋଗୀଙ୍କ ନାଁରେ ଚାର୍ଜଫ୍ରେମ୍‌ ହୋଇଛି । ଅଭିନେତ୍ରୀ ବର୍ଷାପ୍ରିୟଦର୍ଶିନୀଙ୍କୁ ନିର୍ଯାତନା ଦେଇଥିବା ନେଇ ପୁରୀଘାଟ ଥାନାରେ ପୂର୍ବରୁ ମାମଲା ରୁଜୁ ହୋଇଥିଲା ।

H7. Srimandir closed for public darshan: ଦେବସ୍ନାନ ମଣ୍ଡପ ପହଣ୍ଡି ବିଜେ ପାଇଁ ଶ୍ରୀମନ୍ଦିରେ ଦର୍ଶନ ଆଜି ମଧ୍ୟ ରାତ୍ରୀ ୧୨.୦୦ ଟାରୁ ଆସନ୍ତାକାଲି ୨୧ ଜୁନ୍ ସକାଳ ୧୧.୦୦ ଘଟିକା ପର୍ଯ୍ୟନ୍ତ ବନ୍ଦ ରହିବ। ଏହା ପୁରୀ ମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

H8. Ratha Yatra 2024: ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଶ୍ରୀକ୍ଷେତ୍ର ପୁରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କ ସହ ଆଗାମୀ ରଥଯାତ୍ରା କୁ ଶାନ୍ତିଶୃଙ୍ଖଳା ଓ ସୁରୁଖୁରୁ ରେ ସମାପନ କରିବା ପାଇଁ ଆଲୋଚନା କରିଛନ୍ତି । ଚଳିତ ବର୍ଷ ରଥଯାତ୍ରା ଏକ ବିରଳ ସଂଯୋଗ। ଗୋଟିଏ ଦିନରେ ୩ ଟି ନୀତି ସହ ରଥଯାତ୍ରା କାମ ସମ୍ପନ୍ନ ହେବ । ଏହାକୁ ଶୃଙ୍ଖଳିତ ଭାବେ କରିବା ପାଇଁ ମୁଖ୍ୟମନ୍ତ୍ରୀ ଛତିଶା ନିଯୋଗର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ। 

H9. Poisonous Liquor Killed 33 People: ତାମିଲନାଡୁର କଲାକୁରିଚିରେ ବେଆଇନ ମଦ ପିଇ ୩୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୦ ରୁ ଅଧିକ ଲୋକ ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ରାଜ୍ୟପାଳ ଆର.ଏନ୍ ରବି ଦୁଃଖ ଓ ସମବେଦନା ଜଣାଇଛନ୍ତି। କଲାକୁରିଚି ଜିଲ୍ଲା କଲେକ୍ଟର ଏମଏସ ପ୍ରଶାନ୍ତ ଜିଲ୍ଲାର ସରକାରୀ ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କୁ ଭେଟିଛନ୍ତି।

H10. IND vs AFG Today T20 World Cup 2024 Match: ଟି-୨୦ ବିଶ୍ୱକପ ୨୦୨୪ ରେ ଆଜି ଭାରତ ଓ ଆଫଗାନିସ୍ତାନ ମଧ୍ୟମରେ ସୁପର-୮ ମ୍ୟାଚ୍  ଖେଳାଯାଉଛି। ବାରବାଡୋସର କେନ୍ସିଙ୍ଗଟନ୍ ଓଭାଲ୍ ଗ୍ରାଉଣ୍ଡରେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି। ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା।