Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2384661

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

 

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1-ଆଜି ସାରା ଦେଶ ପାଳୁଛି  ୭୮ତମ ସ୍ବାଧୀନତା ଦିବସ। ଆଜି ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ। ଏନେଇ ଲାଲକିଲ୍ଲା ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ବିଶେଷକରି, ପ୍ରତ୍ୟେକ କୋଣ ଅନୁକୋଣରେ ନଜର ରଖାଯାଇଛି । ସେପଟେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଉତ୍ସବ ପାଳନ ପାଇଁ ମଧ୍ୟ ପ୍ରସ୍ତୁତି କରାଯାଇଛି । ପରେଡ୍ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

2-ସ୍ଵାଧୀନତା ଦିବସ ଅବସରରେ ଦେଶର ୧୦୩୭ ଜଣଙ୍କୁ ମିଳିବ ପୁଲିସ ପଦକ ଏବଂ ସାହସିକତା ପୁରସ୍କାର। କାର୍ଯ୍ୟକ୍ଷେତ୍ରରେ ଉତ୍ସର୍ଗୀକୃତ ସେବା ପ୍ରଦର୍ଶନ ଲାଗି ପୁଲିସ ବିଭାଗ, ଅଗ୍ନିଶମ ବିଭାଗ ଏବଂ ହୋମଗାର୍ଡ ବିଭାଗର ଅଧିକାରୀ ଓ କର୍ମଚାରୀମାନଙ୍କୁ ଏହି ପଦକ ପ୍ରଦାନ କରାଯିବ। ସେମାନଙ୍କ ମଧ୍ୟରୁ ଓଡ଼ିଶାରୁ ୧୩ ଜଣ ରହିଛନ୍ତି। 

3-ସ୍ୱାଧୀନତା ଦିବସକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି କହିଛନ୍ତି, 'ମୁଁ ଦେଖି ବହୁତ ଖୁସି ଯେ ସମସ୍ତ ଦେଶବାସୀ ୭୮ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଉଡୁଥିବା ତ୍ରିରଙ୍ଗାକୁ ଦେଖିବା - ଏହା ଲାଲ କିଲ୍ଲାରେ ହେଉ, ରାଜ୍ୟ ରାଜଧାନୀରେ ହେଉ କିମ୍ବା ଆମ ଚାରିପାଖରେ- ଏହା ଆମ ହୃଦୟକୁ ଉତ୍ସାହରେ ପରିପୂର୍ଣ୍ଣ କରେ।’

4-ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆପଣେଇବାକୁ ଯାଉଛନ୍ତି। ଏଥିରେ ସରକାରୀ ମହିଳା କର୍ମଚାରୀମାନେ  ଗୋଟିଏ ଦିନ ଋତୁସ୍ରାବ ଜନିତ ଛୁଟି ପାଇବେ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ  ଏହି ନୀତି ଲାଗୁ ହେବ। ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରଥମ ୧୦୦ ଦିନିଆ କାର୍ଯ୍ୟର ଏକ ଅଂଶ ବିଶେଷ ଭାବେ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିସ୍ପତ୍ତି ନିଆଯାଇଛି। 

5-ରାଜ୍ୟରେ ସକ୍ରିୟ ରହିଛି ମୌମୁମୀ ବାୟୁ। ବର୍ତ୍ତମାନ ରାଜ୍ୟ ଉପରେ ଘୂର୍ଣ୍ଣିବଳୟ ସହ ମୌମୁମୀ ଟ୍ରପ୍ ଲାଇନ୍ ସକ୍ରିୟ ରହିଛି।  ମୌମୁମୀ ଟ୍ରପ୍ ଲାଇନ୍ ଦିଘା ଦେଇ  ଗତିକରୁଥିବା ବେଳେ  ଆଉ ଏକ ଟ୍ରପ୍ ଲାଇନ୍  ଉତ୍ତର ପୂର୍ବ-ରାଜସ୍ଥାନ ଠାରୁ  ପଶ୍ଚିମବଙ୍ଗ ପର୍ଯ୍ୟନ୍ତ  ରହିଛି।  ସେହିପରି, ଆଉ ଏକ ଘୂର୍ଣ୍ଣିବଳୟ  ବାଂଲାଦେଶ  ଓ ପାଶ୍ବବର୍ତ୍ତୀ ଅଞ୍ଚଳ ଦେଇ ଗତି କରୁଛି।  ଫଳରେ ରାଜ୍ୟରେ ବର୍ଷା ଲାଗି ରହିଛି।  ମଙ୍ଗଳବାର  ବାଲେଶ୍ବରରେ ସର୍ବାଧିକ ବର୍ଷା ୬୦ ମିମି ରେକର୍ଡ଼ କରାଯାଇଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। 

