Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2403403

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
ଆଜିଠୁ ଆରମ୍ଭ ପାରା ଅଲମ୍ପିକ୍ସ ଓ ଅନ୍ୟ ପ୍ରମୁଖ ଖବର 
 
1.Para Olympics from today: ଆଜିଠାରୁ ଆରମ୍ଭ ହେବ ଆନ୍ତର୍ଜାତିକ ପାରା ଅଲମ୍ପିକ୍ସ ୨୦୨୪। ପ୍ୟାରିସଠାରେ ଏହି କ୍ରୀଡ଼ା ମହାକୁମ୍ଭ ଆୟୋଜନ କରାଯାଇଛି। ଭାରତୀୟ ସମୟ ଅନୁସାରେ ଅପରାହ୍ଣ ୧ଟା ୩୦ ମିନିଟରେ ଆରମ୍ଭ ହେବ। ସେପ୍ଟେମ୍ବର ୮ ତାରିଖ ଦିନ ଏହାର ଉଦଯାପନୀ ହେବ। ବିଶ୍ୱର ବିଭିନ୍ନ କୋଣରୁ ଭିନ୍ନକ୍ଷମ କ୍ରୀଡ଼ାବିତମାନେ ନିଜର ନୈପୂଣ୍ୟ ପ୍ରଦର୍ଶନ କରିବେ।
 
2.BJP allies hit majority mark in RS even after election of 9 new members:  ରାଜ୍ୟସଭାକୁ ୧୨ଜଣ ନୂଆ ସଦସ୍ୟ ନିର୍ବାଚିତ ହୋଇଛନ୍ତି। ବିଭିନ୍ନ ରାଜ୍ୟରୁ ନିର୍ବାଚିତ ଏହି ସଦସ୍ୟଙ୍କ ଭିତରେ ରହିଛନ୍ତି ୯ ଜଣ ବିଜେପି ସଦସ୍ୟ, ୨ ଜଣ ବିଜେପି ସହଯୋଗୀ ଦଳ ସଦସ୍ୟ ଏବଂ ଜଣେ କଂଗ୍ରେସ ସଦସ୍ୟ। ଏହାଦ୍ୱାରା ଗୃହରେ ବିଜେପି ସଦସ୍ୟ ସଂଖ୍ୟା ୯୬ ଏବଂ କଂଗ୍ରେସ ସଦସ୍ୟ ସଂଖ୍ୟା ୮୫ରେ ପହଞ୍ଚିଛି। ୨୪୫ ସଦସ୍ୟ ବିଶିଷ୍ଟ ରାଜ୍ୟସଭାରେ ଏବେ ୨୩୭ ସଦସ୍ୟ ରହିଛନ୍ତି। ଏଠାରେ ବିଜେପି ନତୃତ୍ୱାଧୀନ ଏନ୍‍ଡିଏର ସଦସ୍ୟ ସଂଖ୍ୟା ୧୧୯ ରେ ପହଞ୍ଚିଛି। 
 
 
3.Boys to be sensitised on gender equality in tender age did Bombay HC: ପୁଅ ପିଲାଙ୍କ ମନସ୍ତତ୍ତ୍ୱରେ ପରିବର୍ତ୍ତନ ଆଣିବା ତଥା ମହିଳାଙ୍କ ପ୍ରତି ସମ୍ମାନ ଓ ଲିଙ୍ଗଗତ ସାମ୍ୟ ପ୍ରତିଷ୍ଠା ଲାଗି ସେମାନଙ୍କୁ କୋମଳବତି ବୟସରୁ ଶିକ୍ଷା ଦେବା ଆବଶ୍ୟକ। ଏପରି ମତ ରଖିଛନ୍ତି ବମ୍ବେ ହାଇକୋର୍ଟ। ଏନେଇ  କୋର୍ଟର ୨ ଜଣିଆ ଖଣ୍ଡପୀଠ ଏକ କମିଟି ଗଠନ କରି ଏ ବିଷୟକୁ ଅନୁଧ୍ୟାନ କରିବା ତଥା ଆବଶ୍ୟକ ଅନୁମୋଦନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 
 
4.India inks to buy 73k US rifles: ଆମେରିକାଠାରୁ ଭାରତ ଆହୁରି ୭୪ ହଜାର ଅତ୍ୟାଧୁନିକ ଏସ୍‍ଆଇଜି ୭୧୬ ପାଟ୍ରୋଲ ରାଇଫଲ କିଣିବାକୁ ଚୁକ୍ତି କରିଛି। ଏହା ପୂର୍ବରୁ ଲଦାଖ ପୂର୍ବସୀମାରେ ଚୀନ ସହ ବଢ଼ୁଥିବା ଉତ୍ତେଜନାକୁ ନଜରରେ ରଖି ୭୨ହଜାର ୪୦୦ ଏପରି ବନ୍ଧୁକ କିଣାଯାଇ ସାମାନ୍ତରେ ଉପସ୍ଥିତ ସୈନିକଙ୍କୁ ପ୍ରଦାନ କରାଯାଇଥିଲା। ଏଥିନେଇ ୮୩୭ କୋଟି ଟଙ୍କା ଆମେରିକାକୁ ପ୍ରଦାନ କରାଯିବ। 
 
 
5.⁠Delhi liquor scam- K Kavita gets bail: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଭାରତ ରାଷ୍ଟ୍ର ସମିତି (ବିଆର୍‍ଏସ୍‍) ନେତା କେ କବିତାଙ୍କୁ ସୁପ୍ରିମ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଉଭୟ ସିବିଆଇ ଏବଂ ଇଡି ପକ୍ଷରୁ ଦାୟ ମାମଲାରେ ତାଙ୍କୁ ଜାମିନ ମିଳିଛି। ଏହା ବଦଳରେ ପ୍ରତ୍ୟେକ ମାମଲା ପାଇଁ କେ କବିତା ୧୦ ଲକ୍ଷ ଟଙ୍କା ଲେଖାଏ ଜାମିନ ମୁଚାଲିକା ଦାଖଲ କରିବେ। 
 
6.multiple members with eligibility can get benefits of Subhadra: ଘରର ପ୍ରତିଟି ଯୋଗ୍ୟ ମହିଳାଙ୍କୁ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନାରେ ସହାୟତା ମିଳିବ। ଏହି ଯୋଜନା ଅଧୀନରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ୍‍ ମହିଳାଙ୍କୁ ସିଧାସଳଖ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଯାଉଛନ୍ତି ସରକାର। ଏ ବାବଦରେ ସେମାନଙ୍କୁ ବାର୍ଷିକ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ସହାୟତା ମିଳିବ। ଯାହା ୫ ବର୍ଷ ଲାଗି ଜାରି ରହିବ। ସରକାର ଏ ନେଇ ସ୍ୱତନ୍ତ୍ର ସୁଭଦ୍ରା କାର୍ଡ ସେପ୍ଟମ୍ବର ୧୭ ତାରିଖରୁ ପ୍ରଦାନ ଆରମ୍ଭ କରିବାକୁ ଯୋଜନା କରିଛନ୍ତି। 
 
 
7.+2 meritorious students to get Laptops from the govt schemes: ଆସନ୍ତା କାଲିଠାରୁ ଆରମ୍ଭ ହେବ ଗୋଦାବରୀଶ ବିଦ୍ୟାର୍ଥୀ ଯୋଜନାରେ ଛାତ୍ରବୃତ୍ତି ପାଇଁ ପଞ୍ଜିକରଣ। ଏହି ଯୋଜନାରେ ୨୦୨୪ରେ ଦ୍ୱାଦଶ ଶ୍ରେଣୀ ପାସ୍‍ କରିଥିବା ୧୫ ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ୩୦ ହଜାର ଟଙ୍କାର ସହାୟତା ଲାପଟପ କିଣିବା ଲାଗି ସରକାର ପ୍ରଦାନ କରିବେ। ଯୋଗ୍ୟ ଛାତ୍ରଛାତ୍ରୀଙ୍କ ଏକ ତାଲିକା +୨ ପରିଷଦ ଦ୍ୱାରା ଆଜି ପ୍ରକାଶ ପାଇବ। 
 
8.⁠Jay shah ICC chairman: ବିସିସିଆଇ ସମ୍ପାଦକ ଜୟ ଶାହ ଆନ୍ତର୍ଜାତିକ କ୍ରିକେଟ୍‍ ପରିଷଦର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ବିନା କୌଣସି ପ୍ରତିଦ୍ୱନ୍ଦ୍ୱିତାରେ ତାଙ୍କୁ ନିର୍ବାଚିତ ଘୋଷଣା କରାଯାଇଛି। ସେ ତିନି ବର୍ଷ ପାଇଁ ଦାୟିତ୍ୱ  ତୁଲାଇବେ। ୩୬ ବର୍ଷୀୟ ଜୟ ଶାହ ଏହାଦ୍ୱାରା ସର୍ବକନିଷ୍ଠ ଆଇସିସି ଅଧ୍ୟକ୍ଷ ହେବେ। ଡିସେମ୍ବର ୧ ତାରିଖ ଦିନ ସେ ଦାୟତ୍ୱ ଗ୍ରହଣ କରିବେ। 
 
9.weather -rain alert: ଝାଡ଼ଖଣ୍ଡ ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ରହିଥିବା ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଗତକାଲି କଟକ ଭୁବନେଶ୍ୱର ସମେତ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ଅନୁଭୂତ ହୋଇଥିବା ବେଳେ ଏହି ସ୍ଥିତି ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି । ଅନ୍ୟପଟେ ୨୯ ତାରିଖରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ୨୯ ଓ ୩୦ରେ ବର୍ଷାର ପ୍ରଭାବ ଆହୁରି ବଢ଼ିବାର ସମ୍ଭାବନା ରହିଛି । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। 
 
10.⁠assembly updates: ସପ୍ତଦଶ ବିଧାନସଭାର ବଜେଟ ଅଧିବେଶନରେ ଆଜି ପୂର୍ବନିର୍ଦ୍ଧାରିତ ବିଭାଗୀୟ ବଜେଟ୍‍ ଉପରେ ମନ୍ତ୍ରୀ ନିଜର ମତ ରଖିବେ। ଗଲା କିଛିଦିନ ହେଲେ ମଦମୃତ୍ୟୁ, ଜାତିଗତ ଜନଗଣନା ପ୍ରଭୃତି ପ୍ରସଙ୍ଗକୁ ନେଇ ଯେଉଁଭଳି ଭାବେ ହଟ୍ଟଗୋଳ ଦେଖିବାକୁ ମିଳୁଛି ତାହା ଆଜିବି ଜାରି ରହିପାରେ। ବିରୋଧୀ ଦଳ ପକ୍ଷରୁ ପ୍ରଶ୍ନୋତ୍ତର କାଳରେ ସରକାରଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା ହେବାର ସମ୍ଭାବନା ରହିଛି।