Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2401854

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସରକାରୀ ଚାକିରି ପାଇଁ ଆରମ୍ଭ ହେବ ନିଯୁକ୍ତି ମେଳା ଓ ଅନ୍ୟାନ୍ୟ ଖବର 
1.ରାଜ୍ୟ ସରକାରଙ୍କ ବିଭିନ୍ନ ଖାଲିପଡ଼ିଥିବା ପଦବୀ ପୂରଣ ଲାଗି ସେପ୍ଟେମ୍ବରରୁ ଆରମ୍ଭ ହେବ ନିଯୁକ୍ତି ମେଳା । ୪ ମାସ ଭିତରେ ୩୫ ହଜାର ନିଯୁକ୍ତି ପ୍ରଦାନ କରିବା ଲାଗି ମୋହନ ମାଝିଙ୍କ ନେତୃତ୍ୱାଧୀନ ସରକାର ଯୋଜନା ପ୍ରାସ୍ତୁତ କରିଛନ୍ତି। ରାଜ୍ୟରେ ଏବେ ମଞ୍ଜୁରୀ ପ୍ରାପ୍ତ ୩ ଲକ୍ଷ ୯୯ ହଜାର ୬୬୬ଟି ମୂଳ ପଦବୀରୁ ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ପୂରଣ ଲାଗି ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ସେପ୍ଟେମ୍ବର ଭାସରେ ୨୨ ହଜାର  ପଦବୀ ପୂରଣ ଲାଗି ସରକାର ପଦକ୍ଷେପ ନେଇଛନ୍ତି। 

2.ରାଜ୍ୟରେ ବାର୍ଡଫ୍ଲୁକୁ ନିୟନ୍ତ୍ରଣ କରିବାକୁ ସରକାରୀ ସ୍ତରରେବ୍ୟାପକ ଚଢ଼ଉ କରାଯାଇଛି। ପୁରୀ ଜିଲ୍ଲାର ପିପିଲି ଓ ସତ୍ୟବାଦୀ ଅଞ୍ଚଳର ବିଭିନ୍ନ ଫାର୍ମରୁ ସଂକ୍ରମିତ ଏବଂ ସଂକ୍ରମିତ ଆଶଙ୍କା ଥିବା କୁକୁଡ଼ାକୁ ମାରି  ମାଟିତଳେ ପୋତିବା କାର୍ଯ୍ୟ ଆରମ୍ଭ ହୋଇଛି। ସମଗ୍ର ଜିଲ୍ଊଲାକୁ ଏନେଇ ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ସଂକ୍ରମଣ ଯେମିତି ମିଷ ଶାରୀରକୁ ନଆସେ ସେଥିଲାଗି ସତର୍କ ରହିବାକୁ କୁହାଯାଇଛି। ଏଣୁ କୁକୁଡ଼ାଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତିଙ୍କୁ ଜଯି ଜ୍ୱର, ଥଣ୍ଡା, ନିମୋନିଆ ପ୍ରଭୃତି ରୋଗ ହୁଏ ତେବେ ତୁରନ୍ତ ସ୍ୱାସ୍ଥ୍ୟକେନ୍ଦ୍ରର ପରାମର୍ଶ ନେବାକୁ କୁହାଯାଇଛି। 

3.ଭୁବନେଶ୍ୱର ବିମାନ ବନ୍ଦରରୁ  ୮୭ କେଜି ସୁନା ଓ ୨୦୦ କିଲୋ ରୂପା ଜବତ ହୋଇଛି।  ରାଜ୍ୟର କିଛି ୧୨ରୁ ଅଧିକ ଦୋକାନ ପାଇଁ ଏହି ମାଲ ପରିବହନ କରାଯାଉଥିବା ସୂଚନା ମିଳିଛି। ଏଣୁ ଆବଶ୍ୟକ କାଗଜପତ୍ର ପ୍ରଦର୍ଶନ ଲାଗି ସିଟି ଜିଏସ୍‍ଟି ପକ୍ଷରୁ ସମ୍ପୃକ୍ତ ବ୍ୟବସାୟୀଙ୍କୁ କୁହାଯାଇଛି।  ଏବେ ଜବତ ହୋଇଥିବା ସୁନାକୁ ପୁଲିସ ହେପାଜତରେ ରଖାଯାଇଛି। ରାଜ୍ୟ ଜିଏସ୍‍ଟି କାର୍ଯ୍ୟାଳୟ ପକ୍ଷରୁ ଏପରି ଚଢ଼ଉ କରାଯାଇଥିଲା। ଦୁଇଯଇ ଭିନ୍ନ ଭିନ୍ନ ଲଜିଷ୍ଟିକ୍ସ କମ୍ପାନୀ ଦ୍ୱାରା ୧୦ଟି ବାକ୍ସରେ ଏହି ସାମଗ୍ରୀ ସ୍ଥାନାନ୍ତର କରାଯାଉଥିଲା। ଏହି ଜବତ ସମ୍ପତ୍ତିର ମୂଲ୍ୟ ୬୦ କୋଟି ହେବ ବୋଲି ଅନୁମାନ କରାଯାଇଛି। 

