Top 10 News: ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ, JMMରୁ ଇସ୍ତପା ଦେଲେ ଚମ୍ପାଇ ସୋରେନ୍, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2404666

Top 10 News: ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ, JMMରୁ ଇସ୍ତପା ଦେଲେ ଚମ୍ପାଇ ସୋରେନ୍, ଆଜିର ୧୦ ବଡ଼ ଖବର

Top 10 News Headlines: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏସ୍‍ଡିଜେଏମ୍‍। ଏକ ସଙ୍ଗେ ଗିରଫ ହୋଇଥିବା ଅରବିନ୍ଦ ଖୁଣ୍ଟିଆଙ୍କୁ କୋର୍ଟ ଆଜି ଖଲାସ କରିଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

Top 10 News Headlines 28 August 2024

Top 10 News Headlines 28 August 2024: H1. Cabinet approves 6 new FM radio stations in Odisha: ରାଜ୍ୟର ୬ ସ୍ଥାନରେ ହେବ ଫ୍ରିକ୍ୱେନ୍ସୀ ମଡ୍ୟୁଲେଟେଡ (ଏଫ୍‍ଏମ୍‍) ରେଡିଓ ଷ୍ଟେସନ୍‍। କେନ୍ଦ୍ର ସରକାରଙ୍କ କ୍ୟାବିନେଟ୍‍ ଏ ନେଇ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଦ୍ୱାରା ଏଫ୍‍ଏମ୍‍ ରେଡିଓ ନଥିବା ସ୍ଥାନ ଉପକୃତ ହେବା ସହ  ସ୍ଥାନୀୟ ଅଞ୍ଚଳର କଣ୍ଟେଣ୍ଟ ପାଇଁ ପ୍ରାଧାନ୍ୟ ବଢ଼ିବ ବୋଲି ଆଶା କରିଛନ୍ତି ସରକାର। ଭାଷାର ବିକାଶ ସହ ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ବି ବଢ଼ିବ। 

H2. Mahanga double murder case: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଆଜୀବନ ଦଣ୍ଡାଦେଶ ଶୁଣାଇଛନ୍ତି ସାଲେପୁର ଏସ୍‍ଡିଜେଏମ୍‍। ଏକ ସଙ୍ଗେ ଗିରଫ ହୋଇଥିବା ଅରବିନ୍ଦ ଖୁଣ୍ଟିଆଙ୍କୁ କୋର୍ଟ ଆଜି ଖଲାସ କରିଛନ୍ତି। ରାଜନୀତିକ ଶତ୍ରୁତାକୁ କେନ୍ଦ୍ରକରି  ଜାନୁୟାରୀ ୨ତାରିଖ ୨୦୨୧ ମସିହାରେ ଏହି ହତ୍ୟାକାଣ୍ଡ ଘଟିଥିଲା। 

H3. RI Caught Taking Bribe By Odisha Vigilance: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଜଗତସିଂହପୁର ବାଲିକୁଦା ତହସିଲର ମଲ୍ଲିକାପୁର ରାଜସ୍ବ ନିରୀକ୍ଷକ(ଆରଆଇ) ବିଭୁଦତ୍ତ ସାହୁ। ୫୦୦୦ ଟଙ୍କା ଲାଞ୍ଚ ମାଗି ନେଉଥିବା ସମୟରେ ତାଙ୍କୁ ଭିଜିଲାନ୍ସ ଧରିଛି। ଏକ ଜମି ପଟା ମ୍ୟୁଟେସନ କେସକୁ ଜଣଙ୍କ ପକ୍ଷରେ କରାଇ ଦେବା ଲାଗି ଲାଞ୍ଚ ନେଉଥିଲେ।

H4. New Ration Cards After E-KYC Verification: ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସରଳ ଓ ସ୍ୱଚ୍ଛ କରିବା ପାଇଁ ସରକାର ଇ- କେଓ୍ୱାଇସି ବ୍ୟବସ୍ଥା ଆପଣାଇଛନ୍ତି। ଯେଉଁମାନେ ନୂଆ ରାସନ କାର୍ଡଧାରୀ ବା ଆବେଦନ କରିଛନ୍ତି ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ଶେଷ ହେବା ପରେ ଯାଇ କାର୍ଡ ମିଳିବ। 

