• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Top 10 News
  • /Top 10 News Headlines: ଭାରତ ବିଶ୍ୱବିଜୟୀ, ପଢିନିଅନ୍ତୁ ସକାଳର ୧୦ ବଡ଼ ଖବର

Top 10 News Headlines: ଭାରତ ବିଶ୍ୱବିଜୟୀ, ପଢିନିଅନ୍ତୁ ସକାଳର ୧୦ ବଡ଼ ଖବର

ଚୁଟକୀରେ ପଢି ନିଅନ୍ତୁ ବର୍ତ୍ତମାନର ୧୦ ବଡ଼ ଖବର

Written ByPrabhudatta Moharana
Published: Jun 30, 2024, 08:50 AM IST|Updated: Jun 30, 2024, 08:50 AM IST
joinshare
Top 10 News Headlines: ଭାରତ ବିଶ୍ୱବିଜୟୀ, ପଢିନିଅନ୍ତୁ ସକାଳର ୧୦ ବଡ଼ ଖବର

About the Author

    Prabhudatta Moharana

    Prabhudatta Moharana

    Trending

    • News
    • Photos
    • Videos
    Zee Entertainment Enterprises: 'ଜୀ'କୁ ମିଳିଲା ଆଉ ଏକ ସଫଳତା, ଇଟାଲୀୟ ଫୁଟବଲ୍ ଲିଗ୍ ପାଇଁ...

    Zee Entertainment Enterprises: 'ଜୀ'କୁ ମିଳିଲା ଆଉ ଏକ ସଫଳତା, ଇଟାଲୀୟ ଫୁଟବଲ୍ ଲିଗ୍ ପାଇଁ...

    2

    President Droupadi Murmu: ସରିଲା ରାଷ୍ଟ୍ରପତି ଦ୍ରୌପଦୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ, ଫେରିଲ

    3

    Odisha Textbook Error Update: ପାଠ୍ୟପୁସ୍ତକ ତ୍ରୁଟି ମାମଲା, ଗିରଫ ମନୋଜଙ୍କୁ ସର୍ତ୍ତମୂଳକ ଜାମ

    4

    Hirakud Dam: ବନ୍ଦ ହେଲା ହୀରାକୁଦର ୫ଟି ଗେଟ୍

    5

    Petrol Diesel Price: ଆଜି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଓଡ଼ିଶାରେ ଲିଟର ପିଛା ତେଲ ଦର...

    ଟି୨୦ ବିଶ୍ୱକପ ଜିତିଲା ଭାରତ
    ଚଳିତ ଟି୨୦ ବିଶ୍ୱକପରେ ଭାରତ ହୋଇଛି ବିଶ୍ୱ ଚାମ୍ପିୟନ। ଶେଷ ଓଭରରେ ଦକ୍ଷିଣ  ଆଫ୍ରିକାକୁ ହରାଇ ୭ ରନରେ ହରାଇ ଭାରତ ବିଶ୍ୱ ବିଜେତା ବନିଛି। ୨୦୦୭ରେ ଭାରତ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ଟି-୨୦ ବିଶ୍ୱକପ ଜିତିଥିଲା। ୨୦୨୪ରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ପୁଣି ଚାମ୍ପିୟନ ହୋଇଛି। ବାର୍ବାଡସରେ ଇତିହାସ ରଚିଛି ଟିମ ଇଣ୍ଡିଆ। ୨୦୧୪, ୨୦୧୫, ୨୦୧୬, ୨୦୧୭, ୨୦୧୯ ଓ ୨୦୨୩ରେ ବିଶ୍ୱକପର ଅତି ନିକଟରୁ ଆସି ପରାଜିତ ହୋଇଥିବା ଭାରତ ଇତିହାସ ବଦଳାଇଛି। ଦୀର୍ଘ ୧୩ ବର୍ଷ ଧରି ଜାରି ରହିଥିବା ଆଇସିସି ଟ୍ରଫିର ମରୁଡ଼ିକୁ ଶେଷ କରିଛନ୍ତି ରୋହିତ ଶର୍ମା।

