Top 10 News Today: ବଢିଲା ଗ୍ୟାସଦର, ଆଜିଠୁ 'ସୁଭଦ୍ରା' ଯୋଜନାର ପଞ୍ଜୀକରଣ ସହ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2409298

Top 10 News Today: ବଢିଲା ଗ୍ୟାସଦର, ଆଜିଠୁ 'ସୁଭଦ୍ରା' ଯୋଜନାର ପଞ୍ଜୀକରଣ ସହ ଅନ୍ୟାନ୍ୟ ଖବର

Odisha news live updates: ସକାଳର ବଡ଼ ଖବର ସହ ପଢନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍...

Top 10 News Today: ବଢିଲା ଗ୍ୟାସଦର, ଆଜିଠୁ 'ସୁଭଦ୍ରା' ଯୋଜନାର ପଞ୍ଜୀକରଣ ସହ ଅନ୍ୟାନ୍ୟ ଖବର
LPG Price Hike: ତୈଳ କମ୍ପାନୀ ଗୁଡ଼ିକ ଶନିବାର ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟ ବୃଦ୍ଧି କରିଛନ୍ତି। ସଂଶୋଧିତ ଦର ଅନୁଯାୟୀ ଆଜିଠାରୁ ଦର ୩୯ ଟଙ୍କା ବୃଦ୍ଧି କରାଯାଇଛି। ଏଭଳି ସ୍ଥିତିରେ ଏବେ ସେପ୍ଟେମ୍ବର ପହିଲାରୁ ଦିଲ୍ଲୀରେ ୧୯ କେଜିର କମର୍ସିଆଲ ଗ୍ୟାସ ସିଲିଣ୍ଡର ୧୬୯୧.୫୦ ଟଙ୍କାରେ ଉପଲବ୍ଧ ହେବ। ତେବେ କମ୍ପାନୀ ଗୁଡ଼ିକ ୧୪ କେଜି ଘରୋଇ ଗ୍ୟାସ୍ ସିଲିଣ୍ଡର ର ମୂଲ୍ୟରେ କୌଣସି ପରିବର୍ତ୍ତନ କରିନାହାଁନ୍ତି।
 
Former MLA Dies: ପୂର୍ବତନ ବିଧାୟକ ଅଶ୍ୱିନୀ ଗୁରୁଙ୍କ ଦେହାନ୍ତ । ବ୍ରଜରାଜନଗର ସ୍ଥିତ ବାସଭବନରେ ୭୧ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଯାଇଛି । ୧୯୮୦-୮୫ରେ ସେ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ । 
 
Subhadra Yojana: ଆଜିଠୁ 'ସୁଭଦ୍ରା' ଯୋଜନାର ପଞ୍ଜୀକରଣ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନା ପାଇଁ ଆବେଦନ ଫର୍ମ ପୂରଣ ଓ ଦାଖଲ ସମ୍ପୂର୍ଣ୍ଣ ଦେୟମୁକ୍ତ ରହିଛି। ଅଙ୍ଗନବାଡ଼ି କେନ୍ଦ୍ର(Anganwadi Center), ବ୍ଲକ କାର୍ଯ୍ୟାଳୟ, ପୌର କାର୍ଯ୍ୟାଳୟ, ମୋ ସେବା କେନ୍ଦ୍ର ଓ ସାଧାରଣ ସେବା କେନ୍ଦ୍ରରେ ମଧ୍ୟ ଫର୍ମ ମିଳିବ। ଏଥି ସହିତ ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ରରେ ଫର୍ମ ଦାଖଲ କରିହେବ। ମହିଳାମାନଙ୍କୁ ଫର୍ମ ପୁରଣ ଓ ଦାଖଲରେ ଅଙ୍ଗନୱାଡି କର୍ମୀ, ସିଆରପି(CRP), ଏମବିସି, ବ୍ୟାଙ୍କ ମିତ୍ର, କୃଷିମିତ୍ରମାନେ ସହଯୋଗ କରିବେ। ସୁଭଦ୍ରା’ ଯୋଜନାରେ ଆବେଦନ କରିବା ନିମନ୍ତେ ହିତାଧିକାରୀଙ୍କ ପାଖରେ ନିଜ ନାମରେ ଆଧାର କାର୍ଡ/ନମ୍ବର ଥିବା ଆବଶ୍ୟକ। ଏହା ସହ ଆଧାର କାର୍ଡ(Adhar Card) ସହିତ ଏକକ-ଧାରକ ବ୍ୟାଙ୍କ ଆକାଉଣ୍ଟ ଯୋଗ ହୋଇଥିବା ଜରୁରୀ।
 