6-ଭାରତୀୟ ରେସଲର ବିନେଶ ଫୋଗାଟଙ୍କ ଆବେଦନକୁ CAS ପ୍ରତ୍ୟାଖ୍ୟାନ କରିଛି, ଅର୍ଥାତ ବର୍ତ୍ତମାନ ସେ ରୌପ୍ୟ ପଦକ ପାଇବେ ନାହିଁ। କହିରଖୁଛୁ ଯେ ସେ ଫାଇନାଲ୍ ମ୍ୟାଚ୍ ଦିନ ଧାର୍ଯ୍ୟ ଓଜନ ଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ତାଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ କରାଯାଥିଲେ। 

7- ସାଂପ୍ରତିକ ସମୟରେ ଜାମ୍ମୁ କାଶ୍ମୀରରେ ହଠାତ୍ ଆତଙ୍କବାଦୀ ଆକ୍ରମଣର ବୃଦ୍ଧି ଯୋଗୁଁ ଘାଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବୁଧବାର ଦିନ ଜାମ୍ମୁ କାଶ୍ମୀରରେ ବୈଢୁଥିବା ଆତଙ୍କବାଦୀ ଘଟଣାକୁ କେନ୍ଦ୍ର କରି ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ନୂଆଦିଲ୍ଲୀର ସାଉଥ ବ୍ଲକରେ ଅନୁଷ୍ଠିତ ଏହି ବୈଠକରେ ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଏବଂ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ।

8-ବୁଧବାର କେନ୍ଦ୍ର ସରକାର ଅର୍ଥନୈତିକ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ED) ର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତ କରିଛନ୍ତି। ଯାଞ୍ଚକାରୀ ସଂସ୍ଥାର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାହୁଲ ନବୀନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ନୂତନ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। ତାଙ୍କର କାର୍ଯ୍ୟକାଳ ୨ ବର୍ଷ ରହିବ।

9-ପ୍ରାୟ ୧୫ ବର୍ଷ ତଳେ ମଙ୍ଗୋଲିଆ ଜାହାଜ ଏମଭି ବ୍ଲାକ୍ ରୋଜର ରହସ୍ୟମୟ ଭାବେ ବୁଡ଼ିଯିବା ଘଟଣାର ସିବିଆଇ ତଦନ୍ତ ଦାବି ହେଉଥିବା ବେଳେ ଆଇନ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଗୃହ ବିଭାଗ ପୁଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ଚିଠି ଲେଖିଛି।ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଭିଯୋଗ ଶୁଣାଣି ସମୟରେ ଜଣେ ଆରଟିଆଇ କର୍ମୀ ପାରାଦୀପ ବନ୍ଦର ନିକଟରେ ଜାହାଜ ବୁଡ଼ିବା ରହସ୍ୟର ସିବିଆଇ ତଦନ୍ତ ଦାବି କରିଥିଲେ। ରହସ୍ୟ ଉନ୍ମୋଚନ ଓ ରାଜ୍ୟର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଏହି ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାରଙ୍କ ତୁରନ୍ତ ହସ୍ତକ୍ଷେପ ଲୋଡ଼ାଯାଇଥିଲା।

10-ସ୍ବାସ୍ଥ୍ୟବୀମା ପ୍ରିମିୟମ୍ ଉପରୁ  ଜିଏସଟି ହଟାଇବା ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ବିରୋଧିଙ୍କ ମଧ୍ୟରେ ବିବାଦ ଲାଗିଥିବା ବେଳେ ଆସନ୍ତାମାସ ୯ ତାରିଖରେ ସାମଗ୍ରୀ ଏବଂ ସେବା ଟିକସ୍ ପରିଷଦ  ବୈଠକ ହେବାକୁ ଯାଉଛି।