H5. Champai Soren resigns from JMM: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶକ୍ତିଶାଳୀ ନେତା ଚମ୍ପାଇ ସୋରେନ୍ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ସହିତ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ସେ X ରେ ଏକ ପୋଷ୍ଟରେ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି- ଝାଡ଼ଖଣ୍ଡର ଆଦିବାସୀ, ମୂଳବାସୀ, ଦଳିତ, ପଛୁଆ ଲୋକ ଓ ସାଧାରଣ ଲୋକଙ୍କ ପ୍ରସଙ୍ଗରେ ଆମର ସଂଗ୍ରାମ ଜାରି ରହିବ। 

H6. Cabinet Meeting: କେନ୍ଦ୍ର କ୍ୟାବିନେଟ୍ ଆଜି ଦେଶରେ ୧୨ଟି ଇଣ୍ଡଷ୍ଟ୍ରିଆଲ୍ ସ୍ମାର୍ଟ ସିଟି ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଛି। ଏହା ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ଯୋଗାଇବ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କେନ୍ଦ୍ର କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଜାତୀୟ ଶିଳ୍ପ କରିଡର ବିକାଶ କାର୍ଯ୍ୟକ୍ରମ ଅଧୀନରେ କେନ୍ଦ୍ର କ୍ୟାବିନେଟ ଆଜି ୧୨ଟି ଶିଳ୍ପ ଭିତ୍ତିକ ସ୍ମାର୍ଟ ସହର କରିବାକୁ ଅନୁମୋଦନ କରିଛି।

H7. ED fines DMK MP S Jagathrakshakan: ଲୋକସଭା ସାଂସଦ ଏସ୍ ଜଗତରକ୍ଷକନ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଇଡି କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫେମା ମାମଲାର ତଦନ୍ତ କରୁଥିବା ଇଡି ଜଗତରକ୍ଷକନଙ୍କ ଉପରେ ୯୦୦ କୋଟି ଟଙ୍କାର ଜରିମାନା ଲଗାଇଛି।

H8. President Droupadi Murmu On Kolkata Rape Murder Case: କୋଲକାତାର ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ବୁଧବାର ଦିନ ସେ କହିଛନ୍ତି ଯେ ଭଉଣୀ ଓ ଝିଅଙ୍କ ପ୍ରତି ଏପରି ଅତ୍ୟାଚାରକୁ କୌଣସି ସଭ୍ୟ ସମାଜରେ ଅନୁମତି ଦିଆଯାଇପାରିବ ନାହିଁ। ସେ କହିଛନ୍ତି ଯେ କୋଲକାତାରେ ଛାତ୍ରଛାତ୍ରୀ, ଡାକ୍ତର ଏବଂ ନାଗରିକମାନେ ବିରୋଧ କରୁଛନ୍ତି। ଯୌନ ଉତ୍ପୀଡ଼ନ ଏବଂ ମହିଳାଙ୍କ ପ୍ରତି ହେଉଥିବା ହିଂସା ଘଟଣାରେ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ ସବୁକିଛିର ସୀମା ଅଛି।

H9. ICC Latest Test Rankings: ବୁଧବାର ଦିନ ପ୍ରକାଶ ପାଇଥିବା ଆଇସିସି ସର୍ବଶେଷ ର଼୍ୟାଙ୍କିଙ୍ଗରେ ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍ ବାବର ଆଜାମ ମାନ୍ୟତାରେ ନବମ ସ୍ଥାନକୁ ଖସି ଆସିଛନ୍ତି। ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଏହି ର଼୍ୟାଙ୍କିଙ୍ଗରେ ଭାରତର ବିରାଟ କୋହଲି ଓ ଯଶସ୍ୱୀ ଜୈସୱାଲଙ୍କୁ ମଧ୍ୟ ଲାଭ ମିଳିଛି।

H10. Zaheer Khan IPL 2025: ଜାହିର ଖାନଙ୍କୁ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୫ ରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଡଗ୍ଆଉଟ୍ ରେ ବସିଥିବାର ନଜର ଆସିବେ। ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଜାହିର ଖାନଙ୍କୁ ନିଜର ନୂତନ ମେଣ୍ଟର ଭାବରେ ନିଯୁକ୍ତ କରିଛି। ପୂର୍ବରୁ ଏହି ପଦରେ ଗୌତମ ଗମ୍ଭୀର ଥିଲେ।