Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2285081

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

HL1-PM Modi Oath Ceremony: ଆଜି ନରେନ୍ଦ୍ର ମୋଦି ତୃତୀୟ ଥର ଲାଗି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଆଜି ସନ୍ଧ୍ୟା ୭ଟା ୧୫ ମିନିଟ୍ ରେ  ରାଷ୍ଟ୍ରପତି ଭବନରେ (Rashtrapati Bhavan) ଅନୁଷ୍ଠିତ ହେବାକୁ ଯାଉଥିବା ଏହି ଶପଥ ଗ୍ରହଣ ଉତ୍ସବରେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ପ୍ରଧାନ ମନ୍ତ୍ରୀ ଓ ଅନ୍ୟ ମନ୍ୟମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇବେ।  ଏହି ଶପଥ ଗ୍ରହଣ ଉତ୍ସବ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ଶପଥ ଗ୍ରହଣ ଉତ୍ସବରେ ପ୍ରାୟ ୮ ହଜାର ଲୋକେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। 

HL2-PM Modi Oath Ceremony:ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ଦେଶରୁ ଅନେକ ନେତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି। ଏହି ସମାରୋହରେ ଭାରତର ପଡ଼ୋଶୀ ଓ  ଭାରତ ମହାସାଗର ଅଞ୍ଚଳର ନେତାମାନେ ସମ୍ମାନିତ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଲଙ୍କାର ରାଷ୍ଟ୍ରପତି ରାନିଲ ବିକ୍ରମସିଂହେ, ମାଳଦ୍ୱୀପର ରାଷ୍ଟ୍ରପତି ଡ. ମହମ୍ମଦ ମୁଇଜୁ, ସେସେଲ୍ସର ଉପରାଷ୍ଟ୍ରପତି ଅହମ୍ମଦ ଆଫିଫ , ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହସିନା, ନେପାଳ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ଏବଂ ଭୁଟାନର ପ୍ରଧାନମନ୍ତ୍ରୀ ସେରିଙ୍ଗ ତୋବ୍ଗେ ଯୋଗଦେବେ ବୋଲି ସୂଚନା ମିଳିଛି। ଶପଥ ଗ୍ରହଣ ସମାରୋହ ପାଇଁ ନେତାମାନେ ନୂଆଦିଲ୍ଲୀରେ ପହଞ୍ଚି ସାରିଛନ୍ତି।

HL3-Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ।  ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶନିବାର ଓଡି଼ଶା ଛୁଇଁଛି। ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ଛୁଇଁ ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି। ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁର ପ୍ରଭାବ ରେ ମାଲ୍ୟବନ୍ତ ପର୍ବତ ଶିଖରରେ ପ୍ରଥମେ ବାଦଲ ଦୃଶ୍ୟମାନ ହୋଇଥିଲା।  ପରେ ଝିପିଝିପି ବର୍ଷା  ଆରମ୍ଭ ହୋଇଥିଲା। ମୌମୁମୀ ପ୍ରବେଶ କଲା ପରେ, ମାଲକାନଗିରି ଜିଲ୍ଲାରେ ବିଭିନ୍ନ ସ୍ଥାନରେ କାଁ ଭାଁ ବର୍ଷା ହୋଇଛି। 

HL4-Naveen Patnaik: ବିଜେଡି ନେତା ପାଣ୍ଡିଆନଙ୍କ ସପକ୍ଷରେ ମୁହଁ ଖୋଲିଛନ୍ତି ନବୀନ। ବିଜେଡି ହାରିବା ପରେ ସମସ୍ତେ  ପାଣ୍ତିଆନଙ୍କ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ।  ପାଣ୍ଡିଆନଙ୍କ ସମ୍ପର୍କରେ ଚାଲିଥିବା ସମାଲୋଚନାକୁ ସେ ନିନ୍ଦା କରିଛନ୍ତି । ନବୀନ ପଟ୍ଟନାୟକ କହିଛନ୍ତି ପାଣ୍ଡିଆନଙ୍କୁ ନେଇ ଯାହା ସବୁ ସମାଲୋଚନା ହେଉଛି ତାହାକୁ ମୁଁ ଗଭୀର ଭାବରେ ନିନ୍ଦା କରୁଛି ।

