• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଆସନ୍ତା କାଲିଠୁ ପ୍ରବଳ ବର୍ଷା

Top 10 News Headlines: ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଆସନ୍ତା କାଲିଠୁ ପ୍ରବଳ ବର୍ଷା

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Written ByPrabhudatta Moharana
Published: Jun 19, 2024, 06:52 AM IST|Updated: Jun 19, 2024, 06:52 AM IST
joinshare
Top 10 News Headlines: ବଙ୍ଗୋପସାଗରରେ ଲଘୁଚାପ ଆଶଙ୍କା, ଆସନ୍ତା କାଲିଠୁ ପ୍ରବଳ ବର୍ଷା

About the Author

    Prabhudatta Moharana

    Prabhudatta Moharana

    Trending

    • News
    • Photos
    • Videos
    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    2

    ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ, ବର୍ଷା ସତର୍କ ସୂଚନା ଓ ଅନ୍ୟ ଖବର

    3

    ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

    4

    Flood Alert: ସାବଧାନ ! ସତର୍କ ସଂକେତ ଟପିଲା ବୈତରଣୀ ସହ ଜଳକା

    5

    ଏୟାର ଇଣ୍ଡିଆର ବଡ ପଦକ୍ଷେପ, ସବୁ ପାଇଲଟଙ୍କ ପାଇଁ ଡୋପ୍ ଟେଷ୍ଟ ବାଧ୍ୟତାମୂଳକ

    1. ଆଜି ଶପଥ ଗ୍ରହଣର ଶେଷ ଦିନ
    ଆଜି ଶପଥ ଗ୍ରହଣର ଶେଷ ଦିନ। ପ୍ରଥମ ଦିନରେ ୧୦୨ଜଣ ବିଧାୟକ ପଦ ଓ ଗୋପନୀୟତାର ଶପଥପାଠ କରିଥିଲେ। ସେମାନଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଶପଥପାଠ କରାଇଥିଲେ। ପ୍ରଥମେ ଗୃହର ନେତା ଶପଥ ନେବା ପରେ ଅନ୍ୟବିଧାୟକ ଶପଥଗ୍ରହଣ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗତକାଲି ଶପଥ ଗ୍ରହଣ କରିଛନ୍ତି। ଆଜି ଅବଶିଷ୍ଟ ବିଧାୟକ ଶପଥ ନେବେ। ଆସନ୍ତା କାଲି ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ବିଧାୟକମାନଙ୍କ ଭିତରୁ ପ୍ରତିଦ୍ୱନ୍ଦ୍ୱିତାରେ ଭାଗ ନେବାକୁ ଥିବା ବିଧାୟକମାନେ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ। 

    2. ଚାଷୀଙ୍କ ଖାତାକୁ ଗଲା କୃଷକ ସମ୍ମାନ ନିଧି ଅର୍ଥ
    ତୃତୀୟଥର କ୍ଷମତାକୁ ଆସିବା ପରେ ପ୍ରଥମଥର ପାଇଁ ମୋଦୀ ସରକାର ୨୦ ହଜାର ଚାଷୀଙ୍କ ଲାଗି କୃଷକ ସମ୍ମାନ ନିଧି ଅର୍ଥ ପଠାଇଛନ୍ତି। ଡିଜିଟାଲ୍‍ ପେ’ମେଣ୍ଟ ମାଧ୍ୟମରେ ଏକାଥରକେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଅର୍ଥ ପହଞ୍ଚିଛି। ଓଡ଼ିଶାରେ ମଧ୍ୟ ଗତକାଲି କୃଷକ ସମ୍ମାନ ଦିବସ ଭାବେ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ବରଗଡ଼ ଜିଲ୍ଲାରେ ରୋଡ ଶୋ’ କରିବା ସହ କୃଷକଙ୍କୁ ଏହି ରାଶି ପ୍ରଦାନ କରିଥିଲେ। ଅନ୍ୟ ମନ୍ତ୍ରୀମାନେ ବିଭିନ୍ନ ଜିଲ୍ଲା ମୁଖ୍ୟାଳୟ ଏବଂ କୃଷି ବିଜ୍ଞାନ କେନ୍ଦ୍ରରେ ଉପସ୍ଥିତ ରହି ଏହି ଦିବସ ପାଳନ କରିଛନ୍ତି। ଏହା କୃଷକ ସମ୍ମାନ ନିଧିର ୧୮ତମ କିସ୍ତି। ଗୋଟିଏ ବର୍ଷରେ ସରକାର ତିନୋଟି କିସ୍ତି ଦେବାର ବ୍ୟବସ୍ଥା କରିଛନ୍ତି। ଗୋଟିଏ କିସ୍ତିର ପରିମାଣ ୨୦୦୦ ଟଙ୍କା।

