Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2323738

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

1.President to Visit Odisha: ଆଜି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଶନିବାରଦିନ ଭୁବନେଶ୍ୱରଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବରେ ସେ ଯୋଗଦେବେ। ୭ ତାରିଖରେ ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ୮ ତାରିଖ ଦିନ ଭୁବନେଶ୍ୱର ଖଣ୍ଡଗିରି ଗୁମ୍ଫା ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ୯ ତାରିଖରେ ଭୁବନେଶ୍ୱରସ୍ଥିତ ନାଇଜରର ଦୀକ୍ଷାନ୍ତ ସମାରୋହରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି। ୪ ଦିନିଆ ଗସ୍ତ ଶେଷ କରି ସେ ୯ ତାରିଖରେ ଦିଲ୍ଲୀ ଫେରିବା କାର୍ଯ୍ୟକ୍ରମ ରହିଛି।
 
2.Ratna Bhandar Committee Meeting:  ଆଜିବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନବଗଠିତ କମିଟି ବୈଠକ ଅନୁଷ୍ଠିତ ହେବ l ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଦିନ ୧୧ ଟାରେ  କମିଟି ର ଅଧକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ। ରତ୍ନ ଭଣ୍ଡାର କେବେ ଖୋଲାଯିବ ଓ ଏହାର ଗଣତି ମଣତି ସମ୍ପର୍କରେ ବୈଠକରେ ଆଲୋଚନା ହେବା ସମ୍ଭାବନା ରହିଛି। 

3.Budget Session to Begin from 22nd July: ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭାର ବଜେଟ୍‍ ଅଧିବେଶନ। ଏହା ମୋହନ ସରକାରଙ୍କ ଲାଗି ପ୍ରଥମ ଅଧିବେଶନ ହେବ। ସେପ୍ଟମ୍ବର ୧୩ ତାରିଖ ଯାଏ ଚାଲିବାକୁ ଥିବା ଏହି ଅଧିବେଶନରେ ୨୭ଟି କାର୍ଯ୍ୟ ଦିବସ ରହିବ। ରାଜ୍ୟପାଳ ଏହି ଅଧିବେଶନକୁ ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି। ପରେ ଉପ ବାଚସ୍ପତି ନିର୍ବାଚନ ସହ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହେବ। ଜୁଲାଇ ୨୫ ତାରିଖରେ ବଜେଟ୍‍ ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି। 

4.CM Orders to connect with citizens: ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟାଳୟରେ କାମ ଆରମ୍ଭ କରିବା ପରଦିନ ମୋହନ ମାଝି ରାଜ୍ୟର ସଚିବ ପାହ୍ୟାର ବରିଷ୍ଠ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ସମସ୍ତଙ୍କୁ ନିର୍ବାଚନ ପ୍ରତିଶୃତି ପାଳନ ଉପରା ଗୁରୁତ୍ୱ ଦେବା ସହ ଲୋକଙ୍କ ଭରସାକୁ ନିରବଚ୍ଛିନ୍ନ ରଖିବା ଲାଗି ପରାମର୍ଶ ଦେଇଛନ୍ତି। ଉତ୍ତରଦାୟୀ ଶାସନ ସହ ଅଭିଯୋଗ ଓ ଶୁଣାଣି ପ୍ରକ୍ରିୟାରେ ସ୍ୱଚ୍ଛତା ବଜାୟ ରଖିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ।

5.Now Minister to Head BDA: ରାଜ୍ୟରେ ସମସ୍ତ ନଗର ଉନ୍ନୟନ କର୍ତ୍ତପକ୍ଷଙ୍କ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ। ଆଇନ ଅନୁସାରେ ମନ୍ତ୍ରୀ ଅଧ୍ୟକ୍ଷତା କରିବା ବିଧି ଥିଲେ ମଧ୍ୟ ଭୁବନେଶ୍ୱର ଉନ୍ନୟନ ପ୍ରାଧୀକରଣରେ ନଗର ଉନ୍ନୟନ ସଚିବ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ। ଏହାଫଳରେ ଲୋକଙ୍କ ଅଭିଯୋଗ ଶୁଣାଣି ସମ୍ଭବ ହୋଇପାରୁ ନଥିଲା। ଏବେ ଆଇନର ବ୍ୟବସ୍ଥା ଅନୁସାରେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। 

6. Rathyatra Update: ଆଜି ପଟି ଦିଅଁ ଙ୍କ ଠାରୁ  ରଥଖଳାକୁ ଆଜ୍ଞାମାଳ ବିଜେ କରାଯିବ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ ହୋଇଛି। ଏହି ଅନୁସାରେ ସକାଳ ଧୂପ ନୀତି ଶେଷ ହେବ ପରେ ତିନି ରଥକୁ ଆଜ୍ଞାମାଳ ବିଜେ କରାଯିବ। ପୂଜାପଣ୍ଡା ସେବକମାନେ ଏହି ଆଜ୍ଞାମାଳକୁ ଘଣ୍ଟ, ଛତା, ବିଜେ କାହାଳି ପଟୁଆର ସହ ରଥଖଳାକୁ ନେବେ। ଆଜ୍ଞାମାଳ ବିଜେ ନୀତି ଶେଷ ପରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କର ନନ୍ଦିଘୋଷ ଓ ପରେ ମା’ ସୁଭଦ୍ରଙ୍କର ଦର୍ପଦଳନ ଓ ଶେଷରେ ବଡ଼ଭାଇ ବଳଭଦ୍ରଙ୍କର ତାଳଧ୍ୱଜ ରଥକୁ ପୋଲିସ ଓ ଭକ୍ତ ମାନେ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟାଣିବେ। ଜୁଲାଇ ୭ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। 

