Top 10 News Today: ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପିଏମ ମୋଦୀ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2396743

Top 10 News Today: ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପିଏମ ମୋଦୀ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଲେ ପିଏମ ମୋଦୀ ଓ ଅନ୍ୟାନ୍ୟ ଖବର

Top 10 News Today

01- ରୁଷ୍-ୟୁକ୍ରେନ୍ ଯୁଦ୍ଧ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ୟୁକ୍ରେନ୍ ଗସ୍ତ କରିଛନ୍ତି । କିଭ୍‌ରେ ପହଞ୍ଚିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନେସ୍କିଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ । କିଭ୍‌ରେ ଦୁଇ ଶୀର୍ଷ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ୟୁକ୍ରେନକୁ ମୋଦିଙ୍କ ଗସ୍ତ ନେଇ ସାରା ବିଶ୍ୱର ନଜର ରହିଛି ।

02- ମଧ୍ୟ ନେପାଳର ମୁର୍ସିୟୋଙ୍ଗଡି ନଦୀରେ ଶୁକ୍ରବାର ଏକ ଭାରତୀୟ ଯାତ୍ରୀବାହୀ ବସ୍ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ତନାହୁନ୍ ଜିଲ୍ଲାର ଆଇନା ପହଡ଼ାରେ ଏହି ଦୁର୍ଘଟଣା ଘଟିଛି। ସଶସ୍ତ୍ର ପୋଲିସ ବାହିନୀ ନେପାଳ ବିପର୍ଯ୍ୟୟ ପରିଚାଳନା ପ୍ରଶିକ୍ଷଣ ବିଦ୍ୟାଳୟର ବରିଷ୍ଠ ଆରକ୍ଷୀ ଅଧୀକ୍ଷକ (ଏସ୍ଏସ୍ପି) ମାଧବ ପୁଡେଲଙ୍କ ନେତୃତ୍ୱରେ ୪୫ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ପ୍ରାୟ ୧୩ରୁ ୧୪ଟି ମୃତଦେହ ଉଦ୍ଧାର କରାଯାଇଛି। ଏହିବସ୍ ରେ ୪୦ ଭାରତୀୟ ଯାତ୍ରୀ ରହିଥିଲେ।

03-  ଆଜି ପୁଣିଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବ । ଜଉମୁଦ ଦେଇ ବନ୍ଦ କରାଯାଇଥିବା ରତ୍ନଭଣ୍ଡାରରୁ ଖାଲିଥିବା ଆଲମିରା ଓ ସିନ୍ଦୁକ ସ୍ଥାନାନ୍ତର କରାଯିବ । ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ନୀଳାଦ୍ରି ମ୍ୟୁଜିୟମ ନିକଟ ରୁମକୁ ଖାଲି ସିନ୍ଦୁକ ଓ ଆଲମିରା  ସ୍ଥାନାନ୍ତର ହେବ ବୋଲି ସୂଚନା ମିଳିଛି।

04- ରାଜ୍ୟରେ ଥିବା ଡ୍ୟାନ୍ସ ବାର୍ ଗୁଡିକ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ । ଏନେଇ ସୂଚନା ଦେଇଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗୃହରେ ଓଡ଼ିଆ ଅସ୍ମିତା କଥା ଉଠାଇ କହିଛନ୍ତି ଯେ, ନୂଆ ଅବକାରୀ ନୀତି ଅଣାଯିବ । ସ୍କୁଲ, କଲେଜ, ମନ୍ଦିର ନିକଟରେ ମଦ ଦୋକାନ ରହିବନି ଏବଂ ଚୋରା ମଦ କାରବାର ନେଟୱର୍କର ମୂଳୋତ୍ପାଟନ ହେବ ବୋଲି ମନ୍ତ୍ରୀ କହିଛନ୍ତି ।

