Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha1997317

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 | Afternoon Bulletin: Top News Headlines from 6th December 2023: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

 

Afternoon Bulletin Top News Headlines from 6th December 2023

Top 10 News Headlines in Odia | 6th December 2023 | Afternoon |1.  10 BJP MPs resigned: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ଜିତିବା ପରେ ଭାରତୀୟ ଜନତା ପାର୍ଟି ସାଂସଦ କିରୋରୀ ଲାଲ ମୀନା, ରାଜୀବର୍ଦ୍ଧନ ସିଂ ରାଠୋର, ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ, ରାକେଶ ସିଂ, ଉଦୟ ପ୍ରତାପ, ରିତୀ ପାଠକ, ଅରୁଣ ସାଓ, ଗୋମତି ସାଇ, ଦିୟା କୁମାରୀ ଓ କିରୋନି ଲାଲ ମୀନା ବୁଧବାର ଲୋକସଭାର ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । କହିରଖୁଛୁ ଯେ ଚଳିତ ବର୍ଷର ବିଧାନସଭା ନିର୍ବାଚନରେ ​​ବିଜେପି ମୋଟ ୨୧ ସାଂସଦଙ୍କୁ ନିର୍ବାଚନରେ ଠିଆ କରାଇଥିଲା, ସେଥିମଧ୍ୟରୁ ୧୨ ଜଣ ଜିତିଛନ୍ତି ଓ ବାକି ୯ ସାଂସଦ ନିର୍ବାଚନରେ ​​ହାରିଛନ୍ତି ।

2. Cyclone Michaung Update: ଲ୍ୟାଣ୍ଡଫଲ କରିଛି ବାତ୍ୟା 'ମିଗ୍‌ଜାଉଁ' । ବାତ୍ୟାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ବିଶେଷ ଭାବରେ ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ ଓ ରାୟଗଡାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଏହି ତିନି ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

3. Odisha IT Raid: ରାଜ୍ୟରେ ଚାଲିଛି ବଡ଼ଧରଣର ଆଇଟି ରେଡ୍ । ଆୟକର ବିଭାଗ ଦ୍ୱାରା ଆୟକର ଫାଙ୍କିବା ଅଭିଯୋଗରେ ଡିଷ୍ଟିଲେରି ପ୍ରାଇଭେଟ୍ ଲିମିଟେଡ୍ ଉପରେ ଚଢ଼ାଉ କରାଯାଉଛି । ବୌଦ୍ଧ ସ୍ଥିତ ଥିବା ଏହି କମ୍ପାନୀ ଉପରେ ଚଢ଼ାଉ କରାଯିବା ସମେତ ଏହି ଲିଙ୍କ୍‌ରେ ଖୋର୍ଦ୍ଧା, ସମ୍ବଲପୁର, ବୌଦ୍ଧ, ବଲାଙ୍ଗିରର ଟିଟିଲାଗଡ ଓ ରାୟଗଡ଼ାରେ ରେଡ୍ ମଧ୍ୟ କରାଯାଇଛି । 

4. Matric Exam 2024: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ନମୁନା ପ୍ରଶ୍ନପତ୍ର ପଠାଯାଇଛି । ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୪ ଦଶମ ପରୀକ୍ଷାର ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ନମୁନା ପ୍ରଶ୍ନପତ୍ର ପ୍ରସ୍ତୁତ ହୋଇଛି । ପ୍ରଚଳିତ ପରୀକ୍ଷା ପଦ୍ଧତି ମୁତାବକ ୭ଟି ବିଷୟରେ ଗୋଟିଏ ଲେଖାଏ ସେଟ୍ ତିଆରି ହୋଇଛି । ଏହି ପ୍ରଶ୍ନପତ୍ର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି ।

5. BR Ambedkar Death Anniversary: ଆଜି ହେଉଛି ୬ ଡିସେମ୍ବର, ସମ୍ବିଧାନ ନିର୍ମାତା ବାବା ସାହେବ ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ବାର୍ଷିକୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସମେତ ସାଂସଦ ତଥା ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ସଂସଦ ଗୃହ କମ୍ପ୍ଲେକ୍ସରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