4.ସୁଭଦ୍ରା ମାର୍ଗ ଦର୍ଶିକା ଆସିଲା: ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର  ମାର୍ଗଦର୍ଶିକା ସାଧାରଣ ଜନତାଙ୍କ ନିମନ୍ତେ ଉନ୍ମୁକ୍ତ କରାଯାଇଛି। କେଉଁମାନେ ଯୋଗ୍ୟ ଓ କେଉଁମାନେ ଅଯୋଗ୍ୟ, କିପରି ଆବେଦନ କରିବେ, କେଉଁ ନଥିପତ୍ର ସାଙ୍ଗରେ ଦେବେ ତାହାକୁ ଏଥିରେ ସ୍ପଷ୍ଟ କରାଯାଇଛି। ଡିବିଟି ଜରିଆାରେ ଏହି ଅର୍ଥ ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବ। ୫ ବର୍ଷରେ ଜଣେ ହିତାଧିକାରୀ ୫ ହଜାର ଟଙ୍କା ନଗଦ ସହାୟତା ପାଇବେ। 

5.ଆସନ୍ତା ୩୦ ତାରିଖରେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍‍ ବିଜେପିରେ ଯୋଗ ଦେବେ। ଏନେଇ ସୂଚନା ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। କିଛିଦିନ ହେଲା ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଏହି ନେତା ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସେ ନିଜର ନୂଆ ଦଳ କରିବେ ବୋଲି ବି ସୂଚନା ଦେଇଥିଲେ। ହେଲେ ଏବେ ସେମାଶାଲ୍‍ ମିଡିଆରେ ଶ୍ରୀ ବିଶ୍ୱଶର୍ମା ପୋଷ୍ଟ କରିଥିବା ଫଟୋରେ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ବି ଆଲୋଚନା କରୁଥିବା ଦେଖିବାକୁ ମିଳିଛି। 

6.ଆଜି ପଶ୍ଚିମବଙ୍ଗ ସଚିବାଳୟ ‘ନବାନ୍ନ’କୁ ଘେରାଉ କରିବ ପଶ୍ଚିମବଙ୍ଗ ଛାତ୍ର ସମାଜ ଏବଂ ସଂଗ୍ରାମୀ ଯୌଥ ମଞ୍ଚ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦେବି କରି ଏହି ଡାକରା ଦିଆଯାଇଛି। ସୋଶାଲ୍‍ ମିଡିଆରେ ଏହି ଡାକରାକୁ ଅନେକ ସମର୍ଥନ ମିଳୁଥିବା ବେଳେ ପୁଲି ଏହାକୁ ବେଆଇନ ବୋଲି ଘୋଷଣା କରିଛି। ଏଣୁ ଆଇନ ଶୃଙ୍ଖଳା ଭଙ୍ଗ ଆଶଙ୍କା କରି ଆବଶ୍ୟକ ପଦକ୍ଷେପ ନେଇଛନ୍ତି। 

7.ଜମ୍ମୁ କଶ୍ମୀର ନିର୍ବାଚନ ଲାଗି ଉଭୟ କଂଗ୍ରେସ ଓ ବିଜେପି ପ୍ରସ୍ତୁତ ହୋଇଛନ୍ତି। ବିଜେପି ପକ୍ଷରୁ ୧୫ଟି ଆସନ ଲାଗି ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ କଂଗ୍ରେସ ୯ ଟଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। 

8.ଗୁଜରାଟରେ  ପ୍ରବଳ ବର୍ଷା ହେତୁ ବିଭିନ୍ନ ସ୍ଥାନରେ ବନ୍ୟା ଦେଖିବାକୁ ମିଳିଛି। ଏହି ପରିସ୍ଥିତିରେ ୭ ଜଣ ଭାସିଯାଇଥିବା ସୂଚନା ମିଳିଛି। ବିଭିନ୍ନ ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହେବା କାରଣରୁ ସାଧାରଣ ନଜୀବନ ବ୍ୟାହତ ହୋଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଜାରି ରହିଛି। 

9.ସୋଶାଲ ମେସେଜିଂ ଆପ୍‍ ଟେଲିଗ୍ରାମ ଉପରେ  ଭାରତ ନିଷିଦ୍ଧାଦେଶ ଲଗାଇପାରେ। ଫ୍ରାନ୍ସରେ ଯେଉଁଭଳି ଭାବେ ଠକେଇ ଅଭିଯୋଗରେ ଏହାର ସିଇଓଙ୍କୁ ଗିରଫ କରାଯାଇଛି ଭାରତ ମଧ୍ୟ ଏହା ବିପକ୍ଷରେ ଆସିଥିବା ଅଭିଯୋଗକୁ ଯାଞ୍ଚ କରୁଛି।  ବିଶେଷକରି ଅପରାଧିକ ଷଡ଼ଯନ୍ତ୍ରରେ ଟେଲିଗ୍ରାମ ବ୍ୟବହାରକୁ ନେଇ ଏପରି ଅଭିଯୋଗ ଆସିଛି। ଅଭିଯାଗ ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ମିଳିଛି। 

10.ଆଜି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ପାଳନ କରାଯିବ। ଗତକାଲି ରାତିରେ ଶ୍ରୀକୃଷ୍ଣ ଜନ୍ମ ନୀତି ହୋଇଥିଲା। ଏହିକ୍ରମରେ ସନ୍ଧ୍ୟା ୭ଟାରୁ ୧୧ଟା ଯାଏ ସର୍ବସାଧାରଣ ଦର୍ଶନ ବନ୍ଦ ରହିଥିଲା।  ଶ୍ରୀକୃଷ୍ଣଙ୍କ ଜନ୍ମ ଏବଂ ନନ୍ଦ ରାଜାଙ୍କ ଘରେ ଶ୍ରୀକୃଷ୍ଣଙ୍କ ଆବିର୍ଭାକୁ ନେଇ ଯେଉଁ ଆନନ୍ଦ ତାହାକୁ ଆଜି ପ୍ରତୀକ ଭାବେ ପାଳନ କରାଯିବ।