• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • Z Bharat
  • PHH
  • Business
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର ଗୁରୁତ୍ତ୍ୱପୂର୍ଣ୍ଣ ଖବର

Written ByZee Odisha Desk
Published: Feb 02, 2024, 03:48 PM IST|Updated: Feb 02, 2024, 03:48 PM IST
joinshare
Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ଓଡ଼ିଶା ପୋଲିସର ୭୧ତମ ବୃତ୍ତିଗତ ପ୍ରତିଯୋଗିତା ଉଦଘାଟନ କଲେ ଆରକ୍ଷୀ ମହାନିର୍ଦ୍ଦେଶକ

    ଓଡ଼ିଶା ପୋଲିସର ୭୧ତମ ବୃତ୍ତିଗତ ପ୍ରତିଯୋଗିତା ଉଦଘାଟନ କଲେ ଆରକ୍ଷୀ ମହାନିର୍ଦ୍ଦେଶକ

    2

    Odisha Vigilance: ଗିରଫ ହେଲେ ପୂର୍ତ୍ତ ବିଭାଗ EE ଅରବିନ୍ଦ ମହାନ୍ତି, ଆୟ ବହିର୍ଭୂତ ସମ୍ପତ୍ତି ଠ

    3

    ଆଜି ଓଡି଼ଶା ଆସୁଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ,ଆଜି ଭା

    4

    Ollywood: ସିନେ ଜଗତରେ ଶୋକର ଛାୟା, ନିର୍ଦ୍ଦେଶକ ଏସକେ ମୁରଲିଧରନଙ୍କ ପରଲୋକ

    5

    ପ୍ରଥମ ୨ଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳ ଘୋଷଣା, ଛାତ୍ର ସଂସଦ ନିର୍ବାଚନ ଓ ଅନ୍ୟ ଖବର

    ସୋରେନଙ୍କୁ ସୁପ୍ରିମ ଝଟକା
    ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ସୁପ୍ରିମ ଝଟକା। ସୋରେନଙ୍କ ଆବେଦନ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଛନ୍ତି। କୋର୍ଟ କହିଛନ୍ତି ଯେ ଜେଏମଏମ ନେତାମାନେ ସେଠାରେ ଥିବା ଜମି ସମ୍ବନ୍ଧୀୟ ମାମଲାରେ ଗିରଫ ହେବା ବିରୋଧରେ ଆବେଦନ କରିବା ଉଚିତ୍। ଶୁକ୍ରବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ସମୟରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଖୋଲାଖୋଲି ଭାବେ କହିଛନ୍ତି, ଆପଣ ହାଇକୋର୍ଟକୁ କାହିଁକି ଯାଉନାହାଁନ୍ତି? ଦୟାକରି ହାଇକୋର୍ଟଙ୍କ ନିକଟକୁ ଯାଆନ୍ତୁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

    କର୍କଟରେ ଅଭିନେତ୍ରୀଙ୍କ ମୃତ୍ୟୁ
    ବହୁ ଚର୍ଚ୍ଚିତ ବିବାଦୀୟ ଅଭିନେତ୍ରୀ ତଥା ମଡେଲ ପୁନମ ପାଣ୍ଡେଙ୍କ ଦେହାନ୍ତ ହୋଇଛି। ସେ ସର୍ଭିକାଲ କ୍ୟାନ୍ସରରେ ପୀଡ଼ିତ ଥିଲେ। ଏନେଇ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୩୨ ବର୍ଷ ବୟସ ହୋଇଥିଲା। ପୁନମ ପାଣ୍ଡେଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରିଛି। ଫେବ୍ରୁଆରି ୧ ତାରିଖ ରାତିରେ ସର୍ଭିକାଲ୍ କ୍ୟାନସରରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଥିବା ପୋଷ୍ଟରେ କୁହାଯାଇଛି ଆଜି ସକାଳ ଆମ ପାଇଁ କଷ୍ଟକର ରହିଛି। ଅତ୍ୟନ୍ତ ଦୁଃଖର ସହ ଜଣାଉଛୁ ଯେ, ଆମ ସମସ୍ତଙ୍କର ଅତି ପ୍ରିୟ ପୁନମ ପାଣ୍ତେଙ୍କର ଦେହାନ୍ତ ହୋଇଯାଇଛି। ସର୍ଭାଇକାଲ କ୍ୟାନସରରେ ଆମେ ଆମର ପ୍ରିୟ ପୁନମଙ୍କୁ ହରାଇଛୁ।

    ଇଡ଼ିରେ ହାଜର ହେଲେନି ମୁଖ୍ୟମନ୍ତ୍ରୀ
    ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅର୍ଥାତ୍ ୨ ଫେବ୍ରୁଆରୀ ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଇଡି ଆଗରେ ହାଜର ହୋଇ ନାହାଁନ୍ତି। ଆମ୍ ଆଦମୀ ପାର୍ଟି ଏକ ଲିଖିତ ବୟାନ ଜାରି କରି ସ୍ପଷ୍ଟ କରିଛନ୍ତି ଯେ ଅରବିନ୍ଦ କେଜ୍ରିୱାଲ ଆଜି ମଧ୍ୟ ଇଡି କାର୍ଯ୍ୟାଳୟକୁ ପଚରାଉଚରା ପାଇଁ ଯିବେ ନାହିଁ। ଆମ୍ ଆଦମୀ ପାର୍ଟି ଇଡି ସମନକୁ ବେଆଇନ ବୋଲି ବର୍ଣ୍ଣନା କରି କହିଛି ଯେ ଆମେ ଆଇନ ଅନୁଯାୟୀ ସମନର ସଠିକ୍ ଜବାବ ଦେବୁ। ଏହାପୂର୍ବରୁ କେଜ୍ରିୱାଲ ଚାରିଟି ସମନକୁ ଅଣଦେଖା କରିଥିଲେ।

    ଜିଲ୍ଲାରେ ବର୍ଷା ସମ୍ଭାବନା
    ଗୁରୁବାର ରାଜ୍ୟରେ ରାତିର ତାପମାତ୍ରା ବଢ଼ିଥିବା ଦେଖିବାକୁ ମିଳିଛି। ଉପକୂଳ ଓଡ଼ିଶାର ସମସ୍ତ ସହରରେ ରାତି ସମୟରର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୪ ଡିଗ୍ରି ଓ ପଶ୍ଚିମ ଓଡ଼ିଶା ସହରଗୁଡ଼ିକର ତାପମାତ୍ରା ୩ରୁ ୬ ଡିଗ୍ରି ଅଧିକ ରହୁଛି। ପୁରୀରେ ରାତିର ତାପମାତ୍ରା ୨୨.୪ ଡିଗ୍ରି ପହଞ୍ଚିଥିବା ବେଳେ ପରାଦୀପରେ ୨୦.୬, ଭଦ୍ରକରେ ୨୦, ଯାଜପୁରରେ ୧୯.୮, ଗୋପାଳପୁରରେ ୧୯.୭, ଭୁବନେଶ୍ବରରେ ୧୯.୨, ଢେଙ୍କାନାଳରେ ୧୯.୧, କଟକରେ ୧୯, ବାଲେଶ୍ବରରେ ୧୮.୯, ଚାନ୍ଦବାଲିରେ ୧୮.୬ ଡିଗ୍ରି ରହିଥିଲା। ଉତ୍ତର ଓଡିଶା ସମେତ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ଭୁବନେଶ୍ୱର ପାଣିପାଗ ବିଭାଗ। ବାଂଲାଦେଶ ଠାରୁ ଗାଙ୍ଗେୟ ଉପତ୍ୟକା ଦେଇ ଉତ୍ତର ଓଡିଶା ପର୍ଯ୍ୟନ୍ତ ବାୟୁମଣ୍ଡଳର ୦.୯ କିଲୋମିଟର ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। 

