Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2381198

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଭୁବନେଶ୍ୱରରେ ମଦ- ଦୋକାନ ଉପରେ ଲାଗିବ କଟକଣା ଏବଂ ଅନ୍ୟ ପ୍ରମୁଖ ଖବର 

1.ଆଜି ବିଶ୍ୱ ଅଙ୍ଗଦାନ ଦିବସ। ଅଙ୍ଗଦାନ ଏକ ମାହାନ ଦାନ ଭାବେ କାହିଁ କେଉଁ କାଳରୁ ପରିଚିତ ହୋଇ ରହିଛି। ତେବେ ଏହି ଦିବସରେ ଅଙ୍ଗଦାନ ଦ୍ୱାରା କିପରି ଜଣେ ଲୋକ ମୃତ୍ୟୁ ପରେ ଅନେକ ଲୋକଙ୍କ ବଞ୍ଚିବାର ସାଥି ହୋଇପାରେ ତାହାକୁ ପ୍ରତିପାଦିତ କରେ। ବିଭିନ୍ନ ସ୍ଥାନରେ ଏହି ଦିବସ ପାଳନ କରାଯାଉଛି। ଓଡ଼ିଶାରେ ଏହି ଦିବସର ମହତ୍ତ୍ୱକୁ ଆହୁରି ବୃଦ୍ଧି କରିଛନ୍ତି ସରକାର ଏହାକୁ ସୂରଜ ପୁରସ୍କାର ଦିବସ ଭାବେ ପାଳନ କରାଯାଉଛି। 

2.ଆଜି ନୂଆଦିଲ୍ଲୀଠାରେ ଜାତୀୟ ରାଜପଥ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗଦେବେ କେନ୍ଦ୍ର ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ। ବିଶେଷକରି ବିଭିନ୍ନ ରାଜ୍ୟରେ ଜାତୀୟ ରାଜପଥ ବିକାଶ,  ଏ ଦିଗରେ ଆସୁଥିବା ପ୍ରଶାସନିକ ପ୍ରତିବନ୍ଧକକୁ ନେଇ ଏହି ସମୀକ୍ଷା ବୈଠକ ହେବ। ଓଡ଼ିଶା ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଠାରେ ପ୍ରତିନିଧିତ୍ୱ କରୁଛନ୍ତି। 

3.ଦେଶରେ ଶିକ୍ଷାଦାନ କରୁଥିବା ବିଭିନ୍ନ ଅନୁଷ୍ଠାନଗୁଡ଼ିକର ସ୍ଥିତି କ’ଣ ତାହାକୁ ସମୀକ୍ଷା କରି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଛି ଜାତୀୟ ଶିକ୍ଷାନୁଷ୍ଠାନ ରାଙ୍କିଙ୍ଗ୍ ତାଲିକା। ଏଥିରେ ତାମିଲନାଡ଼ୁସ୍ଥିତ ଆଇଆଇଟି ମାଡ୍ରାସ୍‍ ଟପ୍‍ କରିଛି। ଦ୍ୱିତୀ୍ରୟ ସ୍ଥାନରେ ବାଙ୍ଗାଲୋରସ୍ଥିତ ଇଣ୍ଡିଆନ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ସାଇନ୍ସ ରହିଥିବା ବେଳେ ତୃତୀୟରେ ରହିଛି ବମ୍ବେ ଆିଆଇଟି। ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ଶିକ୍ଷାନୁଷ୍ଠାନ ଟପ୍‍ ୧୦୦ ତାଲିକାରେ ନାହିଁ। ରାଜ୍ୟର ଘରୋଇ ବିଶ୍ୱବିଦ୍ୟାଳୟ ସୋଆ ଏବଂ କିଟ୍‍ ଯଥାକ୍ରମେ ୨୪ ଏବଂ ୨୮ ତମ ସ୍ଥାନରେ ରହିଥିବାବେଳେ ଏନ୍‍ଆଇଟି ରାଉରକେଲା ୩୪ତମ ସ୍ଥାନରେ ରହିଛି। 

4.ରାଜ୍ୟର ୭ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ପାଇଁ  ଉପ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ ଆୟୋଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର, ଖଲ୍ଲିକୋଟ, କୁକୁଡ଼ାଖଣ୍ଡି କଳାହାଣ୍ଡି ଜିଲ୍ଲାର  ନର୍ଲା, ନବରଙ୍ଗପୁର ଜିଲ୍ଲାର ରାଇଘର ଏବଂ ନୟାଗଡ ଜିଲ୍ଲାର ଭାପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦ ବୌଦ୍ଧ ଜିଲ୍ଲାର ହରଭଙ୍ଗା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପଦ ପାଇଁ ମଧ୍ୟ ଉପ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆସନ୍ତା ୧୪ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବାକୁ ଥିବାବେଳେ  ୨୨ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ ହେବ । ସେହିଦିନ ୧୨ଟା ପୂର୍ବରୁ ପ୍ରାର୍ଥୀ ଚାହିଁଲେ ନିଜ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ ଯଦି ନିର୍ବାଚନର ଆବଶ୍ୟକତା ପଡ଼େ ତାହେଲେ ସମାନ ୨୨ ତାରିଖ ଦିନ ସାଢ଼େ ୧୨ଟାରୁ ୨ଟା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି।

