ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟ ଦୀର୍ଘ ଏକ ମାସ ଧରି ଚାଲିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଏହି ମରାମତି କାର୍ଯ୍ୟ ପାଇଁ ନୀତି କାନ୍ତି ସମୟ ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦିନ୧ଟାରୁ ସନ୍ଧ୍ୟା ୭ଟା ଯାଏ ମରାମତି କାର୍ଯ୍ୟ ଚାଲିବାକୁ ଥିବାରୁ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ।
Trending Photos
1.ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ଏହି କାର୍ଯ୍ୟ ଦୀର୍ଘ ଏକ ମାସ ଧରି ଚାଲିବ। ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁସାରେ ଏହି ମରାମତି କାର୍ଯ୍ୟ ପାଇଁ ନୀତି କାନ୍ତି ସମୟ ନିର୍ଘଣ୍ଟରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଦିନ୧ଟାରୁ ସନ୍ଧ୍ୟା ୭ଟା ଯାଏ ମରାମତି କାର୍ଯ୍ୟ ଚାଲିବାକୁ ଥିବାରୁ ଏହି ସମୟରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ରାତି ଦୁଇଟାରୁ ଦ୍ୱାର ଫିଟା ହେବ। ୧୧ଟାରେ ରାତ୍ର ପହୁଡ଼ ହେବ। ମାର୍ଚ୍ଚ ୧୯ ତାରିଖ ଭିତରେ ମରାମତି କାର୍ଯ୍ୟ ଶେଷ କରିବାକୁ ଏଏସ୍ଆଇକୁ ନିର୍ଦ୍ଦେଶ ଦିଆଯାଇଛି।
2.୨୬ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ। ଏହି ସମୟରେ ସେ ମୟୁରଭଞ୍ଜର ରାଇରଙ୍ଗପୁର ଗସ୍ତ କରିବେ। ସେଠାରେ ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ଲାଗି ଶିଳାନ୍ୟାସ କରିବେ। ଏହାସହ ସହ ଝାରଡ଼ଖଣ୍ଡରେ ମଧ୍ୟ ଅନେକ ରେଳ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଦକ୍ଷିଣ ପୂର୍ବ ରେଳପଥର ସୂଚନା ଅନୁସାରେ ଓଡ଼ିଶାରେ ରେଳ ବିକାଶ ଲାଗି ୧୦୫୩୮ କୋଟି ଟଙ୍କାର ସହାୟତା ଚଳିତ ବଜେଟରେ ବ୍ୟବସ୍ଥା କରାଯାଇଛି।
3.ଦୀର୍ଘ ଦିନ ହେଲା ବିଭିନ୍ନ ହାଇସ୍କୁଲରେ ଖାଲି ପଡ଼ିଥିବା ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ପଦବୀରେ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ୫୭୬ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ସେମାନଙ୍କ ଭିତରୁ ୩୬୮ଜଣ ହିନ୍ଦି ଶିକ୍ଷକ ହୋଇଥିବାବେଳେ ୨୦୮ ଜଣ ହେଉଛନ୍ତି ସଂସ୍କୃତ ଶିକ୍ଷକ। ସଚିବାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ନିଯୁକ୍ତି ପର୍ବରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି।
4.ଏଣିକି କେବଳ ଖରିଫ ବା ରବି ଋତୁ ନୁହେଁ, ନିର୍ବାଚନ ଋତୁରେ ବି ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ପାରିବେ ସରକାର। ଅର୍ଥାତ୍ ଆଗକୁ ନିର୍ବାଚନ ଓ ଆଦର୍ଶ ଆଚରଣ ବିଧି ଲାଗୁ ହେବାକୁ ଥିବାରୁ ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ ଚାଷୀଙ୍କୁ କାଳିଆ ଯୋଜନାରେ ଟଙ୍କା ପଠାଇପାରନ୍ତି। ନିଷ୍ପତ୍ତି ଅନୁସାରେ ଆସନ୍ତା ତିନିବର୍ଷ ଲାଗି ଏହି ଯୋଜନା ଲାଗୁ ହେବ। ଏଥିରେ ରାଜ୍ୟ ରାଜକୋଷରୁ ୬୦୨୯ କୋଟି ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଭୂମିହୀନ ଚାଷୀଙ୍କୁ ଉଦ୍ୟାନ ଓ ଆନୁଷଙ୍ଗିକ କୃଷି ଲାଗି ବର୍ଷକୁ ୩ଟି କିସ୍ତିରେ ୧୨ ହଜାର ୫୦୦ ଟଙ୍କା ପ୍ରଦାନ କରୁଥିଲେ। ଏବେ ଏହି ପରିମାଣକୁ ଆହୁରି ୨ ହଜାର ଟଙ୍କା ବଢ଼ାଯାଇଛି।