    3. ଗାଁକୁ ଯିବ ପିଚୁ ରାସ୍ତା
    ଆଗାମୀ ଦିନରେ ଶହେ ଜନସଂଖ୍ୟା ବିଶିଷ୍ଟ ଗାଁକୁ ପିଚୁ ରାସ୍ତାରେ ସଂଯୋଗ କରାଯିବ । ଯାହାଫଳରେ ଗମନାଗମନ ସହଜସାଧ୍ୟ ହୋଇପାରିବ। ସେହିପରି ପିଏମ ଜନ ମନ ଯୋଜନାରେ ୩୫୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ନେଇ ଟାର୍ଗେଟ କରାଯାଇଛି । ଏହାସହ ଆଗାମୀ ୧୦୦ ଦିନ ଭିତରେ ୨୦୦ଟି ବ୍ରିଜ୍ କାମ ସାରିବା ନେଇ ଅଧିକାରୀଙ୍କ ସହ ଆଲୋଚନା ହୋଇଛି ବୋଲି କହିଛନ୍ତି ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ ।

    4. ଟ୍ୱିଟର ଆକାଉଣ୍ଟ ଖୋଲିବାକୁ ଡାକ୍ତରଖାନାକୁ ନିର୍ଦ୍ଦେଶ
    ରାଜ୍ୟର ପ୍ରତ୍ୟେକ ଡାକ୍ତରଖାନାକୁ ନିଜସ୍ୱ ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଆକାଉଣ୍ଟ ଖୋଲିବା ପାଇଁ  ବିଭାଗୀୟ ଶାସନ ସଚିବ ଶାଲିନି ପଣ୍ଡିତ ନିର୍ଦ୍ଦେଶ ଦେଇଛନ୍ତି।  ସିଡିଏମ୍‌ଓ/ପିଏଚ୍‌ଓ, କ୍ୟାପିଟାଲ ହସ୍ପିଟାଲ ଏବଂ ଆରଜିଏଚ୍ ନିର୍ଦ୍ଦେଶକଙ୍କୁ ପତ୍ର ଲେଖି ସେ କହିଛନ୍ତି ଯେ, ସେମାନଙ୍କ ଅଧୀନରେ କାର୍ଯ୍ୟ କରୁଥିବା ହସ୍‍ପିଟାଲ୍‍ଗୁଡ଼ିକୁ  ତୁରନ୍ତ ଏକ୍ସ ଆକାଉଣ୍ଟ ଖୋଲିବା ପାଇଁ ପ୍ରେରିତ କରନ୍ତୁ। ସ୍ୱାସ୍ଥ୍ୟ ସେବାକୁ ନେଇ କିଛି ସମସ୍ୟା ଥିଲେ ଜନତା ସିଧାସଳଖ ଏହି  ସାମାଜିକ ଗଣମାଧ୍ୟମରେ ଅଭିଯୋଗ କରିବେ । ଏହି ଅଭିଯୋଗ ବିଭାଗୀୟ କର୍ତ୍ତୃପକ୍ଷଙ୍କ ପାଖରେ ତୁରନ୍ତ ପହଞ୍ଚିବ ଆଉ ଯଥାଶୀଘ୍ର ତାହାର ସମସ୍ୟାର ସମାଧାନ କରାଯିବ । ମଙ୍ଗଳବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସ୍ୱାସ୍ଥ୍ୟ ସେବାର ସମୀକ୍ଷା କରିବା ଅବସରରେ ଏହି କଥା ସାମ୍ନାକୁ ଆସିଥିଲା। 

    5. ଲୋକସେବା ଭବନରେ ମନ୍ତ୍ରୀଙ୍କୁ ମିଳିଲା ରୁମ
    ରାଜ୍ୟରେ ନୂଆ ସରକାର ଗଠନ ପରେ ଲୋକସେବା ଭବନରେ ମନ୍ତ୍ରୀମାନଙ୍କୁ ରୁମ୍ ଆବଣ୍ଟିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ମନ୍ତ୍ରୀମଣ୍ଡଳରେ ୧୫ ଜଣ ସଦସ୍ୟଙ୍କୁ ସାମିଲ କରିଥିବା ବେଳେ ଏଥିରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିଛନ୍ତି । ଏହି କ୍ରମରେ ମୋଟ ୧୫ଜଣ ମନ୍ତ୍ରୀଙ୍କୁ ଆଜି ଲୋକସେବା ଭବନର ମନ୍ତ୍ରୀ କରିଡରର ପ୍ରଥମ ଓ ଦ୍ୱିତୀୟ ମହଲାରେ ଅଫିସ୍ ଚାମ୍ୱର ଆଲର୍ଟ ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଦ୍ୱିତୀୟ ମହଲାରେ ୬ ଜଣ ମନ୍ତ୍ରୀଙ୍କ ଚାମ୍ୱର ରହିବ ବୋଲି ଜଣାପଡ଼ିଛି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ  ଦ୍ୱିତୀୟ ମହଲାର ମନ୍ତ୍ରୀ କରିଡରରେ ରୁମ୍ ନମ୍ୱର ୨୩ ଓ ୨୪ ଆବଂଟିତ ହୋଇଛି । ଅନ୍ୟତମ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଲୋକସେବା ଭବନର ପ୍ରଥମ ମହଲାର ମନ୍ତ୍ରୀ କରିଡରରେ ରୁମ ନମ୍ୱର ୧୬,୧୭ ଓ ୧୮ ନମ୍ୱର ରୁମ୍ ଆବଣ୍ଟିତ ହୋଇଛି।

    6. ମୁକୁଳା ଡ୍ରେନରେ ପଡ଼ି ନାବାଳକର ମୃତ୍ୟୁ
    ଭୁବନେଶ୍ବରର ୟୁନିଟ୍‌-୩ ଅଞ୍ଚଳର ମସ୍‌ଜିଦ କଲୋନୀରେ ମୁକୁଳା ଡ୍ରେନ୍‌ରେ ପଡ଼ି ଆବୁ ବକର ସାହା ନାମକ ଜଣେ ବାଳକର ମୃତ୍ୟୁ ହୋଇଛି। ପ୍ରବଳ ବର୍ଷାହେତୁ ସେ ଡ୍ରେନ ପାଣିରେ ଭାସି ଯାଇଥିବା ଅଭିଯୋଗ ହୋଇଛି। ଏହାପରେ ଉଦ୍ଧାରକାରୀ ଦଳ ତାଙ୍କୁ ଲକ୍ଷ୍ମୀସାଗର ଡ୍ରେନରୁ ଉଦ୍ଧାର କରି କ୍ୟାପିଟାଲ୍‍ ହସ୍‍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ମାଝି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଭାବେ ପ୍ରଦାନ କରିଛନ୍ତି। 

