Top 10 News: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଜନିତ ଛୁଟି; ଆର ପାରିରେ 'ଅଗ୍ନି ମ୍ୟାନ୍', ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର
Advertisement
Article Detail0/zeeodisha/odisha2385950

Top 10 News: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଜନିତ ଛୁଟି; ଆର ପାରିରେ 'ଅଗ୍ନି ମ୍ୟାନ୍', ପଢ଼ନ୍ତୁ ଆଜିର ୧୦ ପ୍ରମୁଖ ଖବର

Top 10 News Headlines: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 15 August 2024

Top 10 News Headlines 15 August 2024: H1. Odisha Govt announces one day menstrual leave: ରାଜ୍ୟରେ ମହିଳାଙ୍କୁ ମିଳିବ ଋତୁସ୍ରାବ ଛୁଟି । କଟକରେ ସ୍ବାଧୀନତା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏହି ଘୋଷଣା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ମହିଳାମାନେ ମାସିକ ଋତୁସ୍ରାବ ସମୟରେ କୌଣସି ଛୁଟି ପାଆନ୍ତି ନାହିଁ। ବର୍ତ୍ତମାନ ଆମେ ଗୋଟିଏ ଦିନ ଛୁଟି ଦେବାକୁ ନିଷ୍ପତ୍ତି ନେଇଛୁ।

H2. CM Mohan Majhi hoists Tricolour: ୭୮ ତମ ସ୍ୱାଧୀନତା ଦିବସରେ ସିଏମ୍ ମୋହନ ଚରଣ ମାଜି ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରୁ ରାଜ୍ୟକୁ ସମ୍ବୋଧିତ କରି ଓଡିଶାରେ ତ୍ରିରଙ୍ଗା ଉତ୍ତୋଳନ କରିଥିବା ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ଭାବରେ ଇତିହାସ ସୃଷ୍ଟି କରିଥିଲେ। ସେ ଓଡିଆ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ମାନିତ କରିଥିଲେ ଓ ବିଭିନ୍ନ ଯୋଜନା ମାଧ୍ୟମରେ କୃଷକ ଓ ମହିଳାଙ୍କ ପାଇଁ ଆର୍ଥିକ ଅଭିବୃଦ୍ଧି ସମେତ ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ବିକାଶ ଲକ୍ଷ୍ୟର ପ୍ରତିଶୃତି ଦେଇଥିଲେ।

H3.Heavy rainfall to continue in Odisha: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତା ୨୦ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।  ଶୁକ୍ରବାର ଦିନ ଓଡି଼ଶାର ୧୨ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରରେ ଥିବା ଭାରତୀୟ ପାଣିପାଗ ବିଭାଗର ଆଞ୍ଚଳିକ କେନ୍ଦ୍ର ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର,  ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି।

H4. Ram Narain Agarwal passes away: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନର ଜଣାଶୁଣା ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ନ୍ୟୁଜ୍ ଏଜେନ୍ସି ANI ଜଣେ DRDO ଅଧିକାରୀଙ୍କ ପାଖରୁ ଉଦ୍ଧୃତ କରି ହିଛି ଯେ ରାମ ନାରାୟଣ ଅଗ୍ରୱାଲ ଗୁରୁବାର ଦିନ ହାଇଦ୍ରାବାଦରେ ୮୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

H5. PM Modi Independence Day Speech: ଆଜି ଅର୍ଥାତ୍ ୧୫ ଅଗଷ୍ଟ ଦିନ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ମୋଦୀ କ୍ରମାଗତ ଏକାଦଶ ଥର ପାଇଁ ଲାଲ କିଲ୍ଲାରେ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଏହା ସହ ପ୍ରଧାନମନ୍ତ୍ରୀ ମଧ୍ୟ ତାଙ୍କ ପୂର୍ବ ପିଏମ୍ ମନମୋହନ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତର ୭୮ ତମ ସ୍ୱାଧୀନତା ଦିବସରେ ପ୍ରଧାନମନ୍ତ୍ରୀ ଅନେକ ବିଶେଷ କଥା କହିଛନ୍ତି। ବାଂଲାଦେଶରେ ସାମ୍ପ୍ରତିକ ରାଜନୌତିକ ସଙ୍କଟ ସମେତ ଅନେକ ଘରୋଇ ଓ ଆନ୍ତର୍ଜାତୀୟ ପ୍ରସଙ୍ଗରେ ସେ କହିଥିଲେ।