HL5- Odisha Cm to take oath on 10th evening: ରାଜ୍ୟରେ ସରକାର ଗଢିବ ବିଜେପି। ଏନେଇ ଆସନ୍ତାକାଲି ବିଜେପି  ଓଡିଶାର ହେବାକୁ ଥିବା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିବା ସହିତ ସଂନ୍ଧ୍ୟା ସମୟରେ ଶପଥ ଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ରହିଛି। ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ ହୋଇଛି। ବିପୁଳ ଜନସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି । ଜନତା ମୈଦାନରେ ଏସପିଜି ଟିମ ସମେତ ଜଣେ ଡିଆଇଜି ର୍ୟାଙ୍କର ଅଧିକାରୀ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି । 

HL6-Odisha News:ସେପଟେ,  ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ତଦାରଖ ପାଇଁ ଭୁବନେଶ୍ୱରରେ ପହଞ୍ଚିଛନ୍ତି ଦୁଇ ବରିଷ୍ଠ ନେତା । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ମଧ୍ୟପ୍ରଦେଶର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ବିଶ୍ୱାସ କୈଳାଶ ସାରଙ୍ଗ ଏବଂ ମଧ୍ୟପ୍ରଦେଶ ବିଜେପିର ପୂର୍ବତନ ସଂଗଠନ ମନ୍ତ୍ରୀ ଆଶୁତୋଷ ତିୱାରୀ ପହଞ୍ଚିଛନ୍ତି | ଶପଥ ଗ୍ରହଣ କାର୍ଯ୍ୟକ୍ରମର ତଦାରଖ କରିବେ ଏହି ଦୁଇ ବରିଷ୍ଠ ନେତା । ଭୁବନେଶ୍ୱରରେ ରହି କାର୍ଯ୍ୟକ୍ରମ ପରିଚାଳନା କରିବାକୁ ଆସିଛନ୍ତି ଏହି ଦୁଇ ନେତା ।

HL7-Supreme Court: ଲୋକସଭା ୨୦୨୪ ନିର୍ବାଚନ ପାଇଁ ଭୋଟ୍ ଗଣତି ଦିନ ଜୁନ୍ ୪ ରେ ଷ୍ଟକ୍ ମାର୍କେଟରେ ହଠାତ୍ ହ୍ରାସ ଘଟିଥିଲା। ଏହା ନିବେଶକମାନଙ୍କ ପାଇଁ ବିପୁଳ କ୍ଷତି ଘଟାଇଲା। ବର୍ତ୍ତମାନ ଏ ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି। ଏଥିରେ କେନ୍ଦ୍ର ସରକାର ଓ ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (SEBI) କୁ ଏ ସମ୍ପର୍କରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଡଭୋକେଟ୍ ବିଶାଲ ତିୱାରୀ ଏହି ଆବେଦନ କରିଛନ୍ତି। ଏଥିରେ କୁହାଯାଇଛି ଯେ ଲୋକସଭା ନିର୍ବାଚନ ୨୦୨୪ ର ଫଳାଫଳ ପରେ ଷ୍ଟକ୍ ମାର୍କେଟରେ ଆଉ ଏକ ବଡ ହ୍ରାସ ଦେଖିବାକୁ ମିଳିଥିଲା। ଏକଜିଟ୍ ପୋଲ୍ ସହିତ ଏହାର ଗଭୀର ସଂଯୋଗ ଅଛି ଓ ଏହାର ତଦନ୍ତ କରାଯିବା ଉଚିତ୍।

