Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2422893

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 
ସୋସିଆଲ ମିଡିଆ ବ୍ୟବହାର ଉପରେ ଲାଗିବ ବୟସ ପ୍ରତିବନ୍ଧକ, ପାରିତ ହେବ ଓଡ଼ିଶା ବଜେଟ ଏବଂ ଅନ୍ୟ ପ୍ରମୁଖ ଖବର
 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1. Krishna Leela in Srimandir: ଶ୍ରୀ କୃଷ୍ଣ ଲୀଳା କ୍ରମେ ଆଜି ଶ୍ରୀମନ୍ଦିରରେ କେକସୀ ରାକ୍ଷାସ ବଧ ହେବ। 
ସନ୍ଧ୍ୟାଧୂପ ନୀତି ଶେଷ ହେବାପରେ କାଳିକାଦେବୀ ସାହି ପକ୍ଷରୁ କେକସୀ ରାକ୍ଷାସ ଉପସ୍ଥାପନ ହେବ। ପର୍ପରା ଅନୁସାରେ ଶ୍ରୀ ମଦନମୋହନ କୃଷ୍ଣବଳରାମ ବେଶରେ କେକସୀ ସହ ନାଟ ମଣ୍ଡପରେ ଯୁଦ୍ଧରେ ଲିପ୍ତ ହେବେ। ଏହାପରେ କେକସୀର ମୃତ୍ୟୁ ହେବ। 
 
2. Appropriation Bill (budget) will be adopted in the Assembly today: ୨୦୨୪-୨୫ ଆର୍ଥିକ ବର୍ଷ ଲାଗି ଆଜି ବଜେଟ୍‍ ଗୃହୀତ ହେବ।  ମୁଖ୍ୟମନ୍ତ୍ରୀ ଏନେଇ ପ୍ରସ୍ତାବ ଆଗତ କରିବା କାର୍ଯ୍ୟକ୍ରମ ରହିଛି। ବିଧାନସଭା ପକ୍ଷରୁ ଏଥିଲାଗି ସମୟ ନିର୍ଘଣ୍ଟ କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ମୋଟ ୨ ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ ଉପସ୍ଥାପିତ ହୋଇଛି। ଗୃହର ସମ୍ମତିକ୍ରମେ ଏହା କାର୍ଯ୍ୟରେ ରୂପାୟନ ହେବ। 
 
3. ⁠Rahul Gandhi’s US visit- criticizes BJP and RSS: ଭାରତୀୟ ରାଜନୀତିରୁ ସ୍ନେହ, ପ୍ରେମ, ଭାଇଚାରା ନଷ୍ଟ ହୋଇଛି। ରାଷ୍ଟ୍ରୀୟ ସ୍ୱୟଂସଂଘ ଭାରତର ବିଭିନ୍ନତାକୁ ସ୍ୱୀକାର କରୁନାହିଁ ବୋଲି ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସମାଲୋଚନା କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ମାଟିରେ ଶ୍ରୀ ଗାନ୍ଧି ଏହା କହିଛନ୍ତି। ରାହୁଲଙ୍କ ଏହି ବୟାନକୁ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଶିବରାଜସିଂହ ଚୌହାନ। ସେ କହିଛନ୍ତି ରାହୁଲ ଯାହା କହିଛନ୍ତି ତାହା ଦେଶ ବିରୋଧୀ। 
 
4. ⁠GST council meet- Cancer medicines, Namkeen made cheaper ଜିଏସଟି ପରିଷଦର ସଦସ୍ୟ ସମାପ୍ତ ବୈଠକରେ କିଛି ନିର୍ଦ୍ଧାରିତ କ୍ୟାନ୍ସର ପାଇଁ ଆବଶ୍ୟକ ଔଷଧ ଉପରୁ ଟିକସ ହାରକୁ ୫ ପ୍ରତିଶତରେ ସୀମିତ ରଖିଛନ୍ତି। ଏହା ସହ ହେଲିକପ୍ଟର ଯାତ୍ରାକୁ ମଧ୍ୟ ଶସ୍ତା କରାଯାଇଛି।  ପ୍ରତି ଆସନ ପିଛା ଲାଗୁ ହେଉଥିବା ଜିଏସ୍‍ଟିକୁ ୫%ରେ ସୀମିତ ରଖାଯାଇଛି। ବିଭିନ୍ନ ପ୍ରକାର ନମକିନ ଉପରେ ଜିଏସ୍‍ଟିକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି।  
 
5. ⁠Preventing tendency to withdraw life: ଆଜି ବିଶ୍ୱ ନିଜ ଜୀବନ ହାରିବା ବିପକ୍ଷରେ ସଚେତନତା ପ୍ରସାର କରିବା ପାଇଁ ଦିନଟିକୁ ଉତ୍ସର୍ଗ କରିଛି। ଏହିକ୍ରମରେ ଓଡ଼ିଶାରେ ଏହି ନିଜ ଜୀବନ ହାରିବା ପ୍ରବୃତ୍ତିକୁ ଦେଖିଲେ ଏହା ଜାତୀୟ ସ୍ତରର ହାରଠାରୁ ଅଧିକ ରହିଛି। ଓଡ଼ିଶାରେ ଏବେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ୧୨.୩ ଜଣ ନିଜ ଜୀବନ ହାରୁଥିବାବେଳେ ଜାତୀୟସ୍ତରରେ ଏହା ୧୨.୪  ରହିଛି। ପାରିବାରିକ କଳହ, ପ୍ରେମ, ପ୍ରତାରଣା ଯୋଗୁ ଏପରି ଧାରା ଜାରି ରହିଛି। ସାରା ବିଶ୍ୱରେ ମଧ୍ୟ ଭାରତ ଏ କ୍ଷେତ୍ରରେ ସର୍ବାଧିକ ରହିଛି। 
 