7.Rain During Rathyatra: ରଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀକ୍ଷେତ୍ର ପରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଉ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ ଓ ଘଡଘଡି ହେବାର ସମ୍ଭାବନା ରହିଛି। ସେଥିପାଇଁ ‘ୟେଲୋ ଓ୍ୱାର୍ଣ୍ଣିଂ’ ଜାରି କରିଛନ୍ତି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। 

8.Utensils to ensure quality: ରୋଷେଇ ଘରେ ବ୍ୟବହାର ହେଉଥିବା ଚକଚକିଆ ଷ୍ଟିଲ୍‍ ବାସନର ଗୁଣାତ୍ମକ ମାନ ଠିକ୍‍ ରହିଛି କି? ଯେଉଁ ଆଲୁମିନିୟମ ବାସନ ବ୍ୟବହାର କରାଯାଉଛି ତାହା ଖାଦ୍ୟ ପଦାର୍ଥର ମାନ ରକ୍ଷା କରିବାରେ ସମର୍ଥ କି? ଏ ପ୍ରଶ୍ନ ଏବେ ଅନେକଙ୍କୁ ଆକ୍ରାନ୍ତ କରୁଥିବ। କାରଣ ବର୍ଷ ବର୍ଷ ଧରି ପାର୍ମପରିକ ଭାବେ ଆମେ ବ୍ୟବହାର କରୁଥିବା ଷ୍ଟେନଲେସ୍‍ ଷ୍ଟିଲ ବା ଆଲୁମିନିୟମ ବାସନ, ରୋଷେଇଘର ଉପକରଣଗୁଡ଼ିକର ନିର୍ମାଣ ବେଳେ ଠିକଣା ଧାତୁ ବ୍ୟବହାର ହେଉଛି ବା ନାହିଁ ତାହା ପ୍ରଶ୍ନକୁ ଆସିଥାଏ। ଆଉ ଏହି ପ୍ରଶ୍ନର ସମାଧାନ ପାଇଁ ଭାରତୀୟ ମାନକ ବ୍ୟୁରୋ ଏଣିକି ବଜାରରେ ବିକ୍ରି ହେବାକୁ ଥିବା ସମସ୍ତ ଷ୍ଟିଲ୍‍ ଓ ଆଲୁମିନିୟମ ବାସନ ଉପରେ ‘ଆଇଏସ୍‍ଆଇ’ ଚିହ୍ନକୁ ବାଧ୍ୟ କରିଛନ୍ତି।

9.Aparajita BJP’s state co-ordinator team: ଓଡ଼ିଶାର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ବିଜେପିର ସାଂଗଠନିକ କାର୍ଯ୍ୟ ପାଇଁ ଦାୟିତ୍ୱ ମିଳିଛି। କେରଳର ସହପ୍ରଭାରୀ ଭାବେ ଅପରାଜିତାଙ୍କୁ ନିଯୁକ୍ତି ମିଳିଥିବାବେଳେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ପାଇଁ ସମ୍ବିତ ପାତ୍ରଙ୍କୁ ନିଯୁକ୍ତ କରାଯାଇଛି। ଓଡ଼ିଶା ଦାୟିତ୍ୱରେ ପୂର୍ବ ପରି ପ୍ରଭାରୀ ଭାବେ ବିଜୟ ସିଂହ ତୋମାର ଏବଂ ସହ ପ୍ରଭାରୀ ଭାବେ ଲତା ଉସେଣ୍ଡି କାର୍ଯ୍ୟ କରିବେ।

10.Odisha to bring Tigers from MP and Maharastra: ରାଜ୍ୟରେ ବାଘ ସଂଖ୍ୟା ବୃଦ୍ଧି ତଥା ପ୍ରଜନନକୁ ଗୁରୁତ୍ୱ ଦେଇ ସରକାର ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରୁ ୫ଟି ମହାବଳ ବାଘ ଆଣିବାକୁ ଯୋଜନା କରିଛନ୍ତି। ସମ୍ବଲପୁର ଜିଲ୍ଲା ଡେବ୍ରିଗନ ଅଭୟାରଣ୍ୟ ପାଇଁ ୩ଟି ଓ ମୟୂରଭଂଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ପାଇଁ ୨ଟି ମହାବଳ ବାଘ ଆଣିବେ। ଆସନ୍ତା ଅକ୍ଟୋବର ମାସ ଶେଷ ସୁଦ୍ଧା ଏହି ମହାବଳ ଆସିବେ।