HL8-israel rescue for hostages: ସେଣ୍ଟ୍ରାଲ ଗାଜାରେ ଅକ୍ଟୋବର ୭ରୁ ପଣବନ୍ଦୀ ହୋଇ ରହିଥିବା ୪ ଜଣଙ୍କୁ ଉଦ୍ଧାର କରିଛି ଇସ୍ରାଏଲ ସେନା। ଏମାନେ ପାଲେଷ୍ଟାଇନ ସଂଗଠନ ହମାସ କବଳରେ ରହିଥିଲେ। ଶନିବାର ଇସ୍ରାଏଲ ସେନା ସ୍ପେଶାଲ ସେଣ୍ଟ୍ରାଲ ଗାଜା ଅପରେସନ ଦ୍ୱାରା ଏମାନଙ୍କୁ ହମାସ କବଳରୁ ମୁକୁଳାଇଛି।ଉଦ୍ଧାର ହୋଇଥିବା ପଣବନ୍ଦୀମାନେ ହେଲେ ୨୫ ବର୍ଷୀୟ ନୋଆ ଅରଗାମାନି, ୨୧ ବର୍ଷୀୟ ଅଲମୋଗ ମୈର ଜାନ, ୨୭ ବର୍ଷୀୟ ଆଣ୍ଡ୍ରେ କୋଜଲୋଭ ଓ ୪୦ ବର୍ଷୀୟ ଶଲୋମି ଜିଭ। ଏମାନଙ୍କୁ ଅକ୍ଟୋବର ୭ରେ ହମାସ ଆତଙ୍କବାଦୀମାନେ ସୁପରନୋଭା ମ୍ୟୁଜିକ କାର୍ଯ୍ୟକ୍ରମରୁ ଅପହରଣ କରି ନେଇଥିଲେ। ସେବେଠାରୁ ସେମାନଙ୍କୁ ସେଣ୍ଟ୍ରାଲ ଗାଜାର ବନ୍ଦୀ କରି ରଖାଯାଇଥିଲା।

HL9-Eid Al Adha 2024: ଜୁନ୍ ୧୭ ତାରିଖ ଦିନ ଦିଲ୍ଲୀ ସମେତ ସମଗ୍ର ଦେଶରେ ଇଦ୍ ଉଲ୍ ଅଧା ପର୍ବ ପାଳନ କରାଯିବ । ବିଭିନ୍ନ ମୁସଲମାନ ଧାର୍ମିକ ଗୁରୁମାନେ ଏହି ସୂଚନା ଦେଇଛନ୍ତି ବୋଲି ଜାତୀୟ ଗଣମାଧ୍ୟମ ଏବିପି ନ୍ୟୁଜରେ ଖବର ପ୍ରକାଶିତ ହୋଇଛି । ଚାନ୍ଦନି ଚୌକରେ ଅବସ୍ଥିତ ଫତେହପୁରୀ ମସଜିଦର ଶାହି ଇମାମ, ମୁଫତି ମୁକରାମ ଅହମ୍ମଦ ଶନିବାର ଦିନ ପିଟିଆଇକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ମେଘୁଆ ଆକାଶ ଯୋଗୁଁ ଚାନ୍ଦ ଦେଖି ହୋଇନଥିଲା । କିନ୍ତୁ ବିଳମ୍ବିତ ରାତିରେ ଦେଶର ବିଭିନ୍ନ ସ୍ଥାନରୁ ନିଶ୍ଚିତ କରାଯାଇଛି । ଶାହି ଇମାମ ମୁଫତି ମୁକରାମ ଅହମ୍ମଦଙ୍କ କହିବାନୁଯାୟୀ, ଚଳିତଥର ଜୁନ୍ ୧୭ ରେ ଇଦ୍-ଉଲ୍-ଅଧା ପର୍ବ ପାଳନ କରାଯିବ ।

HL10-T20 World Cup 2024 IND vs PAK: ଆଜି ନ୍ୟୁୟର୍କରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଟି-୨୦ ବିଶ୍ୱକପ ୨୦୨୪ ର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଛି। ଏବେ ଦଳ ଦ୍ୱିତୀୟ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ (Team India) ବିପକ୍ଷରେ ଖେଳିବ। ଯଦି ଆମେ ପାକିସ୍ତାନୀ ଖେଳାଳିଙ୍କ ବର୍ତ୍ତମାନ ଫର୍ମକୁ ଦେଖିବା ତେବେ ଏହା ଭଲ ନାହିଁ। ଏହା ମଧ୍ୟ ସେମାନଙ୍କ ପାଇଁ କ୍ଷତି କରିପାରେ। ଟିମ୍ ଇଣ୍ଡିଆର ଖେଳାଳିମାନେ ବହୁତ ଶକ୍ତିଶାଳୀ ଏବଂ ସେମାନେ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଟ୍ରେଲର ଦେଖାଇଛନ୍ତି। ବାବର ଆଜମଙ୍କ (Babar Azam) ଦଳ ଏହି ସମୟରେ ଚାପରେ ରହିବ।