5.ରାଜ୍ୟରେ ବିଭିନ୍ନ ଘରୋଇ କଲେଜରେ କାର୍ଯ୍ୟ କରୁଥିବା ସରକାରୀ ଅନୁଦାନପ୍ରାପ୍ତ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ସେମାନେ ଏଣିକି ଦରମା ଓ ଆନୁଷଙ୍ଗିକ ଭତ୍ତା ପାଇବେ। ଏହା ପିଛିଲା ଭାବେ ଜାନୁୟାରୀ ମାସରୁ ଲାଗୁ ହେବ ବୋଲି ଉଚ୍ଚ ଶିକ୍ଷା ଓ ଗଣଶିକ୍ଷା ବିଭାଗର ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛନ୍ତି। ଏହାସହ ଘରୋଇ ହାଇସ୍କୁଲ୍, ସଂସ୍କୃତ ଟୋଲ୍ ଶିକ୍ଷକ ଓ କର୍ମଚାରୀଙ୍କ ଦରମା ଓ ଭତ୍ତାକୁ ବୃଦ୍ଧି କରି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ପ୍ରଦାନ ଲାଗି ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି।
6.ଫସଲର ସର୍ବନିମ୍ନ ବିକ୍ରୟ ମୂଲ୍ୟକୁ ଆଇନଗତ ସ୍ୱିକୃତୀ ଦେବା ତଥା ଅନ୍ୟାନ୍ୟ ଦାବି ନେଇ ଆନ୍ଦୋଳନ ଜାରି ରଖିଥିବା କୃଷକ ସଂଗଠନ ପକ୍ଷରୁ ୨୬ ତାରିଖ ଦିନ ଦେଶବ୍ୟାପୀ ଟ୍ରାକ୍ଟର ଶୋଭାଯାତ୍ରାର ଆହ୍ୱାନ ଦିଆଯାଇଛି। ଦେଶର ବିଭିନ୍ନ ଜାତୀୟ ରାଜପଥରେ ଏହିଦିନ କୃଷକମାନେ ଶୋଭାଯାତ୍ରା କରିବେ। ଏହାସହ ମାର୍ଚ୍ଚ ୧୪ରେ କୃଷକମାନେ ଦିଲ୍ଲୀର ରାମଲୀଳା ମୈଦାନଠାରେ କୃଷକ ମହାପଞ୍ଚାୟତ କରିବା କାର୍ଯ୍ୟକ୍ରମ ରହିଛି।
7.ସରକାରୀ ଜମି, କ୍ୱାର୍ଟର ତଥା ଘର ଆବଣ୍ଟନରେ ଥିବା ଇଚ୍ଛାଧୀନ କୋଟା କାଏମ ରହିବ। ଏହାକୁ ନିୟମିତ କରିବା ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ୨୦୧୪ରେ ଏ ପ୍ରସଙ୍ଗରେ ତାରା ଦତ୍ତଙ୍କ ଟାସ୍କ ଫୋର୍ସ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରି ଇଚ୍ଛାଧୀନ କୋଟା ସମ୍ପୂର୍ଣ୍ଣ ଖାରଜ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ କ୍ୟାବିନେଟ ନିଷ୍ପତ୍ତି ଅନୁସାରେ ବିଡିଏ, ସିଡିଏ ଓ ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ପକ୍ଷରୁ ଆବଣ୍ଟିତ ପ୍ଲଟ ଓ କୋଠାର ନିୟମିତକରଣ କରାଯାଇପାରିବ । ୨୦୨୨ ପରଠାରୁ ଏହି ନିଷ୍ପତ୍ତିକୁ ସରକାର ପରିବର୍ତ୍ତନ କରି ଚାଲିଛନ୍ତି।
8.ଭୁବନେଶ୍ୱରରେ ହାଉସିଂ ବୋର୍ଡ ଗୃହ ନିର୍ମାଣ କରିବ। ଗାଡ଼କଣରେ ଗୃହ ଓ ଦୋକାନ ଘର ନିର୍ମାଣ ଲାଗି କ୍ୟାବିନେଟ୍ ପ୍ରସ୍ତାବ ମଞ୍ଜୁର କରିଛନ୍ତି। ଏହି ପ୍ରକଳ୍ପରେ ୧୩୪ କୋଟି ୮୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଶ୍ରୀ ବାଲାଜୀ ଇଞ୍ଜିକନ୍ସ ଲିମିଟେଡ୍କୁ ଏହି ପ୍ରକଳ୍ପ ନିର୍ମାଣ ଦାୟିତ୍ବ ଦେବାକୁ ମଞ୍ଜୁର କରାଯାଇଛି।
9.ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ନିଯୁକ୍ତି ଓ ସେବା ସର୍ତ୍ତାବଳୀରେ ପରିବର୍ତ୍ତନ କରାଯାଇଛି। ଏହାଦ୍ୱାରା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଏଣିକି ପଦୋନ୍ନତି ମିଳିବ। ଏଥିରେ ନିଯୁକ୍ତି ଲାଗି ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ତିନି କରାଯାଇଛି। ଆଠବର୍ଷ ଚାକିରି କରିବା ପରେ ମିଳିବ ପଦୋନ୍ନତି।
10.ପୂର୍ବ ପାକିସ୍ତାନ ଓ ବର୍ମା ଫରନ୍ତାଙ୍କୁ ଜମି ସତ୍ତ୍ୱ ପ୍ରଦାନ କରାଯିବ। କୋରାପୁଟ ଜିଲ୍ଲା ସୁନାବେଡ଼ାରେ ରହୁଥିବା ଏହି ବର୍ଗର ଅଧିବାସୀଙ୍କୁ ଜମି ସହ ଘର ନିର୍ମାଣ ଲାଗି ଋଣ ପ୍ରଦାନ କରାଯାଇଥିଲା। ଏବେ ସେମାନଙ୍କୁ ଋଣ ଛାଡ଼ ସହ ଜମି ସତ୍ତ୍ୱ ପ୍ରଦାନ ଲାଗି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା ସେମାନେ ମୋଟ ଋଣ ଓ ସୁଧ ବାବଦକୁ ୫ କୋଟି ୧୧ ଲକ୍ଷ ୯୪ ହଜାର ଟଙ୍କାର ମୁକ୍ତି ପାଇବେ।