 
Odisha Weather Report: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ବର୍ଷା ଜାରି ରହିଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେଇଛି। ଲଘୁଚାପ ପ୍ରଭାବରେ ଦକ୍ଷୀଣ ଓଡ଼ିଶାରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏ ନେଇ ରାଜ୍ୟର ୯ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆଜି ନବରଙ୍ଗପୁର, କୋରାପୁଟ୍ ଓ ମାଲକାନାଗିରି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ବେଳେ ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, ଗଞ୍ଜାମ, ଗଜପତି ଓ କନ୍ଧମାଳ ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି।
 
Balabhadra Pahandi Case: ପହଣ୍ଡି ଅଘଟଣର ପ୍ରତିକାର ପୂଜା କରିବେ ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ପ୍ରତିକାର ପୂଜା ବିଧି ପାଇଁ ମୁକ୍ତି ମଣ୍ଡପ ପଣ୍ଡିତ ସଭା କଥାବାର୍ତ୍ତା ହୋଇଛୁ, ସେମାନେ ଖୁବଶୀଘ୍ର ସମୟ ନିର୍ଘଣ୍ଟ ବାହାର କରିବେ ବୋଲି କହିଛନ୍ତି ମନ୍ତ୍ରୀ । ଯାହା ଘଟିଲା ତାହା ଏକ ଦୁର୍ଘଟଣା ଥିଲା । ବଡ଼ ଠାକୁର ପଡ଼ିନାହାନ୍ତି କେବଳ ସେବାୟତଙ୍କ ପିଠିରେ ଭରା ଦେଇ ଅଛନ୍ତି । ଅଘଟଣ ଦିନ ବଡ଼ ଠାକୁରଙ୍କ କୌଣସି ଅଙ୍ଗ ତଳେ ଲାଗି ନଥିଲା । ଏନେଇ ତଦନ୍ତ ହୋଇସାରିଛି । ତେବେ ଅବହେଳା କାରଣରୁ ଏପରି ଅଘଟଣ ହୋଇଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଚଳିତ ରଥଯାତ୍ରା ସମୟରେ ଶ୍ରୀଜିଉଙ୍କ ଆଡ଼ପ ବିଜେ ସମୟରେ ଅଘଟଣ ଘଟିଥିଲା ।
 
Asna Cyclone Update: ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହେଲେ ଏବେ ପୁଣି ବାତ୍ୟାର ଟେନସନ। ବର୍ଷାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ନୂଆ ଅପଡେଟ୍ ଜାରି କରାଯାଇଛି। ପାଣିପାଗ ବିଭାଗ ଆକଳନ କରିଛି ଯେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ଲୋକଙ୍କୁ ସମ୍ପୂର୍ଣ୍ଣ ଆଶ୍ୱସ୍ତି ମିଳିବ ନାହିଁ, କିନ୍ତୁ ବର୍ତ୍ତମାନ କୌଣସି ସ୍ଥାନରେ ରେଡ୍ ଆଲର୍ଟ ଜାରି କରିବାର ଆବଶ୍ୟକତା ନାହିଁ। ପ୍ରବଳ ବର୍ଷା ଯୋଗୁଁ କଚ୍ଛ ସମେତ ରାଜ୍ୟର ଅଧିକାଂଶ ସ୍ଥାନରେ ସ୍କୁଲ ଓ କଲେଜ ବନ୍ଦ ରହିଥିଲା। ବର୍ଷା ଓ ବନ୍ୟା ଯୋଗୁଁ ସଡ଼କ ଓ ରେଳ ପରିବହନ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତେବେ ବାତ୍ୟା ଅସନା କାରଣରୁ ଗୁଜୁରାଟରେ ପୁଣି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିବ।  
 
