Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2557564

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
1.Trouble for IAS Bishnupada sethi: ଓଡ଼ିଶା ସରକାରଙ୍କ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି ଜନଜାତି ବିଭାଗ ଏବଂ ଓଡ଼ିଆ ଭାଷା ସାହିତ ଓ ସଂସ୍କୃତି ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କ ପାଇଁ ଅଡ଼ୁଆ ବଢ଼ିଛି। ତାଙ୍କର  ସରକାରୀ ଡ୍ରାଇଭରମାନଙ୍କୁ ସିବିଆଇ ସମନ କରିଛି। ଏମାନଙ୍କ ମାଧ୍ୟମରେ ସଚିବଙ୍କ ନାଁରେ ଟେଣ୍ଡର ଫିକ୍ସିଂ ପାଇଁ ଠିକାଦାରଙ୍କଠାରୁ ଅର୍ଥ ଆଦାୟ କରାଯାଉଥିବା ନେଇ ସନ୍ଦେହ କରିଛି ସିବିଆଇ। ଏଣୁ ଡ୍ରାଇଭର ମାନଙ୍କୁ ଜେରା କରାଯିବ। ଏହିକ୍ରମରେ ସିବିଆଇ ପକ୍ଷରୁ ସେମାନଙ୍କ ତଥ୍ୟ ସଂଗ୍ରହ କରାଯାଇ ନୋଟିସ ପଠାଯାଇଛି। 
 
2. Bela Trivedi in Mahanadi Tribunal: ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦକୁ ପ୍ରଶମିତ  କରିବା ଲାଗି ଗଠନ ହୋଇଥିବା ମହାନଦବୀ ଜଳ ବିବାଦ ଟ୍ରିବ୍ୟୁନାଲ୍‍ର ନୂତନ ଅଧ୍ୟକ୍ଷ ଭାବେ  ନିଯୁକ୍ତ ହୋଇଛନ୍ତି ଜଷ୍ଟିସ୍‍ ବେଲା ତ୍ରିପାଠୀ। କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୮ ଏହି ଟ୍ରିବ୍ୟୁନାଲ ଗଠନ କରାଯାଇଥିଲା। ଏହାର ଅଧ୍ୟକ୍ଷ ଥିବା ଜଷ୍ଟିସ୍‍ ଏଏନ୍‍ ଖାନଓ୍ୱିଲକର ଭାରତର ଲୋକପାଳ ଭାବେ ନିଯୁକ୍ତ ହେବାରୁ ଏହୀ ପଦବୀ ଗଲା ୯ ମାସ ହେଲା ଖାଲି ପଡ଼ିଥିଲା। ଏହି ୬ ବର୍ଷ ଭିତରେ ୩୨ତର ମାମଲାର ଶୁଣାଣି ହୋଇଛି। 
 
 
3. Allu Arjun Released after 1 night Jail: ଜେଲରେ ଗୋଟିଏ ରାତି ବିତାଇବା ପରେ ତେଲୁଗୁ ଅଭିନେତା ତଥା ପୁଷ୍ପା-୨ର ନାୟକ ଆଲୁ ଅର୍ଜୁନଙ୍କୁ ମୁକ୍ତି କରାଯାଇଛି। ଗତକାଲି ହାଇଦ୍ରାବାଦ ପୁଲିସ ତାଙ୍କୁ ଗିରଫ କରିଥିଲା। ତାଙ୍କ ସିନେମାର ପ୍ରମିୟର ସମୟରେ ହୋଇଥିବା ଦଳ ଚକଟା ଏବଂ ଏଥିରେ ଜଣଙ୍କ ମୃତ୍ୟୁକୁ କେନ୍ଦ୍ରକରି ମାମଲା ରୁଜୁ ହୋଇଥିଲା। ମାମଲାରେ ପୁଲିସ ଗିରଫ କରିବା ପରେ ତେଲେଙ୍ଗାନା କୋର୍ଟ ତାଙ୍କୁ ୧୪ ଦିନ ପାଇଁ ହାଜତକୁ ପଠାଇଥିଲେ। ଏହାପରେ  ହାଇକୋର୍ଟ ତାଙ୍କ ଜାମିନ ମଞ୍ଜୁର କରିଥିଲେ। ଏ ପ୍ରସଙ୍ଗରେ ତେଲେଙ୍ଗାନା ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀଙ୍କ ଭିତରେ ତୁତୁମେମେ ଆରମ୍ଭ ହୋଇଛି। 
 