6. Minister assures to re open case file of Smitarani Murder: ଓଡ଼ିଶା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ୨୦୦୯ ମସିହାରେ ଘଟିଥିବା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସ୍ମୀତାରାଣୀ ବିଶ୍ୱାଳଙ୍କ ହତ୍ୟାକାଣ୍ଡର ନଥିକୁ ପୁଣିଥରେ ଖୋଲିବା ଲାଗି ପ୍ରତିଶୃତି ଦେଇଛନ୍ତି। ଓବିସି ମୋର୍ଚ୍ଚା ସହ ହୋଇଥିବା ବୈଠକରେ ସେ ଏହି ପ୍ରତିଶୃତି ଦେଇଥିବା ମୋର୍ଚ୍ଚା ପକ୍ଷରୁ କୁହାଯାଇଛି। 
 
 
7. ⁠Vigilance raided 100 crore in the last 90 days: ଗତ ୯୦ ଦିନ ଭିତରେ ରାଜ୍ୟ ଭିଜିଲାନ୍ସ ୧୦୦ କୋଟିରୁ ଅଧିକ ବେଆଇନ ସମ୍ପତ୍ତି ଉପରେ ଚଢ଼ଉ କରିଛି। ବିଭିନ୍ନ ସୂତ୍ରରୁ ଅଭିଯୋଗ ପାଇବା ପରେ ଲଗାତାର ଭାବେ ଏପରି ଚଢ଼ଉ କରି ବିଭିନ୍ନ ବଡ଼ ସରକାରୀ ଅଧିକାରୀଙ୍କୁ ମଧ୍ୟ ଗିରଫ କରିଛି ଭିଜିଲାନ୍ସ। ମୋହନ ମାଝିଙ୍କ ସରକାର ଆସିବା ପରେ ଭିଜିଲାନ୍ସ ଅଧିକ ସକ୍ରି୍ରୟ ହୋଇଚି ବୋଲି କୁହାଯାଉଛି। 
 
8. ⁠Flood in Malkangiri: କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବନ୍ୟା ସୃଷ୍ଟି ହୋଇଛି। ଜାତୀୟ ରାଜପଥରେ ପାଣି ପ୍ରବାହିତ ହେବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଆଜି ମାଲକାନଗିରି ଓ ଗଞ୍ଜିମ ଜିଲ୍ଲାରେ ବର୍ଷା ଓ ବନ୍ୟା ସ୍ଥିତିକୁ ଆଖିରେ ରଖି ସ୍କୁଲ୍‍ଗୁଡ଼ିକୁ ଛୁଟି କରାଯାଇଛି। ବିଭିନ୍ନ ସ୍ତାନରୁ ପ୍ରଭାବିତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ଖବର ଅନୁସାରେ ମାଛକୁଣ୍ଡ ନଦୀର ବନ୍ୟାଜଳ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରରେ ପ୍ରବେଶ କରିବା ଦ୍ୱାରା ବିଦ୍ୟୁତ ଉତ୍ପାଦନ ଠପ ହୋଇଯାଇଛି। 
 
 
9. ⁠⁠Deep suppression impact- western Odisha to face heavy rain today : ବଙ୍ଗୋପସାଗରରେ ସଂଘଟିତ ଅବପାତ ଉପକୂଳରୁ ଅପସାରିତ ହୋଇ ଛତିଶଗଡ଼ରେ ପ୍ରବଳ ବର୍ଷା ସଙ୍କେତ ଦେଇଛି। ଏହାର ପ୍ରଭାବ ପଶ୍ଚିମାଞ୍ଚଳ ସହ ହୀରାକୁଦ ବନ୍ଧ ଉପରେ ମଧ୍ୟ ପଡ଼ିବା ସମ୍ଭାବନା ରହିଛି। ଯଦିଓ ନଦୀଗଡ଼ିକରେ ଏବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ନାହିଁ କିନ୍ତୁ ଆଗକୁ ବର୍ଷାର ପରିମାଣ ହୀରାକୁଦର ଜଳ ଭଣ୍ଡାର ଉପରେ ପ୍ରଭାବ ପକାଇବ। ଏହା ବନ୍ୟା ପରିସ୍ଥିତି ଆଡ଼କୁ ମଧ୍ୟ ରାଜ୍ୟକୁ ନେଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି। 
 
10. ⁠Social media Usage- Australia to bring new law: ଶିଶୁ ଓ କିଶୋରମାନଙ୍କୁ ସୋଶାଲ ମିଡିଆଠୁ ଦୂରରେ ରଖିବା ଲାଗି  ଅଷ୍ଟ୍ରେଲିଆ ସରକାର ଏକ ନୂଆ ଆଇନ ଆଣିବାକୁ ଯାଉଛନ୍ତି। ଏହି ଆଇନ ଅନୁସାରେ ସୋଶାଲ ମିଡିଆ ବ୍ୟବହାର ଉପରେ ବୟସ କଟକଣା ରହିବ। ନିଜର ଏକ୍ସ ହ୍ୟାଣ୍ଡଲରେ ଏନେଇ ସୂଚନା ରଖିଛନ୍ତିଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍‍।