Top 10 News Today: କୋଲକାତା ଘଟଣାରେ ପଲିଗ୍ରାଫ ଟେଷ୍ଟ ଆରମ୍ଭ ଓ ଅନ୍ୟାନ୍ୟ ଖବର
Advertisement
Article Detail0/zeeodisha/odisha2398183

Top 10 News Today: କୋଲକାତା ଘଟଣାରେ ପଲିଗ୍ରାଫ ଟେଷ୍ଟ ଆରମ୍ଭ ଓ ଅନ୍ୟାନ୍ୟ ଖବର

Top 10 News Headlines: ଅତି ସଂକ୍ଷେପରେ ଜାଣନ୍ତୁ ସକାଳର ୧୦ ଟି ବଡ଼ ଖବର

Top 10 News Today: କୋଲକାତା ଘଟଣାରେ ପଲିଗ୍ରାଫ ଟେଷ୍ଟ ଆରମ୍ଭ ଓ ଅନ୍ୟାନ୍ୟ ଖବର

Top 10 News Today

01-  କୋଲକାତା ଲଜ୍ଜା ଘଟଣାରେ ସିବିଆଇ ପକ୍ଷରୁ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ପଲିଗ୍ରାଫ ଟେଷ୍ଟ ଆରମ୍ଭ ହୋଇଛି । ୪ ଡାକ୍ତର ଓ ଜଣେ ଭଲେଣ୍ଟିଅର୍‌ଙ୍କ ମଧ୍ୟ ପଲିଗ୍ରାଫ୍ ଟେଷ୍ଟ କରାଯାଇଥିବା ସୂଚନା ମିଳିଛି ।

02- ଛତିଶଗଡ଼ ରାୟପୁରରେ ନକ୍ସଲ ପ୍ରଭାବିତ ରାଜ୍ୟମାନଙ୍କର ଶାସନ ସଚିବ ଏବଂ ପୋଲିସ ଡିଜିଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ବାମପନ୍ଥୀ ଉଗ୍ରବାଦ ଉପରେ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଓଡ଼ିଶା ସମେତ ୭ ନକ୍ସଲ ପ୍ରଭାବିତ ରାଜ୍ୟକୁ ନେଇ ବୈଠକ ହୋଇଥିବା ବେଳେ ମୁଖ୍ୟ ସଚିବ ମନୋଜ ଆହୁଜା ଓ ଡିଜିପି ୱାଇ.ବି ଖୁରାନିଆ ମଧ୍ୟ ଉପସ୍ଥିତ ରହିଥିଲେ । କେମିତି ଏହି ମାଓ ଉପଦ୍ରବ କମିବ ଏବଂ ଏଥିରେ ନିୟନ୍ତ୍ରଣ କରାଯିବ ସେନେଇ ବିଚାର ବିମର୍ଶ କରାଯାଇଛି ।

03- ବାଂଲାଦେଶ କ୍ରିକେଟର ଶାକିବ୍ ଅଲ୍ ହସନଙ୍କ ନାଁରେ ଆସିଛି ସଙ୍ଗୀନ ହତ୍ୟା ଅଭିଯୋଗ । ଅଗଷ୍ଟ ପ୍ରଥମ ସପ୍ତାହରେ ବାଂଲାଦେଶରେ ଆନ୍ଦୋଳନ ସମୟରେ ଜଣେ କପଡ଼ା ବ୍ୟବସାୟୀଙ୍କ ହତ୍ୟା ଘଟିଥିଲା । ଉକ୍ତ ମାମଲାରେ ୧୫୬ ଜଣ ଅଭିଯୁକ୍ତ ରହିଥିବା ସୂଚନା ମିଳିଛି । ସେଥିରେ ଶାକିବଙ୍କ ନାଁ ମଧ୍ୟ ରହିଛି । 

04- କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ଭାବେ ବି. ପରମେଶ୍ୱରନ୍ କଟକସ୍ଥିତ କାର୍ଯ୍ୟାଳୟରେ ଯୋଗଦେଇଛନ୍ତି। ୨୦୦୮ ବ୍ୟାଚ୍‌ର ଆଇଏଏସ୍‌ ଶ୍ରୀ ପରମେଶ୍ବରନ୍ ପୂର୍ବରୁ ଭୁବନେଶ୍ବରରେ ବନ୍ଦୋବସ୍ତ କମିସନର ଭାବେ କାର୍ଯ୍ୟ କରୁଥିଲେ। ଯୋଗଦେବା ପରେ ଶ୍ରୀ ପରମେଶ୍ୱରନ୍ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ସହଯୋଗ କାମନା କରିବା ସହିତ ନିଜ ନିଜର କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ।

05- କଟକ ଏସସିବିରେ ୨ ମହିଳା ରୋଗୀଙ୍କୁ ଜଣେ ଡାକ୍ତର ଚିକିତ୍ସା ବାହାନାରେ ଦୁଷ୍କର୍ମ କରିଥିବା ଅଭିଯୋଗ ହେବା ପରେ ଏହାକୁ ନେଇ ଆରମ୍ଭ ହୋଇଥିଲା ତୁମ୍ବିତୋଫାନ। ଏହି ଘଟଣାରେ ତୁରନ୍ତ ଅଭିଯୁକ୍ତ ଡାକ୍ତର ଦିଲବାଗ ସିଂ ଠାକୁରଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କୁ ଏସସିବିରୁ ବହିଷ୍କୃତ କରାଯାଇଛି। ଏସସିବି ମେଡିକାଲ କଲେଜ କାଉନ୍ସିଲର ଜରୁରୀ ବୈଠକ ବସିବା ପରେ ଅଭିଯୁକ୍ତ ଡାକ୍ତରଙ୍କୁ ବହିଷ୍କୃତ କରାଯାଇଛି। ଏଥିରେ ବହିଷ୍କାର ପ୍ରସ୍ତାବ ଗୃହୀତ ହୋଇଥିବା କହିଛନ୍ତି ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରା ଡାକ୍ତର ଦିଲବାଗଙ୍କୁ ବହିଷ୍କାର ପାଇଁ ପୂର୍ବରୁ ଡିଏମଇଟି ନିର୍ଦ୍ଦେଶ ଦେଇଥିଲୋ ଯାହାକୁ ଶୁକ୍ରବାର ଏସ୍‌ସିବି କର୍ତ୍ତୃପକ୍ଷ କାର୍ଯ୍ୟକାରୀ କରିଛନ୍ତି।

06-  ହୀରାକୁଦର ଆଉ ୮ଟି ଗେଟ୍ ଖୋଲା ଯାଇଛି। ବର୍ତ୍ତମାନ୍ ମୋଟ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିସହ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତଳିଆ ଅଞ୍ଚଳରେ ବର୍ଷା ପାଣି ଜମିବାର ଆଶଙ୍କା ରହିଛି। ତେଣୁ ଏନେଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।

07- ସାଲିଆ ସାହିରେ ରେଡ୍ କରି ଦେଶୀ ମଦ କାରଖାନା ଠାବ କରିଛି କମିଶନରେଟ ପୋଲିସ । ଚଢ଼ାଉ ବେଳେ ୩ ଦେଶୀ ମଦ କାରଖାନା ଠାବ ହୋଇଛି । ସିକ୍ରେଟ ଚାମ୍ବର ଭିତରେ ମଦ ପ୍ରସ୍ତୁତ କରାଯାଉଥିଲା । ସେଠାରେ ସବୁ ପ୍ରକାର ସୁବିଧା ତଥା ୱାଇଫାଇ ସୁବିଧା ସହ ବିଭିନ୍ନ ଆରାମଦାୟକ ସାମଗ୍ରୀ ରହିଥିଲା ।

08-  ବ୍ରହ୍ମପୁର ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ୧୨୦ କେଜି ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗୋପାଳପୁର ଥାନା ସାନକୁଶସ୍ଥଳୀରେ ଯାଞ୍ଚ ବେଳେ ଗଞ୍ଜେଇ ଚୋରାଚାଲାଣ ହେଉଥିବା ଜାଣିବାକୁ ପାଇଥିଲା ପୋଲିସ । କାର୍ ଏବଂ ବାଇକରେ ଚାଲାଣ ହେଉଥିବାବେଳେ ମାଡ଼ିବସିଲା ଅବକାରୀ ବିଭାଗ

09- ଏସସି, ଏସଟି ଓ ଓବିସି ଛାତ୍ରଛାତ୍ରୀଙ୍କୁ ଶିକ୍ଷା କ୍ଷେତ୍ରରେ ଉଦ୍ଦିଷ୍ଟ ସଂରକ୍ଷଣକୁ ସୁନିଶ୍ଚିତ ଦାବିରେ ଆଜି ବିରୋଧୀ ବିଧାୟକ ଗୃହରେ ପ୍ରବଳ ହଙ୍ଗାମା କରିଛନ୍ତି । ଗୃହରେ କାଗଜ ଫିଙ୍ଗିବା ସହ ସରକାରଙ୍କ ବିରୋଧରେ ପ୍ରବଳ ନାରାବାଜି କରିଛନ୍ତି । ଆସନ୍ତା ୨୯ ତାରିଖରୁ ଏମବିବିଏସ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଥିବାବେଳେ ଏଥିରେ ଉପୋରକ୍ତ ବର୍ଗର ଛାତ୍ରଛାତ୍ରୀଙ୍କୁ ଉଚିତ ସଂରକ୍ଷଣ ମିଳିନାହିଁ । ତେଣୁ ଏହି ନାମଲେଖା ପ୍ରକ୍ରିୟାକୁ ବାତିଲ କରି ନୂଆ ବିଜ୍ଞପ୍ତି ପ୍ରକାଶ କରିବାକୁ ବିରୋଧୀ ଦାବି କରିଛନ୍ତି । ଏପଟେ ବିରୋଧୀଙ୍କ ହୋ ହାଲ୍ଲା ମଧ୍ୟରେ ମନ୍ତ୍ରୀମାନେ ଗୃହରେ କାଗଜ ଓ ରିପୋର୍ଟ ଉପସ୍ଥାପନ କରିଥିଲେ। ପ୍ରଥମେ ୧୦ଟା ୫୭ରୁ ୧୧ଟା ୫୭ ଓ ପରେ ୧୨ଟା ୪ରୁ ୪ ଟା ପର୍ଯ୍ୟନ୍ତ ଗୃହକୁ ବାଚସ୍ପତି ମୂଲତବୀ ଘୋଷଣା କରିଛନ୍ତି।

10- ଆଜିଠାରୁ ରାଜ୍ୟରେ ତିନିଦିନ ଯାଏଁ ବର୍ଷା ସମ୍ଭାବନା ରହିଛି। କାହିଁକିନା ବାଲେଶ୍ବର- ପଶ୍ଚିମବଙ୍ଗ ଓ ଝାରଖଣ୍ତ ଉପରେ  ଏକ ଘୂର୍ଣ୍ଣିବଳୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷିବ। ୨୫ ଓ ୨୬ ତାରିଖରେ ମଧ୍ୟ ଝଡିବର୍ଷା ସମ୍ଭାବନା ରହିଛି। ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।  ସେହି ଜିଲ୍ଲା ଗୁଡିକ ହେଲା, ମୟୂରଭଂଜ ,  କେନ୍ଦୁଝର, ସମ୍ବଲପୁର,  ଢେଙ୍କାନାଳ, ଅନୁଗୁଳ ଓ ସୁନ୍ଦରଗଡ।  

Also Read- Weekly Lucky Zodiac Sign: ୨୬ ଅଗଷ୍ଟରୁ ୧ ସେପ୍ଟେମ୍ୱର, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read-  Video: ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଆଉ ଏକ ଭିଡିଓ ହେଲା ଭାଇରାଲ୍