    7. ଆରଆଇଙ୍କୁ ବାନ୍ଧିଲା ଭିଜିଲାନ୍ସ
    ସମ୍ବଲପୁରର ନକଟି ଦେଉଳ ଆର୍‍ଆଇଙ୍କୁ ଭିଜିଲାନ୍ସ ଗିରଫ କରିଛନ୍ତି। ତାଙ୍କ ନାଁ ମନୋଜ କୁମାର ମହାନନ୍ଦ। ସେ ଅଭିଯୋଗକାରୀଙ୍କଠାରୁ ପଟ୍ଟା ପ୍ରଦାନ ଲାଗି ଏହି ଅର୍ଥ ଦାବି କରିଥିଲେ। ଉତ୍କୋଚ ଗ୍ରହଣ କରୁଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିବା ସହ ସମସ୍ତ ପରିମାଣ ଜବତ କରିଥିବା ସୂଚନା ମିଳିଛି। 

    8. ୪ ଜିଲ୍ଲାକୁ ବ୍ୟାପିଲା ଡିପଥେରିଆ
    କୋରାପୁଟ, ରାୟଗଡ଼ା ଏବଂ କଳାହାଣ୍ଡିରେ ଡିପଥେରିଆ ରୋଗ ବ୍ୟାପିବାରେ ଲାଗିଛି। ଏହା ଆଣ୍ଟିବାୟୋଟିକ ଦ୍ୱାରା ଭଲ ହୋଇଯିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହୁଥିଲେ ମଧ୍ୟ ରୋଗ ଜଣେ ପରେ ଜଣେ ରୋଗୀଙ୍କୁ ମୃତ୍ୟୁ ମୁଖରେ ପକାଉଥିବାରୁ ଆତଙ୍କ ବଢ଼ୁଛି। ସାଧାରଣ ବାୟୁ ସଂକ୍ରମଣ ରୋଗ ହୋଇଥିବାରୁ ଆବଶ୍ୟକ ସତର୍କତା ଗ୍ରହଣ କରିବାକୁ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଚି। ଅପରପକ୍ଷେ ଏହିସବୁ ଅଞ୍ଚଳରେ ଆଜିଠାରୁ ବୁଷ୍ଟର ହଷାଜ୍‍ ପ୍ରଦାନ କରାଯିବ । ଯେଉଁମାନେ ଟିକା ନେଇ ନାହାନ୍ତି ଚାହିଁଲେ ଟିକା ମଧ୍ୟ ନେଇପାରିବେ ବୋଲି ସ୍ୱାସ୍ୱତ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। 

    9. ବାସି ମିଠା ଖାଇ ୫୦ ଗୁରୁତର
    ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଚେରୁପାଲି ଗ୍ରାମ ପଞ୍ଚାୟତର କୁଶାପାଲି ଗାଁରେ ବାସି ମିଠା ଖାଇ ୫୦ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି । ଅସୁସ୍ଥଙ୍କ ମଧ୍ୟରେ ଛୋଟ ଶିଶୁ ଓ ବୃଦ୍ଧବୃଦ୍ଧା ବି ରହିଛନ୍ତି। ତୁରନ୍ତ ଅସୁସ୍ଥ ମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ଏବେ ଅନେକେ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ କେତେଜଣ ରୋଗୀ ଏବେ ବି ଚିକିତ୍ସାଧୀନ ରହିଛନ୍ତି ।

    10. ପୁରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ
    ଆସନ୍ତା କାଲି ରାଜ୍ୟର ପ୍ରତ୍ୟେକ ଅଞ୍ଚଳକୁ ମୌସୁମୀ ବାୟୁ ଛୁଇଁବା ସହ ସକ୍ରିୟ ହେବା ଆଶା କରାଯାଉଛି। ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ଆସନ୍ତା କାଲିଠାରୁ କିଛିଦିନ ପ୍ରବଳ ବର୍ଷା ହେବ ବୋଲି ସମ୍ଭାବନାବ୍ୟକ୍ତ କରିଛନ୍ତି ପାଣିପାଗ ବିଭାଗ।

    Add Zee News as a Preferred Source
    TAGS:
    Odisha Morning Top 10 News Headlines
    Top 10 News Headlines
    Top 10 News Headlines in odisha
    Top 10 News Headlines Today
    odisha latest news
    odisha news today
    odisha update news
    Odisha Trending News