Haryana Election Date: ନିର୍ବାଚନ କମିସନ ଶନିବାର ହରିୟାଣା ବିଧାନସଭା ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ଅକ୍ଟୋବର ୧ ତାରିଖ ବଦଳରେ  ହରିୟାଣାରେ ଅକ୍ଟୋବର ୫ ତାରିଖରେ ଭୋଟ୍ ଗ୍ରହଣ ହେବ ଏବଂ ଅକ୍ଟୋବର ୪ ତାରିଖ ବଦଳରେ ଅକ୍ଟୋବର ୮ ତାରିଖରେ ଭୋଟ୍‌ ଗଣତି ହେବ। ଅନ୍ୟପକ୍ଷେ ଜମ୍ମୁ କାଶ୍ମୀରରେ ନିର୍ବାଚନ ତାରିଖରେ କୌଣସି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ଅକ୍ଟୋବର ୪ ବଦଳରେ  ଅକ୍ଟୋବର ୮ ତାରିଖରେ ହିଁ  ଭୋଟ୍‌ ଗଣତି ହେବ ବୋଲି  ନିର୍ବାଚନ କମିସନ ଆଜି ଏକ ବିଜ୍ଞପ୍ତି ଜାରି କରିଛନ୍ତି।   ବିଜ୍ଞପ୍ତିରେ କୁହାଯାଇଛି ‌ଯେ ବିଷ୍ଣୋଇ ସମ୍ପ୍ରଦାୟର ଭୋଟିଂ ଅଧିକାର ଏବଂ ପରମ୍ପରାକୁ ସମ୍ମାନ ଦେଇ ଏହି ନିଷ୍ପତ୍ତି ନିଆଯାଇଛି।
 
Champai Soren Joins BJP: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନକୁ ମାସ କେଇଟା ଥିବାବେଳେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଲାଗିଛି ଚମ୍ପାଇ ଝଟକା। ଜେଏମ୍‌ଏମ୍‌ କୁ ବାଏ ବାଏ କରି ରାଞ୍ଚିରେ ବିଜେପିରେ ସାମିଲ ହୋଇଛନ୍ତି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବରିଷ୍ଠ ନେତା, ହେମନ୍ତଙ୍କ ବଡ଼ ସହଯୋଗୀ ଭାବେ ଜଣାଶୁଣା, ଝାଡ଼ଖଣ୍ଡ ରାଜନୀତିରେ କିଙ୍ଗ୍ ମେକର୍ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ । ପଦ୍ମ ଧରୁଧରୁ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟାରେ ଚମ୍ପାଇ କହିଛନ୍ତି ଲାଇନରେ ଅଛନ୍ତି ଅନେକ,ଛାଡିବେ ଦଳ,ଝାଡ଼ଖଣ୍ଡରେ ଏକ ଛତ୍ରବାଦ ଚଳାଇଛି JMM।
 
Patanjali Tooth Paste: ବିଭ୍ରାନ୍ତିକର ବିଜ୍ଞାପନ ମାମଲା ପରେ ଯୋଗଗୁରୁ ରାମଦେବଙ୍କ ପତଞ୍ଜଳି ଆୟୁର୍ବେଦ ଆଉ ଏକ ଆଇନଗତ ସମସ୍ୟାରେ ଫସିପାରେ। ପତଞ୍ଜଳିର ଏକ ଡେଣ୍ଟାଲ କେୟାର ପ୍ରଡକ୍ଟ ବିରୋଧରେ ଦାୟର ହୋଇଥିବା ପିଟିସନ ର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି । ଏହି ପିଟିସନରେ କୁହାଯାଇଛି ଯେ ପତଞ୍ଜଳିର 'ଦିବ୍ୟ ମଞ୍ଜନ'ରେ ଆମିଷ ତତ୍ତ୍ୱ ସାମିଲ କରାଯାଉଛି। ଏହା ସତ୍ତ୍ୱେ 'ଦିବ୍ୟ ଦନ୍ତ ମଞ୍ଜନ'କୁ ନିରାମିଷ ଦ୍ରବ୍ୟ ଭାବେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି।
 
President Droupadi Murmu: ଆଜି ଦେଶର ସମସ୍ତ ରାଜ୍ୟ ଓ ଜିଲ୍ଲା ଅଦାଲତରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ୮୦୦ରୁ ଅଧିକ ପ୍ରତିଯୋଗୀ ଉପସ୍ଥିତ ରହିବେ। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ମଧ୍ୟ ଉପସ୍ଥିତ ରହିବେ। ସେ ଏହି ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହି ସମୟରେ ସେ ସୁପ୍ରିମ୍ କୋର୍ଟର ପତାକା ଓ ପ୍ରତୀକ ମଧ୍ୟ ଉନ୍ମୋଚନ କରିବେ। ଏହା ପୂର୍ବରୁ ଏହି କାର୍ଯ୍ୟକ୍ରମର ଉଦ୍ ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ ମୋଦୀ ଉଦ୍ ବୋଧନ ଦେଇଥିଲେ। ତାଙ୍କ ବ୍ୟତୀତ ଏହି କାର୍ଯ୍ୟକ୍ରମକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ମଧ୍ୟ ସମ୍ବୋଧିତ କରିଛନ୍ତି।