4. Twitter Locked:  ଯେକୌଣସି ଟ୍ୱିଟର ବ୍ୟବହାରକାରୀଙ୍କ ପାଇଁ ଲକ୍‍ ହୋଇଛି  ଆକ୍ସେଞ୍ଚର ସିଇଓଙ୍କ ଟ୍ୱିଟର ହ୍ୟାଣ୍ଡଲ।  କମ୍ପାନୀର ଏଆଇ  ବିଶେଷଜ୍ଞ ନିକିତା ସିଙ୍ଘାଣିଆଙ୍କ ବିରୁଦ୍ଧରେ ଆସିଥିବା ଅଭିଯୋଗ ପରେ ଦିନକୁ ଦିନ ସୋଶାଲ  ମିଡିଆରେ ତାଙ୍କୁ ଟ୍ୟାଗ୍‍ କରି ନାନା ପ୍ରକାର ବାର୍ତ୍ତା ଦିଆଯାଉଥିବାରୁ  ଏହି ନିଷ୍ପତ୍ତି ନେଇଛନ୍ତି ସିଇଓ ଜୁଲି ସ୍ୱିଟ୍‍। ପୂର୍ବରୁ କମ୍ପାନୀର ଟ୍ୱିଟର ହ୍ୟାଣ୍ଡଲକୁ ସମାନ ଭାବରେ ଲକ୍‍ କରାଯାଇଛି।  ନିକିତାଙ୍କ ସ୍ୱାମୀ ଅତୁଲ ସୁଭାଷ ନିଜର ମୃତ୍ୟୁ ଜମାନବନ୍ଦୀରେ ତାଙ୍କ ମତ୍ୟୁ ପାଇଁ ନିକିତାଙ୍କ ନିର୍ଯାତନାକୁ ଦାୟୀ କରିଥିଲେ। 
 
 
5. 75 years Journey: ସଂସଦରେ ଭାରତର ୭୫ ବର୍ଷର ସମ୍ବିଧାନ ଯାତ୍ରାକୁ ନେଇ ବିତର୍କ ଜାରି ରହିଛି। ଉଭୟ ଶାସକ ଓ ବିରୋଧୀ ଦଳ ଦେଶର ଏହି ଯାତ୍ରାରେ ଘଟିଥିବା ବିଭିନ୍ନ ଘଟଣା ଓ ଅଘଟଣର କାହାଣୀ ସଂସଦରେ ରଖୁଛନ୍ତି। ଉଭୟ ଶାସକ ଓ ବିରୋଧୀ ଦଳ ସାମ୍ବିଧାନିକ ଅଧିକାରର ହନନ କୁ ନେଇ ସମ୍ପୃକ୍ତ ସରକାରଙ୍କ ନିନ୍ଦା କରିଛନ୍ତି। ଆଜି ଦ୍ୱିତୀୟ ଦିନରେ ଏହି ଆଲୋଚନା ଜାରି ରହିବ।
 
6. Rajyasabha Election: ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶାରୁ ସୁଜିତକୁମାରଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି। ତାଙ୍କର ବିପକ୍ଷରେ କୌଣସି ପ୍ରାର୍ଥୀ ନଥିବାରୁ ନିର୍ବାଚନ ହୋଇ ନାହିଁ। ସୁଜିତ୍‍ ଏବେ ବିଜେପିରୁ ରାଜ୍ୟସଭାକୁ ସଦସ୍ୟ ଭାବେ ଯିବେବ। ପୂର୍ବରୁ ସେ ବିଜେଡିର ସଦସ୍ୟ ଥିଲେ। ୨୦୨୬ ଯାଏ ତାଙ୍କ କାର୍ଯ୍ୟକାଳ ରହିଛି। 
 
