Top 10 News Today: ସରିଲା ପ୍ରଚାର, ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2270832

Top 10 News Today: ସରିଲା ପ୍ରଚାର, ଧ୍ୟାନରେ ବସିଲେ ପ୍ରଧାନମନ୍ତ୍ରୀ ମୋଦି; ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines Odisha 30th May 2024: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ ଆଜିଠୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଧ୍ୟାନମଣ୍ଡପରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।

 

Top 10 news headlines for 30 May 2024

Top 10 News Headlines:  H1. Odisha Election 2024: ଆସନ୍ତା ୧ ତାରିଖରେ ଭୋଟ ହେବ। ଏଥିଲାଗି ୬ ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଥିବା ୪୨ ବିଧାନସଭା ଆସନ ଲାଗି କର୍ମଚାରୀ ଓ ସୁରକ୍ଷା ବଳ ପଠାଇବା ଆରମ୍ଭ ହୋଇଛି। ଏଥର ୧୦୮୮୨ ବୁଥରେ ଭୋଟଦାନ ବ୍ୟବସ୍ଥା କରାଯାଇଛି। ସବୁ ବୁଥରେ ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଭୋଟ ହେବ, କିନ୍ତୁ ଯେଉଁ ଭୋଟର ୬ଟା ଭିତରେ ବୁଥରେ ପ୍ରବେଶ କରିଥିବେ ତାଙ୍କୁ ଭୋଟ୍‍ ଦେବାର ସୁଯୋଗ ମିଳିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି।

H2. IIT Bhubaneswar: ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଓ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ ସାଇନ୍ସେସ (ଆଇଏଲ୍ଏସ୍) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର ହୋଇଯାଇଛି। ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକରଙ୍କ ଉପସ୍ଥିତିରେ ପ୍ରତିଷ୍ଠାନର ଭାରପ୍ରାପ୍ତ ଡିନ୍ ପ୍ରଫେସର ରାଜେଶ ରୋଶନ ଦାଶ ଏବଂ ଆଇଏଲ୍ଏସ୍ ର ନିର୍ଦ୍ଦେଶକ ପ୍ରଫେସର ଦେବାଶିଷ ଦାଶଙ୍କ ଦ୍ୱାରା ଏହି ବୁଝାମଣାପତ୍ର ସ୍ଵାକ୍ଷରିତ ହୋଇଛି।

H3. Police-Army personnel clash: ଜମ୍ମୁ କାଶ୍ମୀରର କୁପୱାଡାରେ ୧୬ଜଣ ସେନା ଅଧିକାରୀ ଓ ଅଫିସରଙ୍କ ବିରୋଧରେ ହତ୍ୟା ଓ ଡକାୟତି ଉଦ୍ୟମ ମାମଲା ରୁଜୁ ହୋଇଛି। ତିନି ଜଣ ଲେଫ୍ଟନାଣ୍ଟ କର୍ଣ୍ଣେଲ ମଧ୍ୟ ସାମରିକ ଅଧିକାରୀଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ, ଯେଉଁମାନଙ୍କ ବିରୋଧରେ ଏହି ମାମଲା ପଞ୍ଜୀକୃତ ହୋଇଛି। ମଙ୍ଗଳବାର ଦିନ ବିଳମ୍ବିତ ରାତିରେ କୁପୱାଡା ପୋଲିସ ଷ୍ଟେସନରେ ଆକ୍ରମଣ ପାଇଁ ସୌନିକଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଛି। 

H4. PM Modi in Kanniyakumari: ଜୁନ ୧ ତାରିଖରେ ଅନ୍ତିମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ହେବ। ଏଥିପାଇଁ ଗୁରୁବାର ପ୍ରଚାର ଶେଷ ହୋଇଛି। ପ୍ରଚାର ଶେଷ ହେବା ପରେ ଆଜିଠୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଧ୍ୟାନମଣ୍ଡପରେ ବସିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିପାଇଁ ସେଠାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କୋଷ୍ଟାଲ  ସିକ୍ୟୁରିଟି ଗ୍ରୁପ୍ ,ଇଣ୍ଡିଆନ କୋଷ୍ଟଗାର୍ଡ ଏବଂ ଭାରତୀୟ ନୌସେନା ସାମୁଦ୍ରିକ ସୀମା ଉପରେ ନଜର ରଖିବେ।ମୋଦିଙ୍କ ଏହି କାର୍ଯ୍ୟକ୍ରମ ପାଇଁ କଡା ସୁରକ୍ଷା ସହିତ ମୋଦି ଧ୍ୟାନସ୍ଥ ଥିବା ବେଳେ ଏହି ସମୟରେ ତାଙ୍କୁ ୨୦୦୦ ପୋଲିସକର୍ମୀ ଜଗିଛନ୍ତି। 

