Top 10 News: ଭାରତୀୟ ହକି ଦଳର ହିରୋ ମାନଙ୍କୁ ରାଜ୍ୟରେ ଭବ୍ୟ ସମ୍ବର୍ଦ୍ଧନା, ବଜ୍ରପାତ ନେଲା ୪ ଜୀବନ, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2394064

Top 10 News: ଭାରତୀୟ ହକି ଦଳର ହିରୋ ମାନଙ୍କୁ ରାଜ୍ୟରେ ଭବ୍ୟ ସମ୍ବର୍ଦ୍ଧନା, ବଜ୍ରପାତ ନେଲା ୪ ଜୀବନ, ଆଜିର ୧୦ ବଡ଼ ଖବର

Top 10 News Headlines: ଭାରତୀୟ ଜନତା ପାର୍ଟି (ବିଜେପି) ନଅଟି ରାଜ୍ୟସଭା ଆସନରେ ଉପ-ନିର୍ବାଚନ ପାଇଁ ନିଜର ପ୍ରାର୍ଥୀ ଘୋଷଣା କରିଛି। ଏହି ତାଲିକାରେ ଅନେକ ବଡ଼ ନେତାଙ୍କ ସମେତ ମମତା ମହାନ୍ତଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ।  ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 21 August 2024

Top 10 News Headlines 21 August 2024:  Indian men’s hockey team gets grand welcome:​ ବିଶ୍ବ ବିଜୟୀ ଭାରତୀୟ ହକି ଦଳର ହିରୋ ମାନଙ୍କୁ ଓଡ଼ିଶାରେ ଭବ୍ୟ ସମ୍ବର୍ଦ୍ଧନା। ପ୍ୟାରିସରେ ଐତିହାସିକ ବିଜୟର ଆନନ୍ଦରେ ମୁଖରିତ ଭୁବନେଶ୍ବର। ଦଳର ପ୍ରତ୍ୟେକ ଖେଳାଳିଙ୍କୁ ୧୫ ଲକ୍ଷ ଟଙ୍କା, ଓଡିଆ ଖେଳାଳି ଅମିତ୍‌ଙ୍କୁ ୪ କୋଟି, ଗୋଲକିପର ଶ୍ରୀଜେସ୍‌ଙ୍କୁ ସ୍ବତନ୍ତ୍ରଭାବେ ୫୦ ଲକ୍ଷ ଟଙ୍କା ଏବଂ ସପୋର୍ଟିଂ ଷ୍ଟାଫଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଦିଆଯାଇଛି।

H2. 15 dead in explosion at Andhra Pradesh pharma firm: ବୁଧବାର ଦିନ ଆନ୍ଧ୍ରପ୍ରଦେଶର ଅନାକାପଲେରେ ଏକ ଫାର୍ମା କମ୍ପାନୀରେ ଜୋରଦାର ବିସ୍ଫୋରଣ ଘଟି ୧୫ ଜଣ ପ୍ରାଣ ହରାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତୁରନ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେମାନଙ୍କର ଚିକିତ୍ସା ଚାଲିଛି।

H3. 4 dead in lightning strikes across Odisha: ଆଜି ରାଜ୍ୟର ୪ଟି ଜିଲ୍ଲାରେ ବଜ୍ରପାତ ଯୋଗୁଁ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକ ଆହତ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘଟଣାରେ ଗଭୀର ଦୁଃଖପ୍ରକାଶ କରିବା ସହିତ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ଏହା ସମେତ ବଜ୍ରପାତ ଯୋଗୁଁ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ନିକଟତମ ଆତ୍ମୀୟଙ୍କୁ  ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 

H4. Odisha Increases allocation for MDM: ରାଜ୍ୟର ପ୍ରାୟ ୪୫ ଲକ୍ଷ ସ୍କୁଲ ଯାଉଥିବା ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯେଗାଇବା ପାଇଁ ସହାୟତା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ଏଣିକି ସରକାର ପ୍ରତି ଶିଶୁ ପିଛା ଏକ ଟଙ୍କା ଅଧିକ ମଧ୍ୟାହ୍ନ ଭୋଜନ ବାବଦକୁ ଖର୍ଚ୍ଚ କରିବେ। ଏହାଦ୍ୱାରା ପିଲାଙ୍କ ଖାଦ୍ୟରେ ଗୁଣାତ୍ମକ ମାନକୁ ଅଧିକ ବୃଦ୍ଧି କରାଯାଇପାରିବ। ସ୍କୁଲ୍‍ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏ ବାବଦରେ ସୂଚନା ଦେଇଛନ୍ତି।

H5. NIA to investigate SIM box Case: ଗଲା କିଛିଦିନ ହେଲା ସିମ୍‍ ବକ୍ସ ଜବତକୁ ନେଇ ପୁଲିସ ବିଭାଗ ବଡ଼ ଧରଣର ଆତଙ୍କବାଦୀ ସଂଯୋଗକୁ ଇଙ୍ଗିତ କରୁଥିବା ବେଳେ ଆଜି ଜାତୀୟ ତଦନ୍ତ ସଂସ୍ଥା ଏନ୍‍ଆଇଏ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି। ଏକ ଦଳ ଭୁବନେଶ୍ୱରରେ ପହଞ୍ଚି ‘ସିମ୍‍ ବକ୍ସ’  ସ୍ଥାପନର ରହସ୍ୟ ଉନ୍ମୋଚନ ପାଇଁ ତଦନ୍ତ ଆରମ୍ଭ କରିଛନ୍ତି। ମୂଳ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଏନ୍‍ଆଇଏ ତଦନ୍ତ କରିବ ବୋଲି ଜଣାପଡ଼ିଛି। 

H6. Mamata Mahanta and Jagannath Pradhan Files Nomination: ରାଜ୍ୟସଭା ନିର୍ବାଚନ ପାଇଁ  ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେପିର ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ। ଅପରାହ୍ଣରେ ସେ ବିଜେପିର ୧୦ ଜଣ ବିଧାୟକଙ୍କ ସମର୍ଥନରେ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ନିଜର ନାମାଙ୍କନ ପାଇଁ ଆବଶ୍ୟକ ନଥିପତ୍ର ଦାଖଲ କରିଥିଲେ।  ଏହାଦ୍ୱାରା ନିର୍ବାଚନ ମଇଦାନରେ କେବଳ ମମତା ମହାନ୍ତ ଏକା ପ୍ରାର୍ଥୀ ହୋଇ ରହି ନାହାନ୍ତି। ବର୍ତ୍ତମାନ ଗୋଟିଏ ରାଜ୍ୟସଭା ସିଟ୍ ପାଇଁ ବିଜେପି ୨ଜଣକୁ ଠିଆ କରିଛି।

H7. Assembly updates: ବିଧାନସଭାର କାର୍ଯ୍ୟ ଆଜିବି ବିରୋଧୀ ଦଳଙ୍କ ପ୍ରଦର୍ଶନ ଯୋଗୁ ବାଧାପ୍ରାପ୍ତ ହୋଇଛି। ଉଭୟ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାବଗୁ ଆସିବା ଦ୍ୱାରା ପ୍ରଶ୍ନୋତ୍ତର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଶାସକ ଦଳ ଏହାକୁ ନେଇ ଉଦ୍‍ବେଗ ପ୍ରକାଶ କରିଛି। ରାଜ୍ୟରେ ଯେଉଁ ପ୍ରସଙ୍ଗ ଉପରେ ଆଲୋଚନ ବିରୋଧୀ ଦଳ ନୋଟିସ ଦେଉଛନ୍ତି ତାହାକୁ ଗ୍ରହଣ କରି ଆଲୋଚନା ପାଇଁ ଆମେ ପ୍ରସ୍ତୁତ ରହିଲେ ମଧ୍ୟ ବିରୋଧୀ ହଟ୍ଟଗୋଳ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶାସକ ଦଳ। 

H8. 9 Arrested in Puri Murder case: ଗତ ୧୯ ତାରିଖ ଦିନ ପୁରୀରେ ଘଟିଥିବା ହତ୍ୟାକାଣ୍ଡରେ ୯ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଭିତରୁ ୭ ଜଣ ନାବାଳକ ବୋଲି ପୁରୀ ଏସ୍‍ପି ପିନାକ ମିଶ୍ର କହିଛନ୍ତି। ଦୀନେଶ ଖୁଣ୍ଟିଆଙ୍କ ହତ୍ୟାର ପ୍ରତିଶୋଧ ସ୍ୱରୂପ ହରିହର ସାହୁଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି। ଏହି ହତ୍ୟା କାଣ୍ଡରେ ଦୀନେଶ ଖୁଣ୍ଟିଆଙ୍କ ବାପା ଓ ଭାଇଙ୍କୁ ଗିରଫ କରାଯାଇଛି। 

H9. Electricity for all by September: ସେପ୍ଟମ୍ବର ସୁଦ୍ଧା ରାଜ୍ୟର ସମସ୍ତ ପରିବାରକୁ ବିଜୁଳି ସଂଯୋଗ କରାଯିବ। ଏହା କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ। ସରକାର ଏ ନେଇ ବଣ୍ଟନ କମ୍ପାନୀମାନଙ୍କୁ ୪୧୫ କୋଟି ଟଙ୍କା ଆବଣ୍ଟନ କରିଥିବା କହିଛନ୍ତି ଶ୍ରୀ ସିଂହଦେଓ। ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। 

H10. PM Narendra Modi in Poland: ଦୁଇ ଦିନିଆ ସରକାରୀ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ପୋଲାଣ୍ଡରେ ପହଞ୍ଚିଛନ୍ତି। ୱାର୍ସର ହୋଟେଲରେ ପହଞ୍ଚିବା ପରେ ସେ ଭାରତୀୟ ମୂଳ ଲୋକଙ୍କୁ ଅଭିବାଦନ ଜଣାଇଲେ ଏବଂ ଏହା ପରେ ସେ ପିଲାମାନଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବିଶେଷ କଥା ହେଉଛି ବିଗତ ୪୫ ବର୍ଷ ମଧ୍ୟରେ ପୋଲାଣ୍ଡ ଗସ୍ତରେ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ।