Top 10 News: ମହିଳାଙ୍କ ସୁରକ୍ଷାକୁ ନେଇ ପିଏମଙ୍କ ବଡ଼ ବୟାନ, ପ୍ୟାରିସ୍ ପାରା ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ରୁବିନା ଫ୍ରାନ୍ସିସ୍, ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2409039

Top 10 News: ମହିଳାଙ୍କ ସୁରକ୍ଷାକୁ ନେଇ ପିଏମଙ୍କ ବଡ଼ ବୟାନ, ପ୍ୟାରିସ୍ ପାରା ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଲେ ରୁବିନା ଫ୍ରାନ୍ସିସ୍, ଆଜିର ୧୦ ବଡ଼ ଖବର

Top 10 News Headlines: କୋଲକାତା ଦୁଷ୍କର୍ମ ମାମଲାର ତଦନ୍ତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

Top 10 News Headlines 31 August 2024

Top 10 News Headlines 31 August 2024: H1. CM Majhi orders strict action against women harassers: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ  ମହିଳା ଉତ୍ପୀଡନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ  ଆରକ୍ଷୀ ମହାନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିକଟରେ ମହିଳାମାନଙ୍କ ଉପରେ ହେଉଥିବା ହିଂସା ଉପରେ ଭାରତର ମହାମହିମ ରାଷ୍ଟ୍ରପତି ମଧ୍ୟ କ୍ଷୋଭପ୍ରକାଶ କରିଛନ୍ତି।

H2. Govt extends insurance cover for working journalists: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ କ୍ରମେ ରାଜ୍ଯ ସରକାରଙ୍କ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟବୀମା ଯୋଜନାର ଅବଧି ୧ ସେପ୍ଟେମ୍ବର ୨୦୨୪ରୁ ୩୧ ଅଗଷ୍ଟ ୨୦୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଜ୍ୟର ୭୦୪୧ ସାମ୍ବାଦିକ ଏଥିରେ ଉପକୃତ ହେବେ। 

H3. Odisha Police officer caught taking bribe: ଭିଜିଲାନ୍ସ ଜାଲରେ ବାରିପଦା ଟାଉନ ଥାନା ଏଏସ୍‌ଆଇ ରାମଚନ୍ଦ୍ର ସୋରେନ। ଅଭିଯୋଗକାରୀ ଠାରୁ ୬ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଥିଲା ବାରିପଦା ଭିଜିଲାନ୍ସ ବିଭାଗ। ବାରିପଦା ଭିଜିଲାନ୍ସ ଆଡିସନାଲ ଏସ୍‌ପି ହରେକୃଷ୍ଣ ମାଝୀଙ୍କ ନେତୃତ୍ୱରେ ଯାଇଥିବା ଟିମ୍ ଏଏସ୍‌ଆଇଙ୍କୁ ଧରିଥିବା ଜଣାପଡ଼ିଛି।  

H4. PM Usha Yojana was implemented in Odisha: ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଚ୍ଚତର ଶିକ୍ଷା ଅଭିଯାନକୁ ଓଡ଼ିଶାରେ ଲାଗୁ କରିବା ପାଇଁ ଆବଶ୍ୟକ ବୁଝାମଣାପତ୍ରକୁ ସ୍ୱାକ୍ଷର କରିଛନ୍ତି ରାଜ୍ୟସରକାର। ଏହାଦ୍ବାରା ଜାତୀୟସ୍ତରର ଶିକ୍ଷା ବ୍ୟବସ୍ଥା ସହ ଓଡ଼ିଶାର ଛାତ୍ରଛାତ୍ରୀମାନେ ତାଳ ଦେଇ ଚାଲିପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ରାଜ୍ୟ ସରକାରଙ୍କ ୮୧ତମ ଦିନରେ ଏହି ସଫଳତା ହାସଲ କରିବା ସରକାରଙ୍କ ନିରନ୍ତର ପ୍ରଚେଷ୍ଟାର ପ୍ରମାଣ ବୋଲି ସେ କହିଛନ୍ତି। 

H5. Three Ghana nationals detained at Paradip Port: ପାରାଦ୍ଵୀପ ବନ୍ଦରରୁଠାବ ହେଲେ ୩ ଘାନା ନାଗରିକ। ରୁଷିଆରୁ ପାରାଦୀପ ବନ୍ଦର ଆସିଥିବା ଏକ ଚାଇନା ଜାହାଜରେ ୩ ଘାନା ନାଗରିକକୁ ଠାବ କରିଛନ୍ତି କର୍ତ୍ତୃପକ୍ଷ। ଯାହାକୁ ନେଇ ଆରମ୍ଭ ହୋଇଛି ତନାଘନା। କେଉଁ ଉଦ୍ଦେଶ୍ୟ ଓ କେଉଁ ପରିସ୍ଥିତିରେ ସେମାନେ ଭାରତ ମଧ୍ୟକୁ ପ୍ରବେଶ କରିଥିଲେ ସେନେଇ ଯାଞ୍ଚ ଆରମ୍ଭ ହୋଇଛି। ଜାହାଜକୁ ସିଆଇଏସଏଫ ଜବାନ ଜଗିଛନ୍ତି। ଯାଞ୍ଚ ପରେ ଜାହାଜର କ୍ୟାପଟେନଙ୍କୁ ଏକ ନୋଟିସ ଦିଆଯିବ। 

H6. Rahul Gandhi to visit US: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଆସନ୍ତା ସପ୍ତାହରେ ଆମେରିକା ଗସ୍ତରେ ଯାଉଛନ୍ତି। ଏହି ସମୟରେ ସେ ଭାରତୀୟ ମୂଳ ବ୍ୟକ୍ତି, ଛାତ୍ର, ବ୍ୟବସାୟୀ, ଥିଙ୍କ ଟ୍ୟାଙ୍କ ଏବଂ ସ୍ଥାନୀୟ ନେତାଙ୍କ ସହ ଆଲୋଚନା କରିବେ। ଭାରତୀୟ ବିଦେଶ କଂଗ୍ରେସ ମୁଖ୍ୟ ସାମ ପିତ୍ରୋଦା ଶନିବାର ଦିନ ଏକ ଭିଡିଓ ରିଲିଜ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ୮ ସେପ୍ଟେମ୍ବରରେ ଆମେରିକାର ଡାଲାସ ସହରରେ ରହିବେ। ସେ ୯ ଓ ୧୦ ସେପ୍ଟେମ୍ବରରେ ୱାଶିଂଟନରେ ରହିବେ।

H7. PM Modi appeals to SC judges: କୋଲକାତା ଦୁଷ୍କର୍ମ ମାମଲାର ତଦନ୍ତ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳାଙ୍କ ସୁରକ୍ଷା ଉପରେ ଏକ ବଡ଼ ବୟାନ ଦେଇଛନ୍ତି। ମହିଳାଙ୍କ ବିରୋଧରେ ଅପରାଧ ସହ ଜଡିତ ମାମଲାରେ ଶୀଘ୍ର ନ୍ୟାୟ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏବଂ ଏହା ମହିଳାମାନଙ୍କୁ ସେମାନଙ୍କ ସୁରକ୍ଷା ଉପରେ ଅଧିକ ନିଶ୍ଚିତତା ପ୍ରଦାନ କରିବ।

H8. Haryana Polls Dates Revised: ଭାରତ ନିର୍ବାଚନ ଆୟୋଗ (ECI) ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନର ତାରିଖକୁ ପରିବର୍ତ୍ତନ କରିଛି। ବର୍ତ୍ତମାନ ୧ ଅକ୍ଟୋବର ପରିବର୍ତ୍ତେ ୫ ଅକ୍ଟୋବର ୨୦୨୪ ରେ ହରିୟାଣାରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ବିଷ୍ଣୁ ସମ୍ପ୍ରଦାୟର ଉଭୟ ଭୋଟ୍ ଅଧିକାର ଏବଂ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

H9. Paralympics 2024: Rubina Francis, ଶନିବାର ଦିନ ପ୍ୟାରିସ୍ ପାରା ଅଲମ୍ପିକ୍ସ ୨୦୨୪ ଗେମ୍ସର ଶୁଟିଂ ଇଭେଣ୍ଟରେ ଭାରତୀୟ ମହିଳା ସୁଟର ରୁବିନା ଫ୍ରାନ୍ସିସ୍ ବ୍ରୋଞ୍ଜ ପଦକ ଜିତିଛନ୍ତି। ଭାରତର ରୁବିନା ଫ୍ରାନ୍ସିସ୍ ମହିଳା ୧୦ ମିଟର ଏୟାର ପିସ୍ତଲ SH1 ଫାଇନାଲରେ ୨୧୧.୧ ସ୍କୋର ସହିତ ବ୍ରୋଞ୍ଜ ପଦକ ଜିତିଛନ୍ତି। 

H10. Samit Dravid in India U19 squad: ବିସିସିଆଇ ୩୧ ଅଗଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷ ଆଗାମୀ ମଲ୍ଟି ଫର୍ମାଟ୍ ସିରିଜର କାର୍ଯ୍ୟସୂଚୀ ସହିତ ଭାରତୀୟ ଅଣ୍ଡର-୧୯ ଦଳ ଘୋଷଣା କରିଛି। ଭାରତର ପୂର୍ବତନ ଅଧିନାୟକ ତଥା କୋଚ୍ ରାହୁଲ ଦ୍ରାବିଡଙ୍କ ପୁଅ ସମିତ ଦ୍ରାବିଡ ପ୍ରଥମ ଥର ପାଇଁ ଅଣ୍ଡର-୧୯ ଦଳରେ ଚୟନ ହୋଇଛନ୍ତି। ସମିତ ଉଭୟ ODI ଓ ଚାରି ଦିନିଆ ଦଳରେ ମନୋନୀତ ହୋଇଛନ୍ତି।

Also Read: Horoscope 1 September 2024: ୧ ସେପ୍ଟେମ୍ବରରେ ସୂର୍ଯ୍ୟ ପରି ଚମକିବ ଏହି ସବୁ ରାଶିର ଭାଗ୍ୟ, ପଢ଼ନ୍ତୁ ନିଜର ରାଶିଫଳ