    ସମ୍ବଲପୁର ଆସୁଛନ୍ତି ପ୍ରଧାନମନ୍ତ୍ରୀ
    ଆସନ୍ତାକାଲି ୩ ତାରିଖ ଅର୍ଥାତ୍ ଶନିବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀ ଶନିବାର ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ ‌ସେନା ବିମାନରେ ଆସି ଝାରସୁଗୁଡ଼ା ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସ୍ବତନ୍ତ୍ର ହେଲିକପ୍ଟରରେ ସମ୍ବଲପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚି ଆଇଆଇଏମ୍‌ କ୍ୟାମ୍ପସକୁ ଯିବାର କାର୍ଯ୍ୟକ୍ରମ ରହିଛି।

    ଶପଥ ନେବେ ଚମ୍ପାଇ ସୋରେନ
    ଝାଡ଼ଖଣ୍ଡର ରାଜ୍ୟପାଳ ସିପି ରାଧାକୃଷ୍ଣନ୍ ଚମ୍ପାଇ ସୋରେନଙ୍କୁ ସିଏମ୍ ଭାବରେ ଶପଥ ଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ। ଆଜି ଅର୍ଥାତ ୨ ଫେବୃଆରୀରେ ସେ ସିଏମ୍ ଭାବେ ଶପଥ ଗ୍ରହଣ କରିବେ। ସମୟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଚମ୍ପାଇ ସୋରେନଙ୍କ ସହ ଆଲାମଗିର ଆଲାମ ଏବଂ ସତ୍ୟେନ୍ଦ୍ର ଭୋକା ଶପଥ ନେଇପାରିନ୍ତି। ସତ୍ୟନ୍ଦ୍ର ଭୋକଟା ଆରଜେଡିରୁ ଆସିଥିବାବେଳେ ଆଲାମଗିର ଆଲାମ ଜଣେ କଂଗ୍ରେସ ବିଧାୟକ। ଏହାପୂର୍ବରୁ ଗୁରୁବାର ଦିନ ଅପରାହ୍ନ ୫.୩୦ ସମୟରେ ଚମ୍ପାଇ ସୋରେନ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଥିଲେ। ସେ ୪୩ ଜଣ ବିଧାୟକଙ୍କ ସମର୍ଥନ ଦାବି କରିଛନ୍ତି।

    MQ-9B ଡ୍ରୋନ ବିକ୍ରି କରିବ ଯୁକ୍ତରାଷ୍ଟ୍ର ଆମେରିକା
    ଭାରତକୁ ୩୧ଟି MQ-9B ଡ୍ରୋନ ବିକ୍ରି କରିବ ଯୁକ୍ତରାଷ୍ଟ୍ର ଆମେରିକା। ଏଥିନେଇ କଂଗ୍ରେସ ଅନୁମୋଦନ କରିଥିବା ଆମେରିକାର ପ୍ରତିରକ୍ଷା ବିଭାଗ କହିଛି। ପୂର୍ବରୁ କାନାଡ଼ାରେ ଉଗ୍ରବାଦୀ ପନ୍ନୁଙ୍କ ହତ୍ୟାକୁ ନେଇ ଡ୍ରୋନ ବିକ୍ରିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ହେଲେ ରଣନୀତିକ ଦୃଷ୍ଟିକୋଣ ଏବଂ ଆନ୍ତର୍ଜାତିକ ଜଳମାର୍ଗର ସୁରକ୍ଷା ଦୃଷ୍ଟିକୋଣକୁ ଆଖିରେ ରଖି ଡ୍ରୋନ୍‍ ବିକ୍ରି ପ୍ରସ୍ତାବରେ ରାଜି ହୋଇଛି ଆମେରିକାର ସଂସଦ। 