 
7. National Energy Conservation Day: ଆଜି ଜାତୀୟ ଶକ୍ତି ସଂରକ୍ଷଣ ଦିବସ ଭାବେ ପାଳନ କରାଯାଉଛି। ପରିବେଶର ରକ୍ଷାରେ ଶକ୍ତି ସଞ୍ଚୟ ଏକ ଗୁରୁତ୍ୱପୂର୍ଣ୍ର ଭୂମିକା ବ୍ୟବହାର କରେ। ସୌରଶକ୍ତି ବ୍ୟବହାର, ଆଧୁନିକ କମ୍‍ ବିଜୁଳି ଉପଯୋଗ କରୁଥିବା ସରଞ୍ଜାମ ବ୍ୟବହାର ଆଜିକୁ ଏଥିଲାଗି ଗୁରୁତ୍ୱ ପ୍ରଦାନ କରାଯାଇଛି। ରାଜ୍ୟ ଶକ୍ତି ବିଭାଗ ଏଥିନେଇ ସାଧାରଣ ଜନତାଙ୍କୁ ବୈଦ୍ୟୁତିକ ଯାନ ବ୍ୟବହାର, ବିଏଲ୍‍ଡିସି ପ୍ୟାନ୍‍ ଏବଂ ସୌର ଶକ୍ତି ବ୍ୟବହାର ପାଇଁ ପ୍ରୋତ୍ସାହିତ କରୁଛି। 
8. PM Kissan: ପିଏମ୍‍ କିସାନ ଯୋଜନାରେ ଅଧିକରୁ ଅଧିକ ଭୂମିଧାରୀ କ୍ଷୁଦ୍ର ଓ ନାମମାତ୍ର୍ର ଚାଷୀଙ୍କୁ ସାମିଲ୍‍ କରିବା ଲାଗି ସରକାରଙ୍କ ଉଦ୍ୟମ ଜାରି ରହିଛି। ଏଥିନେଇ ପିଏମ୍‍ କିସାନ ଯୋଜନାର ଲାଭ ଉଠାଇବାକୁ ପଞ୍ଜିକରଣ ତାରିଖକୁ ଡିସେମ୍ବର ୩୧ ତାରିଖ ଯାଏ ସମ୍ପ୍ରସାରଣ କରାଯାଇଛି। ଯୋଗ୍ୟ ଚାଷୀମାନେ ସେମାନଙ୍କ ଜମି ସମ୍ବନ୍ଧୀତ ତଥ୍ୟକୁ କୃଷକ ଓଡ଼ିଶା ପୋର୍ଟାଲରେ ଅପଲୋଡ୍‍ କରିବା ସହ ପିଏମ୍‍ କିସାନ ପୋର୍ଟାଲ୍‍ରେ ନିଜର ତଥ୍ୟ ଓ ପରିଚୟକୁ ଯାଞ୍ଚ କରିବାକୁ କୁହାଯାଇଛି। 
 
9. Birth Anniversary of Pt Nilamani Vidyaratna: ଆଜି ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ଜନ୍ମବାର୍ଷିକୀ। ସ୍ୱତନ୍ତ୍ର ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିଥିଲା। ତାଙ୍କ ଅବଦାନକୁ ସ୍ମରଣୀୟ କରିବା ଲାଗି ପ୍ରତିବର୍ଷ ଏହି ଦିନକୁ ରାଜ୍ୟ ସରକାର ପାଳନ କରୁଛନ୍ତି। କଟକ ଜିଲ୍ଲାର ବ୍ରଜ ବିହାରୀପୁର ଶାସନ ଗାଁରେ ତାଙ୍କର ଜନ୍ମ ହୋଇଥିଲା। ବାମଣ୍ଡା, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣାଞ୍ଚଳ ଓଡ଼ିଶାରେ ଭାଷା ଭିତ୍ତିକ ରାଜ୍ୟଗଠନରେ ତାଙ୍କର ଅତୁଳନୀୟ ରହିଥିଲା। 
 
 
10. 18 Thousand Indians may face immigration Trouble: ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ ଆରମ୍ଭ ହେଲେ ଭାରତୀୟଙ୍କ ଉପରେ ପ୍ରହାର ବଢ଼ିପାରେ। ୧୮ ହଜାର ଭାରତୀୟଙ୍କୁ ସେଠାରେ ଦେଶ ଛାଡ଼ିବାକୁ ପଡ଼ିପାରେ। ଏହି ଭାରତୀୟଙ୍କ ପାଖରେ କୌଣସି ତଥ୍ୟ ନଥିବା ଆଇସିଇ ରିପୋର୍ଟରେ ରହିଛି। ଏହିପରି ୧୦ଲକ୍ଷ ୪୫ ହଜାର ଲୋକ ଆମେରିକାରେ ରହୁଛନ୍ତି।