H6. DY Chandrachud on Bangladesh Crisis: ଭାରତର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ୍ ସ୍ୱାଧୀନତାର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇ ଗୁରୁବାର କହିଛନ୍ତି ଯେ ପଡୋଶୀ ବାଂଲାଦେଶରେ ଘଟିଥିବା ଘଟଣା ସ୍ୱାଧୀନତା ଦିବସର ମହତ୍ତ୍ୱ ଏବଂ ଅଧିକାରର ମୂଲ୍ୟ ଦର୍ଶାଏ।

H7. Kolkata Doctor Rape Case: ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ଦିନ ଦାବି କରିଛନ୍ତି ଯେ କୋଲକାତାର ଆର.ଜି. କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭଙ୍ଗାରୁଜା ଘଟଣାରେ ସିପିଆଇ (ଏମ୍) ଏବଂ ବିଜେପି କର୍ମୀ ସମ୍ପୃକ୍ତ ଅଛନ୍ତି। ରାଜ୍ୟପାଳଙ୍କୁ ଭେଟିବା ପରେ ମମତା ବାନାର୍ଜୀ ଗଣମାଧ୍ୟମକୁ କହିଛନ୍ତି ଯେ ବିରୋଧ ସମୟରେ ହସ୍ପିଟାଲକୁ ଭଙ୍ଗାରୁଜା କରିଥିବା ଲୋକମାନେ “ବାହାର ଲୋକ”।

H8. ISRO EOS-8 satellite: ୭୮ ତମ ସ୍ୱାଧୀନତା ଦିବସ ଅବସରରେ ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମହାକାଶ କ୍ଷେତ୍ରରେ ଆଉ ଏକ ବଡ଼ ଲମ୍ଫ ଦେବାକୁ ଯାଉଛି। ଶୁକ୍ରବାର ସକାଳେ ଶ୍ରୀହାରିକୋଟା ଠାରୁ ISRO ର ନୂତନ ତଥା ଉଚ୍ଚାଭିଳାଷୀ ରକେଟ୍ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ (SSLV) ଉତକ୍ଷେପଣ କରାଯିବ। ଏହି ରକେଟ୍ ସହିତ ଚେନ୍ନାଇ ଭିତ୍ତିକ ଷ୍ଟାର୍ଟଅପ୍ ସ୍ପେସ୍ ରିକ୍ସା ର ୧୭୫ କିଲୋଗ୍ରାମ ଆର୍ଥ ଇମେଜିଙ୍ଗ ଉପଗ୍ରହ EOS-8 ଏବଂ SR-0 ଡେମୋ ଉପଗ୍ରହକୁ ନିମ୍ନ ପୃଥିବୀ କକ୍ଷପଥରେ ରଖାଯିବ ।

H9. Vinesh Phogat posts cryptic message: ଭାରତୀୟ ମହିଳା ରେସଲର ବିନେଶ ଫୋଗାଟ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ପ୍ୟାରିସ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ନ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏହି ପୋଷ୍ଟରେ ବିନ୍ ପ୍ରାକଙ୍କ ଗୀତ ବ୍ୟାକଗ୍ରାଉଣ୍ଡରେ ବାଜିବା ସହିତ ମ୍ୟାଚ୍‌ରେ କାନ୍ଦୁଥିବା ଏକ ଫଟୋ ସେୟାର କରିଛନ୍ତି ବିନେଶ ଫୋଗେଟ୍। 

H10. Jay shah on champions trophy 2025: ଆସନ୍ତା ବର୍ଷ ଫେବୃଆରୀ-ମାର୍ଚ୍ଚ ମାସରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜିତ ହେବ। ଭାରତୀୟ କ୍ରିକେଟ୍ ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ପାକିସ୍ତାନ ଯିବ କି ନାହିଁ ଜାଣିବାକୁ କ୍ରିକେଟ୍ ପ୍ରଶଂସକମାନେ ଆଗ୍ରହୀ ଅଟନ୍ତି। ଏପର୍ଯ୍ୟନ୍ତ ଏ ବାବଦରେ କୌଣସି ଅଫିସିଆଲ୍ ବୟାନ ଆସିନାହିଁ, ଯେଉଁଥିପାଇଁ ଟିମ୍ ଇଣ୍ଡିଆ ପାକିସ୍ତାନ ଯାଇ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ନେଇ ସନ୍ଦେହ ରହିଛି। ସେପଟେ ବିସିସିଆଇ ସଚିବ ଜୟ ଶାହା ଏହା ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି।