Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2148383

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top News Headlines: ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଅପରାହ୍ନର ୧୦ଟି ବଡ଼ ଖବର ।

Top 10 News Today: ପଢ଼ନ୍ତୁ ଅପରାହ୍ନର ୧୦ ବଡ଼ ଖବର

Top 10 News Today:

1- ଖୋଲିଲା ବିଶ୍ୱର ସବୁଠୁ ଲମ୍ବା ଟନେଲ: ଅରୁଣାଚଳ ପ୍ରଦେଶର ଇଟ୍ଟାନଗରରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଶ୍ୱର ସବୁଠୁ ବଡ଼ ବାଇ-ଲେନ୍‌ 'ସେଲା ଟନେଲ' ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଉଦଘାଟନ ପରେ ସର୍ବସାଧାରଣଙ୍କ ପାଇଁ ଟନେଲ୍ ଟି ଖୋଲିଛି । ଏହି ଟନେଲ୍ ଉଦଘାଟନ କରିବା ପରେ ପିଏମ ମୋଦୀ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ସମଗ୍ର ଉତ୍ତର-ପୂର୍ବରେ ବିକାଶ କାର୍ଯ୍ୟ ଚାରି ଗୁଣ ଦ୍ରୁତ ଗତିରେ ଚାଲିଛି। କେବଳ ଏହି ସ୍ଥାନ ନୁହେଁ ବରଂ ସମଗ୍ର ଦେଶ ବର୍ତ୍ତମାନ ବିକଶିତ ଦେଶ ଆଡକୁ ଗତୀ କରୁଛି ।

2- ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ ! ମୟୁରଭଞ୍ଜ ଜିଲ୍ଲାରେ ଏକାଥରେ ଅସୁସ୍ଥ ହୋଇପଡିଛନ୍ତି ଜିଲ୍ଲାର ୨୪୦ ଜଣ ଶିକ୍ଷକ । ବିଭିନ୍ନ ଶିକ୍ଷକଙ୍କୁ ହୋଇଛି ବିଭିନ୍ନ ପ୍ରକାରର ରୋଗ । ରୋଗରେ ଆକ୍ରାନ୍ତ କାରଣରୁ ସେମାନେ ନିଜ ଘର ପାଖ ସ୍କୁଲ୍ ତଥା ପାଖ ସ୍କୁଲକୁ ବଦଳି କରିବା ପାଇଁ ଶିକ୍ଷା ବିଭାଗକୁ ଆବେଦନ କରିଛନ୍ତି । ଶିକ୍ଷା ବିଭାଗ ପାଖରେ ବର୍ତ୍ତମାନ ଶତାଧିକ ବଦଳି ଆବେଦନ ପତ୍ର ପଡିଥିବା ସୂଚନା ମିଳିଛି । ସତ୍ୟାସତ୍ୟ ଯାଞ୍ଚ ପାଇଁ ଶିକ୍ଷା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗକୁ ଏକ ଚିଠି କରାଯାଇଥିବା ସୂଚନା ମିଳିଛି ।

3- ଜଳୁଛି ମଧ୍ୟପ୍ରଦେଶ ମନ୍ତ୍ରାଳୟ ଭବନ:  ମଧ୍ୟପ୍ରଦେଶ ତଥା ଭୋପାଳରେ ଥିବା ମନ୍ତ୍ରାଳୟ ଭବନର ୪ ନମ୍ୱର ଫ୍ଲୋର୍ ରେ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ନିଆଁରେ କୌଣସି ବ୍ୟକ୍ତି ମୃତାହତ ହୋଇନଥିବାବେଳେ ଆସବାବପତ୍ର ପୋଡିଯାଇଥିବା ସୂଚନା ମିଳିଛି । ଆଜା ସକାଳୁ ଚତୁର୍ଥ ମହଲାରୁ ପ୍ରବଳ ଧୂଆଁ ବାହାରିବା ସମୟରେ ସ୍ଥାନୀୟ ଲୋକେ ଦେଖିଥିଲେ । ବିଲଡିଂରେ ଥିବା ଲୋକମାନେ ତୁରନ୍ତ ସିଡି ମାଧ୍ୟମରେ ତଳକୁ ଆସିଯାଇଥିଲେ । ନିଆଁର ପ୍ରକୋପ କାରଣରୁ ବିଲଡିଂର ଚାରିପଟ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା । ଏ ସମ୍ପର୍କରେ ଦମକଳ ବାହିନୀକୁ ଅବଗତ କରାଯିବା ପରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

4- ଖୁବ୍ ଶିଘ୍ର ଖୋଲିବ ରତ୍ନ ଭଣ୍ଡାର! ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରତ୍ନଭଣ୍ଡାର ଇନଭେଣ୍ଟ୍ରୀ କମିଟି ଅଧ୍ଯକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତ। ଆଜି ପୁରୀରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ଯକ୍ରମ ସରିବା ପରେ ଶ୍ରୀମନ୍ଦିର ସମ୍ମିଳନୀ କକ୍ଷରେ ରତ୍ନଭଣ୍ଡାର ତଦାରଖ କମିଟି ବୈଠକ ବସିଛି । ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ଜଷ୍ଟିସ ଅରିଜିତ ପଶାୟତ। ଏହି ବୈଠକରେ ରତ୍ନ ଭଣ୍ଡାର ତଦାରଖ ପାଇଁ ଗୁରୁତ୍ଵପୂର୍ଣ୍ଣ ଆଲୋଚନା ହୋଇଥିବା ସୂଚନା ମିଳିଛି  ।

5- ପୋଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ! ବିଳମ୍ୱିତ ରାତିରେ ନକ୍ସଲ ଘଟାଇଛନ୍ତି ବର୍ବର କାଣ୍ଡ । କିଛି ନକ୍ସଲ ଦମ୍ପତ୍ତିଙ୍କୁ ଘରୁ ଉଠାଇ ନେଇ ହତ୍ୟା କରିଥିବା ସୂଚନା ମିଳିଛି । ପୋଲିସ ଇନଫର୍ମର ସନ୍ଦେହରେ ନକ୍ସଲମାନେ ଦମ୍ପତ୍ତିଙ୍କୁ ହତ୍ୟା କରିଥିବା କୁହାଯାଉଛି । ଘଟଣାଟି କନ୍ଧମାଳ ଗୋଛାପଡା ନିକଟ ଗିଡାପଦର ଗାଁରେ ଘଟିଛି । ଗାଁରେ ରହୁଥିବା ଡାହିରା କହଁର ଏବଂ ବତସୀ କହଁରଙ୍କୁ ନକ୍ସଲ ଆକ୍ରମଣର ଶିକାର ହୋଇଛନ୍ତି । ଖବର ମୁତାବକ, ରାତି ୯ଟା ପାଖାପାଖି ସମୟରେ କିଛି ନକ୍ସଲ ଗାଁକୁ ପ୍ରବେଶ କରିବା ସହ ଘର ଭିତରେ ପଶି ଦମ୍ପତ୍ତିଙ୍କୁ ଉଠାଇ ନେଇଥିଲେ । ସକାଳୁ ଗ୍ରାମବାସମାନେ ଦମ୍ପତ୍ତିଙ୍କ ମୃତଦେହ ଗାଁ ନିକଟ ଜଙ୍ଗଲରେ ପଡିଥିବାର ଦେଖିଥିଲେ । 

6-  ପଥର ଖସିଲା ବଡଦେଉଳୁ: ଶ୍ରୀମନ୍ଦିରରୁ ପୁଣି ଖସିଲା ପଥର। ବଡ଼ ଦେଉଳ ଦକ୍ଷିଣ ପଶ୍ଚିମ ପାର୍ଶ୍ୱରେ ଥିବା ବରାହ ମନ୍ଦିର ନିକଟରୁ ପଥର ଖସିଥିବା ଜଣାପଡିଛି। ଆଜି ଭୋରରୁ ପଥର ଖସିଥିବା ଜଣାପଡିବା ପରେ ପଥରକୁ ସଂଗ୍ରହ କରାଯାଇ ଗାରଦକୁ ହସ୍ତାନ୍ତର କରାଯାଇଛି। ତେବେ ଏହି ପଥରଖଣ୍ଡର ଓଜନ ପ୍ରାୟ ଏକ କିଲୋରୁ ଦୁଇ କିଲୋ ହେବ ବୋଲି ଅନୁମାନ କରାଯାଉଛି। ଖସିଥିବା ପଥରର ଓସାର ପ୍ରାୟ ୫ ଇଞ୍ଚ ଏବଂ ଲମ୍ବ ୧୦ ଇଞ୍ଚ ହେବ ବୋଲି କୁହାଯାଉଛି। ତେବେ ପଥର ଖସିଥିବା ବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ଏଏସଆଇ ପକ୍ଷରୁ ପଥରକୁ ସଂଗ୍ରହ କରାଯାଇଛି। ପଥରଟି କେଉଁ ସ୍ଥାନରୁ ଖସିଛି ତାହା ଚିହ୍ନଟ କରାଯିବା ପରେ ମରାମତି ପାଇଁ ଲୁହା ଭାରା ବନ୍ଧାଯିବ ବୋଲି ସୂଚନା ଦେଇଛନ୍ତି ଏଏସଆଇ ଅଧିକାରୀ ଜ୍ଯୋତି ରଞ୍ଜନ ପ୍ରଧାନ।

7- ଡ୍ରଗ୍ସ ରାକେଟ୍‌ ମାମଲାରେ ଫିଲ୍ମ ପ୍ରଯୋଜକ ଗିରଫ: ଡ୍ରଗ୍ସ କାରବାର ମାମଲାରେ ଫିଲ୍ମ ନିର୍ମାତା ଜାଫର ସାଦିକଙ୍କୁ ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ପ୍ରାୟ ୨ ହଜାର କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଡ୍ରଗ୍ସ ଚାଲାଣ କରୁଥିବା ଅଭିଯୋଗ ପରେ ୪ ମାସ ହେବ ଏନ୍‌ସିବି ତାଙ୍କୁ ଖୋଜୁଥିଲା । ଫିଲ୍ମ ନିର୍ମାତାଙ୍କ ବ୍ୟତୀତ ଆହୁରି ୨ ଜଣଙ୍କୁ ଦିଲ୍ଲୀରୁ ଗିରଫ କରିବାରେ ସକ୍ଷମ ହୋଇଛି ଏନସିବି ।

8-  ଓଡି଼ଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍: ଆସନ୍ତା ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେସିଂ ଯୋଗେ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ତେବେ, ଏହା ପୂର୍ବରୁ ଶୁକ୍ରବାର ଦିନ ଭୁବନେଶ୍ବର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ କରାଯାଇଥିଲା।  ସକାଳ ସାଢେ ୫ଟା ରେ ଏହା ଭୁବନେଶ୍ବରରୁ ଯାତ୍ରା ଆରମ୍ଭ କରି ନିର୍ଦ୍ଧାରିତ ସମୟ ଭିତରେ ବିଶାଖାପଟଣାରେ ପହଂଚିଥିଲା । ଏବଂ ନିର୍ଦ୍ଦାରିତ ସମୟ ଭିତରେ ଆସି ଭୁବନେଶ୍ବରରେ ପହଂଚିଥିଲା। ​

9- ସମ୍ବଲପୁରରେ ଗଡି଼ଲା 'ମୋ ବସ୍': ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର୍ ଜିଲ୍ଲାରେ ମୋ ବସ୍ ସେବାର ଉଦଘାଟନ କରିଛନ୍ତି । ୧୫ଟି ବସ୍ ସହରର ଚାରୋଟି ରୁଟରେ ସେବା ଯୋଗାଇବ । ୧୫ଟି ବସ୍ ମଧ୍ୟରୁ ୯ଟି ସାଧାରଣ ଓ  ୬ଟି  ଏସି (  ଶୀତତାପ ନିୟନ୍ତ୍ରୀତ) ବସ୍‌ ରହିଛି। 

10-  ଆଜି ୧୦ ଜିଲ୍ଲାରେ ବର୍ଷା ସମ୍ଭାବନା: ଶନିବାର ଦକ୍ଷିଣ ଉପକୂଳବର୍ତ୍ତୀ ଓଡି଼ଶାର ଜିଲ୍ଲା ଗୁଡିକ ସମେତ କଟକ, କଳାହାଣ୍ତି. କନ୍ଧମାଳ, ରାୟଗଡା, କୋରାପୁଟ୍, ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ ଓ ନବରଙ୍ଗପୁରରେ ବର୍ଷା  ସମ୍ଭାବନା ରହିଛି। ରବିବାର ମଧ୍ୟ ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲା ସମେତ କୋରାପୁଟ୍, ଗଜପତି, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁରରେ ବର୍ଷା ସମ୍ଭାବନା ରହିଛି। ୧୧ରୁ ବର୍ଷା କମିବା ସହ ପରବର୍ତ୍ତୀ ୩ ଦିନ ପାରଦ ବଢିବା ପରେ ୧୪ ତାରିଖରେ ପୁଣି ରାଜ୍ୟରେ ବର୍ଷା ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିବା ସହ ସୁନ୍ଦରଗଡ,ଝାରସୁଗୁଡା, କେନ୍ଦୁଝର, ମୟୂରଭଂଜ ଓ ଦେବଗଡ଼ରେ ବର୍ଷା ଆକଳନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

Also Read- ମୟୂରଭଞ୍ଜରେ ଚର୍ଚ୍ଚା, ଏକାଥରେ ଅସୁସ୍ଥ ହେଲେ ୨୪୦ ଶିକ୍ଷକ !

Also Read- Govt Plan: ସରକାରଙ୍କ ପିଆଜ ଚିନ୍ତା, ଷ୍ଟକ୍ ରହିବ ଏତିକି ଟନ୍ !