5.ଆସନ୍ତା ୧୭ ଓ ୧୮ରେ ନୂଆ ବିଧାୟକଙ୍କ ପାଇଁ ସ୍ୱତନ୍ତ୍ର ତାଲିମ କର୍ମଶାଳା ଅନୁଷ୍ଠିତ ହେବ। ବିଧାନସଭା ପକ୍ଷରୁ ଏହି କର୍ମଶାଳା ଆୟୋଜନ କରାଯାଇଛି। ନବ ନିର୍ବାଚିତ ବିଧାୟକମାନଙ୍କୁ ବିଧାନସଭାର ପରମ୍ପରା, କାର୍ଯ୍ୟଧାରା ଏବଂ ଶୃଙ୍ଖଳିତ ବ୍ୟବହାର  ସମ୍ପର୍କରେ ଅବଗତ କରାଇବା ଏହାର ଉଦ୍ଦେଶ୍ୟ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପର ମନ୍ତ୍ରୀ କିରଣ ରିଜିଜୁ  ଏହି କର୍ମଶାଳାକୁ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି। 

6.ଭୁବନେଶ୍ୱରର ଠିପିଖୋଲା ମଦ ଦୋକାନରେ ଏଣିକି ନୃତ୍ୟ ବନ୍ଦ ହେବ। ଅର୍ଥାତ୍‍ ବାର ଗାର୍ଲ ନାଚିପାରିବେ ନାହିଁ। ଏମିତି ଏକ ଆଦେଶ ଅବକାରୀ ଜିଲ୍ଲା ଅଧୀକ୍ଷକ ଜାରି କରିଛନ୍ତି। ରାଜଧାନୀର ବିଭିନ୍ନ ଠିପିଖୋଲା ମଦ ଦୋକାନ ଅର୍ଥାତ ବାରରେ ଝିଅ ମାନଙ୍କ ନୃତ୍ୟ, ବିଳମ୍ବିତ ରାତି ଯାଏ ଚାଲୁଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କୁ ନିର୍ଯାତନା ଦିଆଯାଉଥିବା ମଧ୍ୟ ଅଭିଯୋଗ ହୋଇଛି। କିଛି ବାରଗାର୍ଲ ଆତ୍ମହତ୍ୟା କରିବା ଖବର ନିକଟରେ ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଏହାକୁ ଆଖିଆଗରେ ରଖି ଏପରି ପଦକ୍ଷେପ ନେଇଛନ୍ତି ଜିଲ୍ଲା ଅବକାରୀ ବିଭାଗ। 

7.ଆସନ୍ତା ୧୭ରୁ ଆରମ୍ଭ ହେବ ଓଟିଇଟି ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଶିକ୍ଷକ ବୃତ୍ତିକୁ ଆପଣାଇବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଲାଗି ଏହା ହେଉଛି ପ୍ରାଥମିକ ଯୋଗ୍ୟତା ଭାବେ ଗ୍ରହଣ କରାଯାଇଛି। ଏଥିଲାଗି ୩୪ ହଜାର ୧୧୬ ଜଣ ପରୀକ୍ଷାର୍ଥୀ ନାମ ପଞ୍ଜିକରଣ କରିଛନ୍ତି। ୪୩୦ଟି ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। 

8.କୋଲକତାର ଆରଜି କର ମେଡିକାଲ୍‍ କଲେଜ ଓ ହସ୍‍ପିଟାଲରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଏହାକୁ ନେଇ ଦେଶରେ ଡାକ୍ତର ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଡାକ୍ତରଙ୍କ ସୁରକ୍ଷା, ପୀଡ଼ିତାଙ୍କୁ କ୍ଷତିପୂରଣ ଓ ନ୍ୟାୟ ପ୍ରଦାନ ଆଦି ଦାବି  କରାଯାଇଛି। 

9.ବାଂଲାଦେଶରେ ହିନ୍ଦୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ଦିନକୁ ଦିନ ହିଂସ୍ରକ ହେବାରେ ଲାଗିଛି। ସେମାନଙ୍କ ଘର, ଧର୍ମାନୁଷ୍ଠାନ ଉପରେ ଆକ୍ରମଣକାରୀଙ୍କ କୋପ ଦୃଷ୍ଟି ପଡ଼ିଛି। ଉତ୍ତେଜନା ଯୋଗୁ ହିନ୍ଦୁ ସମ୍ପ୍ରଦାୟ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଆୟତ୍ତ କରିବା ଲାଗି ଆଜି ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସଙ୍କୁ ବିଭିନ୍ନ ବର୍ଗର ନେତା ଭେଟିବା କାର୍ଯ୍ୟକ୍ରମ ରହିଛି। 

10.ଓଡ଼ିଶାରେ ବାଂଲାଦେଶୀଙ୍କ ଅନୁପ୍ରବେଶକୁ ନେଇ ଉତ୍ତେଜନା ଲାଗି ରହିଛି। କିଛି ସ୍ଥାନରେ ଫେରିବାଲାଙ୍କୁ ଆଧାର କାର୍ଡ ମଗାଯିବାକୁ ନେଇ ମଧ୍ୟ ଉତ୍ତେଜନା ହେବା ଖବର ପ୍ରକାଶ ପାଇବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଫୋନ କରି ଆପତ୍ତି ଜଣାଇଛନ୍ତି। ଅପରପକ୍ଷେ ପଶ୍ଚିମବଙ୍ଗରେ ଥିବା ଓଡ଼ିଶାର ଆବାସିକ କମିଶନରଙ୍କୁ ମଧ୍ୟ ସଂଖ୍ୟା ଲଘୁ ଗୋଷ୍ଠୀର ସଦସ୍ୟ ଭେଟିଛନ୍ତି। ସେଠାରେ ଓଡ଼ିଆଙ୍କ ଆଧାର କାର୍ଡ ଯାଞ୍ଚ କରାଯିବ ବୋଲି ଦାବି କରିଛନ୍ତି।