    ଟି୨୦ରୁ ଅବସର ନେଲେ ରୋହିତ ବିରାଟ
    ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ବିଜୟ ହାସଲ ପରେ ପରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏକ ବଡ଼ ଘୋଷଣା କରିଛନ୍ତି। ବିରାଟ କୋହଲି ଟି-୨୦ ଇଣ୍ଟରନ୍ୟାସନାଲ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ମ୍ୟାଚ୍ ପରେ କୋହଲି କହିଥିଲେ ଏହା ମୋର ଶେଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଓ ଶେଷ ଟି-୨୦ ବିଶ୍ୱକପ୍। ବର୍ତ୍ତମାନର ସମୟ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାର ଆସିଛି। ସେହିପରି ରୋହିତ ଶର୍ମା ମଧ୍ୟ ଟି୨୦ରୁ ଅବସର ଗ୍ରହଣ କରିଛନ୍ତି। ସେ କହିଥିଲେ, 'ଏହା ମଧ୍ୟ ଭାରତ ପାଇଁ ମୋର ଶେଷ ଟି-୨୦ ମ୍ୟାଚ୍ ଥିଲା। ମୁଁ ଯେବେଠୁ ଏହି ଫର୍ମାଟ୍ ଖେଳିବା ଆରମ୍ଭ କରିଥିଲି, ସେବେଠୁ ମୁଁ ଏହାକୁ ଉପଭୋଗ କରି ଆସିଛି। ଏହି ଫର୍ମାଟକୁ ବିଦାୟ ଦେବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ। ମୁଁ ଏହି ଫର୍ମାଟର ପ୍ରତ୍ୟେକ ବିଟ୍ କୁ ଉପଭୋଗ କରିଛି। ଏହା ମୁଁ ଚାହୁଁଥିଲି, ମୁଁ ଏହି କପ୍ ଜିତିବାକୁ ଚାହୁଁଥିଲି।" ଏହା ପରେ ରୋହିତଙ୍କ ପାଇଁ ଗଣମାଧ୍ୟମ କରତାଳି ଦେଇଥିଲା ଓ ରୋହିତ ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ।

    ଦ୍ରାବିଡ଼ଙ୍କୁ ବିଦାୟ ଜଣାଇଲା ପୂରା ଟିମ
    ରୋହିତ ଓ ବିରାଟଙ୍କ ପରେ ଟିମ ମୁଖ୍ୟ କୋଚ ପଦରୁ ବିଦାୟ ନେଇଛନ୍ତି ରାହୁଲ ଦ୍ରାବିଡ଼। ରାହୁଲଙ୍କ ପାଇଁ ଏହା ଶେଷ ମ୍ୟାଚ ରହିଥିଲା। ବିଶ୍ୱକପ ଫାଇନାଲ ରାହୁଲ ଡ୍ରାଇଭଡଙ୍କ ପାଇଁ ଶେଷ ମ୍ୟାଚ ରହିଥିଲା। କାରଣ ବିସିସିଆଇର ଚୁକ୍ତିନାମା ଏହି ମ୍ୟାଚ ସହିତ ଶେଷ ହୋଇଥିଲା। ବର୍ତ୍ତମାନ ଅନ୍ୟ କେହି ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ଦାୟିତ୍ୱରେ ଅନ୍ୟ କେହି ରହିବେ। ଏଠାରେ କହି ରଖୁ କି ରାହୁଲ ଦ୍ରାବିଡ ୨୦୨୧ ମସିହାରେ ଟିମ୍ ଇଣ୍ଡିଆରେ ମୁଖ୍ୟ ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ। ଯଦିଓ ରାହୁଲ ସେବେଠାରୁ ଆଇସିସି ଟ୍ରଫି ଜିତିବାରେ ସକ୍ଷମ ହୋଇ ନଥିଲେ, ତଥାପି ତାଙ୍କ କୋଚିଂ ଅଧୀନରେ ଟିମ୍ ଇଣ୍ଡିଆ ବହୁତ ଭଲ ପ୍ରଦର୍ଶନ କରିଛି। ତେବେ ଟିମ୍ ଇଣ୍ଡିଆ ତାଙ୍କ ନେତୃତ୍ୱରେ ତୃତୀୟ ଆଇସିସି ଫାଇନାଲ୍ ଖେଳିଛି ଓ ବିଜୟ ହାସଲ ମଧ୍ୟ କରିଛି। ଯେଉଁଠାରେ ଟିମ୍ ଇଣ୍ଡିଆ ଦୁଇଥର ଫାଇନାଲ୍ ହାରିଛି। 

    ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି
    ଟି୨୦ରେ ଚାମ୍ପିଅନ ହେବା ପରେ ଭାରତୀୟ ଦଳକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି ଭବ୍ୟ ବିଜୟ ପାଇଁ ଦେଶବାସୀଙ୍କ ତରଫରୁ ବହୁତ ବହୁତ ଅଭିନନ୍ଦନ। ୧୪୦ କୋଟି ଦେଶବାସୀ ତୁମମାନଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଗର୍ବ ଅନୁଭବ କରୁଛନ୍ତି। ଖେଳପଡ଼ିଆରେ ତୁମେମାନେ ବିଜୟ ହାସଲ କରିଛ। କିନ୍ତୁ ଭାରତର ସବୁ ଗାଁ, ଗଳି ଓ ସହରରେ କୋଟି କୋଟି ଦେଶବାସୀଙ୍କ ହୃଦୟ ଜିତି ପାରିଛ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେହିପରି ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। 

    ସେପ୍ଟେମ୍ବର ୧୭ରୁ କାର୍ଯ୍ୟକାରୀ ହେବ ସୁଭଦ୍ରା ଯୋଜନା-ମୁଖ୍ୟମନ୍ତ୍ରୀ
    ରାଜ୍ୟର ବିଜେପି ସରକାର ନିଜର ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରି ଆସନ୍ତା ସେପ୍ଟେମ୍ବର ୧୭ତାରିଖରୁ ରାଜ୍ୟରେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ନିଷ୍ପତ୍ତି ନେଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ତାରିଖରେ ହୋଇଥିବାରୁ ଉକ୍ତଦିନ ହିଁ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାକୁ କାର୍ଯ୍ୟକାରୀ କରିବେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି ।

    ସବୁ ଧାନମଣ୍ଡିରେ ଲାଗିବ ସିସିଟିଭି
    ରାଜ୍ୟରେ ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା। ସେହିପରି ମଣ୍ଡିରୁ ଧାନ ନେଇଯାଉଥିବା ଗାଡ଼ିରେ ଲଗାଯିବ ଜିପିଏସ୍। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି ଯେ ମଣ୍ଡିରେ ଦୁର୍ନୀତି ରୋକିବାକୁ ଟେକ୍ନୋଲୋଜିର ବ୍ୟବହାର ହେବ। ମଣ୍ଡିରେ ସିସିଟିଭି ସହିତ ଧାନ ନେଇ ଯାଉଥିବା ଗାଡିରେ ଜିପିଏସ୍‍ ଲାଗିବ। ୨ମାସରେ ଯୋଜନା କରାଯାଇ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ ବୋଲି ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। 