05- ଆଜି ଖୋଲିଛି ରେଙ୍ଗାଳି ଡ୍ୟାମର ଗେଟ । ଓଡ଼ିଶାର ଦ୍ୱିତୀୟ ବୃହତ ଜଳଭଣ୍ଡାର ରେଙ୍ଗାଳି ଡ୍ୟାମର ଜଳସ୍ତର ବୃଦ୍ଧି ପାଇବା କାରଣରୁ ଜଳ ନିଷ୍କାସନ ପାଇଁ ଗେଟ ଖୋଲାଯାଇଛି । ବର୍ତ୍ତମାନ ଡ୍ୟାମରେ ଜଳସ୍ତର ୧୨୧.୦୯ ମିଟର ରହିଛି। ଗତବର୍ଷ ଏହି ସମୟରେ ଜଳସ୍ତର ଥିଲା ୧୨୦.୫୦ ମିଟର। ଏ ବର୍ଷର ପ୍ରଥମ ବର୍ଷାଜଳ ନିଷ୍କାସନ କରିଛି ରେଙ୍ଗାଳି ଡ୍ୟାମ। ଏନେଇ ରେଙ୍ଗାଳି ଡ୍ୟାମ ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶରେ ରେଙ୍ଗାଳି ଜ୍ୟାମର ତଳିଆ ଅଞ୍ଚଳକୁ ଦୂରଭାଷ ଯନ୍ତ୍ର ମାଧ୍ୟମରେ ସୂଚନା ପ୍ରଦାନ କରାଯାଇଥିବା ଜଣାଯାଇଛି।

06- ରାଜ୍ୟରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଉଛି। ମାଫିଆମାନେ ଚୋରା ମଦ କାରବାରକୁ ବଢ଼ାଇ ଚାଲିଛନ୍ତି। ପରୋକ୍ଷରେ ସେମାନଙ୍କୁ ସହଯୋଗ କରାଯାଉଛି। ରାଜ୍ୟରେ ଚୋରା ମଦ କାରବାର ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ, ଏ ସରକାର କେବଳ ରଙ୍ଗ ବଦଳାଉଛନ୍ତି। ମଦ ବନ୍ଦ କରିବାକୁ ନିର୍ବାଚନ ଇସ୍ତାହାରରେ କହିଲେ, ହେଲେ କଲେନି। ତେଣୁ ଅବକାରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ଚୋରା ମଦ କାରବାର ବନ୍ଦ କରିବାକୁ କେହି ମନା କରୁ ନାହାନ୍ତି। ବୁଲଡୋଜର ଚଲାନ୍ତୁ, ହେଲେ ବର୍ତ୍ତମାନ ଘଟଣାକୁ ନେଇ ଆଗ ଇସ୍ତଫା ଦିଅନ୍ତୁ। ସେମାନେ ମଦ ବନ୍ଦ କରିବେନି। କାରଣ ମଦ ବେପାରୀଙ୍କ ସହ ସଲା ସୁତୁରାରେ ଅଛନ୍ତି। 

07- ସିମ୍ ବକ୍ସ କାରବାର ମାମଲାରେ ପୁଣି ରିମାଣ୍ଡରେ ଗଲା ଅଭିଯୁକ୍ତ ରାଜୁ ମଣ୍ଡଳ। ଆଉ ଦୁଇ ଦିନ ରିମାଣ୍ଡରେ ନେଇ ଜେରା କରିବ କମିଶନରେଟ ପୁଲିସ। ତେବେ ଏହି ରିମାଣ୍ଡ ପାଇଁ ୭ଦିନ ଆବେଦନ କରିଥିଲେ ମଧ୍ୟ ପୁଲିସକୁ ଦୁଇ ଦିନ ଅନୁମତି ମିଳିଛି। ତାକୁ ପୁଣି ପଚରାଉଚରା କରି ଅଧିକ ତଥ୍ୟ ଓଗାଳିବ ପୁଲିସ। ନିକଟରେ ରାଜୁକୁ ଝାରଖଣ୍ଡର ରାଞ୍ଚିକୁ ନେଇଥିଲା। ଭୁବନେଶ୍ୱର, କଟକ ପରେ ଝାରଖଣ୍ଡରେ ସିମ୍ ବକ୍ସ ରହିଛି ବୋଲି ତଦନ୍ତରୁ ଜଣାପଡ଼ିବା ପରେ ପୁଲିସ ତାକୁ ରାଞ୍ଚି ନେଇଥିଲା। ତଦନ୍ତକାରୀ ଟିମ୍ ସହିତ ଅଭିଯୁକ୍ତ ରାଜୁ ମଣ୍ଡଳକୁ ଝାରଖଣ୍ଡ ନିଆଯାଇଥିଲା। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟରମାଇଣ୍ଡ ଅସଦୁର ଜମାନକୁ ଗିରଫ କରିବା ପାଇଁ ଇଣ୍ଟରପୋଲର ସହାୟତା ନେଇଛି କମିସନରେଟ ପୁଲିସ। ଏଣେ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳ ଗିରଫ ହେବା ଘଟଣାରେ ଆସିଥିଲା ନୂଆ ଟ୍ୱିଷ୍ଟ। ରାଜୁ ମଣ୍ଡଳ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଏତଲା ଦେଇଛନ୍ତି। 