6. BJP CM Face: ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜେପିର ବିଜୟ ପରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚର୍ଚ୍ଚା ଚାଲିଛି । ଏହି ସମୟରେ ବିଜେପି ମୁଖ୍ୟମନ୍ତ୍ରୀ ନୂଆ ଚେହେରାକୁ ସୁଯୋଗ ଦେଇପାରେ ବୋଲି ସୂତ୍ରରୁ ପ୍ରକାଶ । ସମସ୍ତ ତିନୋଟି ରାଜ୍ୟରେ ଜଣେ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ହୋଇପାରିବେ ବୋଲି ସୂତ୍ରରୁ ପ୍ରକାଶ ।

7. PM modi Post On Michaung: ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ପୁଡୁଚେରୀ ସମେତ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ରାଜ୍ୟରେ ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା କାରଣରୁ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମବେଦନା ଜଣାଇଛନ୍ତି । ବୁଧବାର ଦିନ (୬ ଡିସେମ୍ବର) ସକାଳେ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ମୋଦୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସେ ଏହା ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଅଧିକାରୀମାନେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ କାର୍ଯ୍ୟ କରୁଛନ୍ତି ଓ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ କାର୍ଯ୍ୟ ଜାରି ରଖିବେ ।

8. Assembly Election Result 2023: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ରଥକୁ ରୋକିବା ପାଇଁ ଗଠିତ ଏକ ମିଳିତ ମଞ୍ଚ I.N.D.I.A ରେ ସବୁକିଛି ଠିକ୍ ଚାଲିନାହିଁ । ଏଥିରେ ସାମିଲ ଅନେକ ଦଳ ସମୟ ସମୟରେ କଂଗ୍ରେସକୁ ଟାର୍ଗେଟ କରୁଛନ୍ତି । ବର୍ତ୍ତମାନ ମଧ୍ୟପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାରେ ଦଳର ପ୍ରଦର୍ଶନ ଭଲ ନ ଥିବାରୁ ଏହା ପୁଣି ସହଯୋଗୀ ଦଳର ଟାର୍ଗେଟରେ ରହିଛି । ଜନତା ଦଳ (ୟୁନାଇଟେଡ୍) ନେତା କେସି ତ୍ୟାଗି ଏହି ନୂଆ ଟାର୍ଗେଟ୍ କରିଛନ୍ତି । କଂଗ୍ରେସର ପ୍ରଦର୍ଶନକୁ ନେଇ ଉଦ୍ବେଗ ପ୍ରକାଶ କରି ସେ କହିଛନ୍ତି ଯେ ଏହି ଦଳ ବର୍ତ୍ତମାନ ପୁନରୁତ୍ଥାନ ଅପେକ୍ଷା ନିଜର ପରିଚୟ ବଞ୍ଚାଇବା ଉପରେ ଧ୍ୟାନ ଦେବା ଉଚିତ୍ ।

9. GATE Exam 2024: GATE 2024 ପରୀକ୍ଷାର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ପ୍ରାର୍ଥୀମାନେ GATE 2024 ର ଅଫିସିଆଲ୍ ୱେବସାଇଟ୍ gate2024.iisc.ac.in ରେ ପ୍ରକାଶିତ ବିସ୍ତୃତ କାର୍ଯ୍ୟସୂଚୀ ଯାଞ୍ଚ କରିପାରିବେ । GATE 2024 ପରୀକ୍ଷା ୩ ଫେବୃଆରୀ ୨୦୨୪ ରୁ ୧୧ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ଦୁଇଟି ସିଫ୍ଟରେ ଅନୁଷ୍ଠିତ ହେବ ।

10. Ravi Bishnoi World No-1 T20I bowler:  ଭାରତର ରବି ବିଷ୍ଣୋଇ ଆଫଗାନିସ୍ତାନ ରସିଦ ଖାନଙ୍କୁ ପଛରେ ପକାଇ ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗରେ ନମ୍ବର ୱାନ ସ୍ଥାନ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ବିଷ୍ଣୋଇ ଜବରଦସ୍ତ ବୋଲିଂ କରିଥିଲେ ।