    ବଦଳିବ ଲକ୍ଷ୍ମୀ ବସ୍ ନାଁ; ହେବ ‘ମୁଖ୍ୟମନ୍ତ୍ରୀ ବସ୍ ସେବା’
    ଖୁବଶୀଘ୍ର ପରିବର୍ତ୍ତନ ହେବ ଲକ୍ଷ୍ମୀ ବସର ନାଁ। ନୂଆ ବସ ନାଁ ରହିବ ମୁଖ୍ୟମନ୍ତ୍ରୀ ବସ୍ ସେବା। ଏହା କହିଛନ୍ତି ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନା। ସେହିପରି ରଥଯାତ୍ରା ଅବସରରେ ସବୁ ବ୍ଲକରୁ ବସ୍ ଗଡିବ ବୋଲି ସେ ସୂଚନା ଦେଇଛନ୍ତି। ଗୋପାଳପୁର ବନ୍ଦରର ଉନ୍ନତିକରଣ କରାଯିବ ଏହାର ଘରୋଇକରଣ ପରିଚାଳନାରେ ପୂର୍ଣ୍ଣଛେଦ ପଡିବ ବୋଲି ମନ୍ତ୍ରୀ କହିଛନ୍ତି। ଖଣିଜ ସମ୍ପତ୍ତିରୁ ଉତ୍ପାଦ ସମସ୍ତ ଓଡିଶାବାସୀଙ୍କ ଉନ୍ନତିରେ ଲାଗିବ ବୋଲି ସେ କହିଛନ୍ତି।

    ନଦୀରେ ଭାସିଗଲା ସେନାଗାଡ଼ି, ୫ ଶହୀଦ
    ଗତ ରାତିରେ ଲଦାଖରେ  ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବାରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହୋଇଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ। ସହିଦ ଯବାନ ମାନଙ୍କ ବଳିଦାନ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ। ଦେଶବାସୀ ସେମାନଙ୍କ ବଳିଦାନକୁ କେବେ ଭୁଲିବେ ନାହିଁ। ମୁଖ୍ୟମନ୍ତ୍ରୀ ସହିଦ୍ ଯବାନଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ଶୋକ ସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି।

    ଦିଲ୍ଲୀରେ ପ୍ରବଳ ବର୍ଷା, ୧୨ ମୃତ
    ଦିଲ୍ଲୀରେ ପ୍ରବଳ ବର୍ଷା ଲୋକଙ୍କ ସମସ୍ୟାକୁ ବଢ଼ାଇ ଦେଇଛି। ଅନେକ ସ୍ଥାନରେ ଜମା ହୋଇଥିବା ପାଣି ସାଂଘାତିକ ପ୍ରମାଣିତ କରୁଛି। ଶନିବାର ଦିନ ସିରାଜପୁର ଅଣ୍ଡରପାସ୍ ନିକଟରେ ଦୁଇ ଯୁବକ ବୁଡ଼ି ମରି ଯାଇଛନ୍ତି। ଓଖଲା ଅଣ୍ଡରପାସ୍ ଦେଇ ଯିବାକୁ ଚେଷ୍ଟା କରୁଥିବାବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଏହା ସହ ଦିଲ୍ଲୀରେ ବର୍ଷା ସମ୍ବନ୍ଧୀୟ ଘଟଣାରେ ମୋଟ ୧୨ ଜଣଙ୍କର ମୃତ୍ୟୁ ଘଟିଛି। 

    ୧୪ ଦିନିଆ ନ୍ୟାୟିକ ହେପାଜତରେ କେଜରିୱାଲ
    ଦିଲ୍ଲୀର ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କୁ ରାଉସ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଛି। କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ସିବିଆଇ କୋର୍ଟରେ ଆବେଦନ କରିଛି। ବାସ୍ତବରେ ତାଙ୍କୁ କିଛିଦିନ ତଳେ ସିବିଆଇ ଗିରଫ କରିଥିଲା। ଏହା ପରେ କୋର୍ଟ ତାଙ୍କୁ ତିନି ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଥିଲେ। ଆଜି ତାଙ୍କ ହେପାଜତ ଅବଧି ଶେଷ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବର୍ତ୍ତମାନ କେଜ୍ରିୱାଲଙ୍କୁ ନ୍ୟାୟିକ ହେପାଜତକୁ ପଠାଇବା ପାଇଁ ସିବିଆଇର ଆବେଦନ ଉପରେ କୋର୍ଟ ତାଙ୍କ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

    Add Zee News as a Preferred Source
    TAGS:
    Odisha Morning Top 10 News Headlines
    Top 10 News Headlines
    Top 10 News Headlines in odisha
    Top 10 News Headlines Today
    odisha latest news
    odisha news today
    odisha update news
    Odisha Trending News