    ଓଡ଼ିଶାକୁ ରେଳ ବଜେଟରେ ୧୦ ହଜାର କୋଟି
    ଓଡ଼ିଶାରେ ରେଳ ଯାତାୟାତର ବିକାଶ ପାଇଁ ୧୦ ହଜାର ୫୩୬ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରିଥିବା ବଜେଟରେ ଏହି ଟଙ୍କା ଆବଣ୍ଟନ କରାଯାଇଥିବା ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ଏହି ବଜେଟରେ ଓଡ଼ିଶା ପାଇଁ ନୂଆ ରେଳଟ୍ରାକ୍‍ ନିର୍ବାଣ, ହାତୀଙ୍କ ଗତିବିଧି ଜାଣିବାକୁ ସ୍ୱତନ୍ତ୍ର ଟେକ୍ନୋଲେଜି ବ୍ୟବସ୍ଥା ଏବଂ ଷ୍ଟେସନ୍‍ ଓ ଡବାର ଉନ୍ନତୀକରଣ ସାମିଲ୍‍ ରହିଛି। 

    ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପଦୋନ୍ନତି
    ରାଜ୍ୟ ସରକାରଙ୍କ ପାଖରେ କାମ କରୁଥିବା ୪ ଜଣ ବବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ଆଇଏଏସ୍‍ ପାହ୍ୟା ପ୍ରଦାନ କରାଯାଇଛି। ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଭାବେ ସେମାନଙ୍କ କାର୍ଯ୍ୟ ଓ ନିଷ୍ଠାକୁ ଅନୁଶୀଳନ କରି ରାଜ୍ୟ ସରକାର ତାଙ୍କୁ ପଦୋନ୍ନତି ଦେବାକୁ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କ କାର୍ମିକ ମନ୍ତ୍ରଣାଳୟ ଏହାକୁ ଅନୁଧ୍ୟାନ କରିବା ପରେ ଆବଶ୍ୟକ ପଦୋନ୍ନତି ଦେଇଛନ୍ତି। ଏହି ୪ ଅଧିକାରୀ ହେଲେ: ସ୍ମିତା ରାଉତ, ମଧୁସ୍ମିତା ସାମଲ, ସଞ୍ଜୟ କୁମାର ବିଶ୍ୱାଳ ଏବଂ ସାଗରିକା ହୋତା। ଏହି ସମସ୍ତ ୪ ଅଧିକାରୀଙ୍କ ଓଡ଼ିଶା କ୍ୟାଡର ପ୍ରଦାନ କରାଯାଇଛି। 

    ଭାରତ ବନାମ ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ
    ଆଜି ଭାରତ ଓ ଇଂଲଣ୍ତ ମଧ୍ୟରେ ଖେଳାଯାଉଛି ଦ୍ବିତୀୟ ଟେଷ୍ଟ ମ୍ୟାଚ୍। ବିଶାଖାପାଟଣାର ଭାଇଜାଗ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଭାରତୀୟ ଦଳ। ତେବେ ଏହି ମ୍ୟାଚରେ ଦୁଇ ନୂଆ ଖେଳାଳିଙ୍କୁ ସାମିଲ କରାଯାଇଛି। ଏହି ମ୍ୟାଚରେ ନିଜର ଟେଷ୍ଟ ଡ଼େବ୍ୟୁ କରିଛନ୍ତି ବ୍ୟାଟର ରଜତ ପାଟିଦାର। ଅନ୍ୟପଟେ ଷ୍ଟାର ବୋଲର ମହମ୍ମଦ ସିରାଜଙ୍କୁ ଏହି ମ୍ୟାଚରୁ ବାଦ ଦିଆଯାଇଛି। ମହମ୍ମଦ ସିରାଜଙ୍କ ସ୍ଥାନରେ ମୁକେଶ କୁମାରଙ୍କୁ ଦଳରେ ସାମିଲ କରାଯାଇଛି। ଏହା ବ୍ୟତୀତ କୁଲଦୀପ ଯାଦବ ପ୍ଲେଇଂ ଇଲେଭେନ ସ୍ଥାନ ପାଇଛନ୍ତି। ତେବେ ପୂର୍ବରୁ ଏହି ମ୍ୟାଚ୍ ରେ ସରଫରାଜ ଖାନ୍ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।

    Add Zee News as a Preferred Source
    TAGS:
    Top 10 News Headlines
    Top 10 News Headlines Odisha
    Top 10 News Headlines Odisha Today
    Afternoon Bulletin
    Today News
    Odisha Trending News Afternoon
    2nd February 2024