08- ବିଧାନସଭା ବଜେଟ ଅଧିବେଶନର ଆଜି ହେଉଛି ଚତୁର୍ଥ ଦିନ। ଆଜି ବି ଗୃହର ପ୍ରଶ୍ନକାଳରେ ହଙ୍ଗାମା କରିଛନ୍ତି ବିରୋଧୀ। ଚିକିଟି ମଦ ମୃତ୍ୟୁକୁ ନେଇ ଗୃହରେ ହଟ୍ଟଗୋଳ କରିବା ସହ ଅଚଳ କରିଦେଇଛନ୍ତି ବିରୋଧୀ। ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗୃହର ମଧ୍ୟ ଭାଗରେ ବିଜେଡି ସଦସ୍ୟଙ୍କ ହଙ୍ଗାମା କରିଛନ୍ତି। ବାଚସ୍ପତିଙ୍କ ପୋଡ଼ିୟମ୍ ଉପରେ ଚଢ଼ି ମାଇକ୍ ଭାଙ୍ଗିବାକୁ ଉଦ୍ୟମ କରିଥିଲେ ବିରୋଧ। ଯାହାକୁ ନେଇ ବାଚସ୍ପତି ସୁରମା ପାଢ଼ୀ ଦିନ ସାଢ଼େ ୧୧ଟା ଯାଏଁ ବିଧାନସଭା ଗୃହକୁ ମୁଲତବୀ ଘୋଷଣା କରିଥିଲେ। 

09-  ଚିଫ୍ ଆକାଉଣ୍ଟ ଅଫିସରଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏସଆରଟିସି ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ କରିଛି। ଭୁବନେଶ୍ୱରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ଉ କରାଯାଇଛି। ବିଜୟଙ୍କ ଭୁବନେଶ୍ୱରରେ ଥିବା ଅଫିସ ସହ ନନ୍ଦନ ବିହାର ଓ ପଳାଶୁଣୀରେ ଥିବା ଘର ସମେତ ୬ଟି ସ୍ଥାନରେ ଚଢ଼ାଉ କରାଯାଇଛି। ବିଜୟ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ସକାଳେ ଚଢ଼ାଉ କରିଥିଲା। ବିଜୟ ମଙ୍ଗରାଜଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଘଟଣାର ତଦନ୍ତ କରି ଆଜି ସକାଳେ ତାଙ୍କ ଘରେ ଚଢ଼ାଉ କରିଥିବା ଜଣାଯାଇଛି। ଏହି ଚଢ଼ାଉରେ ୮ଜଣ ଡିଏସପି, ୮ଜଣ ଇନ୍ସପେକ୍ଟର ଓ ୯ ଜଣ ଏସଏଆଇ ସହ ଅନ୍ୟାନ୍ୟ ଷ୍ଟାପ୍ ସାମିଲ ହୋଇଛନ୍ତି।

10- ରାଜ୍ୟରେ ଜାରି ରହିଛି ବର୍ଷା। ଆଜିଠାରୁ ୪ଦିନ ଯାଏଁ ରାଜ୍ୟରେ ବର୍ଷା ସମ୍ଭାବନା ରହିଛି। ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ଅନୁସାରେ, ଆସନ୍ତା ୨୪ ତାରିଖରେ ରାଜ୍ୟରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ବାଲେଶ୍ୱର,ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଉପରେ ଏହି ଘୂର୍ଣ୍ଣିବଳୟ ରହିବ। ଏହା ପ୍ରଭାବରେ ଆଜିଠାରୁ ଉତ୍ତର ଓଡ଼ିଶାରେ ବର୍ଷା ହେବ। ଆଜି  ୧୫ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲା ଗୁଡିକ ହେଲା, ବରଗଡ,ବଲାଙ୍ଗୀର, ନୂଆପଡା, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର,ମୟୂରଭଂଜ, ବାଲେଶ୍ବର, ଭଦ୍ରକ, କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର,ସୁନ୍ଦରଗଡ ଓ ଝାରସୁଗୁଡା। 

Also Read-  Weekly Family Astrology: ୨୬ ଅଗଷ୍ଟରୁ ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନ ହେବ ମଧୁରମୟ