H5. Agnibaan Rocket: ମହାକାଶ ଗବେଷଣା କ୍ଷେତ୍ରରେ ବଡ଼ ସଫଳତା। ଦେଶରେ ପ୍ରଥମ ଥର ପାଇଁ ସଫଳ ମହାକାଶ ପରୀକ୍ଷଣ କରିଛି ସ୍ବଦେଶୀ ଘରୋଇ ମହାକାଶ ଗବେଷଣା ସଂସ୍ଥା ଅଗ୍ନିକୂଳ କସମସ୍। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ଲଞ୍ଚପ୍ୟାଡରୁ ଅଗ୍ନିବାଣ ସର୍ଟେଡ-୧ ମିଶନକୁ ଗୁରୁବାର ସଫଳତାର ସହ ପ୍ରକ୍ଷେପଣ କରାଯାଇଛି। ଏନେଇ ଇସ୍ରୋ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି। ଏହାସହ ଲଞ୍ଚକୁ ଏକ ମାଇଲଖୁଣ୍ଟ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି ।

H6. Jammu Road Accident: ଜମ୍ମୁ କାଶ୍ମୀରରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ତୀର୍ଥଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ବସ୍ ଗୁରୁବାର ଦିନ ଜମ୍ମୁ ଜିଲ୍ଲାର ଭାରସାମ୍ୟ ହରାଇ ଏକ ଖାଲରେ ପଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୧ କୁ ବୃଦ୍ଧି ପାଇଛି। ଜମ୍ମୁ କାଶ୍ମୀର ପୋଲିସ ଏହା ନିଶ୍ଚିତ କରିଛି। ଏହି ଦୁର୍ଘଟଣାରେ ୨୧ ଜଣ ଆହତ ହୋଇଥିବା ପୋଲିସ କହିଛି। ଅଧିକାରୀ କହିଛନ୍ତି ଯେ ଚୌକି ଚୋରାସ୍ଥିତ ଟାଙ୍ଗଲି ମୋଡରେ ଏହି ଦୁର୍ଘଟଣା ଘଟିଛି। ଅଧିକାରୀ କହିଛନ୍ତି ଯେ ବସ୍ ପ୍ରାୟ ୧୫୦ ଫୁଟ ତଳେ ଥିବା ଖାଲ ଭିତରକୁ ଖସି ପଡିଥିଲା।

H7. Manmohan Singh on PM Modi: ମନମୋହନ ସିଂ ଆଜି ପଞ୍ଜାବବାସୀଙ୍କୁ ଏକ ଚିଠି ଲେଖି କଂଗ୍ରେସକୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ଭୋଟ୍ ଦେବାକୁ ନିବେଦନ କରିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଜୋରଦାର ଟାର୍ଗେଟ୍ କରିଛନ୍ତି ଏବଂ ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀଙ୍କ ପଦବୀକୁ ଅପମାନିତ କରିଥିବା ଅଭିଯୋଗ କରିଛନ୍ତି।

H8. Anant Radhika Wedding: ଦେଶର ବିଶଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ- ରାଧିକା ମର୍ଚାଣ୍ଟଙ୍କଙ୍କ ବିବାହ ହେବାକୁ ଯାଇଛି।  ବିଦେଶରେ ଉଭୟଙ୍କ ଗ୍ରାଣ୍ତ ଓ୍ବେଡିଂ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କିନ୍ତୁ ଏହି ସବୁ ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଦେଶରେ ନୁହେଁ ବରଂ ଦେଶରେ ହେବ ଉଭୟଙ୍କ ବାହାଘର ହେବ। ଏନେଇ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଛି।

H9. Micheal Clarke On Team India: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ମାଇକେଲ କ୍ଲାର୍କ ବିଶ୍ୱାସ କରନ୍ତି ଯେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆକୁ ଅଟକାଇବା ସହଜ ହେବ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ବିରୋଧୀ ଦଳ ପାଇଁ ଟିମ୍ ଇଣ୍ଡିଆ ଏକ ବଡ ସମସ୍ୟା ହେବ।

H10. Sourav Ganguly Tweet on Team India Coach: ଟିମ୍ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ ପ୍ରଶିକ୍ଷକ କିଏ ହେବେ ସେନେଇ ସମସ୍ତ ପ୍ରଶଂସକଙ୍କ ମନରେ ଏକ ପ୍ରଶ୍ନ ରହିଛି। ବହୁ ପୂର୍ବତନ ଖେଳାଳିଙ୍କ ନାମ ପ୍ରତିଯୋଗୀ ଭାବରେ ଆସିଛି କିନ୍ତୁ ଏପର୍ଯ୍ୟନ୍ତ କାହାର ନାମ ଅଧିକାରୀକ ଭାବେ ଅନୁମୋଦିତ ହୋଇନାହିଁ। ତେବେ ଏହି ରେସରେ ଆଗରେ ଗୌତମ ଗମ୍ଭୀର ଥିବା କୁହାଯାଉଛି। ଏହି ସମୟରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏକ ଟ୍ୱିଟ୍ କରିଛନ୍ତି, ଯାହା ପରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଗାଙ୍ଗୁଲିଙ୍କ ଏହି ଟ୍ୱିଟରେ ମଧ୍ୟ ସେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ପ୍ରଶିକ୍ଷକ କରିବା ସପକ୍ଷରେ ନାହାଁନ୍ତି କି ବୋଲି ପ୍ରଶ୍ନ ଉଠିଛି।